Tuesday, May 26, 2026 10:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାହିିଁକି ଆତ୍ମହତ୍ୟା କଲେ ସୁଶାନ୍ତ ରାଜପୁତ ?

by Our Correspondent
15 Jun, 2020- 10:08 PM
in Latest News, National, News
1 min read
0
କାହିିଁକି ଆତ୍ମହତ୍ୟା କଲେ ସୁଶାନ୍ତ ରାଜପୁତ ?
ଭୁୁବନେଶ୍ୱର: ଦୁନିଆରୁ ବିଦାୟ ନେଇଛନ୍ତି ବଲିଉଡ୍ ୟଙ୍ଗ୍ ସୁପରଷ୍ଟାର୍ ସୁଶାନ୍ତ ସିଂ ରାଜପୁତ । ମୁମ୍ବାଇର ଭିଲେ ପାର୍ଲିସ୍ଥିତ ସେବା ସମାଜ ଶ୍ମଶାନ ଘାଟରେ ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରବଳ ବର୍ଷା ସତ୍ତ୍ୱେ ବଲିଉଡ୍ ର ବହୁ ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଏବଂ ହଜାର ହଜାର ଫ୍ୟାନ୍ ଶ୍ମଶାନଘାଟରେ ତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି । ଏକମାତ୍ର ଭେଣ୍ଡା ପୁଅକୁ ହରାଇଥିବା ବୃଦ୍ଧ ବାପା ଓ ଭଉଣୀମାନେ ନିର୍ବାକ୍ ହୋଇଯାଇଛନ୍ତି ।

୩୪ ବର୍ଷୀୟ ସୁଶାନ୍ତ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତାଙ୍କ ଆତ୍ମହତ୍ୟାକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି । ଏତେ ସୁନ୍ଦର କ୍ୟାରିୟର୍, ଟ୍ୟାଲେଣ୍ଟ, ଯଶ, ଖ୍ୟାତି ସବୁ ଥାଇ ବି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ? ଜୀବନକୁ ଭଲ ଭାବେ ବୁଝିଥିବା ଏହି ୟଙ୍ଗ୍ ଟ୍ୟାଲେଣ୍ଟ ଅନ୍ୟଙ୍କୁ ଜୀବନ ଦର୍ଶନ ବାଣ୍ଟୁଥିବା ବେଳେ ନିଜର କ’ଣ ଅଭାବ ରହିଗଲା? ଏକାକୀତ୍ୱ କ’ଣ ଅବସାଦର କାରଣ?
ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧାରଣଙ୍କୁ ଆନ୍ଦୋଳିତ କରୁଛି । ସୁଶାନ୍ତଙ୍କୁ ଉଦାହରଣରେ ରଖି ଆତ୍ମହତ୍ୟାର କାରଣ ଓ ନିରାକରଣ ଉପରେ ବ୍ୟାପକ ଚର୍ଚ୍ଚା ହେଉଛି । ଉପରକୁ ଭଲ ଦିଶୁଥିବା ସବୁ ମଣିଷ ସୁଖୀ ହୋଇ ନ ପାରେ । କୌଣସି ନା କୌଣସି କାରଣରୁ ମନରେ ଦୁଃଖ, ବିଷାଦ ଅନ୍ତରକୁ ଜଳାଉଥାଏ । ଅନ୍ତରର କଷ୍ଟ ମଣିଷକୁ ତିଳ ତିଳ କରି ଜାଳୁଥିଲେ ମଧ୍ୟ କାହାରିକୁ ଜଣାଇ ହୁଏନି । ଯାହାର ପରିଣତି ଆତ୍ମହତ୍ୟା ହୋଇପାରେ । ସୁଶାନ୍ତ ରାଜପୁତଙ୍କ କ୍ଷେତ୍ରରେ ସେୟା ହିଁ ହୋଇଥିବା ଅନୁମାନ କରାଯାଉଛି । ତେବେ ଯେତେ ଦୁଃଖ କଷ୍ଟ ହେଉ ନା କାହିଁକି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ କେହି ବି ଗ୍ରହଣ କରିବା ଉଚିତ୍ ନୁହେଁ ଏଥିରେ ସମସ୍ତେ ଏକମତ ।
ବିିହାର ପାଟଣାରୁ ମୁମ୍ବାଇ ମହାନଗରୀ ଭାୟା ଦିଲ୍ଲୀ । ଏତେ ଲମ୍ବା ରାସ୍ତାକୁ ଖୁବ୍ ସଫଳତାର ସହ ଅତିକ୍ରମ କରିଥିଲେ ସୁଶାନ୍ତ । ବାପାମାଆଙ୍କର ୫ ସନ୍ତାନଙ୍କ ମଧ୍ୟରୁ ସବାସାନ ଏକମାତ୍ର ପୁଅ । ପିଲାଦିନୁ ଭାରି ଲାଜକୁଳା ଓ ଇମୋସନାଲ୍ ଥିବା ସୁଶାନ୍ତ ମାଆଙ୍କ କାନିକୁ ଜୀବନର ଆଶାବାଡ଼ି କରିଥିଲେ । ମାଆଙ୍କ କାନିତଳେ ଜୀବନକୁ ଜାଣିବା ଆରମ୍ଭ କରିଥିଲେ । ମାତ୍ର ତାହା କ୍ଷଣସ୍ଥାୟୀ ଥିଲା । ୧୬ ବର୍ଷ ହୋଇଥିବା ବେଳେ ତାଙ୍କୁ ପର କରି ଚାଲିଗଲେ ମାଆ । ମାଆଙ୍କୁ ହରାଇବାର ଦୁଃଖ, କଷ୍ଟ ସୁଶାନ୍ତଙ୍କ ପାଇଁ ଅସହ୍ୟ ଥିଲା । ଅତ୍ୟନ୍ତ ମେଧାବୀ ଥିବା ସୁଶାନ୍ତ ବାପା ଓ ଭଉଣୀମାନଙ୍କ ହାତ ଧରି ଜୀବନଯାତ୍ରାରେ ଆଗକୁ ପାଦ ଥାପିଲେ ସତ ହେଲେ ମାଆଙ୍କୁ ହରାଇବାର ଯନ୍ତ୍ରଣା ତାଙ୍କୁ ଭିନ୍ନ ସ୍ୱଭାବର ମଣିଷ କରିଥିଲା ।
ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ବାପା ଦିଲ୍ଲୀ ପଳାଇ ଆସିଥିଲେ । ଖୁବ୍ ଭଲ ପଢ଼ୁଥିବା ଏକମାତ୍ର ପୁଅ ସୁଶାନ୍ତଙ୍କୁ ନେଇ ବାପା ଅନେକ ସ୍ୱପ୍ନ ଦେଖିଥିଲେ । ସୁଶାନ୍ତ ବି ବାପାଙ୍କୁ କେବେ ନିରାଶ କରି ନ ଥିଲେ । ଦ୍ୱାଦଶ ଶ୍ରେଣୀ ପାସ୍ କଲା ପରେ ସେ ଦେଇଥିବା ୧୧ଟି ଯାକ ଇଂଜିନିୟରିଂ ଏଣ୍ଟ୍ରାନସ୍ ପରୀକ୍ଷାରେ ସଫଳ ହୋଇଥିଲେ । ଶେଷରେ ମର୍ଯ୍ୟାଦାଜନକ ଦିଲ୍ଲୀ ଟେକନୋଲୋଜିକାଲ୍ ୟୁନିଭରସିଟିରେ ମେକାନିକାଲ୍ ଇଂଜିନିୟରିଂରେ ନାମ ଲେଖାଇଥିଲେ । ପାଠ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସଫଳ ହେଉଥିଲେ । ଫିଜିକ୍ସି ଅଲମ୍ପିଆଡ୍ ରେ ଭାଗନେଇ ସ୍ୱର୍ଣ୍ଣପଦକ ପାଇଥିଲେ ।
ତେବେ ଆକ୍ଟିଂ ପ୍ରତି ପ୍ରବଳ ଝୁଙ୍କ୍ ତାଙ୍କୁ ମୁମ୍ବାଇ ଆଡକୁ ଆକୃଷ୍ଟ କରିଥିଲା । ଇଂଜିନିୟରିଂ ପାଠ ସାରିବାକୁ ଗୋଟିଏ ବର୍ଷ ବାକି ଥିଲେ ମଧ୍ୟ ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଆକ୍ଟିଂ କ୍ୟାରିୟର୍ କୁ ଟାଣି ଆଣିଲା । ‘କିସ୍ ଦେଶ ମେ ହେ ମେରା ଦିଲ୍’ ଟିଭି ସୋ’ରେ ଆରମ୍ଭ କରିଥିଲେ କ୍ୟାରିୟର୍ । ପରବର୍ଷ ୨୦୦୯ରେ ଜୀ ଟିଭିର ‘ପବିତ୍ର ରିସ୍ତା’ ଧାରାବାହିକରେ ମୁଖ୍ୟ ଭୂମିକା ପାଇଲେ । ସେହି ‘ପବିତ୍ର ରିସ୍ତା’ ରେ ତାଙ୍କର ଅଭିନୟ ସୁଶାନ୍ତଙ୍କୁ ଘରେ ଘରେ ପରିଚିତ କରିଦେଲା । ବନିଗଲେ ସେଲିବ୍ରିଟି । ୨୦୧୩ ରେ ‘କାଇ ପୋ ଚେ’ ଫିଲ୍ମ ଜରିଆରେ ପ୍ରବେଶ କଲେ ବଲିଉଡ୍ ରେ । ସେହି ପ୍ରଥମ ଫିଲ୍ମରେ ତାଙ୍କୁ ମିଳିଲା ଫିଲ୍ମ ଫେୟାର୍ ନବାଗତ ଶ୍ରେଷ୍ଠ କଳାକାର ପୁରସ୍କାର । ଆଉ ପଛକୁ ଫେରିଲେନି ସେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଚାଲିଲେ । କ୍ରିକେଟିୟର୍ ଧୋନୀଙ୍କ ବାଓପିକ୍ ‘ଏମଏସ ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ’ରେ ଧୋନୀ ଭୂମିକାରେ ତାଙ୍କର ବଳିଷ୍ଠ ଅଭିନୟ ତାଙ୍କ ଅଭିନୟ ଜୀବନର ଏକ ମାଇଲଖୁଣ୍ଟ ଥିଲା ।
ଯଶ, ଖ୍ୟାତିରେ ପରିପୂର୍ଣ୍ଣ ସୁଶାନ୍ତଙ୍କ କୌଣସି ଆର୍ଥିକ ସମସ୍ୟା ନ ଥିଲା ବୋଲି ତାଙ୍କ ଭଉଣୀ କହିଛନ୍ତି । ବାନ୍ଦ୍ରାସ୍ଥିତ ଯେଉଁ ଫ୍ଲାଟ୍ ରେ ଆତ୍ମହତ୍ୟା କଲେ, ସେଠି ୬ ମାସ ହେଲା ଭଡ଼ାରେ ରହୁଥିଲେ । ମାସକୁ ସାଢ଼େ ୪ ଲକ୍ଷ ଟଙ୍କା ଦେଉଥିଲେ ଭଡ଼ା । ସେହି ଫ୍ଲାଟ୍ ରେ ତାଙ୍କର ସହଯୋଗୀ ଭାବେ ଜଣେ ଆର୍ଟ ଡିଜାଇନର୍, ଜଣେ ରୋଷେୟା, ଦୁଇଜଣ ହାଉସ୍ ହେଲପ୍ ରହୁଥିଲେ । ପାଟଣାରେ ବାପା ଏବଂ ଭଉଣୀମାନେ ଅନ୍ୟତ୍ର ରହୁଥିଲେ ମଧ୍ୟ ସମ୍ପର୍କରେ ନିବିଡ଼ତା ଥିଲା । ଆସନ୍ତା ନଭେମ୍ବର ମାସରେ ସୁଶାନ୍ତଙ୍କ ବିବାହ ଧାର୍ଯ୍ୟ ହୋଇଥିଲା ଏବଂ ସେଥିପାଇଁ ପରିବାର ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିଲା ।
ଉଲ୍ଲେଖଥାଉକି, ସୁଶାନ୍ତ ‘ପବିତ୍ର ରିସ୍ତା’ ରେ କାମ କଲା ବେଳେ କୋ-ଆକ୍ଟର୍ ଅଙ୍କିତା ଲୋଖନାଡ଼େଙ୍କ ସହ ତାଙ୍କର ବନ୍ଧୁତାରୁ ପ୍ରେମ ସମ୍ପର୍କ ହୋଇଥିଲା । ଉଭୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ୬ ବର୍ଷର ସମ୍ପର୍କ ଅଚାନକ ଭାଙ୍ଗିଗଲା । ୨୦୧୫ ମସିହାରେ ଉଭୟ ଅଲଗା ହୋଇଗଲେ ।
ସେ ଯାହା ହେଉ, ଏବେ କୌଣସି କାରଣରୁ ୬ ମାସ ହେଲା ସେ ଡିପ୍ରେସନ୍ ରେ ରହୁଥିଲେ । ସେଥିପାଇଁ ହିନ୍ଦୁଜା ହସ୍ପିଟାଲ୍ ରେ ଚିକିତ୍ସିତ ହୋଇ ଔଷଧ ଖାଉଥିଲେ । ହେଲେ ନିଜର ସମସ୍ୟା ସମ୍ପର୍କରେ ସେ କାହାରିକୁ କିଛି କହିନାହାନ୍ତି । ସ୍ୱାଭାବିକ ଭାବେ ସେ କମ୍ କଥା କହୁଥିଲେ ଏବଂ ସାଙ୍ଗସାଥୀଙ୍କ ମେଳରେ ପାର୍ଟି, ଫାର୍ଟି ଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖୁଥିଲେ । ସେ ଯେ ବିଷାଦଗ୍ରସ୍ତ କେହି ଜାଣିପାରି ନ ଥିଲେ ।
୧୦ ଦିନ ହେଲା ସୁଶାନ୍ତ ଭୀଷଣ ଡିପ୍ରେସଡ୍ ଥିଲେ ବୋଲି ତାଙ୍କ ହାଉସ୍ ହେଲପ୍(ଚାକର) କହିଛନ୍ତି । ‘ଯାହାର ଯାହା ଧାର ଉଧାର ଅଛି ଦେଇଦେଇଛି । କିନ୍ତୁ ତମମାନଙ୍କର ଦରମା ଦେଇପାରିବି କି ନାହିଁ ନିଶ୍ଚିତ ହୋଇପାରୁନି’ ବୋଲି ୩ ଦିନ ତଳେ ସୁଶାନ୍ତ ତାଙ୍କୁ ଡାକି କହିଥିଲେ ।
ରବିବାର ସକାଳେ ତାଙ୍କର ସ୍ୱଭାବ ଠିକଠାକ୍ ଥିଲା । ୯ଟା ବେଳେ ତାଙ୍କ ଭଉଣୀଙ୍କ ସହ ଫୋନ୍ ରେ କଥା ହୋଇଥିଲେ । ସହଯୋଗୀ ଆକ୍ଟର ମହେଶ ସେଟ୍ଟୀଙ୍କୁ ତାଙ୍କର ଥିଲା ସକାଳର ଶେଷ କଲ୍ । ତାପରେ ଜୁସ୍ ପିଇସାରି ନିଜ ରୁମ୍ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । ଦିନ ପ୍ରାୟ ୧୧.୩୦ ରେ ରୋଷେୟା ଲଞ୍ଚ ମେନ୍ୟୁ ତାଲିକା ଆଣିବା ପାଇଁ ଡୋର୍ ନକ୍ କରିଥିଲେ ମଧ୍ୟ ସେ ଖୋଲି ନ ଥିଲେ । ବହୁ ସମୟ ଧରି ନ ଖୋଲିବାରୁ ଘର ସହଯୋଗୀମାନେ ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ । ଭଉଣୀ ଆସିବା ପରେ ଏକ ନକଲି ଚାବି ଜରିଆରେ ରୁମ୍ ଖୋଲାଯାଇଥିଲା । ସେତେବେଳକୁ ସବୁ ସରିଯାଇଥିଲା । ଭିତରେ ଝୁଲନ୍ତା ଅବସ୍ଥାରେ ଥିଲେ ସୁଶାନ୍ତ ।
ରବିବାର ରାତି ୧୧.୩୦ ରେ କୁପର୍ ହସ୍ପିଟାଲ୍ ରେ ତାଙ୍କର ପୋଷ୍ଟମର୍ଟମ୍ ହୋଇଥିଲା । ଆଜି ସକାଳେ ରିପୋର୍ଟ ଆସିଥିଲା । ହାଙ୍ଗିଙ୍ଗ୍ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇଲା କ୍ଷଣି ପାଟଣାରେ ଥିବା ତାଙ୍କ ବାପା ଅଚେତ ହୋଇପଡ଼ିଥିଲେ । ତାଙ୍କୁ ମୁମ୍ବାଇ ଆଣିବା ସମ୍ଭବ ହୋଇ ନ ଥିଲା । ଆଜି ସକାଳେ ପାଟଣାରୁ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା ।

ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ଅମିତାଭ ଠାକୁର, ପତ୍ନୀ ରୀଚା

ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ପୁଲିସ ଆଇଜି(ଅପରେସନ୍) ଅମିତାଭ ଠାକୁର ଏବଂ ପତ୍ନୀ ରୀଚା । ପାଟଣା ବାସିନ୍ଦା ଅମିତାଭ,ସୁଶାନ୍ତଙ୍କଠାରୁ ପାଖାପାଖି ୧୪ ବର୍ଷ ବଡ଼ ହୋଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବଡ଼ଭାଇ ଓ ସାନଭାଇର ସମ୍ପର୍କ ଥିଲା । ସୁଶାନ୍ତଙ୍କ ତୃତୀୟ ଭଉଣୀ ଏବଂ ଅମିତାଭଙ୍କ ପତ୍ନୀ ରୀଚା ଘନିଷ୍ଠ ବାନ୍ଧବୀ ହୋଇଥିବାରୁ ସେମାନଙ୍କର ପାରିବାରିକ ସମ୍ପର୍କ ରହିଛି । ୨୦୦୦ ମସିହାରେ ଅମିତାଭଙ୍କ ବାହାଘର ପ୍ରସେସନ୍ ରେ ୧୪ ବର୍ଷୀୟ ସୁଶାନ୍ତ ଧୂମ୍ ନାଚିଥିଲେ । ସୁଶାନ୍ତଙ୍କୁ ସାନ ଭାଇର ସ୍ନେହ ଦେଉଥିଲେ ରୀଚା । ସୁଶାନ୍ତଙ୍କ ହାତରେ ପ୍ରତିବର୍ଷ ରାକ୍ଷୀ ବାନ୍ଧି ଦେଉଥିଲେ । ଫୋନ୍ ରେ ସବୁବେଳେ କଥା ହେଉଥିଲେ ମଧ୍ୟ ସୁଶାନ୍ତ ବିଷାଦରେ ଜୀବନ କାଟୁଥିବାର ଜଣା ପଡୁ ନ ଥିଲେ । ସୁଶାନ୍ତ ଆତ୍ମହତ୍ୟା କରିଥିବାର ଖବର ପାଇଲା ପରେ ଉଭୟ ଅମିତାଭ ଓ ରୀଚା ଭାଙ୍ଗି ପଡ଼ିଛନ୍ତି । ମୋ ପାଟିରେ ଭାଷା ନାହିଁ ବୋଲି ଅମିତାଭ ଟ୍ୱିଟ୍ କରି ନିଜର ଦୁଃଖ ଜଣାଇଛନ୍ତି । ସୁଶାନ୍ତ ଉପସ୍ଥିତ ଥିବା ତାଙ୍କ ବିବାହ ବେଳର ଫଟୋ ସେୟାର୍ କରିଛନ୍ତି ।

ୟଙ୍ଗ୍ ଟାଲେଣ୍ଟେଡ୍ ସୁଶାନ୍ତଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବଲିଉଡ୍, ଓଲିଉଡ୍ ଏବଂ ସବୁ ବର୍ଗର ବ୍ୟକ୍ତିବିଶେଷ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Previous Post

ବଲିଉଡ୍ ସ୍ତବ୍ଧ: ୟଙ୍ଗ୍ ସୁପରଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ଆତ୍ମହତ୍ୟା

Next Post

‘କୋଭିଡ୍ ମୁକାବିଲାରେ ଓଡ଼ିଶା ଦେଶରେ ମଡ଼େଲ୍’

Next Post
‘କୋଭିଡ୍ ମୁକାବିଲାରେ ଓଡ଼ିଶା ଦେଶରେ ମଡ଼େଲ୍’

‘କୋଭିଡ୍ ମୁକାବିଲାରେ ଓଡ଼ିଶା ଦେଶରେ ମଡ଼େଲ୍’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA