Monday, May 25, 2026 07:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଓଡ଼ିଶା ମୋ ପରିବାର’ ଆରମ୍ଭ; ସେବାରେ ରାଜନୀତିକୁ ମୁଖ୍ୟମନ୍ତ୍ରୀଙ୍କ ନା

by Our Correspondent
05 Jan, 2020- 06:56 PM
in Latest News, News
1 min read
0
‘ଓଡ଼ିଶା ମୋ ପରିବାର’ ଆରମ୍ଭ; ସେବାରେ ରାଜନୀତିକୁ ମୁଖ୍ୟମନ୍ତ୍ରୀଙ୍କ ନା
ଭୁବନେଶ୍ୱର: ବିଜୁ ଜନତା ଦଳରେ ଏକ ସମାଜ ସେବା ୱିଙ୍ଗ୍ ରଖିବାକୁ ମୁଖ୍ୟମନ୍ତ୍ରୀ ଗତ ଗାନ୍ଧୀ ଜୟନ୍ତୀରେ ଘୋଷଣା କଲେ । ଅକ୍ଟୋବର ୨୫ରେ ‘ଓଡ଼ିଶା ମୋ ପରିବାର’ ନାଁରେ ଏହି କାର୍ଯ୍ୟକ୍ରମର ରୂପରେଖ ଘୋଷଣା କଲେ । ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ । ନବୀନ ନିବାସରେ ‘ମୋ ଓଡ଼ିଶା ପରିବାର’ କୋର୍ ଟିମ୍ ବୈଠକ ବସି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
‘ଓଡ଼ିଶା ମୋ ପରିବାର’ ବିଜେଡ଼ିର ସାମାଜିକ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଦଳୀୟ ଆଭିମୁଖ୍ୟରୁ ଦୂରେଇ ରଖାଯାଇଛି । ଏହି ବୃହତ୍ତ ସମାଜସେବା କାର୍ଯ୍ୟକ୍ରମକୁ ରାଜନୀତିରୁ ଉଦ୍ଧ୍ୱର୍ରେ ରଖିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ ଆଗେଇ ନେବାକୁ ସଂକଳ୍ପ କରାଯାଇଛି ।
‘ଓଡ଼ିଶା ମୋ ପରିବାର’ ରେ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ବିପନ୍ନ ଓଡ଼ିଆଙ୍କୁ ସହାୟତା ଏହିଭଳି ତିନୋଟି ୱିଙ୍ଗ୍ କାର୍ଯ୍ୟ କରିବ ।
ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯିବ ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରକ୍ତଦାନକୁ ଗୁରୁତ୍ୱ ଦିଆଯାଇଛି । ରକ୍ତଦାନକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବା ପହଞ୍ଚାଇ ଅସହାୟଙ୍କୁ ସହାୟତା ଦିଆଯିବ ।
ଓଡ଼ିଶାବାସୀ ଏବଂ ଓଡ଼ିଶା ବାହାରେ ରହୁଥିବା ବିପନ୍ନ ଓଡ଼ିଆ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି । ଦେଶ ତଥା ଦେଶ ବାହାରେ କାମ କରୁଥିବା ଓଡ଼ିଆମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ବିପଦ ସମୟରେ ସେମାନଙ୍କୁ ଓ ପରିବାରକୁ ସହାୟତା ଦେବାକୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।
‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଆବାହକ ରହିଛନ୍ତି ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ । ତିନୋଟି ୱିଙ୍ଗ୍ ର ଦାୟିତ୍ୱ ବୁଝିବା ପାଇଁ ତିନୋଟି କମିଟି ଗଠନ କରାଯାଇଛି । ପରିବେଶ ସୁରକ୍ଷା କମିଟିରେ ସାଂସଦ ପିନାକୀ ମିଶ୍ର ଓ ଅଚ୍ୟୁତ ସାମନ୍ତ, ନଳିନୀକାନ୍ତ ପ୍ରଧାନ, ସଂଧ୍ୟା କୁମାରୀ ନାୟକ ଅଛନ୍ତି । ସ୍ୱାସ୍ଥ୍ୟସେବା କମିଟିରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଲତିକା ପ୍ରଧାନ, ମନୋହର ରନ୍ଧାରୀ, ସୁଶାନ୍ତ କୁମାର ରାଉତ ଏବଂ ଅନନ୍ତ ନାରାୟଣ ଜେନା, ରୀତା ତରାଇ, ସୁନୀତା ବିଶ୍ୱାଳ, ଭାରତୀ ସିଂହ ଓ ଗୌରହରି ମିଶ୍ର ଅଛନ୍ତି । ବିପନ୍ନ ଓଡ଼ିଆଙ୍କୁ ସହାୟତା କମିଟିରେ ଅଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓ ସୁଧୀର ସାମଲ, ଡେଜାଲିନ ମହାପାତ୍ର ।
ସୂଚନାଯୋଗ୍ୟ, ଅରୂପ ପଟ୍ଟନାୟକଙ୍କ ଆବାହକତ୍ୱରେ ଗଠିତ ‘ଓଡ଼ିଶା ମୋ ପରିବାର’ ରେ ପିନାକୀ ମିଶ୍ର, ଡା. ଅଚୁ୍ୟତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ନଳିନୀକାନ୍ତ ପ୍ରଧାନ ସହ ଆବାହକ ଅଛନ୍ତି । ମନୋହର ରାନ୍ଧାରି, ଅନନ୍ତ ନାରାୟଣ ଜେନା, ସୁଧୀର ସାମଲ, ସୁଶାନ୍ତ ରାଉତ, ସଞ୍ଜୀବ ମଲ୍ଲିକ, ଶ୍ରୀମତୀ ଲତିକା ପ୍ରଧାନ, ରୀତା ତରାଇ, ଭାରତୀ ସିଂହ, ସୁନିତା ବିଶ୍ୱାଳ, ସଂଧ୍ୟାକୁମାରୀ ନାୟକ, ଡେଜାଲିନ୍ ମହାପାତ୍ର ଓ ଗୌରହରି ମିଶ୍ର ସଭ୍ୟ ଅଛନ୍ତି ।
Previous Post

‘ଗାନ୍ଧୀ ମାର୍ଗରେ ରହିଛି ସବୁ ସମସ୍ୟାର ସମାଧାନ’

Next Post

ଜେଏନୟୁରେ ହମଲା, ଛାତ୍ରସଂଘ ସଭାପତିଙ୍କ ସମେତ ୪୦ ରକ୍ତାକ୍ତ

Next Post
ଜେଏନୟୁରେ ହମଲା, ଛାତ୍ରସଂଘ ସଭାପତିଙ୍କ ସମେତ ୪୦ ରକ୍ତାକ୍ତ

ଜେଏନୟୁରେ ହମଲା, ଛାତ୍ରସଂଘ ସଭାପତିଙ୍କ ସମେତ ୪୦ ରକ୍ତାକ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA