Monday, May 11, 2026 11:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର

by Our Correspondent
05 Jul, 2020- 11:02 PM
in Latest News, News
1 min read
0
ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର
ଗୋପାଳ ସାହୁ, ସ୍ୱତନ୍ତ୍ର ପ୍ରତିନିଧି
ମାତୄଗର୍ଭରୁ ଧରାପୃଷ୍ଠକୁ, ଅନ୍ଧାରରୁ ଆଲୋକ ଆଡ଼କୁ ଏବଂ ମୋହଗ୍ରସ୍ତରୁ ମୋକ୍ଷ ଆଡ଼କୁ ଆମ ହାତ ଧରି ନିରନ୍ତର ନିସ୍ଵାର୍ଥପର ଭାବରେ ବାଟ ଦେଖଉଥିବା ପିତାଗୁରୁ, ମାତାଗୁରୁ, ବିଦ୍ୟାଗୁରୁ, ଶିକ୍ଷାଗୁରୁ, ଦିକ୍ଷାଗୁରୁ ତଥା ପ୍ରତି ମୁହୁର୍ତ୍ତରେ ଆମର ଅଜ୍ଞାନ, ଅଶିକ୍ଷା, କୁଶିକ୍ଷାର ତମା ଅନ୍ଧକାରଠାରୁ, ତାଙ୍କର ଜ୍ଞାନ ଗବେଷଣାଲବ୍ଧ ଗଭୀର ଅଭିଜ୍ଞତା ବଳରେ ଆଲୋକର ବାଟ କଢ଼ଉଥିବା ସମସ୍ତ ଗୁରୁରୂପୀ ଭଗବାନଙ୍କ ଚରଣ କମଳରେ, ଆଜିର ପରମ ପବିତ୍ର ପ୍ରସିଦ୍ଧ ଗୁରୁପୂର୍ଣ୍ଣିମା ତିଥିରେ ଭକ୍ତିପୁତ ସକୄତଜ୍ଞ ପ୍ରଣାମ।
ଅସହ୍ୟ ଗ୍ରୀଷ୍ମ ଦାଉରୁ, ବର୍ଷାର ଶୀତଳ ସ୍ପର୍ଶରେ ଧରାପୄଷ୍ଠକୁ ଆନନ୍ଦ ପ୍ରଦାନ କରୁଥିବା ବର୍ଷର ତୄତୀୟ ମାସ “ଆଷାଢ଼” ପୂର୍ଣ୍ଣିମାରେ ମଧ୍ୟ ଜଗତକୁ ଅଜ୍ଞାନର ତମା ଅନ୍ଧାରରେ ଜ୍ଞାନର ଉଜ୍ଜ୍ୱଳ ଆଲୋକ ଦେଖେଇବା ପାଇଁ ଭଗବାନ ମହର୍ଷି ବ୍ୟାସଦେବ ଧରାବତରଣ କରିଥିଲେ। ମହର୍ଷି ପରାଶରଙ୍କ ଔରସରୁ ଓ ମାତା ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଏହି ପବିତ୍ର ଆଷାଢ଼ ପୂର୍ଣ୍ଣିମା ତିଥିରେ ମହର୍ଷି ବ୍ୟାସଦେବ ପବିତ୍ର ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହି ପୁଣ୍ୟ ଦିବସଟି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ସର୍ବତ୍ର ଭକ୍ତିପୁତ ପରିବେଶରେ ପାଳନ କରାଯାଏ।
ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ମହାଭାରତ, ଅଷ୍ଟାଦଶ ମହାପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର, ମୀମାଂସା ପ୍ରଭୃତିର ପ୍ରଣେତା ସ୍ଵୟଂ ମହର୍ଷି ବ୍ୟାସଦେବ। ସେ ମଧ୍ୟ ବେଦାନ୍ତ ଦର୍ଶନ ଓ ଅଦ୍ୱୈତବାଦର ସଂସ୍ଥାପକ। ପୁରାଣ ଶାସ୍ତ୍ରାନୁଯାୟୀ ଭଗବାନ ବ୍ରହ୍ମା ଭିନ୍ନଭିନ୍ନ କଳ୍ପର ପ୍ରତ୍ୟେକ ଯୁଗରେ ବ୍ୟାସଦେବଙ୍କ ଅବତାର ନେଇ ଆଦି ସନାତନ ଧର୍ମର ଆଦ୍ୟ ଶାସ୍ତ୍ର ଯଥା ସମସ୍ତ ବେଦମାନଙ୍କର ସଂଗ୍ରହ ଓ ବିଭାଗୀକରଣ କରିଥିବାରୁ, ମହର୍ଷି ବେଦବ୍ୟାସ ଭାବେ ମଧ୍ୟ ପୁଜା ପାଆନ୍ତି ବୋଲି କଥିତ ଅଛି।
ମହର୍ଷି ବ୍ୟାସଦେବ ତାଙ୍କର ମହାନ ମହାକାବ୍ୟିକ ସୃଷ୍ଟି ମାନଙ୍କ ମାଧ୍ୟମରେ ଅନନ୍ତ ଯୁଗ ପର୍ଯ୍ୟନ୍ତ, ମଣିଷ ଜାତିକୁ ମହାନ ଶିକ୍ଷା ଦେଇ ଯାଇଛନ୍ତି। କଥାରେ ଅଛି “ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ” ଅର୍ଥାତ ଯାହା ମହାଭାରତ ମହାକାବ୍ୟରେ ନାହିଁ ତାହା ଏ ବିଶ୍ୱ ବ୍ରହ୍ମାଣ୍ଡରେ ଆଉ କୋଉଠି ନାହିଁ। ଏଥିପାଇଁ ଭାରତରେ ସମସ୍ତ ପୁରାଣ ବର୍ଣ୍ଣିତ କିମ୍ପଦନ୍ତୀ ବା ପ୍ରାମାଣିକ ତଥ୍ୟମାନ, ସମଗ୍ର ବିଶ୍ୱପାଇଁ ବର୍ତ୍ତମାନ ଗବେଷଣାର ବିଷୟବସ୍ତୁ। ସମଗ୍ର ମାନବ ସମାଜ ପାଇଁ ଏହା ମହାନ ବୈଭବ, ସମୃଦ୍ଧି ଓ ବିଜ୍ଞାନ ସମ୍ମତ ଅସୀମ ଜ୍ଞାନର ଭଣ୍ଡାର। ତ୍ରିକାଳଦର୍ଶୀ ମହର୍ଷି ବେଦବ୍ୟାସ, ତତ୍କାଳୀନ ହସ୍ତିନାପୁରର ଭୂତ ଭବିଷ୍ୟତ ତଥା ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ନିମନ୍ତେ ମାତା ସତ୍ୟବତୀଙ୍କୁ ସବୁବେଳେ ପରାମର୍ଶ ଦେଉଥିଲେ ଏବଂ ଅନେକ ବିଚାର ବିମର୍ଷ କରୁଥିଲେ। ଗୁରୁ ପରମ୍ପରାରେ ଗୁରୁମାନେ ତାଙ୍କ ଶିଷ୍ୟମାନଙ୍କୁ ଯେମିତି ଅନ୍ଧକାରରୁ ଜ୍ଞାନର ଆଲୋକ ପ୍ରଦର୍ଶନ କରନ୍ତି।
“ଗୃଳାରୋଦ୍ଧନ୍ଦରାରସ୍ତୁ ରୁ କାରସ୍ତ ନିବର୍ତ୍ତକଃ।
ଅନ୍ଧକାର ନିବୃତ୍ୟାତୁ ଗୁରୁତିତ୍ୟରି ଧୀୟତେ”।।
‘ଗୁ’ ଅର୍ଥ ଅନ୍ଧାର ଏବଂ ‘ରୁ’ ର ଅର୍ଥ ଅଜ୍ଞାନ ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି। ଗୁରୁଙ୍କୁ ଜଣେ ସାଧାରଣ ବ୍ୟକ୍ତି ବୋଲି ଭାବିବା ଅନୁଚିତ। ଗୁରୁ ହିଁ ସାକ୍ଷାତ ଭଗବାନ। ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି। ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ”।। ଆହୁରି ମଧ୍ୟ ବର୍ଣ୍ଣିତ ହୋଇଛି, ଗୁରୁଙ୍କୁ ନମଣିବ ନର। ଗୁରୁଟି ସାକ୍ଷାତ ଇଶ୍ଵର।।
ଶାସ୍ତ୍ରରେ ଭଗବାନ ବ୍ୟାସଦେବଙ୍କ ବିଷୟରେ ବର୍ଣ୍ଣିତ ହୋଇଛି, ଯଥା-
ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣବେ ।
ନମୋ ବୈ ବ୍ରହ୍ମ ବିଧୟେ ବଶିଷ୍ଠାୟ ନମୋନମଃ ।।
ଅଚ୍ୟୁତର୍ବଦ ବ୍ରହ୍ମା ଦ୍ୱିର୍ବାହାରୁ ପରେ ହରିଃ ।
ଆଭାଲ ଲୋଚଚନଃ ଶମ୍ଭୁ ଭଗବାନ ବାଦରାୟାଣଃ ।।

ମାତା, ଜନ୍ମଦାତ୍ରୀ ସେହିଁ ପ୍ରଥମ ଗୁରୁ। ପିତା ଦ୍ୱିତୀୟ ଗୁରୁ ଏବଂ ଶିକ୍ଷାଦାତା ତୃତୀୟ ଗୁରୁ। ଗୁରୁମାନେ ହିଁ ଆମ ସକଳ ଜୀବନର ମାର୍ଗଦର୍ଶକ ଏବଂ ସୁନିୟନ୍ତ୍ରକ। ପୁଜ୍ୟ ଗୁରୁମାନଙ୍କ ଠାରୁ ଅମୁଲ୍ୟ ଶିକ୍ଷା, ଦୀକ୍ଷା, ସଂସ୍କାର ତଥା ତାଙ୍କ ଆଦର୍ଶ ଇତ୍ୟାଦି ସବୁକିଛି ଶିଷ୍ୟର ଜୀବନରେ ପ୍ରତି ମୁହୁର୍ତ୍ତରେ ପ୍ରତିଫଳିତ ହୋଇଥାଏ।
ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଅନୁସାରେ
“ଅବଧୂତ ବା ଦତ୍ତାତ୍ରେୟ” ମୁନିଙ୍କର ଚବିଶ ଗୁରୁ ଥିଲେ ଯଥା –
ପୃଥିବୀ ପବନ ଅନଳ। ଉର୍ଦ୍ଧ୍ୱେ ଯେ ଆକାଶ ମଣ୍ଡଳ॥
ରବି ଶଶାଙ୍କ ଆପ ସିନ୍ଧୁ। ଭ୍ରମର ସର୍ବପୁଷ୍ପ ବନ୍ଧୁ॥
କପୋତ ପକ୍ଷୀ ଗୁରୁମୋର। ପତଙ୍ଗ ସର୍ପ ଅଜଗର॥
ମୀନ ପିଙ୍ଗଳା ବେଶ୍ୟା ନାରୀ। କୁରର କୁମର କୁମାରୀ॥
ହରିଣ ଉର୍ଣ୍ଣନାଭୀ କରୀ। ଶରକାରକ ମଧୁହାରୀ॥
ଆବର କୀଟ ପେଶସ୍କାରୀ। ମୁଁ ଏତେ ଗୁରୁ ସେବା କରି॥
ଆମର ପୌରାଣିକ କିମ୍ବଦନ୍ତୀ, ସାଂସ୍କୃତିକ ପରମ୍ପରା ଏବଂ ପୁଜ୍ୟଷ୍ପଦ ଗୁରୁ ଗୁରୁ ଗୁରୁମାଙ୍କ ପ୍ରଦତ୍ତ ଶିକ୍ଷା ଓ ସଂସ୍କାର ଅନୁସାରେ ଆମ ପ୍ରତ୍ୟେକଙ୍କୁ, ପ୍ରତ୍ୟେକଙ୍କ ଠାରୁ ଏବଂ ପ୍ରତି ମୁହୁର୍ତ୍ତରେ ଅନେକ କିଛି ଶିଖିବାକୁ ଅଛି। ତେଣୁ ଆସନ୍ତୁ ଆମେ ସମସ୍ତେ ଆଜିର ପରମ ପାବନ ତିଥିରେ, ଆମର ଗୁରୁ ପରମ୍ପରାକୁ ସମ୍ମାନ ଜଣେଇ, ଗୁରୁ ଗୁରୁମାଙ୍କୁ ଭକ୍ତିପୁତ ପ୍ରଣିପାତ ଜଣେଇ ଅନ୍ଧକାରରୁ ଆଲୋକ ଆଡ଼କୁ, ମୋହରୁ ମୋକ୍ଷ ଆଡ଼କୁ ଏବଂ ପରଶ୍ରୀକାତରତାରୁ ପରୋପକାର ଆଡ଼କୁ ଅଗ୍ରସର ହେବା। ସଂସାରରେ ସର୍ବତ୍ର ସୁଖ ଓ ଶାନ୍ତି ପ୍ରତିଷ୍ଠା କରିବା।

(ସ୍ୱତନ୍ତ୍ର ପ୍ରତିନିଧିଙ୍କ ଯୋଗାଯୋଗ ନଂ7978394203)

Previous Post

ନିର୍ବାଚନମଣ୍ଡଳୀ ସହ ଅନଲାଇନ୍ ସମ୍ପର୍କ ଯୋଡିଲେ ଅରୁଣ

Next Post

୪୫୬ ନୂଆ ପଜିଟିଭ୍, ଆଖି ବୁଜିଲେ ଆଉ ଦୁଇ

Next Post
୪୫୬ ନୂଆ ପଜିଟିଭ୍, ଆଖି ବୁଜିଲେ ଆଉ ଦୁଇ

୪୫୬ ନୂଆ ପଜିଟିଭ୍, ଆଖି ବୁଜିଲେ ଆଉ ଦୁଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA