Sunday, May 31, 2026 04:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନା ତଥ୍ୟରେ ତାଳମେଳ ନାହିଁ

by Our Correspondent
08 Apr, 2020- 11:21 PM
in Latest News, News
1 min read
0
କରୋନା ତଥ୍ୟରେ ତାଳମେଳ ନାହିଁ
Spread the love
ଭୁବନେଶ୍ୱର: ରାଜ୍ୟ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରତିଦିନ ପ୍ରେସମିଟ୍ କରି କରୋନା ତଥ୍ୟ ଦେଉଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଆଜି ତଥ୍ୟ ଦେଇଛନ୍ତି । ସେଥିମଧ୍ୟରୁ ଦୁଇଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଆଧାରରେ ରାଜ୍ୟବାସୀଙ୍କୁ ସବୁଦିନ ଏଭଳି ଅପଟେଡ୍ ଦେଉଛନ୍ତି ବାଗଚୀ ।
ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ଦିନଠାରୁ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଏବଂ ସୁବ୍ରତ ବାଚଗୀଙ୍କ ତଥ୍ୟକୁ ଆମେ ଏଠାରେ ଉଲ୍ଲେଖ କରୁଛୁ । ଚିହ୍ନଟ ତାରିଖ, ଆକ୍ରାନ୍ତ ସଂଖ୍ୟା ଓ ଆକ୍ରାନ୍ତ କେଉଁ ଅଞ୍ଚଳର ସେହି ତଥ୍ୟ ରଖୁଛୁ ।
୧୫ ମାର୍ଚ୍ଚ: ଭୁବନେଶ୍ୱର ବଡ଼ଗଡ଼ରୁ ୧
୧୯ ମାର୍ଚ୍ଚ: ଭୁବନେଶ୍ୱର ଏମ୍ସ ଅଞ୍ଚଳରୁ ୧
୨୬ ମାର୍ଚ୍ଚ: ଭୁବନେଶ୍ୱର ସହିଦନଗରରୁ ୧
୩୧ ମାର୍ଚ୍ଚ: ଭଦ୍ରକରୁ ୧
୧ ଏପ୍ରିଲ୍: ଭୁବନେଶ୍ୱର ସୂର୍ଯ୍ୟନଗରରୁ ୧
୩ ଏପ୍ରିଲ୍: କଟକରୁ ୧
୩ ଏପ୍ରିଲ୍(ସଂଧ୍ୟା): ଭୁବନେଶ୍ୱର ବମିଖାଲରୁ ୩
୩ ଏପ୍ରିଲ୍(ରାତି): ସୂର୍ଯ୍ୟନଗରରୁ ୭, ଭଦ୍ରକରୁ ୨, ପୁରୀରୁ ୧, ଯାଜପୁରରୁ ୧
୪ ଏପ୍ରିଲ୍: କଳାହାଣ୍ଡିରୁ ୧
୫ ଏପ୍ରିଲ୍(ଦିନ): କପିଳପ୍ରସାଦରୁ ୧, ବମିଖାଲରୁ ୧
୫ ଏପ୍ରିଲ୍(ରାତି): ବମିଖାଲରୁ ୧୫, ଭୁବନେଶ୍ୱରରୁ ୧(ଠିକଣା ନାହିଁ)
୬ ଏପ୍ରିଲ୍: କେନ୍ଦ୍ରାପଡ଼ାରୁ ୧
୭ ଏପ୍ରିଲ୍: ଝାରପଡ଼ାରୁ ୧( ମୃତ), ମଧୁସୂଦନ ନଗରରୁ ୧
ଏହି ତାଲିକାରେ ସତ୍ୟନଗର ଅଞ୍ଚରୁ କେହି ଆକ୍ରାନ୍ତ ନାହାନ୍ତି । ମାତ୍ର ଗତକାଲି ରାତିରେ ସତ୍ୟନଗର ଅଞ୍ଚଳକୁ ବିଏମସି ହଠାତ କଣ୍ଟେନମେଣ୍ଟ(ଆବଦ୍ଧ) ଜୋନ୍ ଘୋଷଣା କରି ସିଲ୍ କରିଦେଲା । ବିଏମସି ପକ୍ଷରୁ ଯେଉଁ ନିର୍ଦ୍ଦେଶନାମା ଜାରି ହେଲା ତାହା ବି ଦ୍ୱନ୍ଦ ସୃଷ୍ଟି କଲା । ସତ୍ୟନଗର ଅଞ୍ଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରିରେ ବିଦେଶ ଓ ଅନ୍ୟ ରାଜ୍ୟ ଗସ୍ତ ନାହିଁ । ତେଣୁ ସଂକ୍ରମଣ ସମ୍ଭାବନା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ବିଏମସି ନିର୍ଦ୍ଦେଶନାମାରେ କୁହାଗଲା ।
ବିଏମସିର ଏହି ଦ୍ୱନ୍ଦ ସୃଷ୍ଟିକାରୀ ତଥ୍ୟକୁ ପ୍ରଥମେ ସାମନାକୁ ଆଣିଥିଲା “ମିଡ଼ ଡ଼େ ଓଡ଼ିଶା” । ସବୁସ୍ତରରେ ଏହା ଚର୍ଚ୍ଚା ହେଲା । ବିଏମସିର ତଥ୍ୟ ଓ ପଦକ୍ଷେପ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କଲା । ସତ୍ୟନଗର ପଜିଟିଭ୍ ସଂଖ୍ୟା କାଳେ ପ୍ରକାଶ ଅପେକ୍ଷାରେ ଥିବ ସେଥିପାଇଁ ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ କୁ ସମସ୍ତେ ଚାହିଁଥିଲେ । ମାତ୍ର ବାଗଚୀ ସେ ସମ୍ପର୍କରେ କିଛି କହିଲେନି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ବୋଲି ଖାଲି ଯାହା ସରକାରୀ ତଥ୍ୟ ରଖିଲେ ।
ବାଗଚୀଙ୍କ ପ୍ରେସମିଟ୍ ର କିଛି ସମୟ ପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସତ୍ୟନଗରକୁ ନେଇ ସୃଷ୍ଟ ଦ୍ୱନ୍ଦ ଉପରେ ଏକ ପ୍ରେସମିଟ୍ ରେ ସ୍ପଷ୍ଟୀକରଣ ରଖିଥିଲେ । ତାଙ୍କର ତଥ୍ୟ ହେଲା ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୩୪ ଜଣ ପଜିଟିଭ୍ (୩୧ ଆକ୍ଟିଭ୍ କେସ୍) ଙ୍କ ମଧ୍ୟରୁ ବଡ଼ଗଡ଼-୧, ଭରତପର-୧, ସହିଦନଗର-୧, ସୂର୍ଯ୍ୟନଗର-୮, ବମିଖାଲ-୧୪, କପିଳପ୍ରସାଦ-୧, ସତ୍ୟନଗର-୪, ୟୁନିଟ୍ ୫ -୧, ମହିଷାଖାଇ ବିଜେବି ନଗର-୧, ମଧୁସୂଦନ ନଗର-୧ ଏବଂ ଝାରପଡ଼ା-୧ ।
ବିଏମସି କମିଶନରଙ୍କ ତଥ୍ୟରେ ସତ୍ୟନଗର, ୟୁନିଟ୍-୫, ମହିଷାଖାଇ ବିଜେବି ନଗର, ଭରତପୁର ନାଁ ଯୋଡି ହୋଇଛି ଯାହା ଲୋକମାନେ ପ୍ରଥମ ଥର ପାଇଁ ଶୁଣିଲେ । ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ କିମ୍ବା ସୁବ୍ରତ ବାଗଚୀଙ୍କ ମୁହଁରୁ ଶୁଣାଯାଇ ନ ଥିଲା । ବିଏମସି କମିଶନରଙ୍କ ମୁହଁରୁ ଶୁଣିଲା ପରେ ସ୍ୱାଭାବିକ ଭାବେ ସଂପୃକ୍ତ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି ।
ଏଥିରୁ ସ୍ପଷ୍ଟ ଯେ ସ୍ୱାସ୍ଥ୍ୟ ବିଭାଗ ଓ ବିଏମସି ତଥ୍ୟ ମଧ୍ୟରେ ତାଳମେଳ ନାହିଁ । ଏହା ଚର୍ଚ୍ଚାକୁ ଆସିଲା ପରେ ଦୁଇ ପକ୍ଷ ହରଡ଼ଘଣାରେ ପଡ଼ିଛନ୍ତି । ସମ୍ଭବତଃ ଦୋଷ ଲୁଚାଇବା ଉଦ୍ୟମରେ ତଥ୍ୟ ବାଆଁରେଇବାକୁ ଚେଷ୍ଟା କରିଛନ୍ତି । ୪୨ ଆକ୍ରାନ୍ତଙ୍କ ତାଲିକାରେ ସତ୍ୟନଗର ନାଁ ଧରି ନ ଥିବା ସ୍ୱାସ୍ଥ୍ୟ ବିଭାଗ ଆଜିର ଟ୍ୱିଟ୍ ରେ ସତ୍ୟନଗର ନାଁ ଯୋଡିଦେଇଛି । ସତ୍ୟନଗରରୁ ଚିହ୍ନଟ ୪ ପଜିଟିଭ୍ ମଧ୍ୟରୁ ୩ ଜଣଙ୍କର ବମିଖାଲ୍ ଆକ୍ରାନ୍ତଙ୍କ ସହ ଲିଙ୍କ୍ ଥାଇପାରେ ବୋଲି ଅଜବ ତଥ୍ୟ ରଖିଛି ।
ସେପଟେ ବିଏମସି ପକ୍ଷରୁ ଟ୍ୱିଟ୍ କରାଯାଇ ରୋଚକ ତଥ୍ୟ ସାମନାକୁ ଛାଡ଼ିଛନ୍ତି । ଭୁବନେଶ୍ୱର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମଫେଡ ଷ୍ଟଲ୍ କୁ କରୋନା ପଜିଟିଭ୍ ଚିହ୍ନଟ ଜଣେ ବ୍ୟକ୍ତି ନିୟମିତ ଯାଇଥିଲେ । ତେଣୁ କେହି ସେଠାକୁ ଯାଇଥିଲେ ୧୦୪ କୁ ଫୋନ୍ କରି କ୍ୱାରେଣ୍ଟାଇନ୍ ରେ ରହନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ତେବେ ସେହି ଆକ୍ରାନ୍ତ ବ୍ୟକ୍ତି କେଉଁଠାର, କେବେ ଚିହ୍ନଟ ହୋଇଥିଲେ ଏବଂ କେବେଠାରୁ ସେହି ଷ୍ଟଲ୍ କୁ ଯାଉଥିଲେ ବିଏମସି ତାହାର ସୂଚନା ଦେଇନାହିଁ ।
ଏହି କଥା କହିଲା ବେଳେ ବିଏମସି କମିଶନର ଆଉ ଗୋଟେ କଥା ବି ଭୁଲିଯାଉଛନ୍ତି । ରାଜ୍ୟର ପଞ୍ଚମ ଆକ୍ରାନ୍ତ ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ନାଁ ପ୍ରେସ୍ ମିଟ୍ କରି ସର୍ବସାଧାରଣ କରିଥିଲେ କମିଶନର । ତାଙ୍କର ଯୁକ୍ତି ଥିଲା ଯେହେତୁ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରିରେ ବିଦେଶ କିମ୍ବା ଅନ୍ୟ ରାଜ୍ୟ ଗସ୍ତ ନାହିଁ ତେଣୁ ଭୁବନେଶ୍ୱରରେ ରହି ହିଁ ସେ ସଂକ୍ରମଣର ଶିକାର ହୋଇଛନ୍ତି । ତେଣୁ ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ବୋଲି କମିଶନର ଦର୍ଶାଇଥିଲେ ।
ପ୍ରଶ୍ନ ହେଉଛି, ଯଦି ସୂର୍ଯ୍ୟନଗର ଆକ୍ରାନ୍ତଙ୍କ କ୍ଷେତ୍ରରେ ବିଏମସି ଏହି ପନ୍ଥା ଆପଣେଇଲା ତେବେ ସତ୍ୟନଗରର ତଥାକଥିତ ଆକ୍ରାନ୍ତମାନଙ୍କ ପରିଚୟ ପ୍ରକାଶ କରିନାହାନ୍ତି କାହିଁକି? ବିଏମସିର ତଥ୍ୟ ଅନୁଯାୟୀ ସତ୍ୟନଗର ଆକ୍ରାନ୍ତମାନେ ବି ଭୁବନେଶ୍ୱରରୁ ସଂକ୍ରମିତ ହୋଇଛନ୍ତି । ତେଣୁ ସେମାନଙ୍କ ପରିଚୟ ସର୍ବସାଧାରଣ କରାଇବା ଜରୁରୀ ନୁହେଁ କି?
ଏହିଭଳି ଭାବେ ବିଏମସି କମିଶନର ଏବଂ ସ୍ୱାସ୍ଥ୍ୟ ବିଭାଗ ଆଜି ଯେଉଁ ତଥ୍ୟ ଦେଇଛନ୍ତି ତାହା ଏତେ ଜଟିଳ ଯେ ଲୋକଙ୍କ ମୁଣ୍ଡରେ ପଶୁନାହିଁ । ପ୍ରଶ୍ନ ଉଠୁଛି ଏହି ତଥ୍ୟ ସେମାନେ ଆଗରୁ ଦେଉ ନ ଥିଲେ କାହିଁକି? ୧୯ ଜଣ ଆକ୍ରାନ୍ତ ବମିଖାଲର ଗୋଟିଏ ପରିବାରର ବୋଲି ଗତ ୬ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ରେ ସ୍ପଷ୍ଟ କରିଥିଲା । ତା ପୂର୍ବଦିନ ରାତିରେ ଭୁବନେଶ୍ୱରରୁ ଚିହ୍ନଟ ୧୬ ଜଣଙ୍କ ମଧ୍ୟରୁ ୧୫ ଜଣ ବମିଖାଲର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଥିଲା । (ଆଉ ଜଣେ କେଉଁଠାର ସେହି ତଥ୍ୟ କୁହାଯାଇ ନ ଥିଲା । ଆଜି ବି ଲୋକେ ଜାଣିନାହାନ୍ତି ।)
ଆହୁରି ବଡ଼କଥା ହେଲା, ସେଦିନ ସ୍ୱାସ୍ଥ୍ୟ ବିଭାଗର ସୂଚନା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ହାଣ୍ଡଲରେ ମଧ୍ୟ ସ୍ଥାନ ପାଇଥିଲା । ଭୁବନେଶ୍ୱରର ଏକ କଣ୍ଟେଣ୍ଡ ଅଞ୍ଚଳରୁ ଏମାନେ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କର କଣ୍ଟାକ୍ଟ ଜଣା ନ ଥିବାରୁ ଲୋକମାନେ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମାତ୍ର ଆଜି ସ୍ୱାସ୍ଥ୍ୟ ବିଭାଗ ଏଇ ଦୁଇଦିନ ତଳର ତଥ୍ୟ ଗିଳିବାକୁ ସାହାସ କରିଛି । ସ୍ୱାସ୍ଥ୍ୟ ବିଭାଗ ଓ ବିଏମସିର ତଥ୍ୟ ସ୍ୱାଭାବିକ ଭାବେ ସମସ୍ତଙ୍କୁ ବିଭ୍ରାନ୍ତରେ ପକାଇଛି । ତଥ୍ୟରେ ତାଳମେଳ ନ ଥିବାରୁ ଲୋକମାନେ ଆତଙ୍କିତ ହେଉଛନ୍ତି ।
କହିବା ବାହୁଲ୍ୟ ଯେ, କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଆଜି ଦେଶରେ ଉଦାହରଣ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ପ୍ରଶାସନ କଳ ତତ୍ପର ରହିଛନ୍ତି ଏବଂ ଅଧିକାରୀମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । କରୋନା ଯୁଦ୍ଧରେ ଜିତିବା ପାଇଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀମାନେ ପରିବାର ଛାଡ଼ି ନିଜ ଜୀବନକୁ ବାଜି ଲଗାଇଛନ୍ତି । ପୁଲିସ ବି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ହେଲେ କରୋନା ଆକ୍ରାନ୍ତ ଚିହ୍ନଟଙ୍କ ତଥ୍ୟ ଦେବାରେ ଏଭଳି ବିଭ୍ରାଟ ସାଧାରଣରେ ଦ୍ୱନ୍ଦ ଏବଂ ପ୍ରତିକ୍ରିୟା ସୃଷ୍ଟି କରିଛି ।
ସର୍ବୋପରି ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ସରକାର ଓ ପ୍ରଶାସନ କଳକୁ ଗଣମାଧ୍ୟମ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ସରକାରୀ ବିଭାଗରେ ସମନ୍ୱୟ ଅଭାବରୁ ଗଣମାଧ୍ୟମକୁ ଦ୍ୱନ୍ଦ ଓ ବିଭ୍ରାନ୍ତିରେ ପକାଉଛନ୍ତି । ଏହା ଜନସାଧାରଣଙ୍କର ଯେ କ୍ଷତି କରୁଛି ତାହା ସରକାର ବୁଝିବା ଦରକାର । ବ୍ୟବସ୍ଥାକୁ ନ ସଜାଡ଼ିଲେ ଏହା ବିପଦ ସୃଷ୍ଟି କରିପାରେ ।
Previous Post

ଲକ୍ ଡାଉନ୍ ଅବଧି ବଢ଼ିପାରେ !

Next Post

ଏପ୍ରିଲ୍ ୩୦ ଯାଏଁ ବଢ଼ିଲା ଲକ୍ ଡାଉନ୍

Next Post
ଏପ୍ରିଲ୍ ୩୦ ଯାଏଁ ବଢ଼ିଲା ଲକ୍ ଡାଉନ୍

ଏପ୍ରିଲ୍ ୩୦ ଯାଏଁ ବଢ଼ିଲା ଲକ୍ ଡାଉନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA