Sunday, May 10, 2026 08:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏସସିବି ପାଇଁ ହଜାର କୋଟି; ଏମସ୍ ପ୍ଲସ୍ ଅନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

by Our Correspondent
06 Nov, 2019- 08:22 PM
in Latest News, News
1 min read
0
ଏସସିବି ପାଇଁ ହଜାର କୋଟି; ଏମସ୍ ପ୍ଲସ୍ ଅନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁୁବନେଶ୍ୱର: ଦୁଇ ଶହ ବର୍ଷର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ନୂଆ ରୂପରେ ଆତ୍ମପ୍ରକାଶ କରିବାକୁ ଯାଉଛି । ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସୁବିଧା ସହ ଏଠାରେ ସୁଲଭ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାକୁ ପ୍ରାଥମିକତା ଦିଆଯାଇଛି । ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହିତ ଏସସିବିକୁ ସମକକ୍ଷ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ସହ ଏସସିବିକୁ ଏମସ୍ ପ୍ଲସ୍ ଅନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛନ୍ତି ।
ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ଉନ୍ନତିକରଣ ସଂକ୍ରାନ୍ତରେ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ହଜାର କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏସସିବିରେ ଅତ୍ୟାଧୁନିକ ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ୍ ନିର୍ମାଣ ସହ ଆନୁସଙ୍ଗିକ ଭିତ୍ତିଭୂମିର ଉନ୍ନତି କରାଯିବ । ଡାକ୍ତର ଓ ଛାତ୍ରଛାତ୍ରୀମାନଙ୍କ ରହିବା ଓ ମନୋରଞ୍ଜନ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ସାରା ଦେଶରେ ଏବେ ୧୪ ସ୍ଥାନରେ ଥିବା ଏସସିବିକୁ ଦେଶର ଶ୍ରେଷ୍ଠ ତିନି ଅନୁଷ୍ଠାନ ମଧ୍ୟରେ ରଖିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
“ମୋର ସ୍ୱପ୍ନ, ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ । ଏସସିବିରୁ ଅନେକ ବିଶିଷ୍ଟ ଡାକ୍ତର ବାହାରିଛନ୍ତି ଯେଉଁମାନେ କି କେବଳ ଓଡ଼ିଶା ନୁହେଁ, ସାରା ପୃଥିବୀରେ ଲୋକମାନଙ୍କୁ ଚିକିତ୍ସା ସେବା ଦେଇ ଆସୁଛନ୍ତି । ସେମାନେ ଆମ ରାଜ୍ୟର ଗୌରବ । ବର୍ତ୍ତମାନ ଆମର ଦାୟିତ୍ୱ ଏହି ଅନୁଷ୍ଠାନର ଗୁରୁତ୍ୱକୁ ଆହୁରି ବୃଦ୍ଧି କରି ଏହାକୁ ବିଶ୍ୱସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା’ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରୁ କୌଣସି ବ୍ୟକ୍ତି ନିଜ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବା ଆବଶ୍ୟକ ହେବ ନାହିଁ ବୋଲି ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରୀୟ ମର୍ଯ୍ୟାଦା ହାସଲ କରିପାରିଛି । ବର୍ତ୍ତମାନ ସମୟ ଆସିଛି, ସାରା ବିଶ୍ୱ ଓଡ଼ିଶାକୁ ତା’ର ସୁଲଭ, ଗୁଣାତ୍ମକ ଚିକିତ୍ସା ସେବା ପାଇଁ ମାନ୍ୟତା ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୈଠକରେ ମୁଖ୍ୟମନ୍ତ୍ରୀ ଏସସିବିର ପ୍ରଫେସର, ଅଧୀକ୍ଷକଏବଂ ଛାତ୍ର ପ୍ରତିନିଧିମାନଙ୍କ ସହ ବଡ଼ ଡାକ୍ତରଖାନାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ, ଆଜି ବଡ଼ି ଭୋରରୁ ୫-ଟି ସଚିବ ଭି.କାର୍ତ୍ତକେୟ ପାଣ୍ଡିଆନ୍ ଏସବିସିକୁ ଅଚାନକ ପରିଦର୍ଶନରେ ଯାଇ ରୋଗୀସେବା ଓ ହସ୍ପିଟାଲ୍ ର ଆନୁସଙ୍ଗିକ ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସାଙ୍ଗରେ ଥିଲେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ । ସେଠାରୁ ଏକ ବ୍ଲୁ ପ୍ରିଣ୍ଟ ଧରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପାଣ୍ଡିଆନ୍ ।
Previous Post

ଭୋର୍ ୫ ଟା ପୂର୍ବରୁ ଏସସିବି ଯାଇ ଛାନଭିନ୍ କଲେ ପାଣ୍ଡିଆନ୍

Next Post

ବୈଜୟନ୍ତଙ୍କ ଚାଲ୍, ସାମ୍ବାଦିକ ମୋହରା!!

Next Post
ବୈଜୟନ୍ତଙ୍କ ଚାଲ୍, ସାମ୍ବାଦିକ ମୋହରା!!

ବୈଜୟନ୍ତଙ୍କ ଚାଲ୍, ସାମ୍ବାଦିକ ମୋହରା!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA