Friday, January 16, 2026 12:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଗଣେଷ ପୂଜା

by Jyoti prakash Mohapatra
22 Aug, 2020- 04:08 PM
in Guest Column, Latest News, Story Of The Week
1 min read
0
ଗାଁରେ ଗଣେଷ ପୂଜା
ଗାଁ ସେତେବେଳକୁ ନିହାତି ମଫସଲ । ନା ଗାଡ଼ି । ନା ରାସ୍ତା । ନା ଭଲ ରକମ କିଛି ବି ଦୋକାନ । ଗାଁ ଶେଷକୁ ମହାଦେବ ମୁଣ୍ଡ ଆଗକୁ ଗାଁ ସ୍କୁଲ । ପ୍ରଥମରୁ ଦଶମ । ଚତୁର୍ଥ, ପଞ୍ଚମ ଶ୍ରେଣୀ ଚାଲୁଥିଲା ଗୋଟେ ଲମ୍ବା ହଲରେ । ଚାଳ ଛପର ହଲ । ମଝିରେ ଲମ୍ବା ବରଡ଼ା ତାଟିର ପାଚେରୀ । ପୂଜା ବେଳକୁ ତାଟି ହଟିଯାଏ ।
ପୂଜା ବେଳକୁ ତାଟି ହଟିଯାଏ । ଲମ୍ବା ହଲରେ ନାଲିଆ, ହଳଦିଆ, ଈଷତ ବାଇଗଣି କାଗଜରେ ଝାଲିରି କାଟି ଅଟାରେ ତିଆରି ଅଠାରେ ସ୍କୁଲରେ ଲାଗେ ।
ଗଣେଷ, ବିଘ୍ନନାଶଙ୍କୁ ଆଣିବା କାମ ସିନିଅର ପିଲାଙ୍କର । ଯିଏ ଦଶମରେ ପଢୁଥିବେ ସେମାନେ କୁମ୍ଭାର ଘରକୁ ଯାଇ ଆଣନ୍ତି ଗଣେଷଙ୍କୁ । ପଛରେ ଲାଇନ ଲାଗିଥାଏ ପିଲାଙ୍କର । ଆସ୍ଥାନ ଉପରେ ଠାକୁର ରହିଲା ପରେ ଭୋଗ କହିଲେ- ଗାଁ ନଡ଼ିଆ, କଦଳି, ଛେନା ।
ମୁଁ ପଞ୍ଚମ ଶ୍ରେଣୀରେ ପଢୁଥାଏ । ଯିଏ ପାରିଲା ଗୋଟିଏ ନଡ଼ିଆ ନେଇକି ଯାଏ, ଉପର କାଗଜରେ ତା ନାଁ ଲେଖି । ସିରିଏଲ ଅନୁସାରେ ନାଁ ଡାକନ୍ତି ରାମେଶ୍ୱର ସାର । ପିଲାଟି ସେଇ ଅନୁସାରେ ଯାଇ ଦିଅଁଙ୍କ ସାମ୍ନାରେ ନଡ଼ିଆ ଫଟେଇ ଆସିବ ।
ମତେ ସାର୍ କହିଲେ- ଯଦି ଏକାଥରେ ତୋ ନଡ଼ିଆ ଫାଟିବ, ନବୋଦୟ ସ୍କୁଲ ଟେଷ୍ଟରେ ତୁ ପାଇଯିବୁ । ଥରେ ବାଡ଼େଇଲି । ନଡ଼ିଆ ଯୋଉ ଗୋଟାକୁ ସେଇ ଗୋଟା । ଦ୍ୱିତୀୟ ଥର ବି ସେଇଆ । କାନ୍ଦ କାନ୍ଦ ଆଖିରେ ସାରଙ୍କ ମୁହଁକୁ ଚାହିଁଲି । ସାର କହିଲେ- ଦେ ମତେ । ଆଖି ଖୋଲିଲା ବେଳକୁ ନଡ଼ିଆ ଦି’ ଫାଳ ହୋଇ ସାରିଥାଏ । ସେପଟେ କେଇ ମାସ ପରେ ବାହାରିଲା ନବୋଦୟ ରେଜଲ୍ଟ ।
ଅବଶ୍ୟ ସେ ପ୍ରସଙ୍ଗ ଅଲଗା ।
କଲେଜରେ ଗଣେଷ ପୂଜା
କଲେଜରେ ଆମ ବଟାନି ଡିପାର୍ଟମେଣ୍ଟଟା ଥିଲା ଏକପାଖିଆ । ତଳ ମହଲାରେ ବଟାନି । ଉପରେ ଜୁଲୋଜି । ଏମିତି ଯେତେ ବିଭାଗ ଥାଏ, ସବୁ ବିଭାଗ ମଧ୍ୟରେ ଲାଗେ ପ୍ରତିଦ୍ୱନ୍ଦିତା । ପୂଜା କରିବା ପାଇଁ । ଅଳ୍ପ ପଇସାରେ କିଏ କେତେ ସୁନ୍ଦର ପୂଜା କରିବ, ଭୋଗରେ କଣ ରହିବ, କେତେ ଜଣ ଅଧ୍ୟାପକ ବୁଲିବାକୁ ଆସିବେ-ସେଇଥିରୁ ହିଁ ଜଣାପଡ଼େ ପୂଜାର ସଫଳତା । ପୁଣି ପୁରୁଣା କାଳିଆ ମେସିନରେ କାର୍ଡ଼ ଛପା ।
ସୁଧୀର ସାର ଥାଆନ୍ତି ଆମ ବଟାନି ବିଭାଗର ମୁଖ୍ୟ । ଅନର୍ସ ଦ୍ୱିତୀୟ ବର୍ଷକୁ ସେ ହିଁ ପ୍ରସ୍ତାବ ଦେଲେ- ବଟାନି ପିଲା ପରା । ଯୁଆଡ଼େ ଚାହିଁବ ଗଛଲତା । ପ୍ରକୃତି । ତାକୁ ନେଇ ପୂଜା କର । ସେଇ ଅନୁସାରେ ଡିପାର୍ଟମେଣ୍ଟ ପୂଜାରେ ଦେଖାଗଲା ସାଜସଜ୍ଜା । ଗଛପତ୍ର, ଫୁଲରେ ଲଦି ହୋଇ ଭାରି ସୁନ୍ଦର ଦିଶିଲେ ମୂର୍ତ୍ତି ।
ଯାଜପୁରରେ କଲେଜ ଯେମିତି ଏକେଲା, ଭାରି ସୁନ୍ଦର-ବଟାନି ବିଭାଗଟା ସେମିତି ଅନ୍ତରଂଗ । ୧୬ଟି ପିଲା ପ୍ରତି ବର୍ଷ ସେଇଠି ଅନର୍ସ ପଢୁଥିଲେ । ଏବେ ସିଟ କେତେ ହୋଇଥିବ ଜଣାନାହିଁ । କିନ୍ତୁ ୫ ଜଣ ଅଧ୍ୟାପକ, ଅଧ୍ୟାପିକା, ତିନୋଟି ଅନର୍ସ ବର୍ଷର ପିଲାଙ୍କୁ ମିଶାଇ ୫୦ ପାଖାପାଖି ପିଲା, ସାଙ୍ଗସାଥି-ସେସବୁ ଜୀବନର ତୀବ୍ର ଅଭୁଲା ମୁହୂର୍ତ୍ତ ।
ତା’ପରେ ଗଣେଷ ପୂଜା ପୁଣି ଚାଲେ ମେସରେ । ଯାଜପୁର କଲେଜରେ ଥିଲା ଗୋଟିଏ ଛୋଟିଆ ହଷ୍ଟେଲ । ତେଣୁ ଆଖପାଖରେ ଶହେ ସରିକି ମେସ । ପ୍ରତି ମେସରୁ ଆସେ ସ୍ୱତନ୍ତ୍ର ନିମନ୍ତ୍ରଣ । ଆମ ଘରେ ଥିଲା ଗୋଟେ ଭଙ୍ଗା ସ୍କୁଟର । ସେଇ ସ୍କୁଟର ଚଢି ଏକାଥରେ ଚାରି ଜଣ ଅତିଥି ଭାବେ ହାଜର ହୋଇଯାଉ ମେସରେ ।
ଆଚାର୍ଯ୍ୟ ବିହାରରେ ଗଣେଷ ପୂଜା
ମାନେ ଭୁବନେଶ୍ୱରରେ ଗଣେଷ ପୂଜା । ଆଚାର୍ଯ୍ୟ ବିହାର କଥା ଏଇଥି ପାଇଁ ଲେଖୁଛି ଯେ ଭୁବନେଶ୍ୱର ରହଣିର ମୋର ସର୍ବାଧିକ ସମୟ ଏଇଠି ମୁଁ କାଟିଛି । ଏଠି ନା ଗଣେଷ ପୂଜା ମୁଁ କେବେ କରିଛି । ନା ସେ ପବିତ୍ରତା କେବେ ଅନୁଭବ କରିଛି । ଖାଲି ମାଇକ, ସଂଜକୁ ନାଚାଗାନା । ପ୍ରସେସନରେ ଭସାଣୀ ।
ଚାରି ଛଅ ଦିନ ବିଚରା ଗଣେଷ ଗୋଟେ ଜାଗାରେ ପଡ଼ିଥିବେ । ଆୟୋଜକ ପରଦିନଠାରୁ ଗାଏବ ହୋଇ ଯାଇଥିବେ । ବେଳେବେଳେ ବିଘ୍ନନାଶଙ୍କ ଅବସ୍ଥା ଦେଖି ମୁଁ ଭାବିଛି- ପ୍ରଭୁ ! ଏଇ ମୂଢମାନଙ୍କ ପ୍ରତି ଯଦି ଦୟା ଅଛି, ଏମାନଙ୍କ ବ୍ୟାଙ୍କିଂ କି କ୍ଲରିକାଲ କରିଦିଅ । ଏମାନେ କେବେଠାରୁ ପ୍ରସ୍ତୁତି କରୁଛନ୍ତି । ପାସ୍ କରି ଏମାନେ ଯାଆନ୍ତୁ । ନୂଆ ମଣିଷ ଆସିଲେ ନୂଆ ଭାବନା ନେଇ ଆସିଥିବେ ।
ହେଲେ ସେ କଥା ଘଟିନାହିଁ । ଦଶ ବର୍ଷ ହେଲା ମୁଁ ଦେଖୁଛି ସେଇ ଏକା ପୂଜା । ଏକାରକମ ଭାବ, ଆତ୍ମୀୟତା ନଥିବା ପୂଜା । ବରଂ ନୂଆ ଡିଜେ ସାଙ୍ଗରେ ସାଉଣ୍ଡ ଆହୁରି ବଢି ଯାଇଛି ।
ଗୀତ ବାଜୁଛି- ଦିଲ ମେଁ ଦର୍ଦ ସା ଜଗା ହୈ…କାଣ୍ଟା ସା କହିଁ ଚୁଭା ହୈ…ୟେହ ମୋହବତ ନହିଁ ତୋ କ୍ୟା ହୈ…
କିମ୍ବା ବିଡ଼ି ଜଲାଇଲେ ।
ଶେଷକୁ
ସ୍ୱାଧୀନତା ଲଢେଇସହ ଗଣେଷ ପୂଜାର ରହିଛି ଗଭୀର ସଂପର୍କ । ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ ୧୮୯୩ରେ ନିଜ ଖବରକାଗଜ ‘କେଶରୀ’ରେ ସାର୍ବଜନୀନ ଗଣେଷ ପୂଜା କଥା କହିଥିଲେ । ଲୋକଙ୍କୁ ଏକାଠି କରି ଜାତୀୟତା ମନ୍ତ୍ର ବୁଣିବାରେ ସାର୍ବଜନୀନ ଗଣେଷ ପୂଜା ପ୍ରସଙ୍ଗ ସର୍ବାଧିକ ସହାୟକ ହୋଇଥିଲା ।
୧୮୯୪ରେ ତିଲକ ପୁନେର କେଶରୀୱାଡ଼ାରେ ସେ ଏହି ପୂଜା ଆରମ୍ଭ କରିଥିଲେ । ଫଳରେ ଏକାଠି ହୋଇଥିଲେ ଲୋକେ । ପରାଧୀନତାର ଯନ୍ତ୍ରଣା ବୁଝିଥିଲେ । ସ୍ୱାଧୀନତା ମୁହାଁ ହୋଇ ଆଗେଇ ଥିଲେ ଲଢେଇରେ ।
(ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଢ଼େଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ jpm.iimc@gmail.com ରେ ଯୋଗାଯୋଗ କରିହେବ )
Previous Post

କୋଭିଡ ଟେଷ୍ଟ୍ ରେ ଓଡ଼ିଶା ଦୁଇ ନମ୍ବର

Next Post

ତାରାଙ୍କ ସମର୍ଥନରେ ନିରଞ୍ଜନ-ଜୟଦେବ !

Next Post

ତାରାଙ୍କ ସମର୍ଥନରେ ନିରଞ୍ଜନ-ଜୟଦେବ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA