Sunday, May 31, 2026 12:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୁଆଡେ ଗଲେ ଟୁଇଟ୍ ମାଷ୍ଟର ?

by Our Correspondent
03 Aug, 2017- 10:36 PM
in Latest News, Politics
1 min read
0
କୁଆଡେ ଗଲେ ଟୁଇଟ୍ ମାଷ୍ଟର ?
Spread the love
ଭୁବନେଶ୍ୱର: ହାଇପ୍ରୋଫାଇଲ୍ ଟୁଇଟ୍ ମାଷ୍ଟର ବୈଜୟନ୍ତ ‘ଜୟ’ ପଣ୍ଡା ଗଲେ କୁଆଡେ? କଥା କଥାକେ ଟୁଇଟ୍ ହାଣ୍ଡଲ୍ ଧରୁଥିବା ଜୟ ନିଜ ବିରୋଧରେ ଆସିଥିବା ଏତେବଡ଼ ଅଭିଯୋଗ ଉପରେ ଚୁପ୍ କାହିଁକି? ସାମନା କରିବାର ହିମ୍ମତ୍ ଗଲା କୁଆଡେ? ଦିଲ୍ଲୀରେ ଅଜିତ୍ ଯୋଗୀ ଜୟଙ୍କୁ ଲଙ୍ଗଳା କରିବା ପରେ ଓଡ଼ିଶାବାସୀଙ୍କ ମନରେ ଏହି ପ୍ରଶ୍ନ ସବୁ ଉଙ୍କି ମାରିଛି । ଟୁଇଟ୍ ମାଷ୍ଟର ନିଜ ଉପରେ ଆସିଥିବା ଅଭିଯୋଗର ସାମନା ନ କରି ନିଜର ରାଜନୈତିକ ସଚିବଙ୍କ ଦ୍ୱାରା ଦେଇଥିବା ବିବୃତି ତାଙ୍କୁ ଅଧିକ ନିଲର୍ଜିଆ କରିଛି । ରାଜନୈତିକ ସଚିବଙ୍କ ମୁହଁରେ ଯୋଗୀଙ୍କ ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ମିଥ୍ୟା ଓ କପୋଳକଳ୍ପିତ କହି କାମ ସାରିଦେଇଥିଲେ ଚଳିଥାଆନ୍ତା । ହେଲେ ଭିଡ଼ି ଓଟାରି ତୃତୀୟ ମହଲାର ଅଣ ଓଡ଼ିଆ ଅଫିସରଙ୍କ ଭୂମିକାକୁ ଅଙ୍ଗୁଳି ଦେଖାଇବା ଜୟଙ୍କ ଚାଲାକି ପଣିଆକୁ ଧରାପକାଇ ଦେଇଛି । ମୂଳ ପ୍ରସଙ୍ଗକୁ ଡାଇଭର୍ଟ କରିବାର ଜୟଙ୍କ ଚାଲ୍ ତାଙ୍କ ପାଇଁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।
ସେପଟେ ଜୟଙ୍କ ବିରୋଧରେ ଯେଉଁ ତଥ୍ୟ ରଖିଛନ୍ତି ସେଥିରେ ତିଳେମାତ୍ର ମିଛ ନାହିଁ ବୋଲି ଅଜିତ୍ ଯୋଗୀ ଫୁଲ ଦମ୍ ରେ କହିଛନ୍ତି । ଥରେ ନୁହେଁ ୫୦୦ ଥର ସେ ଏହା କହିବାର ଦମ୍ ରଖିଛନ୍ତି । ଯାହା କହିଛନ୍ତି ସବୁର ଶତପ୍ରତିଶତ ପ୍ରମାଣ ରହିଛି । ଯଦି ଜୟ ପଣ୍ଡା ଏହାକୁ ମିଛ ବୋଲି ପ୍ରମାଣିତ କରିଦେବେ ତେବେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ଆଜି ଯୋଗୀ କହିଛନ୍ତି । ଯୋଗୀ ଅତି ଦମ୍ଭର ସହ ଏହି ଚାଲେଞ୍ଜ ଦେଖାଇବା ପରେ ମଧ୍ୟ ଜୟଙ୍କ ପାଟି ଖୋଲିନି । ତାଙ୍କର ଏହି ନିରବତା କ’ଣ ବୁଝୋଉଛି ତାହା ତାହା କାହାରିକୁ ଆଉ ଅବୁଝା ନାହିଁ । ଓଡ଼ିଆରେ ଗୋଟେ ଢ଼ଗ ଅଛି ଯେ ଚୋର ମୁହଁ ଟାଣ । ମାତ୍ର ଏଠି ଜୟଙ୍କ ଟାଣମୁହଁ ଚୋର ହୋଇଯାଇଥିବା ଚର୍ଚ୍ଚା ହଉଛି ।
ତୃତୀୟ ମହଲାର ଅଣ ଓଡ଼ିଆ ଅଫିସରଙ୍କୁ ଇଙ୍ଗିତ କରିଥିବା ଜୟ ନିଜ ବ୍ୟବସାୟିକ ସ୍ୱାର୍ଥକୁୁ ଧରି ହୀନ ରାଜନୀତି କରୁଥିବା ବିଶ୍ୱସ୍ତ ସୂତ୍ରରୁୁ ସ୍ପଷ୍ଟ ହୋଇଛି । ଖୋଳତାଡ଼ରୁ ଜଣାପଡ଼ିଛି, ପି.ଚିଦାମ୍ବରମ୍ ଙ୍କ ପତ୍ନୀ ନଳିନୀ ସେୟାର ହୋଲଡର ଥିବା (ଯୋଗୀଙ୍କ ଅଭିଯୋଗ) ଜୟଙ୍କ ଓରଟେଲ୍ ସଂସ୍ଥା ୮ ବର୍ଷ ତଳୁ ଛତିଶଗଡ଼ରେ ନିଜ ମିଡ଼ିଆ ସାମ୍ରାଜ୍ୟ ବିଛାଇଛି । ରାୟପୁରରେ ଅଫିସ୍ ଖୋଲି ପୂରା ରାଜ୍ୟଟାକୁ ଓରଟେଲ କେବୁଲରେ ଛାଇ କରିବାକୁ ଉଦ୍ୟମ କରୁଛି । ତାଙ୍କ ଟିଭି ଛିତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ବିଜେପି ପ୍ରଚାରରେ ମାତିଛି । ସେପଟେ ଅଜିତ୍ ଯୋଗୀଙ୍କ ପରିବାର ମଧ୍ୟ ନିଜ ରାଜ୍ୟରେ ମିଡ଼ିଆ ବ୍ୟବସାୟରେ ଅଛନ୍ତି । ସୁତରାଂ ଜୟ ଓ ଯୋଗୀଙ୍କ ମଧ୍ୟରେ ଚାଲିଛି ବ୍ୟବସାୟିକ ପ୍ରତିଦ୍ୱନ୍ଦିତା । ଦିଲ୍ଲୀରେ ବିଜେପି ସହ ଉତ୍ତମ ସମ୍ପର୍କରେ ଥିବା ଜୟ ପଣ୍ଡା ରମଣ ସିଂଙ୍କୁ ଆୟୁଧ କରି ବିରୋଧୀ ଅଜିତ୍ ଯୋଗୀଙ୍କ ସାମ୍ରାଜ୍ୟ ଧ୍ୱଂସ କରିବା ଉଦ୍ୟମରେ ଅଛନ୍ତି । ଆଉ ରାଜନୀତିର ପୋଖତ ଖେଳାଳୀ ଯୋଗୀ ବି କିଛି କମ୍ ପାରିବାର ନୁହଁନ୍ତି । ପ୍ରଭାବଶାଳୀ ଜୟଙ୍କୁ ସାବାଡ଼ କରିବାକୁ ଚିଦାମ୍ବରମ୍ ଲିଙ୍କ୍ ଖୋଲିଛନ୍ତି ଯୋଗୀ । ଏହି ଅସ୍ତ୍ର ବଳରେ ରାଜନୀତି ଓ ବେପାରରେ ଚତୁର ଜୟଙ୍କୁ ନିରସ୍ତ୍ର କରିଦେଇଛନ୍ତି ସେ । ବିଚଳିତ ଜୟ ନିଜର କେଁ ଲୁଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲାର ଅଣଓଡ଼ିଆ ଅଫିସର ଥୋପ ଧରିଛନ୍ତି । ତେବେ ଜୟଙ୍କ ଚାଲ୍ ଏଥର କାମ କରିନି । ସତ କ’ଣ ଲୋକେ ବୁଝିଗଲେଣି ।
Previous Post

ଚିଦାମ୍ବରମ୍ ପରିବାର ସହ ‘ଜୟ’ ଙ୍କ ବ୍ୟବସାୟିକ ଲିଙ୍କ୍ !

Next Post

ଜୟଙ୍କ ଅଡୁଆ ବଢ଼ିଲା, ନିଜ ଘରୁ ଘେରି

Next Post
ଜୟଙ୍କ ଅଡୁଆ ବଢ଼ିଲା, ନିଜ ଘରୁ ଘେରି

ଜୟଙ୍କ ଅଡୁଆ ବଢ଼ିଲା, ନିଜ ଘରୁ ଘେରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA