Monday, May 18, 2026 06:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏ କି ଚରିତ୍ର…

by Our Correspondent
05 Jan, 2018- 10:06 PM
in Latest News, News
1 min read
0
ଏ କି ଚରିତ୍ର…
ଭୁବନେଶ୍ୱର: ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ ବାରବାଟୀ ଷ୍ଟାଡ଼ିୟମ୍ ଭିଭିଆଇପି ଗ୍ୟାଲେରିରେ ବସି କ୍ରିକେଟ୍ ମ୍ୟାଚ୍ ଦେଖିବା ଖବର ଗଣମାଧ୍ୟମରେ ହଇଚଇ ହେଲା । ଭିଭିଆଇପି ଗ୍ୟାଲେରି ପାସ୍ ତାଙ୍କୁ କିଏ ଦେଲା ତାହାକୁ ନେଇ ସ୍ୱାଭାବିକ ପ୍ରଶ୍ନ ଉଠିଲା । ଏ ପର୍ଯ୍ୟନ୍ତ ତାହାର ଉତ୍ତର ମିଳି ନ ଥିଲା ବେଳେ ଏବେ ଆଉ ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କ ପାୱାର୍ ସୋ ସାମନାକୁ ଆସିଛି । ଲୁଚାଛପାରେ ନୁହେଁ, ଖବରକାଗଜ ମାଲିକ ବେଶରେ ଭୁବନେଶ୍ୱର ଛାତି ତଳେ ଦେଖାଇଛନ୍ତି ନିଜ ପାୱାର୍ ସୋ । ଅବଶ୍ୟ ଶୁଭଙ୍କର ଭଳି ଭିଭିଆଇପିଙ୍କ ନିକଟକୁ ଗଳି ପଶିନାହାନ୍ତି । ବରଂ ନିଜ ଆଡ଼କୁ କୋଳେଇ ନେଇଛନ୍ତି ଭିଭିଆଇପି ମାର୍କା ଦୁଇ ଦୁଇ ଜଣ ପ୍ରଭାବଶାଳୀ ମନ୍ତ୍ରୀ, ଚିଟଫଣ୍ଡ ଦୁର୍ଦ୍ଦଶା ପାଇଁ ଲୁହ ଗଡ଼ଉଥିବା ଗଣମାଧ୍ୟମ ବ୍ୟକ୍ତିତ୍ୱ ଓ ଅନ୍ୟ କିଛି ବ୍ୟକ୍ତିଙ୍କୁ ।
ଚିଟଫଣ୍ଡ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍ ରୁ ଫେରିଥିବା ବିକାଶ ସ୍ୱାଇଁଙ୍କ ମାଲିକାନାରେ ରହିଛି ଦୈନିକ ଖବରକାଗଜ ‘ସୂର୍ଯ୍ୟପ୍ରଭା’ । ଆଜି ଏହାର ୧୫ତମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ହୋଇଥିଲା । ବିକାଶ ସ୍ୱାଇଁଙ୍କ ଆବାହକତ୍ୱରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ସୁଶାନ୍ତ ସିଂ ଅତିଥି ଥିଲେ । ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଥିଲେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ‘କଳିଙ୍ଗ ଟିଭି’ର ମୁଖ୍ୟ ସମ୍ପାଦକ ସୌମ୍ୟଜିତ୍ ପଟ୍ଟନାୟକ । ଏହି ଅବସରରେ ‘ସୁସ୍ଥ ଗଣତନ୍ତ୍ର ପାଇଁ ସୁସ୍ଥ ସାମ୍ବାଦିକତା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ଏକ ଖବରକାଗଜର ବାର୍ଷିକ ଉତ୍ସବର ଭବ୍ୟ ଆୟୋଜନ ଓ ଅତିଥି ସମାବେଶ ଉପରେ କିଛି ଅସ୍ୱାଭାବିକତା ନାହିଁ । ମାତ୍ର ‘ସୂର୍ଯ୍ୟପ୍ରଭା’ କ୍ଷେତ୍ରରେ କିଛି ପ୍ରଶ୍ନ ସାଧାରଣରେ ଉଙ୍କିମାରିଛି । ବିଶେଷକରି ଖବରକାଗଜର ମାଲିକ ବିକାଶ ସ୍ୱାଇଁଙ୍କ ସହ ସଭାମଞ୍ଚ ମଣ୍ଡନ କରିଥିବା ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ମନ୍ତ୍ରୀ ଓ ରାଜ୍ୟର ଜଣାଶୁଣା ମିଡ଼ିଆ ଜିଆଣ୍ଟଙ୍କୁ ନେଇ ଉଠିଛି ପ୍ରଶ୍ନ । ଏଇଥିପାଇଁ ଯେ ବିକାଶ ସ୍ୱାଇଁ ଜଣେ ଚିଟଫଣ୍ଡ ଠକେଇ ଅଭିଯୁକ୍ତ । ଏଟି ଚିଟଫଣ୍ଡ ସହ ସମ୍ପର୍କ ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇ ଦୁଇବର୍ଷ କାଳ ଜେଲ୍ ରେ ଥିଲେ । ଗତବର୍ଷ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ପାଇ ସେ ଜେଲ୍ ରୁ ମୁକୁଳିଛନ୍ତି । ତାଙ୍କ ବିରୋଧରେ ମାମଲା ଚାଲିଛି ଏବଂ ସିବିଆଇ ଦ୍ୱାରା ସେ ଦୋଷମୁକ୍ତ ହୋଇନାହାନ୍ତି । ଠିକ୍ ଶୁଭଙ୍କର ନାୟକଙ୍କ ଭଳି । ବରଂ ଚିଟଫଣ୍ଡ ଟଙ୍କା ହଡ଼ପ ମାମଲାରେ ଶୁଭଙ୍କରଙ୍କଠାରୁ ବିକାଶ ସ୍ୱାଇଁଙ୍କ ବିରୋଧରେ ଆରୋପ ସଙ୍ଗୀନ ବୋଲି କୁହାଯାଉଛି । ଶୁଭଙ୍କର ଭିଭିଆଇପି ପାସ୍ ହାତେଇ ରାତିରେ ବାରବାଟୀ ଷ୍ଟାଡ଼ିୟମ୍ ରେ କ୍ରିକେଟ୍ ଖେଳ ଦେଖିବା ପାପ ହେଉଥିଲା ବେଳେ ଭିଭିଆଇପିମାନେ ବିକାଶ ସ୍ୱାଇଁଙ୍କ ଆମନ୍ତ୍ରିତ ଅତିଥି ହୋଇ ତାଙ୍କ ସହ ଜୟଦେବଭବନ ମଞ୍ଚରେ ଏକାଠି ବସିବା ପାପ ନୁହେଁ କେମିତି ? ଶୁଭଙ୍କରଙ୍କ ପାଇଁ ଚିଟଫଣ୍ଡ କଳଙ୍କ ମାପକାଠି ଠାରୁ ବିକାଶଙ୍କ ପାଇଁ ମାପକାଠି ଭିନ୍ନ କେମିତି ? ଶୁଭଙ୍କର ଯଦି ଅଛୁଆଁ ବିକାଶ କେମିତି ଅଛୁଆଁ ହେଲେ ନାହିଁ ବୋଲି ପ୍ରଶ୍ନ ଉଠିଛି ।
ଏଇ ନିକଟରେ ଶୁଭଙ୍କରଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । କ୍ରିକେଟ ଖେଳ ଦେଖିବାକୁ ଭିଭିଆଇପି ପାସ୍ କେଉଁଠୁ ପାଇଲେ ତାହାର ତଦନ୍ତ ଚାଲିଛି । ତେବେ ସମାନ ଚିଟଫଣ୍ଡ ଅଭିଯୁକ୍ତ ବିକାଶ ସ୍ୱାଇଁଙ୍କ ଆମନ୍ତ୍ରଣ ରକ୍ଷା କରି ଦୁଇ ଦୁଇ ଜଣ ମନ୍ତ୍ରୀ ଏବଂ ପ୍ରଭାବଶାଳୀ ଗଣମାଧ୍ୟମ ମୁଖ୍ୟ ତାଙ୍କ ସହ ଷ୍ଟେଜ୍ ସେୟାର କରିବା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ଚିଟଫଣ୍ଡ ଦୁର୍ନୀତି ବିରୋଧରେ ବିଜେଡ଼ି ସରକାର ବାହୁନି କାନ୍ଦୁଥିବା ବେଳେ ସରକାରର ପ୍ରଭାବଶାଳୀ ମନ୍ତ୍ରୀ ଚିଟଫଣ୍ଡ ଅଭିଯୁକ୍ତଙ୍କ ପାଖରେ ବସି ସର୍ବସମ୍ମୁଖରେ ହସଖୁସିରେ ମାତିଥିଲେ । ସେହିଭଳି ବିକାଶ ସ୍ୱାଇଁଙ୍କ ମେଳିରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ରାଜ୍ୟସାରା ବୁଲି ଲୁହ ଗଡ଼ଉଥିବା ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପସ୍ଥିତି ଜୟଦେବ ଭବନରେ ଉପସ୍ଥିତ ଅଧିକାଂଶ ଦର୍ଶକଙ୍କ ଛାତି ଦୋହଲାଇ ଦେଇଥିଲା । ନିଜ ଜାତି ଭାଇ ବୋଲି ବିକାଶ ସ୍ୱାଇଁ ଆଇନ ଆଖିରେ କିଭଳି ତୁଳସୀ ପାଲଟିଗଲେ ସେହି ପ୍ରଶ୍ନ ଅନେକଙ୍କୁ ଆନ୍ଦୋଳିତ କରିଥିଲା । ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନ୍ୟାୟରେ ହାତରେ ମିଡ଼ିଆ ବୋଲି ଓଡ଼ିଶାବାସୀଙ୍କୁ ଭକୁଆ ବନାଇବା ଛଡ଼ା ଅନ୍ୟ କିଛି ନୁହେଁ ସାଧାରଣରେ ଚର୍ଚ୍ଚା ହେଉଛି । ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଏହା ପ୍ରତାରଣା ବୋଲି ସେମାନେ କହିଛନ୍ତି । ଖାଲି ସେତିକି ନୁହେଁ, ଶୁଭଙ୍କରଙ୍କୁ ନେଇ ତୁମ୍ବିତୋଫାନ କରିଥିବା ଟିଭି ଚାନେଲଗୁଡ଼ିକ ଆଜିର ଦୃଶ୍ୟ ଉପରେ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠାଇଛନ୍ତି । ସୁସ୍ଥ ଗଣତନ୍ତ୍ର ପାଇଁ ଏହା ସୁସ୍ଥ ସାମ୍ବାଦିକତା ନୁହେଁ ବୋଲି ଆକ୍ଷେପ କରିଛନ୍ତି ।
ଏକ ସୂତ୍ରରୁ ମିିଳିଥିବା ସୂଚନା ଅନୁଯାୟୀ ‘ସୂର୍ଯ୍ୟପ୍ରଭା’ର ଏହି ବାର୍ଷିକୋତ୍ସବକୁ ଦିଲ୍ଲୀ ଆପ୍ ସରକାରଙ୍କ ତିନିଜଣ ମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଥିଲା । ମାତ୍ର କାଗଜ ମାଲିକଙ୍କ ଦେହରେ ଚିଟଫଣ୍ଡ କଳଙ୍କ ଲାଗିଥିବାରୁ ସେମାନେ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ ।
Previous Post

ଜଷ୍ଟିସ୍ ଦାସଙ୍କ ମାମଲାରେ ସିବିଆଇର ମନଫୁଲା: ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଆଖିଠାର

Next Post

ମୁହଁ ଖୋଲି ଫସିଲେ ପ୍ରଶାନ୍ତ

Next Post
ମୁହଁ ଖୋଲି ଫସିଲେ ପ୍ରଶାନ୍ତ

ମୁହଁ ଖୋଲି ଫସିଲେ ପ୍ରଶାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA