Wednesday, May 20, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଏସ୍ଆଇ ହସ୍ପିଟାଲକୁ ନେଇ ମିଛ କହିଲେ ମୋଦୀ – କଂଗ୍ରେସ

by Our Correspondent
25 Dec, 2018- 04:09 PM
in News, Politics
1 min read
0
ଇଏସ୍ଆଇ ହସ୍ପିଟାଲକୁ ନେଇ ମିଛ କହିଲେ ମୋଦୀ – କଂଗ୍ରେସ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗତକାଲିର ଓଡିଶା ଗସ୍ତ ଅବସରରେ ଏବଂ ଖୋର୍ଦ୍ଧା ଠାରେ ଇ.ଏସ୍.ଆଇ. ହସ୍ପିଟାଲକୁ ନେଇ ସାଧାରଣ ସଭାରେ ରଖିଥିବା ମନ୍ତବ୍ୟକୁ ଦୃଢ ବିରୋଧ କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ କହିଛନ୍ତି, ଇ.ଏସ୍.ଆଇ. ହସ୍ପିଟାଲର ଶଯ୍ୟା ସଂଖ୍ୟା ୫୦ ରୁ ୧୦୦ କୁ ବୃଦ୍ଧି କରିବାକୁ ନେଇ ଡିଣ୍ଡିମ ପିଟୁଥିବା ପ୍ରଧାନମନ୍ତ୍ରୀ ଉକ୍ତ ହସ୍ପିଟାଲକୁ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ମେଡିକାଲ କଲେଜରେ ରୂପାନ୍ତରିତ କରିବା ପାଇଁ ନେଇଥିବା ନିଷ୍ପତି ଉପରେ ସଂପୂର୍ଣ୍ଣ ନୀରବ ରହିଥିଲେ । ପୂର୍ବରୁ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ଇ.ଏସ୍.ଆଇ.ସି. ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେଇଥିଲେ ଏବଂ ତଦନୁଯାୟୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ଠାରେ ୨୫ ଏକର ସରକାରୀ ଜାଗାରେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ଦ୍ୱାରା ୧୩.୯୭ କୋଟି ଟଙ୍କା ବ୍ୟୟରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥିଲା ।
ଏ ସଂପର୍କରେ ବିଧାନସଭାରେ ବିଧାୟକ ଶ୍ରୀ ଭୁଜବଳ ମାଝୀଙ୍କ ଦ୍ୱାରା ପଚରା ଯାଇଥିବା ଏକ ପ୍ରଶ୍ନର ଉତର ରଖି  ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ସରକାରଙ୍କ ଠାରୁ ତା ୯.୧୦.୨୦୧୫ ରିଖରେ ଓଡିଶା ଶ୍ରମ ଓ ନିଯୁକ୍ତି ବିଭାଗକୁ ଲେଖା ଯାଇଥିବା ପତ୍ର ଅନୁଯାୟୀ ପ୍ରକଳ୍ପଟିକୁ ବର୍ତମାନ ପାଇଁ ଘୁଂଚାଇ ଦିଆଯାଇଛି । ଉକ୍ତ ଆବଂଟିତ ଜମିରେ ଏକ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପତ୍ରାଳାପ କରିଛନ୍ତି । ଇତି ମଧ୍ୟରେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ତା ୧୬.୨.୨୦୧୮ ରିଖରେ ୧୭୩ତମ ବୈଠକର ନିଷ୍ପତି ଅନୁଯାୟୀ ଭୁବନେଶ୍ୱର ନିକଟ ଅନ୍ଧାରୁଆ ଠାରେ ଏକ ୧୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଖୋଲାଯିବା ପାଇଁ ମଞ୍ଜୁର ହୋଇଅଛି ଯାହାକି କ୍ରମଶଃ ୨୫୦ ଶଯ୍ୟାକୁ ଉନ୍ନିତ କରାଯିବ । ଏଣୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୫ ଏକର ଜମିରେ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପ୍ରଥମେ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଚକ୍ରାନ୍ତ କରି ୨୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିଷ୍ପତି ନିଆଯାଇଛି, ଯାହା ପ୍ରାରମ୍ଭିକ ଅବସ୍ଥାରେ ୧୫୦ ଶଯ୍ୟା ବିଶିଷ୍ଟ ହେବ । କିନ୍ତୁ ମେଡିକାଲ କଲେଜ ପାଇଁ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ନେଇଥିବା ନିଷ୍ପତିକୁ ପରିବର୍ତନ କରି ବର୍ତମାନ ୫୦ ରୁ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରି ବାହାବା ନେବା ଦୁର୍ଭାଗ୍ୟଜନକ ।
ଏ ସଂପର୍କରେ ବିଜୁ ଜନତା ଦଳ ସବୁ ଜାଣି ନୀରବ  ରହିବା ଏବଂ ଓଡିଶାର ସ୍ୱାର୍ଥ ସହିତ ସାଲିସ କରିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କେଉଁ ପରିପ୍ରେକ୍ଷୀରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ କେବଳ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରି ଦିଆଗଲା ଓ ମେଡିକାଲ କଲେଜକୁ ବନ୍ଦ କରି ଦିଆଗଲା ସେ ସଂପର୍କରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଓଡିଶାବାସୀଙ୍କ ଆଗରେ ଉତର ରଖନ୍ତୁ । ଇଏସ୍ଆଇ ମେଡିକାଲ କଲେଜକୁ ବନ୍ଦ କରିବାକୁ ନେଇ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ପ୍ରମାଣ କରୁଛି ଯେ ବିଜେପି ଏବଂ ବିଜେଡି ଭିତରେ ଭିତିରିଆ ସଂପର୍କ ରହିଛି ଏବଂ ଉଭୟ ଦଳର ଆଚରଣ ଏବଂ ଉଚ୍ଚାରଣ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଧାରଣ ସଭା ପୁଣି ଥରେ ପ୍ରମାଣିତ କରିଛି ଯେ ଓଡିଶାର ସ୍ୱାର୍ଥ ଅପେକ୍ଷା ବିଜେପି ଏବଂ ବିଜେଡି ନିଜର ଦଳୀୟ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଛି ବୋଲି ଶ୍ରୀ ନାୟକ କଟାକ୍ଷ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ବିଭୁ ପ୍ରସାଦ ତରାଇ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।
Previous Post

ମୋଦୀ ଓ ବିଜେପିକୁ ବୈଜୟନ୍ତଙ୍କ କଟାକ୍ଷ: ନବୀନଙ୍କ ବିରୋଧରେ ଲଢ଼ିବା ପାଇଁ କଲିଜା ଦରକାର

Next Post

କଠୋର ହେଲେ ନବୀନ

Next Post
କଠୋର ହେଲେ ନବୀନ

କଠୋର ହେଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA