Sunday, May 24, 2026 12:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭି ଫସିଗଲା; ଡିଆଇ କହିଲେ ପାଣ୍ଡିଆନ୍ ଲାଞ୍ଚ ମାଗି ନଥିଲେ

by Our Correspondent
21 Mar, 2018- 07:37 AM
in Latest News, News
1 min read
0
ଓଟିଭି ଫସିଗଲା; ଡିଆଇ କହିଲେ ପାଣ୍ଡିଆନ୍ ଲାଞ୍ଚ ମାଗି ନଥିଲେ
ଭୁବନେଶ୍ୱର: ନିଜର ହୀନ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ବୈଜୟନ୍ତ ପଣ୍ଡାଙ୍କ ଟିଭି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କ ପଛରେ ପଡ଼ିବା ମହଙ୍ଗା ହୋଇଛି । ଜଣେ ଦୁର୍ନୀତିଗ୍ରସ୍ତ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ମୁହଁରେ ପାଣ୍ଡିଆନ୍ ଙ୍କ ଚରିତ୍ର ସଂହାର କରିବାର ଉଦ୍ୟମ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ ରେ ମିଛ ଖବର ପ୍ରସାରଣ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାର ପ୍ରୟାସକୁ ସୋସିଆଲ୍ ମିଡ଼ିଆରେ ଛିଛାକର କରାଯାଇଛି । ‘ମିଡ଼ ଡ଼େ ଓଡ଼ିଶା’ ସତ୍ୟର ପର୍ଦ୍ଦଫାଶ କରିବା ପରେ ବିଭିନ୍ନସ୍ତରରୁ ପ୍ରଶଂସା କରାଯାଇଛି ।
ଯେଉଁ ଅବସରପ୍ରାପ୍ତ ଡିଆଇଙ୍କୁ ମନେଇ ବୈଜୟନ୍ତଙ୍କ ଟିଭି ପାଣ୍ଡିଆନ୍ ଙ୍କ ଚରିତ୍ର ସଂହାର କରିବାକୁ ଚେଷ୍ଟା କରିଛି ସେହି ଡିଆଇ ମଧ୍ୟ ଟିଭି ଖବରଟି ଅସତ୍ୟ ବୋଲି ଧରା ପକେଇଛନ୍ତି । ତତ୍କାଳୀନ ଡିଆଇ ଲକ୍ଷ୍ମୀନାରାୟଣ ଦାଶ କହିଛନ୍ତି ‘ପାଣ୍ଡିଆନ୍ ମୋଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିବା କଥା ମୁଁ କହିନି । ସେତେବେଳର ଡିପିସି ଅନାମ ପାତ୍ର ୨ ଲକ୍ଷ ଲାଞ୍ଚମାଗିଥିଲେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଟିଭିରେ ପ୍ରସାରିତ ଖବରରେ ପାଣ୍ଡିଆନ୍ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା କଥା ଲକ୍ଷ୍ମୀନାରାୟଣ ନିଜ ପାଟିରେ କହି ନ ଥିଲେ । ପାଣ୍ଡିଆନ୍ ଙ୍କ ଦ୍ୱାରା ସେ ହଇରାଣ ହୋଇଥିବା କୋହଭରା କଣ୍ଠରେ ବଖାଣୁଥିଲେ ମଧ୍ୟ କେଉଁଠି ୨ଲକ୍ଷ ଲାଞ୍ଚ ମାଗିବା କଥା କହି ନଥିଲେ । ମାତ୍ର ପ୍ରସ୍ତୁତ ଖବରରେ ପାଣ୍ଡିଆନ୍ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିବା କଥା ବାରମ୍ବାର କୁହାଯାଇଥିଲା ।
ଲକ୍ଷ୍ମୀନାରାୟଣ ଦାଶଙ୍କୁ ଖୋଜି ଖୋଜି ପାଣ୍ଡିଆନ୍ ଙ୍କ ବିରୋଧରେ କୁହାଇବା ପାଇଁ ହେଉ କି ପାଣ୍ଡିଆନ୍ ଙ୍କ ବିରୋଧରେ ମିଛସତ ଯାହା କହିଲେ ବି ତାହା ବଜାଇବାର ପ୍ରତିଶ୍ରୁତି ଦେଇ ଏଭଳି ସୁଦୁ ମିଛ ଖବର ପ୍ରସ୍ତୁତ ହୋଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି ।
ସାଧୁ ଓ ସଚ୍ଚୋଟତାର ଦ୍ୱାହି ରଖୁଥିବା ଲକ୍ଷ୍ମୀନାରାୟଣ ଯେ ଜଣେ ବିଶୃଙ୍ଖଳିତ ଓ ଦୁର୍ନୀତିଗ୍ରସ୍ତ ସ୍କୁଲ୍ ଡିଆଇ ଥିଲେ ତାହାର ଦସ୍ତାବିଜ୍ ମିଳିସାରିଛି । ଆସିକା ବ୍ଲକ୍ ର ଅଣତାଲିମପ୍ରାପ୍ତ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ଶିକ୍ଷା ସହାୟକଙ୍କ ସିଟି ଟ୍ରେନିଂ ଆବେଦନ ପାଇଁ ସେ ମୁଣ୍ଡପିଛା ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଲାଞ୍ଚ ନମିଳିବାରୁ ସେମାନଙ୍କୁ ହଇରାଣ କରିଥିଲେ ଏବଂ ଜାତିଆଣ ମନ୍ତବ୍ୟ ସହ ଗାଳିଗୁଲଜ କରିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଆବେଦନପତ୍ରଗୁଡ଼ିକୁ ସରକାରଙ୍କପାଖକୁ ନ ପଠାଇ ପକାଇ ରଖିଥିଲେ । ଲାଞ୍ଚ ନମିଳିବାରୁ ସେମାନଙ୍କୁ ସିଟି ଟ୍ରେନିଂରୁ ବଞ୍ଚିତ କରିବାର ଉଦ୍ୟମ କରିଥିଲେ ବୋଲି ପୁଲିସ ତଦନ୍ତ ଓ ବିଭାଗୀୟ ତଦନ୍ତରେ ପ୍ରମାଣିତ ହୋଇଥିଲା ।
ଘଟଣାର ୧୦ ବର୍ଷ ପରେ ଓଟିଭିରେ ପ୍ରସାରିତ ଖବର ଉପରେ ଶିକ୍ଷା ସହାୟିକା ଅହଲ୍ୟା ପାତ୍ର ଦୃଢ଼ ପ୍ରତିବାଦ କରିଛନ୍ତି । ୩୦.୪.୨୦୦୮ ମସିହାରେ ଲକ୍ଷ୍ମୀନାରାୟଣଙ୍କ ବିରୋଧରେ ଆସିକା ଥାନାରେ ମୂଳ ଏତଲାକାରୀ ଅହଲ୍ୟା କହିଛନ୍ତି, ଓଟିଭି ସତ ଖବର ନ ଦେଖାଇ ବିକୃତ ଖବର କରିଛି । ଯଦି ତାଙ୍କ ପାଖରେ ସତ ଖବର ନାହିଁ ଆମ ପାଖକୁ ଆସନ୍ତୁ ବୁଝାଇ ଦେବୁ ବୋଲି ସେ କହିଛନ୍ତି । ଶିକ୍ଷା ସହାୟକ ବିଶ୍ୱନାଥ ସେଠୀ, ଅବନୀକାନ୍ତ ବେହେରା ଓଟିଭି ଖବର ଉପରେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ସମ୍ପୂର୍ଣ୍ଣ ମିଥ୍ୟା ଖବର ପ୍ରସାରଣ କରାଯାଇ ତତ୍କାଳୀନ ଜିଲ୍ଲାପାଳ ପାଣ୍ଡିଆନ୍ ଙ୍କୁ ବଦନାମ କରାଯାଇଛି ବୋଲି ସେମାନେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବୈଜୟନ୍ତଙ୍କ ଟିଭିକୁ ପାଣ୍ଡିଆନ୍ ରୋଗ ଧରିଥିବା ‘ମିଡ଼ ଡ଼େ ଓଡ଼ିଶା’ ପୂର୍ବରୁ ଖବର କରିଥିଲା । ସବୁକଥାରେ ଟାଣି ଓଟାରି ପାଣ୍ଡିଆନ୍ ଙ୍କ ନାଁ ନେବା ଏବେ ବୈଜୟନ୍ତ ଆଣ୍ଡ କୋଃ ଙ୍କ ଫେସନ୍ ହୋଇଯାଇଛି । ମାତ୍ର ପାଣ୍ଡିଆନ୍ ହୁଅନ୍ତୁ ବା ଆଉ ଯିଏ ହୁଅନ୍ତୁ କାହା ବିରୋଧରେ ଏଭଳି ମିଛ ଖବର କରିବା ଏବଂ କାହାରି ଚରିତ୍ର ସଂହାରର ଉଦ୍ୟମ କରିବା ଏକ ସାଂଘାତିକ ଅପରାଧ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ନିଜ ହାତରେ ଟିଭି ଅଛି ବୋଲି ସାମ୍ବାଦିକତା ଆଳରେ ଏଭଳି ଉଦ୍ୟମକୁ ସେମାନେ କଠୋର ଭାଷାରେ ନିନ୍ଦା କରିଛନ୍ତି ।
ଆଶ୍ଚର୍ଯ୍ୟର କଥା ସାଧାରଣଙ୍କୁ ଭକୁଆ ବନାଇ ନିଜର ହୀନ ସ୍ୱାର୍ଥ ଚରିତାର୍ଥ ପାଇଁ ଏକ ମିଛ ଖବରକୁ ପ୍ରସାରଣ କରି ଧରାପଡ଼ିବା ପରେ ସଂପୃକ୍ତ ଟିଭିର ଚେତା ଉଦୟ ହୋଇନି । ସେପଟେ ନିଜକୁ ଏକ ନମ୍ବର ବୋଲାଉ ଥିବା ଖବରକାଗଜ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଚୁପ୍ ରହିବା ଅନେକଙ୍କୁ ବିସ୍ମିତ କରିଛି । ବିଜେଡ଼ି ଓ ବିଜେଡ଼ି ସରକାରଙ୍କ ପାଇଁ ଠିକାଦାରୀର ପ୍ରତିଶ୍ରୁତି ରଖି ଏହି ଖବରକାଗଜ ମାଲିକ ରାଜ୍ୟସଭା ଆସନ ହାତେଇଥିଲେ ମଧ୍ୟ ତାଙ୍କ କାଗଜ ପଦୁଟିଏ ଲେଖୁନାହିଁ । ସେଥିରେ ଜାତିଭାଇ ସାମ୍ବାଦିକତା ପ୍ରୀତି ନା ଆଉ କିଛି ରହସ୍ୟ ରହିଛି ତାହାକୁ ନେଇ ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ।
Previous Post

କାଲିଠୁ ବିଧାନସଭା, ନେତାଙ୍କ ରଣନୀତି ତୟାର୍

Next Post

ଓଟିଭିକୁ ବୟକଟ୍ କଲା ବିଜେଡ଼ି

Next Post
ଓଟିଭିକୁ ବୟକଟ୍ କଲା ବିଜେଡ଼ି

ଓଟିଭିକୁ ବୟକଟ୍ କଲା ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA