Monday, May 25, 2026 01:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ ବିଜେପିର କ୍ଷମତା ମୋହକୁ ମୋଦିଙ୍କ ଚଟକଣି !!

by Our Correspondent
05 Jan, 2019- 05:57 PM
in Latest News, News, Politics
1 min read
0
ଓଡ଼ିଶାରେ ବିଜେପିର କ୍ଷମତା ମୋହକୁ ମୋଦିଙ୍କ ଚଟକଣି !!
ଭୁୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସହ ଲଢ଼ିବା ପାଇଁ ଆମର ଶକ୍ତି, ସାମର୍ଥ୍ୟ ନାହିଁ । ତେଣୁ ଅଯଥା ଲଢ଼ିବାର ନାହିଁ । ଦିଲ୍ଲୀରେ ଆମେ କେମିତି ତିଷ୍ଠି ରହିବା ତାହା ଦେଖିବାର ଅଛି । ତେଣୁ ବିଜେଡ଼ି ନୁହେଁ, କଂଗ୍ରେସ ଆମର ମୁଖ୍ୟ ଶତ୍ରୁ । କଂଗ୍ରେସ ସହ ଲଢ଼ିଲେ ଆମର ଫାଇଦା । ବିଜେପିର ସର୍ବୋଚ୍ଚ ନେତା ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା ଖୋଲିକି ନ କହିଲେ ମଧ୍ୟ ତାଙ୍କ ଆଚରଣ ଓ ଉଚ୍ଚାରଣ ତାହା ଜଣାଇ ଦେଇଛି । ଆଜିର ବାରିପଦା ଦଳୀୟ ସମାବେଶ ଭାଷଣରେ ମୋଦିଙ୍କ ଭାଷଣରୁ ଏହା ହାଡ଼େ ହାଡ଼େ ବାରି ହୋଇପଡ଼ିଛି ।
ଦୁଇ ସପ୍ତାହ ତଳେ ଖୋର୍ଦ୍ଧାରେ ଅନୁଷ୍ଠିତ ଦଳୀୟ ସମାବେଶରେ ପ୍ରଧାନମନ୍ତ୍ରୀ ବେଶ୍ ନରମ ରହିଥିଲେ । ବିଜେଡ଼ି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ପଦୁଟିଏ ବି ଟାଣକଥା କହି ନ ଥିଲେ । ବୋଧହୁଏ କର୍ମୀଙ୍କ ମନ ଖୁସି କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୮ ଟି ପ୍ରଶ୍ନ ପଚାରି ଭାଷଣ ସୀମିତ କରିଥିଲେ । ଆଜି ବାରିପଦାରେ ତାହାର ପୁନରାବୃତ୍ତି ହେବନି ଏବଂ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ମୋଦି ବର୍ଷିବେ ବୋଲି ପ୍ରଚାର ହୋଇଥିଲା । ମାତ୍ର ବର୍ଷିବା ଦୂରେ ଥାଉ, ଖୋର୍ଦ୍ଧା ଭାଷଣଠାରୁ ଆହୁରି ନରମ ଥିଲା ମୋଦିଙ୍କ ଭାଷଣ । ମହିଳା ସଶକ୍ତିକରଣ, ପିପିଲି ପୀଡ଼ିତା ଓ ଆୟୁଷ୍ମାନ ଭାରତ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ନରମିଆ ପରାମର୍ଶରେ ନିଜ ଭାଷଣକୁ ସୀମିତ ରଖିଥିଲେ । ଅନ୍ୟପକ୍ଷରେ, ତାଙ୍କ ଭାଷଣରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ମନଇଚ୍ଛା ବର୍ଷିଥିଲେ ।
ମୋଦିଙ୍କ ଏଭଳି ଭାବ ରାଜ୍ୟ ବିଜେପି ନେତାଙ୍କ ହୋସ୍ ଉଡାଇ ଦେଇଛି । ପ୍ରତିଦିନ ରାଜ୍ୟ ସରକାରଙ୍କ ବିରୋଧରେ ତୁମ୍ବିତୋଫାନ କରୁଥିବା ବିଜେପି ନେତାମାନେ ଲାଜରେ ଝାଉଁଳିଯିବା ଅବସ୍ଥାରେ ପଡ଼ିଛନ୍ତି । ଯେଉଁ ନବୀନ ପଟ୍ଟନାୟକଙ୍କ ବିରୋଧରେ ସେମାନେ ପ୍ରତିଦିନ ଭାଷଣବାଜି କରୁଛନ୍ତି ସେହି ନବୀନଙ୍କ ଆଗରେ ତାଙ୍କର ସର୍ବୋଚ୍ଚ ନେତା କେତେ ଅସହାୟ ତାହା ସେମାନଙ୍କୁ ଆଉ ବୁଝିବା ବାକି ନାହିଁ । ପୂର୍ବରୁ ତାଳଚେର ଓ ଝାରସୁଗୁଡ଼ାରେ ମୋଦି ସିଧାସଳଖ ବିଜେଡ଼ି ସରକାର ଓ ନବୀନ ପଟ୍ଟନାୟକଙ୍କ ନାଁ ନେଇ ବର୍ଷିଥିଲେ । ବିଜେଡ଼ି ସରକାରକୁ ପିସି ସରକାର ବୋଲି କହିବାକୁ ପଛାଇ ନ ଥିଲେ । ମୋଦିଙ୍କ ଏଭଳି ଟାଣପଣ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ସହଯୋଗୀମାନଙ୍କୁ ମତୁଆଲା କରିଥିଲା । ୧୨୦ ପ୍ଲସ୍ ଆସନରେ ନିଶ୍ଚିତ ଜିତିବୁ ବୋଲି ସେମାନେ ଦମ୍ଭ ମାରିଥିଲେ । ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏମିତି ମନ୍ତବ୍ୟ ଦେଲେ ସତେ ଯେମିତି ତାଙ୍କ ବିଜେପି ଏଠି ୧୨୦ ଆସନ ଜିତିକି ଅଛନ୍ତି ।
ତେବେ ପରିବର୍ତ୍ତିତ ଜାତୀୟ ରାଜନୀତି ଦୃଶ୍ୟପଟରେ ନବୀନ ପଟ୍ଟନାୟକଙ୍କୁ ଅସନ୍ତୁଷ୍ଟ କରିବା ପାଇଁ ମୋଦି ଯେ ଚାହୁଁନାହାନ୍ତି ତାହା ସ୍ପଷ୍ଟ ହୋଇଗଲାଣି । ମୋଦିଙ୍କ ବାରମ୍ବାର ଓଡ଼ିଶା ଗସ୍ତ ପଛରେ ବିଜେଡ଼ିକୁ ଟାର୍ଗେଟ୍ କରିବା ଉଦ୍ଦେଶ୍ୟ ନାହିଁ, ବରଂ କଂଗ୍ରେସକୁ ଚେକ୍ ଦେଇ କେନ୍ଦ୍ରରେ ଆଉ ଥରେ ସରକାର ଗଢ଼ିବା ଯୋଜନାରେ ସେ ରହିଥିବା କୁହାଯାଉଛି ।
ଧର୍ମେନ୍ଦ୍ର ଓ ରାଜ୍ୟ ବିଜେପିନେତାଙ୍କ ଦୁର୍ଭାଗ୍ୟ ଯେ ବାରିପଦାରେ ମୋଦି ସମାବେଶ ପାଇଁ ସେମାନେ ଯେଉଁ କସରତ କରିଥିଲେ ତାହା ଫସର ଫାଟିଯାଇଛି । ଖୋର୍ଦ୍ଧାରେ ନ ହେଲା ନାଇଁ, ବାରିପଦାରେ ନବୀନ ପଟ୍ଟନାୟକଙ୍କୁ ମୋଦି ପାଣି ପିଆଇବେ ଏବଂ ସେହି ବାର୍ତ୍ତା ଧରି ନିର୍ବାଚନ ମଇଦାନ ଓହ୍ଲାଇବାକୁ ସଜବାଜ ହୋଇଥିଲେ ରାଜ୍ୟ ବିଜେପି ମୁଣ୍ଡିଆଳ । ମାତ୍ର ମୋଦି ସେମାନଙ୍କୁ ନିରାଶ କରି ଦିଲ୍ଲୀ ଫେରିଛନ୍ତି । ଏବେ ନିଜ କର୍ମୀଙ୍କୁ କେଉଁ ବିଶ୍ୱାସ ଦେଇ ନିର୍ବାଚନ ଲଢ଼ିବେ ତାହା ବିଜେପି ନେତାଙ୍କ ଚିନ୍ତା ବଢ଼ାଇଛି ।
Previous Post

ନବୀନଙ୍କ ମହିଳା କାର୍ଡ: ଏସଏଚଜି ଗ୍ରୁପ୍ କୁ ବିନା ସୁଧରେ ମିଳିବ ଋଣ

Next Post

ମନ୍ତ୍ରୀପଦରୁ ଗଲେ ପ୍ରଦୀପ ମହାରଥୀ

Next Post
ମନ୍ତ୍ରୀପଦରୁ ଗଲେ ପ୍ରଦୀପ ମହାରଥୀ

ମନ୍ତ୍ରୀପଦରୁ ଗଲେ ପ୍ରଦୀପ ମହାରଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA