Sunday, June 15, 2025 02:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୋଭିଡ୍ ମୁକାବିଲାରେ ସରପଞ୍ଚଙ୍କ କାର୍ଯ୍ୟକୁ ପାଣ୍ଡିଆନ୍ ଙ୍କ ପ୍ରଶଂସା

by Our Correspondent
15 May, 2020- 11:06 PM
in Latest News, News
1 min read
0
କୋଭିଡ୍ ମୁକାବିଲାରେ ସରପଞ୍ଚଙ୍କ କାର୍ଯ୍ୟକୁ ପାଣ୍ଡିଆନ୍ ଙ୍କ ପ୍ରଶଂସା

ଗଞ୍ଜାମ, ଗଜପତି, ରାୟଗଡ଼ାକୁ ମାରାଥାନ୍ ଗସ୍ତ

ଭୁୁବନେଶ୍ୱର: ଓଡ଼ିଶାର କରୋନା ହଟସ୍ପଟ୍ ଗଞ୍ଜାମ ସମେତ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଆଜି ମାରାଥନ୍ ଗସ୍ତ କରିଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ସେ ବିଭିନ୍ନ କୋଭିଡ୍ କେୟାର ସେଣ୍ଟରଗୁଡ଼ିକୁ ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ । ଅଧିକାଂଶ ଜାଗାରେ ବ୍ୟବସ୍ଥିତ ଢ଼ଙ୍ଗରେ କାମ ଚାଲିଥିବାରୁ ଦାୟିତ୍ୱରେ ଥିବା ସରପଞ୍ଚ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ ପାଣ୍ଡିଆନ୍ । ଏଥିସହ ଜିଲ୍ଲାଗୁଡ଼ିକରେ କୋଭିଡ୍ ହସ୍ପିଟାଲ୍ ର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ ।
କରୋନା ଆକ୍ରାନ୍ତ ତାଲିକାର ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାର ସବୁଠାରୁ ଅଧିକ ପ୍ରବାସୀ ଶ୍ରମିକ ଫେରନ୍ତା ଶେରଗଡ଼, ହିଞ୍ଜିଳି, ଆସ୍କା, କବିସୂର୍ଯ୍ୟନଗର ଏବଂ ପୋଲସରା ବ୍ଲକ୍ କୁ ମାରାଥାନ୍ ଗସ୍ତ କରିଥିଲେ ୫-ଟି ସଚିବ । ଟ୍ରେନ୍ ଓ ବସ୍ ଯୋଗେ ଫେରୁଥିବା ପ୍ରବାସୀମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ପଚାରି ବୁଝିଥିଲେ । କୋଭିଡ୍ ମୁକାବିଲା ପ୍ରସ୍ତୁତି ଉପରେ ବ୍ଲକ୍ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପଞ୍ଚାୟତ ସରପଞ୍ଚମାନଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଅଧିକାଂଶ ସରପଞ୍ଚ ଦିନରାତି ଏକକରି କୋଭିଡ୍ ମୁକାବିଲାରେ ଲାଗିଥିବା ଜାଣି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସରପଞ୍ଚ ଏବଂ ସେମାନଙ୍କ ଟିମ୍ କୁ ନିଜର ଯତ୍ନ ନେବାକୁ ପାଣ୍ଡିଆନ୍ ପରାମର୍ଶ ମଧ୍ୟ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଉପରେ ଭରସା ରଖି କୋଭିଡ୍ ମୁକାବିଲାର ଗୁରୁ ଦାୟିତ୍ୱ ଦେଇଥିବାରୁ ସରପଞ୍ଚମାନେ ଖୁସି ପ୍ରକଟ କରିବା ସହ ନିଜକୁ ଗର୍ବିତ ମନେ କରୁଥିବା କହିଥିଲେ । କରୋନା ଯୁଦ୍ଧରେ ମୃତ୍ୟୁ ହେଲେ ପରିବାରକୁ ୫୦ ଲକ୍ଷ ସହାୟତା ତାଲିକାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାମିଲ କରିଥିବାରୁ କୃତଜ୍ଞତା ବି ଜଣାଇଥିଲେ । ଏହି ଅବସରରେ ଚାଷୀଙ୍କୁ ପରିବା ବିହନ ଯୋଗାଣ ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ସରପଞ୍ଚମାନେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଗୁରୁତ୍ୱ ଉପଲବ୍ଧି କରି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ପାଣ୍ଡିଆନ୍ ।
ହିଞ୍ଜିଳି ଏବଂ ସୀତାପଲୀଠାରେ ଥିବା କୋଭିଡ୍ କେୟାର୍ ସେଣ୍ଟର ମଧ୍ୟ ପରିଦର୍ଶନ କରିଥିଲେ ୫-ଟି ସଚିବ ଏବଂ ଉନ୍ନୟନ କମିଶନର । ଗଞ୍ଜାମ ଜିଲ୍ଲାପାଙ୍କ ସହ କୋଭିଡ୍ ପରିସ୍ଥିତି ସମ୍ପର୍କରେ ଆଲୋଚନା ବେଳେ ପ୍ରବାସୀଙ୍କ ସୁବିଧା, ଟିଏମସି ଗୁଡ଼ିକର ରକ୍ଷଣାବେକ୍ଷଣ, କୃଷିକାର୍ଯ୍ୟ ଏବଂ ନରେଗାର ଦ୍ରୁତ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ । ଆଇନଶୃଙ୍ଖଳା ସମ୍ପର୍କରେ ଏସପିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ଅନୁରୂପ ଭାବେ ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଭିନ୍ନ କୋଭିଡ୍ କେୟାର ସେଣ୍ଟର ବୁଲିବା ସହ ପ୍ରବାସୀଙ୍କ ପାଇଁ କରାଯାଇଥିବା ବନେ୍ଦାବସ୍ତର ତଦାରଖ କରିଥିଲେ ଶ୍ରୀ ପାଣ୍ଡିଆନ୍ ।
Previous Post

ମାଡ଼ି ଆସୁଛି ବାତ୍ୟା; ୪ ଜିଲ୍ଲାକୁ ବେଶୀ ବିପଦ!

Next Post

କରୋନାର କରୁଣା

Next Post
କରୋନାର କରୁଣା

କରୋନାର କରୁଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA