Wednesday, May 20, 2026 04:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୁନ୍ଦୁଲି ଲଜ୍ଜା: ସରକାର କେବେ ଚେତିବେ ?

by Our Correspondent
04 Nov, 2017- 08:21 PM
in Latest News, News
1 min read
0
କୁନ୍ଦୁଲି ଲଜ୍ଜା: ସରକାର କେବେ ଚେତିବେ ?
ଭୁବନେଶ୍ୱର: ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ୪ ଜଣ ଦୁବୃର୍ତ୍ତ ଜଙ୍ଗଲକୁ ଟେକିନେଇ ଗଣଦୁଷ୍ମର୍ମ କଲେ । ୫ ଦିନ ଗଲେ ଘଟଣାକୁ ମାସେ ପୂରିବ । ମାତ୍ର ଏ ପର୍ଯ୍ୟନ୍ତ ଗିରଫ ହୋଇପାରିଲେନି ଦୁବୃର୍ତ୍ତ । ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ହଲାପଟା ଭିତରେ ତଦନ୍ତକାରୀ ସ୍ୱତନ୍ତ୍ର ପୁଲିସ ଟିମ୍ ର ହାତ ବାନ୍ଧି ହୋଇଯାଇଛି । ସାଧାରଣ ଜନତାଙ୍କ କ୍ଷୋଭ ଓ ବିରୋଧୀ ରାଜନୈତିକ ଶିବିରର କମ୍ପନ ସରକାରଙ୍କ ନିଦ ହଜାଇପାରିନି । ସାମାଜିକ ଦାୟିତ୍ୱ ଓ ମାନବିକତାକୁ ସତେ ଯେମିତି ଆଖି ବୁଜିଦେଇଛନ୍ତି ସରକାର ଓ ସରକାରୀ କଳ । ୨୦୧୨ ରେ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମଠାରୁ କୁନ୍ଦୁଲି ଗଣଦୁଷ୍କର୍ମ କୌଣସି ଗୁଣରେ କମ୍ ନୁହେଁ । ନିର୍ଭୟାଠାରୁ ବରଂ ଏହା ଭୟଙ୍କର, ପାଶବିକ କହିଲେ ଭୁଲ୍ ହେବନି । ମାତ୍ର ସରକାର ନିଜେ ଫସିଯିବା ଭୟରେ ଦୁଷ୍କର୍ମକାରୀ ଜନ୍ତୁଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଥିବା ସାଂଘାତିକ ଅଭିଯୋଗ ହୋଇଛି ।
ସରକାରୀ ଦଳର ଦଳିତ ସେଲ୍ ଆବାହକ ବିଷ୍ଣୁ ଦାସଙ୍କ ବୟାନରୁ ସତ କ’ଣ ଧରାପଡ଼ିଯାଉଛି । ବିଷ୍ଣୁ ଭୁବନେଶ୍ୱରରେ ବସି ବୟାନ ଦେଇନାହାନ୍ତି । ଦଳିତ ସେଲ୍ ର ୫ ଜଣିଆ ତଦନ୍ତ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ତଦନ୍ତରୁ ଯାହା ହୃଦବୋଧ କଲେ ସେୟା ହିଁ କହିଛନ୍ତି । ବିଷ୍ଣୁଙ୍କ କହିବା କଥା, କୁନ୍ଦୁଲି ଗଣଦୁଷ୍କର୍ମ କେବଳ ଏସଓଜି ଯବାନଙ୍କ ଦ୍ୱାରା ଘଟିଛି । କହିବା ବାହୁଲ୍ୟ, ଏସଓଜି ଜବାନ ହେଉଛନ୍ତି ରାଜ୍ୟ ପୁଲିସର ଅଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ସେମାନଙ୍କ ହର୍ତ୍ତାକର୍ତ୍ତା । ଅବଶ୍ୟ କାଗଜକଲମରେ ସେ ବିଏସଏଫ ଓ କୋବ୍ରା ଯବାନଙ୍କ ସଂପୃକ୍ତି କଥା ଉଲ୍ଲେଖ କରିଛନ୍ତି । ହୋଇପାରେ, ନିଜ ସରକାର ଉପରୁ ଦୋଷ ଖସାଇବା ପାଇଁ କାଗଜପତ୍ରରେ ସେ କେନ୍ଦ୍ର ସରକାରଙ୍କ ସୁରକ୍ଷା ବାହିନୀ ଆଡକୁ କାତ ପେଲିଛନ୍ତି । ହେଲେ ପାଟି ତାଙ୍କର ବୋଲ ମାନିନି । ପଛରେ ଯେତେ ଛେପ ଢ଼ୋକିଲେ ମଧ୍ୟ ଆଗ ନିଜର ହୃଦବୋଧ ତାଙ୍କ ହୃଦୟ ଭିତରୁ ବାହାରିଆସିଛି ।
ଅକ୍ଟୋବର ୧୦ ତାରିଖ ସକାଳେ କୁନ୍ଦୁଲି ବଜାରରୁ ନିଜ ଘର ମୁସାଗୁଡ଼ାକୁ ଏକୁଟିଆ ଫେରୁଥିଲା ବେଳେ ମାରିମାର୍ଲା ଘାଟି ରାସ୍ତାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ୟୁନିଫର୍ମ ପୋଷାକଧାରୀ ଓ ମୁହଁରେ ମୁଖା ଗୁଡ଼ାଇଥିବା ୪ ସୁରକ୍ଷାକର୍ମୀ ତାଙ୍କୁ ପାଖ ଘଞ୍ଚ ଜଙ୍ଗଲ ମଧ୍ୟକୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । କ୍ଷତାକ୍ତ ନାବାଳିକା ସେମାନଙ୍କ କବଳରୁ ଜୀବନ ଧରି ଫେରିଥିଲେ ମଧ୍ୟ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରିଥିଲେ । ଏବେ ସେ ଘରକୁ ଫେରିଛନ୍ତି, ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ମଝିରେ ମଝିରେ ତାଙ୍କର ଭୀଷଣ ପେଟବ୍ୟଥା ହେଉଛି । ଏହି ବିଭତ୍ସ କାଣ୍ଡ ପଛରେ ପୀଡ଼ିତାଙ୍କ ପରିବାର ଓ ଗାଁ ଲୋକେ ମାଓ ଦମନରେ ନିୟୋଜିତ ଯବାନଙ୍କ ନାଁ ନେଇଛନ୍ତି । ମାତ୍ର ସ୍ଥାନୀୟ ପୁଲିସଠାରୁ ଆରମ୍ଭ କରି ଡିଜିଙ୍କ ପର୍ଯ୍ୟନ୍ତ କାହାରି ମନକୁ ତାହା ପାଉନାହିଁ । ଓଡ଼ିଶା ପୁଲିସର ଯବାନଙ୍କ ନାଁ ଘୋଡାଇବା ପାଇଁ ବରଂ ରୀତିମତ୍ କସରତ୍ ଚାଲିଛି । ଘଟଣା ପରେ ପରେ କୋରାପୁଟ ଡିଆଇଜି ସେହି ଇଲାକାରେ ଯବାନଙ୍କ ଉପସ୍ଥିତିକୁ ଅସ୍ୱୀକାର କରିଥିଲେ । ବିଏସଏଫ ଡିଆଇଜି ବି ସେହି ଇଲାକାରେ ବିଏସଏଫ ଯବାନ ମୁତୟନ ନ ଥିବା ସଫେଇ ଦେଇଥିଲେ । ଘଟଣାସ୍ଥଳରୁ ୩୫ କିମି ଦୂରରେ ବିଏସଏଫ ଯବାନ ମୁତୟନ ରହିଥିବା କହି ଦୋଷ ଛଡ଼ାଇଥିଲେ ।
ଏସଓଜି ଯବାନ କି ବିଏସଏଫ୍,କୋବ୍ରା ଯବାନଙ୍କର ଗଣଦୁଷ୍କର୍ମ ମାମଲାରେ ଯଦି ସଂପୃକ୍ତି ନାହିଁ ତେବେ କେଉଁ ସୁରକ୍ଷାକର୍ମୀ ଏହି ପୈଶାଚିକ କାର୍ଯ୍ୟ କରିଛନ୍ତି ? ରାଜ୍ୟ ପୁଲିସ ଯଦି ଏତେ ପାରଙ୍ଗମ ତେବେ ଦୋଷୀଙ୍କୁ ଗିରଫ କରିପାରୁନାହିଁ କାହିଁକି ? ନିଜକୁ ଦୋଷମୁକ୍ତ କରି ସରକାରଙ୍କ ଉପରୁ ବଦନାମ ହଟାଇବାର ପ୍ରୟାସରେ ରାଜ୍ୟ ପୁଲିସ କାମ କରୁନ ତ ? ଏହିସବୁ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ଦେବାକୁ ବାଧ୍ୟ । ରାଜନୀତି ରାଜନୀତି ବାଟରେ ଯାଉ । ହେଲେ ଜଣେ ସ୍କୁଲ ଛାତ୍ରୀଙ୍କ ଗଣଦୁଷ୍କର୍ମକାରୀଙ୍କୁ ସରକାର ଘଣ୍ଟ ଘୋଡ଼ାଇ ହୀନ ରାଜନୀତି ନ କରନ୍ତୁ । ଦୋଷୀ ଯିଏ ବି ହୁଅନ୍ତୁ ଗିରଫ ହୋଇ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ । ଏହାକୁ ତଦାରଖ କରିବା ସରକାରଙ୍କ ଦାୟିତ୍ୱ, କର୍ତ୍ତବ୍ୟ । କିନ୍ତୁ ସରକାରଙ୍କ ନିରବତା ଆଜି ଜନମାନସରେ ସରକାରଙ୍କୁ ଭିଲିଆନ୍ କରିଦେଇଛି । ଏହା କେବଳ ଘୃଣ୍ୟ ନୁହେଁ, ଅକ୍ଷମଣୀୟ । ବିଳମ୍ବ ହୋଇଥିଲେ ମଧ୍ୟ ସରକାର ନ ଚେତିଲେ କୁନ୍ଦୁଲି ପୀଡ଼ିତାଙ୍କ ଆଖିର ଲୁହ ପଡ଼ିବ । ସରକାର କେବେ ଚେତୁଛନ୍ତି ଦେଖିବାର କଥା ।
Previous Post

ବୃନ୍ଦା: ଆତ୍ମହତ୍ୟା ନା ହତ୍ୟା ?

Next Post

କୃଷ୍ଣ-ଗୋଲକ ଲିଙ୍କ୍: ଆଉ ଏକ ଖୁଲାସା

Next Post
କୃଷ୍ଣ-ଗୋଲକ ଲିଙ୍କ୍: ଆଉ ଏକ ଖୁଲାସା

କୃଷ୍ଣ-ଗୋଲକ ଲିଙ୍କ୍: ଆଉ ଏକ ଖୁଲାସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA