Saturday, May 30, 2026 03:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କର୍ଣ୍ଣାଟକରେ ବିଜେପିକୁ ବହୁମତ, କଂଗ୍ରେସ ଚିତପଟାଙ୍ଗ

by Our Correspondent
15 May, 2018- 12:46 PM
in Latest News, Politics
1 min read
0
କର୍ଣ୍ଣାଟକରେ ବିଜେପିକୁ ବହୁମତ, କଂଗ୍ରେସ ଚିତପଟାଙ୍ଗ

ବେଙ୍ଗାଲୁରୁ: କଂଗ୍ରେସ ହାତରୁ ଖସିଗଲା କର୍ଣ୍ଣାଟକ । ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ଚିତପଟାଙ୍ଗ ମାରିଛି । ଶେଷ ଖବର ଅନୁଯାୟୀ ଦଳ ମାତ୍ର ୭୧ ଆସନରେ ସୀମିତ ରହିଛି । ବିଜେପି ୧୧୧ ସିଟ୍ ସହ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଜେଡିଏସ୍ ୩୮ ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଅନ୍ୟାନ୍ୟ ଦଳକୁ ମାତ୍ର ଦୁଇଟି ଆସନ ମିଳିଛି । ଏଥିସହ ସାରା ଦେଶର ବିଭିନ୍ନ ରାଜ୍ୟରେ ବିଜେପି ତାର ବିଜୟଧାରା ଅବ୍ୟାହତ ରଖିଛି ।

କର୍ଣ୍ଣାଟକରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଅଧିକାଂଶ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ କରିଥିଲା । ରାଜ୍ୟରେ ଝୁଲା ବିଧାନସଭା ହେବ ବୋଲି କୁହାଗଲା । ଜେଡିଏସ୍ ମୁଖ୍ୟ ଦେବଗୌଡ଼ା କିଙ୍ଗମେକର୍ ଭୂମିକା ଗ୍ରହଣ କରିବେ ବୋଲି ଆକଳନ ହେଲା । ତେବେ ସବୁ ଆକଳନ ଭୁଲ୍ ପ୍ରମାଣିତ ହୋଇଛି । ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ଏକାକୀ ସରକାର ଗଢ଼ିବାକୁ ସକ୍ଷମ ହୋଇଛି । ମ୍ୟାଜିକ୍ ନମ୍ବର ୧୧୨କୁ ଦଳ ଛୁଇଁବାକୁ ଯାଉଛି । ଏସସି/ଏସଟି ବହୁଳ ଅଞ୍ଚଳରେ ବିଜେପିକୁ ଯଥେଷ୍ଟ ସଫଳତା ମିଳିଛି । ଏହି ବର୍ଗର ନେତା ତଥା ପାୱାରଫୁଲ୍ ରେଡ୍ଡି ବ୍ରଦର୍ସଙ୍କ ଘନିଷ୍ଠ ବି.ଶ୍ରୀରାମୁଲୁଙ୍କ ପ୍ରଭାବ କଂଗ୍ରେସକୁ ମାଟି ଚଟାଇଛି । ସେହିଭଳି ଲିଙ୍ଗାୟତ୍ ସମ୍ପ୍ରଦାୟର ଭୋଟ ହାତେଇବାରେ ବିଜେପି ସକ୍ଷମ ହୋଇଛି ।
ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପାଇଁ ସ୍ୱପ୍ନ ଦେଖିଥିବା କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ଗତ ନିର୍ବାଚନ ତୁଳନାରେ ଏଥର ଦଳ ୫୦ଟି(ଶେଷ ଖବର ଅନୁଯାୟୀ) ସିଟ୍ ହରାଇଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ନିର୍ବାଚନ ଲଢ଼ିଥିବା ଦୁଇଟି ଆସନ ମଧ୍ୟରୁ ବାଦାମି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ଜିତିଥିବା ବେଳେ ଛାମୁଣ୍ଡେଶ୍ୱରୀ ନିର୍ବାଚନମଣ୍ଡଳୀରେ ପଛୁଆ ରହିଛନ୍ତି । ସବୁଠାରୁ ବଡ଼କଥା ହେଉଛି, ରାହୁଲ ଗାନ୍ଧୀ ଯେଉଁ ୧୪ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିଲେ ସେସବୁ ଆସନରେ କଂଗ୍ରେସ ହାରିଛି । ପୂର୍ବରୁ ସେହି ଆସନଗୁଡ଼ିକ କଂଗ୍ରେସ ହାତରେ ଥିଲା । ରାହୁଲଙ୍କ ପ୍ରଚାର ସତ୍ତ୍ୱେ ତାହା ବିଜେପି ହାତକୁ ଚାଲିଯାଇଛି ।
ମେ ୧୨ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୭୨.୩୬ ପ୍ରତିଶତ ମତଦାନ ହୋଇଥିଲା । ୧୯୫୨ ପରେ ଏହା ସର୍ବାଧିକ ମତଦାନ । କର୍ଣ୍ଣାଟକ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ଚାଲେଂଜପୂର୍ଣ୍ଣ ଥିଲା । ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବାକୁ ସିଦ୍ଧରମେୟା ପାଗ ଭିଡ଼ି ବସିଥିଲେ । ମାତ୍ର ସରକାର ଗଢ଼ିବାର ସ୍ୱପ୍ନ ତାଙ୍କର ଧୂଳିସାତ୍ ହୋଇଛି । ଏକକ ସଂଖ୍ୟାଗରିଷ୍ଠ ଆସନ ଧରି ବିଏସ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହୋଇସାରିଲେଣି । ମେ ୧୭ ରେ ୟେଦୁରପ୍ପା ଶପଥ ନେବେ ବୋଲି ଖବର ମିଳିଛି ।
Previous Post

ଦାମ ରାଗିକି ନିଆଁବାଣ

Next Post

ଖେଳ ବୁଲିଲା; କୁମାରସ୍ୱାମୀ ହେବେ ମୁଖ୍ୟମନ୍ତ୍ରୀ !

Next Post
ଖେଳ ବୁଲିଲା; କୁମାରସ୍ୱାମୀ ହେବେ ମୁଖ୍ୟମନ୍ତ୍ରୀ !

ଖେଳ ବୁଲିଲା; କୁମାରସ୍ୱାମୀ ହେବେ ମୁଖ୍ୟମନ୍ତ୍ରୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA