Sunday, May 10, 2026 07:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଗଜର କମାଲ୍ ଦେଖାଇଲେ ସୌମ୍ୟ

by Our Correspondent
02 Apr, 2019- 10:26 PM
in Latest News, News, Politics
1 min read
0
କାଗଜର କମାଲ୍ ଦେଖାଇଲେ ସୌମ୍ୟ
ଭୁବନେଶ୍ୱର: ସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡପଡ଼ାରୁ ବିଜେଡ଼ି ଟିକେଟ୍ ହାତେଇବାରେ ସଫଳ ହୋଇଛନ୍ତି । ବହୁ ବିଳମ୍ବରେ ବିଜେଡ଼ି ଟିକେଟ ତାଲିକାରେ ତାଙ୍କ ନାଁ ଚଢ଼ିଛି । ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ମାତ୍ ଦେଇ ତୃତୀୟ ଥର ପାଇଁ ଓହ୍ଲାଇଛନ୍ତି ଖଣ୍ଡପଡ଼ା ମଇଦାନକୁ । ନିର୍ବାଚନରେ ବିଫଳତାର ସ୍ୱାଦ ଚାଖି ଚାଖି ଆସିଥିବା ସୌମ୍ୟ ଏଥର ବିଜେଡ଼ି ଟିକେଟରେ ବିଜେଡ଼ି ଗଡ଼ରୁ ଜିତିଯିବେ ବୋଲି ଆଶା ବାନ୍ଧିଛନ୍ତି । ଖଣ୍ଡପଡ଼ା ଗଡ଼ରେ ତାଙ୍କର ଏହି ଆଶା ଠିକ୍ ଲାଗୁଥିଲେ ମଧ୍ୟ ବିରୋଧୀ କ୍ୟାମ୍ପର୍ ଭୂମିକା ଉପରେ ତାଙ୍କର ଭାଗ୍ୟ ନିର୍ଭର କରିବ ।
ବିଜେଡ଼ି ଆସିଲା ପରଠାରୁ ଖଣ୍ଡପଡ଼ା ଆସନ ଉପରେ ସୌମ୍ୟ ଆଖି ରଖିଥିବା “ମିଡ଼ଡ଼େ ଓଡ଼ିଶା”ରେ ବହୁବାର ରିପୋର୍ଟ କରିଥିଲୁ । ବିଜେଡ଼ିରେ ଯୋଗଦେଇ ରାଜ୍ୟସଭା ସାଂସଦ ହେଲା ପରେ ମଧ୍ୟ ସୌମ୍ୟ ଖଣ୍ଡପଡ଼ା ଆସନକୁ ଆଖିରେ ରଖି କାର୍ଯ୍ୟକ୍ରମ ଚଳାଇଥିଲେ । ଆଶ୍ଚର୍ଯ୍ୟର କଥା, ସୌମ୍ୟ ନିଜେ ବିଜେଡ଼ିରେ ମିଶିଥିଲେ ମଧ୍ୟ ତାଙ୍କର ଆମ ଓଡ଼ିଶା ସଂଗଠନକୁ ବିଜେଡ଼ିରେ ମିଶାଇ ନ ଥିଲେ । ବରଂ ତାହାକୁ ବିଜେଡ଼ିର ସମାନ୍ତରାଳ ସଂଗଠନ କରି ରଖିଥିଲେ । ସୌମ୍ୟଙ୍କ କର୍ମୀମାନେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଖୋଲାଖୋଲି ବିରୋଧ କରୁଥିଲେ । ଯେନତେନ ପ୍ରକାରେ ଖଣ୍ଡପଡ଼ା ଆସନ ତାଙ୍କ ହାତକୁ ଆଣିବେ ଏହି ପ୍ରତିଜ୍ଞାରେ ଥିଲେ ସୌମ୍ୟ ।
ସୂଚନାଯୋଗ୍ୟ, ଖଣ୍ଡପଡ଼ାରେ ଦୁଇ ଦୁଇ ଥର ଭାଗ୍ୟ ପରୀକ୍ଷା କରି ବିଫଳ ହୋଇଥିବା ସୌମ୍ୟ ଏଥର ସୁଯୋଗ ହରାଇବାକୁ ଚାହିଁ ନ ଥିଲେ । ନିଜର ନୀତି ଆଦର୍ଶ ଛାଡ଼ି ନବୀନ ପଟ୍ଟନାୟକଙ୍କ ଶରଣ ପଶିବାର ୬ ଘଣ୍ଟା ମଧ୍ୟରେ ରାଜ୍ୟସଭା ଆସନ ହାତେଇଥିଲେ ମଧ୍ୟ ତାହା ତାଙ୍କୁ ସନ୍ତୁଷ୍ଟ କରି ନ ଥିଲା । ଉଚ୍ଚାକାଂକ୍ଷୀ ସୌମ୍ୟ ଓଡ଼ିଶା ରାଜନୀତିରେ ନିଜର ଉଜ୍ଜଳ ସମ୍ଭାବନା ଭାବି ଖଣ୍ଡପଡ଼ା ଆସନ ଉପରୁ ଆଖି ଫେରାଇ ନ ଥିଲେ ।
ବିଜେଡ଼ି ମହଲର ଚର୍ଚ୍ଚା ଅନୁଯାୟୀ, ସୌମ୍ୟଙ୍କୁ ଖଣ୍ଡପଡ଼ା ଆସନରୁ ଟିକେଟ ଦେବା ପାଇଁ ନବୀନ ଆଦୌ ଚାହୁଁ ନ ଥିଲେ । ମାତ୍ର ନିଜର ଖବରକାଗଜ ଓ ଟିଭିକୁ ଦେଖାଇ ସୌମ୍ୟ ପ୍ରବଳ ଚାପ ପକାଇଥିଲେ । ନିଜ ପାଇଁ ଟିକେଟ ସାଙ୍ଗକୁ ଦଳରେ ଶକ୍ତିଶାଳୀ ଯୁବଗୋଷ୍ଠୀଙ୍କ ଟିକେଟ କାଟିବାକୁ ବି ଚାପ ସୃଷ୍ଟି କରିଥିଲେ । ତେବେ ସୌମ୍ୟଙ୍କ ଚାପ ସତ୍ତ୍ୱେ ନବୀନ ତାଙ୍କ ନିଷ୍ପତ୍ତି ନ ବଦଳାଇବା ସ୍ଥିତିରେ ଥିଲେ । ଯେଉଁଥିପାଇଁ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଟିକେଟ ଝୁଲାଇ ରଖିଥିଲେ । ତେବେ କେଉଁ ପରିସ୍ଥିତିରେ ନବୀନ ତାଙ୍କ ନିଷ୍ପତ୍ତି ବଦଳାଇଲେ ତାହା ଜଣାପଡ଼ିନାହିଁ ।
ସୌମ୍ୟଙ୍କ ମୂଲଚାଲ୍ ରାଜନୀତି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ନବୀନଙ୍କୁ ବ୍ଲାକମେଲିଂ କରି ସେ ଟିକେଟ ହାତେଇଥିବା ଅନେକ କଟାକ୍ଷ କରୁଛନ୍ତି ।
Previous Post

ଅନନ୍ତ, ସୌମ୍ୟଙ୍କୁ ଟିକେଟ; ଭୁବନେଶ୍ୱର ଉତ୍ତରରୁ ନବାଗତ ବାପୁ

Next Post

ଲକ୍ଷ୍ମୀପୁର ସଭାରେ ପୁଲିସକୁ ଧର୍ମେନ୍ଦ୍ରଙ୍କ ଗର୍ଜନ ତର୍ଜନ

Next Post
ଲକ୍ଷ୍ମୀପୁର ସଭାରେ ପୁଲିସକୁ ଧର୍ମେନ୍ଦ୍ରଙ୍କ ଗର୍ଜନ ତର୍ଜନ

ଲକ୍ଷ୍ମୀପୁର ସଭାରେ ପୁଲିସକୁ ଧର୍ମେନ୍ଦ୍ରଙ୍କ ଗର୍ଜନ ତର୍ଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA