Wednesday, April 29, 2026 01:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Business & Economy

କଫି ଟାଇକୁନ୍ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା, ନଦୀରୁ ମିଳିଲା ମୃତଦେହ

by Our Correspondent
31 Jul, 2019- 03:14 PM
in Business & Economy, Latest News, National, News
1 min read
0
କଫି ଟାଇକୁନ୍ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା, ନଦୀରୁ ମିଳିଲା ମୃତଦେହ
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍.କ୍ରିଷ୍ଣାଙ୍କ ଜ୍ୱାଇଁ ତଥା ‘କାଫେ କଫି ଡେ’ ର ମାଲିକ ଭିି.ଜି. ସିଦ୍ଧାର୍ଥ(୬୦)ଙ୍କ ମୃତଦେହ ଦକ୍ଷିଣ କନ୍ନଡ଼ ଜିଲ୍ଲାର କୋଟେପୁରା ନିକଟସ୍ଥ ନେତ୍ରାବତୀ ନଦୀରୁ ଉଦ୍ଧାର କରାଯାଇଛି । ନଦୀକୂଳରେ ମାଛ ଧରୁଥିବା ରିତେଶ ପ୍ରଥମେ ଏହାକୁ ଠାବ କରି ପୁଲିସକୁ ଖବର ଦେଇଥିଲେ । ନିଖୋଜ ସିଦ୍ଧାର୍ଥଙ୍କୁ ଠାବ କରିବା ପାଇଁ ଗତକାଲି ଦିନତମାମ ହୋଇଥିବା ସର୍ଚ୍ଚ ଅପରେସନ୍ ରେ ମତ୍ସ୍ୟଜୀବୀ ରିତେଶ ବି ସାମିଲ ଥିଲେ । ଆଜି ବଡ଼ି ସକାଳୁ ସେ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ କୂଳରେ ଶବଟିଏ ଭାସୁଥିବା ତାଙ୍କ ନଜରରେ ପଡ଼ିଥିଲା । କଫି ଟାଇକୁନ୍ ସିଦ୍ଧାର୍ଥ ନେତ୍ରାବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିଲା ।
୨୯ ତାରିଖ(ସୋମବାର) ଅପରାହ୍ନରେ ସିଦ୍ଧାର୍ଥ ବେଙ୍ଗାଲୁରୁ ବାସଭବନରୁ ସକଳେଶପୁର ଅଭିମୁଖେ ବାହାରିଥିଲେ । କିଛି ବାଟ ଗଲା ପରେ ସେ ତାଙ୍କ କାର୍ ଡ୍ରାଇଭରକୁ ମାଙ୍ଗାଲୁରୁ ରାସ୍ତା ଧରାଇଥିଲେ । ବାଟରେ ନେତ୍ରାବତୀ ନଦୀ ବ୍ରିଜ୍ ପାଖରେ କାର୍ ଅଟକାଇ ୱାକ୍ କରିବେ ବୋଲି କହିଥିଲେ । ଡ୍ରାଇଭର୍ ଗାଡ଼ି ରଖିବା ପରେ ସିଦ୍ଧାର୍ଥ ମୋବାଇଲ୍ ଫୋନ୍ ରେ କଥା ହୋଇ ଆଗକୁ ଚାଲିଥିଲେ । ସେତେବେଳକୁ ସଂଧ୍ୟା ପ୍ରାୟ ସାଢ଼େ ସାତଟା ବାଜିଥିଲା । ତେବେ କାର୍ ଡ୍ରାଇଭର ସିଦ୍ଧାର୍ଥଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ମଧ୍ୟ ସେ ଫେରି ନ ଥିଲେ । ମନରେ ଆଶଙ୍କା ହେବାରୁ ସେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ସିଦ୍ଧାର୍ଥଙ୍କୁ ଖୋଜିବା ଆରମ୍ଭ କରିଥିଲେ । ପଚରାଉଚୁରା ବେଳେ ସେହି ନଦୀକୂଳରେ ମାଛ ଧରୁଥିବା ସିମଣ୍ଡ ଡି ସୌଜା ନାମକ ଜଣେ ମାଛଧରାଳୀ କେହି ଜଣେ ବ୍ୟକ୍ତି ବ୍ରିଜ୍ ଉପରୁ ନଦୀକୁ ଡ଼େଇଁଥିବା ଦେଖିଛନ୍ତି ବୋଲି ପୁଲିସକୁ କହିଥିଲେ । ତେବେ ସେହି ବ୍ୟକ୍ତି ସିଦ୍ଧାର୍ଥ ନା ଆଉ କେହି ପୁଲିସ ନିଶ୍ଚିତ ହୋଇପାରି ନ ଥିଲା ।
ସିଦ୍ଧାର୍ଥଙ୍କ ଅନ୍ତର୍ଦ୍ଧାନର ଖୋଳତାଡ଼ ଚାଲିଥିବା ବେଳେ ତାଙ୍କର ଏକ ଚିଠି ସାମନାକୁ ଆସିଥିଲା । ମାତ୍ର ଦୁଇଦିନ ପୂର୍ବରୁ ସେ ଚିଠିଟି ତାଙ୍କ କମ୍ପାନୀ କର୍ମଚାରୀ ଏବଂ ବୋର୍ଡ ଅଫ ଡାଇରେକ୍ଟର୍ସଙ୍କୁ ସମ୍ବୋଧିତ କରି ଲେଖିଥିଲେ । ସିଦ୍ଧାର୍ଥ ଲେଖିଥିଲେ, ମୁଁ ନିଜର ସବୁ ପ୍ରୟାସ ସତ୍ତ୍ୱେ ଏକ ଲାଭଜନକ ବ୍ୟବସାୟ ମଡ଼େଲ ତିଆରି କରିବାରେ ବିଫଳ ହୋଇଛି । ଯେଉଁମାନେ ମୋ ଉପରେ ପୂର୍ଣ୍ଣ ଆସ୍ଥା ରଖିଥିଲେ ସେମାନଙ୍କୁ ମୁଁ ନିରାଶ କରିଥିବାରୁ କ୍ଷମା ପ୍ରାର୍ଥନା କରୁଛି । ମୁଁ ଲମ୍ବା ସମୟ ଧରି ଲଢ଼େଇ କରି ଆସିଛି । କିନ୍ତୁ ଆଜି ମୁଁ ସାହାସ ହରାଇଛି । ସେୟାର୍ ବାଏ ବ୍ୟାକ୍ ପାଇଁ ମୋର ଜଣେ ପ୍ରାଇଭେଟ୍ ଇକ୍ୱିଟି ପାର୍ଟନର ମୋତେ ବାଧ୍ୟ କରୁଛନ୍ତି । ସେହି ଚାପ ଆଉ ସମ୍ଭାଳି ପାରୁନାହିଁ ।
୨୦୧୭ ମସିହାରେ ତାଙ୍କ ଉପରେ ହୋଇଥିବା ଆୟକର ବିଭାଗ ଚଢ଼ାଉରେ ସେ କିଭଳି ନିର୍ଯାତିତ ହୋଇଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଥିଲେ । ଆୟକର ବିଭାଗ ଆମ ଉପରେ ଅନୁଚିତ ବ୍ୟବହାର କରିଛି । ଆମର ମାଇଣ୍ଡଟ୍ରି ବିକ୍ରିକୁ ରୋକିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆମ ସେୟାର ଜବତ କରିନେଇଥିଲା । ଏପରିକି କାଫି ଡ଼େ ସେୟାର ଅଧିକାର ମଧ୍ୟ ଛଡ଼ାଇ ନେଇଥିଲା ବୋଲି ସିଦ୍ଧାର୍ଥ ଲେଖିଛନ୍ତି ।
ସୂଚନାଯୋଗ୍ୟ, ଆତ୍ମହତ୍ୟା କରିଥିବା କଫି ଟାଇକୁନ୍ ଙ୍କର ଏକାଧିକ ବ୍ୟବସାୟ ଥିଲା । ‘କାଫେ କଫି ଡେ’ ବା ସିସିଡି ତାଙ୍କର ଏକ ସଫଳ ଉଦ୍ୟୋଗ ଏବଂ ସାରା ଦେଶ ବିଦେଶରେ ଏହାର ୧୭୫୦ ଷ୍ଟୋର୍ ରହିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ସିସିଡି ବ୍ୟବସାୟ ଆକାର ୨୨୫୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା । ତେବେ କମ୍ପାନୀର ଋଣ ପରିମାଣ ସିଦ୍ଧାର୍ଥଙ୍କର ଚିନ୍ତା ବଢ଼ାଇ ଦେଇଥିଲା । ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା କଫି ଡେ ଏଣ୍ଟରପ୍ରାଇସେସ୍ ଉପରେ ୬,୫୫୦ କୋଟି ଟଙ୍କା ଋଣଭାର ଥିଲା । ତେବେ ମାଇଣ୍ଡଟ୍ରି ଅଂଶଧନ ବିକ୍ରିରୁ ୩,୨୦୦ କୋଟି ଟଙ୍କା ପାଇଥିବାରୁ ସିଦ୍ଧାର୍ଥଙ୍କର ଏହି ଋଣ ବୋଝ ଅନେକାଂଶରେ ହାଲକା ହୋଇଯାଇଥାଆନ୍ତା । ମାର୍କେଟ୍ ଚର୍ଚ୍ଚା ଅନୁଯାୟୀ ସିଦ୍ଧାର୍ଥ ଆସନ୍ତାବର୍ଷ ତାଙ୍କର ସିସିଡି ଇକ୍ୱିଟିକୁ ୮ ହଜାର କୋଟି ଟଙ୍କାରେ କୋକା କୋଲା କୁ ବିକ୍ରି କରିଦେବାକୁ କୁଆଡ଼େ କଥାବାର୍ତ୍ତା ସରିଥିଲା ।
୧୯୫୯ ମସିହାରେ ଜନ୍ମିତ ସିଦ୍ଧାର୍ଥ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିଥିଲେ । କମ୍ପୁଟରରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତାଙ୍କ ପରିବାରର କଫି ରପ୍ତାନୀ ବ୍ୟବସାୟ ଥିଲା । ସେମାନଙ୍କର ୧୫ ହଜାର ହେକ୍ଟର କଫି ଚାଷ ଜମି ରହିଛି । ୧୯୯୬ ମସିହାରେ କେଫ କଫି ଡେ ପ୍ରତିଷ୍ଠା କରି ଦେଶର ସଫଳ ବ୍ୟବସାୟୀ ହୋଇପାରିଥିଲେ । ଖାଲି କଫି ନୁହେଁ, ସିଦ୍ଧାର୍ଥ ଏକାଧିକ ବ୍ୟବସାୟ ଆରମ୍ଭ କରିଥିଲେ । ୨୦୦୦ ମସିହାରେ ଗ୍ଲୋବାଲ୍ ଟେକନୋଲୋଜି ଭେନଚର୍ସ ଲିମିଟେଡ଼ ପ୍ରତିଷ୍ଠା କରିଥିଲେ । ପରେ ଡାର୍କ ଫରେଷ୍ଟ ଫର୍ଣ୍ଣିଚର କମ୍ପାନୀ ଗଢ଼ି ଫର୍ଣ୍ଣିଚର ବ୍ୟବସାୟରେ ପାଦ ଦେଇଥିଲେ । ୩ ହଜାର ଏକର ଜମିରେ କଦଳୀ ଚାଷ କରି ସେ ରପ୍ତାନୀ କରିବାକୁ ଯାଉଥିଲେ । ତାଙ୍କ ସମ୍ପତ୍ତିର ମୂଲ୍ୟ ୨୫ ହଜାର କୋଟି ଆକଳନ କରାଯାଇଛି ।
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଏସ୍.ଏମ୍.କ୍ରିଷ୍ଣାଙ୍କର ବଡ଼ଝିଅ ମାଳବିକାଙ୍କୁ ବିବାହ କରିଥିଲେ ସିଦ୍ଧାର୍ଥ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ବହୁ ଚର୍ଚ୍ଚିତ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସାବତ ପୁଅ ହେଉଛନ୍ତି ତାଙ୍କର ସଢ଼ୁ ।
Previous Post

ଉଛୁଳିଲାଣି ବିଜେଡ଼ି-ବିଜେପି ପ୍ରେମ !

Next Post

ରବିଶ କୁମାରଙ୍କୁ ରମଣ ମାଗାସେସ ଆୱାର୍ଡ

Next Post
ରବିଶ କୁମାରଙ୍କୁ ରମଣ ମାଗାସେସ ଆୱାର୍ଡ

ରବିଶ କୁମାରଙ୍କୁ ରମଣ ମାଗାସେସ ଆୱାର୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA