Saturday, May 30, 2026 08:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏଥର ନିରଞ୍ଜନଙ୍କ ପାଳି ?

by Our Correspondent
20 Jan, 2019- 10:45 PM
in Latest News, News, Politics
1 min read
0
ଏଥର ନିରଞ୍ଜନଙ୍କ ପାଳି ?
Spread the love
ଭୁବନେଶ୍ୱର: କଂଗ୍ରେସରେ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଙ୍କୁ ବରଦାସ୍ତ କରାଯିବ ନାହିଁ । ଯେତେବଡ଼ ନେତା ହୁଅନ୍ତୁ ନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ହେବ । ନବ ଦାସ, ଯୋଗେଶ ସିଂ, ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆଙ୍କୁ ଦଳରୁ ବାହାର କରି ହାଇକମାଣ୍ଡ ଏହି ବାର୍ତ୍ତା ଦେଇଛନ୍ତି । ନିର୍ବାଚନ ସମୟକୁ ହାଇକମାଣ୍ଡଙ୍କ ଏଭଳି କଠୋର ଆଭିମୁଖ୍ୟ ଦଳୀୟ ମାହୋଲକୁ ହଲଚଲ୍ କରିଛି । ଅନ୍ୟପକ୍ଷରେ ଦିଲ୍ଲୀ ହାଇକମାଣ୍ଡଙ୍କ ବିଶୃଙ୍ଖଳା ଦମନ ଅଭିଯାନର ଶ୍ରେୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଯାଉଛି । ଏକଥା ତାଙ୍କ ସପକ୍ଷ ଗୋଷ୍ଠୀ ପ୍ରଚାର କରୁଛନ୍ତି । ନିରଞ୍ଜନଙ୍କୁ ଯିଏ ବିରୋଧ କରିବେ ଦଳରେ ତାଙ୍କର ସ୍ଥାନ ନାହିଁ ବୋଲି କୁହାଯାଉଛି । ତେବେ ଅସଲରେ ନିରଞ୍ଜନଙ୍କ ପାଇଁ ଏହା ଯେ ଅଧିକ ବିପଦ ଡାକି ଆଣିଛି ତାହା ବୁଝା ପଡ଼ିଗଲାଣି । ଏବେ ସେ ନିଜେ କର ବା ମର ପରିସ୍ଥିତିକୁ ଚାଲି ଆସିଛନ୍ତି । ରାହୁଲ ଗାନ୍ଧୀଙ୍କୁ ସତୀତ୍ୱର ପରୀକ୍ଷା ଦେବା ପାଇଁ ସମୟ ଆସିଯାଇଛି ।
ଚର୍ଚ୍ଚା ହୁଏ, ପଟ୍ଟନାୟକ ପରିବାର ପ୍ରତି ସୋନିଆ ଓ ରାହୁଲ ଗାନ୍ଧୀଙ୍କ ମନୋଭାବ ଭଲ ନୁହେଁ । ୨୦୧୪ ନିର୍ବାଚନ ପୂର୍ବରୁ ପିସିସି ସଭାପତି ପଦରୁ ନିରଞ୍ଜନ ଅଚାନକ ବିଦା ହେବା ପଛରେ ଏହା ଥିଲା ମୁଖ୍ୟ କାରଣ । ଦ୍ୱିତୀୟ ଥର ନିରଞ୍ଜନଙ୍କୁ ରାଜ୍ୟ ନେତୃତ୍ୱଭାର ଦେବା ପଛରେ ଗାନ୍ଧୀ ପରିବାରର ବାଧ୍ୟବାଧକତା ଥିଲା । ସେ ଯାହା ହେଉ, ନିରଞ୍ଜନଙ୍କୁ ସୁଯୋଗ ଦେଇ ତାଙ୍କର କାଟତି ପରୀକ୍ଷାରେ ଅଛନ୍ତି ରାହୁଲ । ନିରଞ୍ଜନ ଦାୟିତ୍ୱ ନେବାର ଇତିମଧ୍ୟରେ ୯ ମାସ ପୂରିଯାଇଛି । ହେଲେ ରାଜ୍ୟରେ କଂଗ୍ରେସ ସେଭଳି ଶକ୍ତ ହୋଇନାହିଁ । କୁହାଯାଉଛି, କଂଗ୍ରେସ ଉପରକୁ ଉଠି ନ ପାରିବା ପଛରେ ନିରଞ୍ଜନଙ୍କ ପାଇଁ ନବ, ଯୋଗେଶ, ଶ୍ରୀକାନ୍ତ, କୃଷ୍ଣଙ୍କ ଭଳି ଚରିତ୍ର ‘ଆଳ’ ଥିଲେ । ସେମାନଙ୍କ ଯୋଗୁଁ କଂଗ୍ରେସ ଉଠିପାରୁ ନାହିଁ ବୋଲି ହାଇକମାଣ୍ଡଙ୍କୁ ଗୁହାରି କରୁଥିଲେ । ହାଇକମାଣ୍ଡଙ୍କ ତାଙ୍କର ସେହି ଗୁହାରରୂପୀ ‘ଆଳ’କୁ ତଥାସ୍ତୁ କରିଛନ୍ତି । ଏବେ ଦେଖିବାର ଅଛି ନିରଞ୍ଜନ କ’ଣ କରିପାରୁଛନ୍ତି । ପୁଣି ଆଳ ଖୋଜିବେ ନା ଆଗକୁ ବଢ଼ିବେ ।
ଦଳୀୟ ମହଲର କହିବାନୁଯାୟୀ, ପ୍ରସାଦ ହରିଚନ୍ଦନ ହଟି ନିରଞ୍ଜନ ଦାୟିତ୍ୱ ନେଲା ପରେ କଂଗ୍ରେସରେ ଏକତା ଫେରିଆସିଛି କହିବା ଆଦୌ ସତ ନୁହେଁ । ନିର୍ବାଚନ ପାଖେଇ ଆସିଥିଲେ ମଧ୍ୟ ଦଳର ନେତା ଓ କର୍ମୀମାନେ ସଂଗଠିତ ହୋଇପାରିନାହାନ୍ତି । ଦଳରେ ଅସନ୍ତୋଷ କୁହୁଳିକି ଅଛି । ସମସ୍ତଙ୍କୁ ଏକାଠି ନେଇ ଚାଲିବାରେ ନିରଞ୍ଜନ ସକ୍ଷମ ହୋଇନାହାନ୍ତି । ଜଣେ ବରିଷ୍ଠ ନେତା କହିଛନ୍ତି, ସାଂଗଠନିକ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବାରେ ନିରଞ୍ଜନଙ୍କ ପକେଟ ଏଥର ଜାକି ହୋଇଯାଇଛି । ତାଙ୍କ ପୁଅ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଆର୍ବିଭୂତ ହୋଇଛନ୍ତି । ଦଳର ସବୁ କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ପୁଅ ନେଉଛନ୍ତି । ତାହା ଅନେକ ନେତାଙ୍କୁ ପସନ୍ଦ ହେଉନାହିଁ । ଏହା ନିରଞ୍ଜନଙ୍କ ପାଇଁ ଆଉ ଏକ ବିପଦ ।
ତାଙ୍କ ପାଇଁ ବଡ଼ ବିପଦ ଆଣିଛି ସନ୍ଦେହ। ବିଜେଡ଼ି ସହ ତାଙ୍କର ଭିତିରି ବୁଝାମଣା ରହିଥିବା ଅଭିଯୋଗ କର୍ମୀଙ୍କ ପାଇଁ ସନ୍ଦେହର ଝଡ଼ ସୃଷ୍ଟି କଲାଣି । ବିଜେଡ଼ିରେ ମିଶି ରାଜ୍ୟସଭା ଯାଇଥିବା ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମାଧ୍ୟମ କରି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତ୍ତର ହୋଇଥିବା ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଅମୂଳକ ବୋଲି ଯେତେ ସଫେଇ ଦିଆଗଲେ ମଧ୍ୟ ଦଳ ଭିତରେ ଗୁଞ୍ଜରଣ ସୃଷ୍ଟି କରିଛି । ସେହିଭଳି ଶ୍ରୀକାନ୍ତ ଜେନାଙ୍କ ଆଚାର ଓ କାର୍ଯ୍ୟକଳାପକୁ ଠିକ୍ କୁହାଯାଉ ନ ଥିଲେ ମଧ୍ୟ ଦଳରୁ ତାଙ୍କୁ ବିଦା କରିବା ପଛରେ ନିରଞ୍ଜନଙ୍କ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଦାୟୀ କରାଯାଉଛି । ଅତୀତରେ ସୌମ୍ୟରଞ୍ଜନଙ୍କୁ କଂଗ୍ରେସରୁ ବିଦା କରିବା ପଛରେ କୁଆଡ଼େ ଶ୍ରୀକାନ୍ତଙ୍କ ହାତ ଥିଲା । ଆଉ ନିରଞ୍ଜନ ସେହି ରାଗ ସୁଝାଇ ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ବିଦା କଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାରୁ କର୍ମୀଙ୍କ ଧାରଣା ହୋଇଛି, ନିରଞ୍ଜନଙ୍କ ପାଇଁ ଦଳୀୟ ସ୍ୱାର୍ଥ ଆଗ ନୁହେଁ, କ୍ଷମତା ଓ ପାରିବାରିକ ସ୍ୱାର୍ଥ ଆଗ ।
କଂଗ୍ରେସ ନେତା ଓ କର୍ମୀଙ୍କ ମନରେ ପଟ୍ଟନାୟକ ପରିବାର ପ୍ରତି ଆଉ ଏକ ଖରାପ ଧାରଣା ରହିଛି । କ୍ଷମତା ନ ଥିଲା ବେଳେ ସେମାନଙ୍କ ଯେଉଁ ଆଚରଣ କ୍ଷମତା ପାଇଲା ପରେ ଆଚରଣ ସମ୍ପୂର୍ଣ୍ଣ ବିପରୀତ । ଏହି ପରିପ୍ରେକ୍ଷୀରେ ନିରଞ୍ଜନଙ୍କ ଉପରେ ସହଯୋଗୀଙ୍କ ବିଶ୍ୱାସ ନାହିଁ । ଏହି ବିଶ୍ୱାସବୋଧର ଅଭାବ ଦଳକୁ ହୁଏତ କ୍ଷତି ଆଣିପାରେ ବୋଲି କୁହାଯାଉଛି ।
ଏସବୁକୁ ଦେଖିଲେ ନିରଞ୍ଜନଙ୍କ ପାଇଁ ଆଗାମୀ ନିର୍ବାଚନ ବଡ଼ ଚାେଲେଂଜ ହେବ । କଂଗ୍ରେସ ଭଲ ଫଳ କଲେ ନିରଞ୍ଜନ ସବୁତକ ବାହାବା ପାଇବେ । ତାଙ୍କ ପଛରେ କ୍ଷମତା ଗୋଡ଼ାଇବା ବିଚିତ୍ର ନୁହେଁ । ଆଉ ଦଳ ବିଫଳ ହେଲେ ସବୁ ବଦନାମ ନିରଞ୍ଜନଙ୍କ ମୁଣ୍ଡକୁ ଆସିବ ହିଁ ଆସିବ । ତାଙ୍କର ରାଜନୈତିକ ଭବିଷ୍ୟତ ବି ଖତମ ହୋଇଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆଶଙ୍କା କରୁଛନ୍ତି ।
Previous Post

ପଟ୍ଟନାୟକ ପରିବାର ଓ ରାହୁଲଙ୍କ ବିରୋଧରେ ଶ୍ରୀକାନ୍ତ ରକ୍ତମୁଖା

Next Post

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

Next Post
କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA