Monday, May 25, 2026 09:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଔକାତ୍ ଭୁଲିଗଲେ ସାଂସଦ

by Our Correspondent
24 Jan, 2018- 01:58 PM
in Latest News, Politics
1 min read
0
ଔକାତ୍ ଭୁଲିଗଲେ ସାଂସଦ
ଭୁୁବନେଶ୍ୱର: ବିଜେଡ଼ି ସାଂସଦ ନଗେନ୍ଦ୍ର ପ୍ରଧାନ ଓଡ଼ିଆ ସାମ୍ବାଦିକଙ୍କୁ ଇଂରାଜୀରେ ପାଠ ପଢ଼ାଇଲେ । ବାଇଟ୍ ନେଲା ବେଳେ ପ୍ରୋଟୋକଲ୍ ମାନିବାକୁ ରାଗରେ ବକିଲେ । ସାମ୍ବାଦିକମାନେ ଆଗ ତାଙ୍କର ବାଇଟ୍ ନ ନେଇ କଲେକ୍ଟରଙ୍କଠୁ କାହିଁକି ବାଇଟ୍ ନେଲେ ପ୍ରଶ୍ନ ପଚାରି ଥରହର କଲେ । ଦିଲ୍ଲୀ ପାଣି ବାଜିବା ପରଠୁ ନଗେନ୍ଦ୍ର ଏମିତି ସାମ୍ବାଦିକତା କୋର୍ସ କରିଥିବା ଆମ ସାମ୍ବାଦିକ ବନ୍ଧୁମାନଙ୍କୁ ଜଣା ନ ଥିଲା । ତେଣୁ ତାଙ୍କଠୁ ପାଠ ଶିଖି ଏବେ କାମରେ ଲଗାଇପାରନ୍ତି!!
ଧରନ୍ତୁ, ସମ୍ବଲପୁରରେ ଗୋଟେ ବଡ଼ ଅଘଟଣ ଘଟିଗଲା । ଘଟଣାସ୍ଥଳରେ ଏସପି ଓ କଲେକ୍ଟର ପହଞ୍ଚିଛନ୍ତି । ବାଇଟ୍ ପାଇଁ ଏଣିକି ସାମ୍ବାଦିକମାନେ ସାଂସଦଙ୍କ ଆସିବାକୁ ଅପେକ୍ଷା କରି ରହିବେ । ନହେଲେ ପ୍ରୋଟୋକଲ୍ ଭଙ୍ଗ ହୋଇଯିବ । ମନେକରନ୍ତୁ, ସମ୍ବଲପୁରରେ ଗୋଟେ ବଡ଼ ମିଟିଂ ଚାଲିଛି । ସେଠି ସାଂସଦଙ୍କ ସମେତ କଲେକ୍ଟର, ଆରଡ଼ିସି ସମସ୍ତେ ଉପସ୍ଥିତ ଅଛନ୍ତି । ମିଟିଂ ଶେଷ ହେଉ ହେଉ ସାଂସଦଙ୍କୁ ଅତର୍ଚ୍ଛିଆ ବାଥରୁମ୍ ଲାଗିଲା । ଏଣିକି ସାମ୍ବାଦିକମାନେ କଲେକ୍ଟର ଏବଂ ଆରଡ଼ିସିଙ୍କୁ ବସାଇ ସାଂସଦଙ୍କ ଆସିବାକୁ ଅପେକ୍ଷା କରିବେ । ସାଂସଦ ଫେରିଲା ପରେ ଆଗ ତାଙ୍କର ବାଇଟ୍ ନେବେ । ତାପରେ ଯାଇ କଲେକ୍ଟର ଏବଂ ଆରଡ଼ିସିଙ୍କର । କାରଣ ସାଂସଦଙ୍କ ଭାଷାରେ ‘ଉଇ ଆର୍ ଦ ଲ୍ ମେକର୍ସ ନଟ୍ ବ୍ୟୁରୋକ୍ରାଟସ୍ । ଉଇ ଆର୍ ଇମ୍ପୋଟାଣ୍ଟ । ସୋ ମିଡ଼ିଆ ସୁଡ୍ ଟେକ୍ ବାଇଟ୍ ଫାଷ୍ଟ ଫ୍ରମ୍ ଅସ୍ ।
ଗତକାଲି ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଜନ୍ମବାର୍ଷିକୀ ପାଳନ ଉତ୍ସବରେ ସାଂସଦ ଓ କଲେକ୍ଟର ଅତିଥି ଥିଲେ । କଲେକ୍ଟର ଆଗ ସେଠାରୁ ବାହାରିବାରୁ ଟିଭି ସାମ୍ବାଦିକମାନେ ତାଙ୍କର ବାଇଟ୍ ନେଇଥିଲେ । ମାତ୍ର ଏହା ସାଂସଦଙ୍କ ଦେହକୁ ଗଲାନି । ସାମ୍ବାଦିକମାନଙ୍କ ଉପରେ ରାଗି ପାଚି ଲାଲ୍ ପଡ଼ିଗଲେ । କଲେକ୍ଟରଙ୍କଠାରୁ ବାଇଟ୍ ଗଲା ପରେ ତାଙ୍କଠାରୁ ବାଇଟ୍ ନେବା କୁଆଡ଼େ ତାଙ୍କ ସମ୍ମାନରେ ଆଞ୍ଚ ଆଣିଲା । ଆମ ସାଂସଦଙ୍କର ଏଭଳି ମାନସିକତା ଏବଂ ମିଡ଼ିଆକୁ ହାରକିନ୍ ବୁଦ୍ଧିଜୀବୀଙ୍କୁ ସରମ୍ କରିଛି । ଏହି ସାମାନ୍ୟ ଘଟଣାରେ ସାଂସଦଙ୍କର ଏଭଳି ପ୍ରତିକ୍ରିୟାଶୀଳତା ସାଧାରଣ ଲୋକଙ୍କର ମୁହଁ ଲଜ୍ଜାରେ ବଙ୍କା କରିଦେଇଛି ।
ସାମ୍ବାଦିକମାନଙ୍କୁ କ୍ୟାମେରା ବାହାରେ ଥଟ୍ଟାମଜାରେ ନିଜ ଦୁଃଖ କହିଥିଲେ ଚଳିଥାଆନ୍ତା । ହେଲେ କ୍ୟାମେରା ଆଗରେ ଛିଡ଼ା ହୋଇ ତାଙ୍କ କଥା ରେକର୍ଡ କର ବୋଲି ଆହ୍ୱାନ ଦେଇ ଅହଂକାର ଓ ନିର୍ଲଜତାର ସବୁ ସୀମା ଟପିଗଲେ ସାଂସଦ । ସାମ୍ବାଦିକମାନଙ୍କୁ ପାଠ ପଢ଼ାଇବାର ଔକାତ୍ ଦେଖାଇଲେ । ସାମ୍ବାଦିକମାନେ କେତେବେଳେ କାହାକୁ ପ୍ରଶ୍ନ କରିବେ ତାହାର ନିୟମ ଶିଖାଇଲେ ।
ସାଂସଦଙ୍କର ଏହା ଅହଂକାର, ମତିଭ୍ରମ ନା ଆଉ କିଛି ବୋଲି ସାମ୍ବାଦିକମହଲରେ ପ୍ରଶ୍ନ ଉଠିଛି । ରାଜନୈତିକ ମହଲରେ ଅବଶ୍ୟ ଏହାକୁ ନେଇ ଆଉ ଏକ ଚର୍ଚ୍ଚା ହେଉଛି । ବ୍ୟୁରୋକ୍ରାଟ୍/ବାବୁଙ୍କ ବିରୋଧରେ ଡାଇଲଗ୍ ମାରି ନଗେନ୍ଦ୍ର ମାର୍କେଟ୍ ହୀରୋ ତାଲିକାରେ ନିଜ ନାଁ ଯୋଡିବାକୁ ବ୍ୟାକୁଳ ହୋଇଛନ୍ତି କି ? ସହଯୋଗୀ ସାଂସଦଙ୍କର ବାବୁ ବିରୋଧୀ ଡ୍ରାଇଭ୍ ରେ ନିଜକୁ ସାମିଲ କରି ଟିଭି ହେଡଲାଇନ୍ ରେ ରହିବାକୁ ମନ କରିଛନ୍ତି କି ? ଯଦି ଏହା ଠିକ୍ ତାହାହେଲେ ତାଙ୍କ ମନସ୍କାମନା ପୂରଣ ହୋଇଯାଇଛି ଜାଣ । ବ୍ରେକିଂ, ହେଡଲାଇନ୍ ଖବରରେ ଦିନସାରା ଟିଭିରେ ମୁହଁ ଦେଖିଛନ୍ତି ଲୋକେ । ହେଲେ ନିଜ ମନସ୍କାମନା ପୂରଣ ପାଇଁ ସାମ୍ବାଦିକଙ୍କୁ ଗୋଡ଼ ତଳ ଚାକର ଭଳି ବ୍ୟବହାର କରିବା ଏବଂ ସାମ୍ବାଦିକତାର ପାଠ ପଢ଼ାଇବାର ଦୁଃସାହସ ରଖିବା ଠିକ୍ ନୁହେଁ । ସାମ୍ବାଦିକମାନେ ଜାଣିଛନ୍ତି ତମ ଭଳି ସାଂସଦଙ୍କ ଜ୍ଞାନ, ପାରଦର୍ଶିତା କ’ଣ । ନବୀନ ପଟ୍ଟନାୟକଙ୍କ ନାଁରେ ଭୋଟ ପାଇଛ ବୋଲି ଦିଲ୍ଲୀ ଦେଖିଛ । ନହେଲେ ତମର ଔକାତ୍ ସମସ୍ତଙ୍କୁ ଜଣା ବୋଲି ସାମ୍ବାଦିକମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
Previous Post

ଫାଇଦା ଚକ୍କର! ବିଜେପି-କଂଗ୍ରେସ ୧୨ ଘଣ୍ଟିଆ ରେସ୍

Next Post

ମନ ପାଇଲେନି ମୁଖ୍ୟମନ୍ତ୍ରୀ

Next Post
ମନ ପାଇଲେନି ମୁଖ୍ୟମନ୍ତ୍ରୀ

ମନ ପାଇଲେନି ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA