Tuesday, May 26, 2026 01:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କାଳିଆ’ ରେ କ’ଣ ଅଛି…

by Our Correspondent
21 Dec, 2018- 09:55 PM
in Latest News, News
1 min read
0
‘କାଳିଆ’ ରେ କ’ଣ ଅଛି…

ଋଣ ଛାଡ଼ରେ ଉପକୃତ ହୋଇଥାଆନ୍ତେ ୮ ଲକ୍ଷ ଚାଷୀ, ‘କାଳିଆ’ ରେ ଉପକୃତ ହେବେ ୯୨% ଚାଷୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାର ପୂରା ନାଁ ହେଉଛି କୃଷକ ଆସିଷ୍ଟାନସ୍ ଫର ଲାଇଭଲିହୁଡ଼ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍ । ଏହି ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯୋଜନାଟି ୫ଟି ବିଷୟ ଉପରେ ପର୍ଯ୍ୟବେସିତ ।
ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ସହାୟତା
– ରାଜ୍ୟର ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହେବେ ଉପକୃତ
– ପ୍ରତି ଚାଷୀ ପରିବାର ପାଇବେ ୧୦ ହଜାର ଟଙ୍କା ସହାୟତା
– ଉଭୟ ଖରିଫ ଓ ରବି ଫସଲ ପାଇଁ ଚାଷୀଙ୍କୁ ମିଳିବ ୫ ହଜାର ଟଙ୍କା ଲେଖାଏଁ ସହାୟତା
ଚାଷୀମାନେ କୃଷି ପାଇଁ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସହାୟତା ଅର୍ଥ ଖର୍ଚ୍ଚ କରିପାରିବେ । ଏହାଦ୍ୱାରା ରାଜ୍ୟର ୯୨% ଚାଷୀ ଉପକୃତ ହେବେ । ଚାଷୀର ଜମି ପରିମାଣ ସହ ସହାୟତାର କୌଣସି ସମ୍ପର୍କ ରହିବନି । ଏହି କାର୍ଯ୍ୟକ୍ରମରେ ପ୍ରକୃତ ଚାଷୀ/ଭାଗଚାଷୀ ଯେଉଁମାନଙ୍କର ଜମି ପରିମାଣ ବହୁତ କମ, ସେମାନେ ହିଁ ଉପକୃତ ହେବେ । ଏହି ସହାୟତା ୨୦୧୮-୧୯ ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ ବର୍ଷରେ ୫ଟି ଫସଲ ଋତୁ ପାଇଁ ଲାଗୁ ହେବ ।
ଭୂୂମିହୀନ ପରିବାର ପାଇଁ ଜୀବିକା ସହାୟତା
– ‘କାଳିଆ’ ଯୋଜନାରେ ଉପକୃତ ହେବେ ୧୦ ଲକ୍ଷ ଭୂମିହୀନ ଚାଷୀ ପରିବାର
– ଛେଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ଚାଷ, ମାଛ ଚାଷ, ଛତୁ ଚାଷ ଏବଂ ମହୁ ଚାଷ ପରି ଆନୁସଙ୍ଗିକ କୃଷି କାର୍ଯ୍ୟ ପାଇଁ ପ୍ରତି ପରିବାରକୁ ମିଳିବ ୧୨,୫୦୦ ଟଙ୍କା ସହାୟତା
ଭୂୂମିହୀନ ପରିବାରମାନେ ଉପରୋକ୍ତ ୭ଟି କାର୍ଯ୍ୟ ମଧ୍ୟରୁ ଗୋଟିକୁ ସେମାନଙ୍କର ଜୀବିକା ଭାବରେ ପସନ୍ଦ କରିପାରିବେ । ଏଥିପାଇଁ ଆଗାମୀ ୩ ବର୍ଷରେ ସରକାର ଖର୍ଚ୍ଚ କରିବେ ୧୨୫୦ କୋଟି ଟଙ୍କା
ଭୂମିହୀନ ଶ୍ରମିକ ଏବଂ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାର
– ବୃଦ୍ଧାବସ୍ଥା, ଅକ୍ଷମତା, ରୋଗ ତଥା ବିଭିନ୍ନ କାରଣରୁ କାମ କରିବାକୁ ସକ୍ଷମ ହେଉ ନ ଥିବା ଚାଷୀ ପରିବାରକୁ ବର୍ଷକୁ ମିଳିବ ୧୦ ହଜାର ଟଙ୍କା ସହାୟତା
– ଯୋଗ୍ୟ ହିତାଧିକାରୀ ଗ୍ରାମ ପଞ୍ଚାୟତ ଦ୍ୱାରା ହେବେ ମନୋନୀତ
ଏଥିପାଇଁ ସାରା ରାଜ୍ୟରେ ୧୦ ଲକ୍ଷ ପରିବାର ପାଇଁ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା ।
ବୀମା ସୁରକ୍ଷା
– ଉଭୟ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା
– ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା
ଏହାଦ୍ୱାରା ୫୭ ଲକ୍ଷ ପରିବାର ଉପକୃତ ହେବେ ।
ବିନା ସୁଧରେ ଫସଲ ଋଣ
-ବିନା ସୁଧରେ ଚାଷୀଙ୍କୁ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ
ଏଥିପାଇଁ ଆଗାମୀ ୩ ବର୍ଷରେ ଖର୍ଚ୍ଚ ହେବ ୧୦,୨୮୦ କୋଟି ଟଙ୍କା । ୨୦୨୧ ରେ ଏହି ଯୋଜନାର ସମୀକ୍ଷା କରାଯାଇ ଆବଶ୍ୟକ ପରିବର୍ତ୍ତନ କରାଯିବ ।
ଯୋଜନାର ମାଷ୍ଟରମାଇଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁକ୍ତି
କୃଷିଋଣ ଛାଡ଼ରେ ଉପକୃତ ହୋଇଥାଆନ୍ତେ ୮ ଲକ୍ଷ ଚାଷୀ, ‘କାଳିଆ’ ରେ ଉପକୃତ ହେବେ ୯୨ ପ୍ରତିଶତ ଚାଷୀ
‘କାଳିଆ’ ଯୋଜନା ଓଡ଼ିଶା ସରକାରଙ୍କ ଏକ ଐତିହାସିକ ଯୋଜନା । କାରଣ ଏହି ଯୋଜନାରେ ରାଜ୍ୟର ପ୍ରାୟ ୯୨ ପ୍ରତିଶତ ଚାଷୀ ଏବଂ ସମସ୍ତ ଭୂମିହୀନ କୃଷି ଶ୍ରମିକ ଅନ୍ତର୍ଭୁକ୍ତ ହେବେ । ଆମ ରାଜ୍ୟରେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ପରିବାର ଫସଲ ଋଣ ନେଇଥାଆନ୍ତି । ୧୨ ଲକ୍ଷ ଚାଷୀ ପରିବାର ଫସଲ ଋଣ ସୁବିଧା ନେଇନାହାନ୍ତି । ଫସଲ ଋଣ ନେଉଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ନିୟମିତ ଭାବରେ ଋଣ ପରିଶୋଧ କରୁଛନ୍ତି । ତେଣୁ ଋଣ ଛାଡ଼ ଦ୍ୱାରା ମାତ୍ର ୮ ଲକ୍ଷ ଚାଷୀ ଉପକାର ପାଇଥାଆନ୍ତେ ଏବଂ କେହି ଭାଗ ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଉପକୃତ ହୋଇ ନ ଥାଆନ୍ତେ ।
ଏହି ପରିପ୍ରେକ୍ଷୀରେ ‘କାଳିଆ’ ଯୋଜନା ଦ୍ୱାରା ୯୨ ପ୍ରତିଶତ ଚାଷୀ ଉଭୟ ଋଣୀ ଓ ଅଣ ଋଣୀ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ । ଏହି ଯୋଜନାରେ ଗ୍ରାମ ପଞ୍ଚାୟତ ଦ୍ୱାରା ଚିହ୍ନିତ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ‘କାଳିଆ’ ଯୋଜନାରେ ସବୁବର୍ଗର କୃଷିଜୀବୀମାନଙ୍କୁ ସହାୟତା ଡାଇରେକ୍ଟ ବେନଫିଟ୍ ଟ୍ରାନସଫର ମୋଡ୍ ରେ ଦିଆଯିବ ।
Previous Post

ଚାଷୀଙ୍କ ପାଇଁ ୧୦ ହଜାର କୋଟିର ସ୍କିମ୍

Next Post

ଗଡ଼କରୀଙ୍କ ଅପ୍ରିୟ ସତ: ନେତୃତ୍ୱ ନିଅନ୍ତୁ ପରାଜୟର ଶ୍ରେୟ

Next Post
ଗଡ଼କରୀଙ୍କ ଅପ୍ରିୟ ସତ: ନେତୃତ୍ୱ ନିଅନ୍ତୁ ପରାଜୟର ଶ୍ରେୟ

ଗଡ଼କରୀଙ୍କ ଅପ୍ରିୟ ସତ: ନେତୃତ୍ୱ ନିଅନ୍ତୁ ପରାଜୟର ଶ୍ରେୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA