Thursday, May 21, 2026 11:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏକ୍ ନମ୍ବର କଲେକ୍ଟରଙ୍କ ଦୋ ନମ୍ବରୀ ବାତ୍

by Our Correspondent
29 Jul, 2016- 10:30 AM
in News
1 min read
0
ଏକ୍ ନମ୍ବର କଲେକ୍ଟରଙ୍କ ଦୋ ନମ୍ବରୀ ବାତ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନିକଟରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀରେ ମୟୁରଭଂଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ୍ ଏକ ନମ୍ବର ଜିଲ୍ଲାପାଳର ମାନ୍ୟତା ପାଇଛନ୍ତି। ଏକକାଳୀନ ୪ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଜିଲ୍ଲାରେ ଆସ୍ଥାନ ଜମାଇବାରେ ରେକର୍ଡ କରିଥିବା ପାଟିଲ ତୃତୀୟ ମହଲାର ସୁନାପୁଅ ଭାବେ ଜଣାଶୁଣା। ତେବେ ପ୍ରବଳ ଖାଦିସମ୍ପନ୍ନ ଏହି ଜିଲ୍ଲାପାଳଙ୍କର ମୁଖା ଖୋଲିଛନ୍ତି ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନା। ଜିଲ୍ଲାପାଳଙ୍କର ଇଂଟିଗ୍ରିଟିକୁ ସେ ଅଙ୍ଗୁଳି ଉଠାଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ମୟୁରଭଂଜ ଜିଲ୍ଲାର ଦେଓ ଜଳସେଚନ ପ୍ରକଳ୍ପର ଅଧିକାରୀ(ସ୍ପେଶାଲ୍ ଏଲଏଓ) ରସାଇ ଲାଗୁରୀଙ୍କ ବଦଳି ପ୍ରସଙ୍ଗ ଉପରେ ଜିଲ୍ଲାପାଳଙ୍କ ଦୋମୁହାଁ ନୀତି ପ୍ରମୁଖ ସଚିବଙ୍କୁ କ୍ଷୁବ୍ଧ କରିଛି। ନିକଟରେ ଲାଗୁରୀଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି ଅର୍ଡର ହୋଇଥିଲା ବେଳେ ତାଙ୍କ ଜାଗାରେ ରାମଚନ୍ଦ୍ର ଜେନାଙ୍କୁ ବଦଳି କରାଯାଇଥିଲା। ମାତ୍ର ଏହି ବଦଳି ଅର୍ଡରକୁ କାର୍ଯ୍ୟକାରୀ କରି ନ ଥିଲେ ଜିଲ୍ଲାପାଳ। ପ୍ରକଳ୍ପର ହିତ ଦୃଷ୍ଟିରୁ ଲାଗୁରୀଙ୍କ ବଦଳିକୁ କୁଆଡେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ ଏବଂ ଧାରଣା ଦେଇଥିଲେ। ଦୁଇମାସ ଧରି ଏଭଳି ବିରୋଧ ଚାଲିଥିବାରୁ ରାମଚନ୍ଦ୍ର ଜେନା ତାଙ୍କର ନୂଆ କାର୍ଯ୍ୟରେ ଯୋଗ ଦେବା ସମ୍ଭବ ହେଉ ନ ଥିବା ଖୋଦ୍ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଖାଲି ସେତିକି ନୁହେଁ, ଲାଗୁରୀଙ୍କ ସପକ୍ଷରେ ଅକାଟ୍ୟ ଓକିଲାତି କରିଥିଲେ। ସ୍ଥାନୀୟ ଆଦିବାସୀ ଭାଷା, ସଂସ୍କୃତି ଓ ଭାବାବେଗ ସହ ଲାଗୁରୀ ଏକକାର ହୋଇଛନ୍ତି ଏବଂ ସେମାନଙ୍କ ବିସ୍ଥାପନ ଓ ଥଇଥାନ ପ୍ରତି ଯଥେଷ୍ଟ ଯତ୍ନବାନ ଅଛନ୍ତି। ଦେଓ ଜଳସେଚନ ପ୍ରକଳ୍ପର ବୃହତ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କର ରହଣୀ ସପକ୍ଷରେ ଓକିଲାତି କରି ଜୁଲାଇ ୧୨ ତାରିଖରେ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିଲେ ଜିଲ୍ଲାପାଳ।

ତେବେ ଲାଗୁରୀଙ୍କ ସପକ୍ଷରେ ଜିଲ୍ଲାପାଳଙ୍କର ଏହି ଚିଠଟି ପ୍ରମୁଖ ସଚିବଙ୍କୁ ହଡ଼ବଡ଼ କରିଛି। ୨୭ ତାରିଖରେ ଜିଲ୍ଲାପାଳଙ୍କୁ ଏହି ମର୍ମରେ ସେ ଚିଠି ଲେଖିଛନ୍ତି। ଜଣାଇ ଦେଇଛନ୍ତି କି ଏଇ ଲାଗୁରୀଙ୍କ ବିରୋଧରେ କିଛି ମାସ ଆଗରୁ ଜିଲ୍ଲାପାଳ ସରକାରଙ୍କ ପାଖରେ ଫେରାଦ ହୋଇଥିଲେ। ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗୁରୀ ବିଫଳ ହେଉଥିବା ନିଜେ ଜିଲ୍ଲାପାଳ ଦର୍ଶାଇଥିଲେ। ଖାଲି ସେତିକି ନୁହେଁ, କିଛି ମାସ ତଳେ କରଂଜିଆଠାରେ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ କାଳରେ ଜିଲ୍ଲାପାଳ ଲାଗୁରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇ ପ୍ରବଳ ବିଷୋଦଗାର କରିଥିଲେ। ଅତିରିକ୍ତ ଏସପି ଓ ଅନ୍ୟ ଅଫିସରଙ୍କ ସାମନାରେ ଜିଲ୍ଲାପାଳ ଏହି କଥା କହିଥିବା ପ୍ରମୁଖ ଶାସନ ସଚିବ ତାଙ୍କୁ ମନେ ପକାଇଛନ୍ତି। ଲାଗୁରୀଙ୍କ ପାଇଁ ଜିଲ୍ଲାପାଳଙ୍କର ଏଭଳି ଦୋମୁହାଁ କଥା କାହିଁକି ବୋଲି ପ୍ରଶ୍ନ ପଚାରିଛନ୍ତି।

ଦେଓ ଜଳସେଚନ ପ୍ରକଳ୍ପର ଗୁରୁତ୍ୱ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଜେନା ଜିଲ୍ଲାପାଳଙ୍କୁ ମନେ ପକାଇଦେବା ସହ ତାଙ୍କ ଅନୁରୋଧକ୍ରମେ ଲାଗୁରୀଙ୍କ ବଦଳି ବାତିଲ କରିବାକୁ ରାଜି ହୋଇଛନ୍ତି। ହେଲେ ସେଥିପାଇଁ ସର୍ତ ରଖିଛନ୍ତି। ସମଗ୍ର ପ୍ରକଳ୍ପ ଓ ଏହାର ଆନୁସଙ୍ଗିକ କାର୍ଯ୍ୟର ଅଗ୍ରଗତି କିମ୍ବା ଅବନତିର ଉତରଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରିଛନ୍ତି ଶାସନ ସଚିବ। ଜିଲ୍ଲାପାଳଙ୍କୁ ଏହି ଚିଠିଟି ଶକ୍ତ ଚାପଡ଼ା ବୋଲି ଅଫିସରମହଲରେ ଆଲୋଚନା ହେଉଛି।

Previous Post

ମହାନଦୀ କୁମ୍ଭୀର କାନ୍ଦଣା

Next Post

ଅରୁଣଙ୍କ ସଙ୍ଗେ ପ୍ରଫୁଲ୍ଲ କଳି !

Next Post
ଅରୁଣଙ୍କ ସଙ୍ଗେ ପ୍ରଫୁଲ୍ଲ କଳି !

ଅରୁଣଙ୍କ ସଙ୍ଗେ ପ୍ରଫୁଲ୍ଲ କଳି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA