Friday, May 15, 2026 03:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚୋରି ଗାଡ଼ିରେ ସପରିବାର ପୁରୀ ଭ୍ରମଣ କରିଥିଲେ ଥାନାବାବୁ

by Our Correspondent
20 Apr, 2020- 03:05 PM
in Latest News, News
1 min read
0
ଚୋରି ଗାଡ଼ିରେ ସପରିବାର ପୁରୀ ଭ୍ରମଣ କରିଥିଲେ ଥାନାବାବୁ
ଭୁବନେଶ୍ୱର: ଲକ୍ ଡାଉନ୍ ନିୟମକୁ ରାଜ୍ୟ ସରକାର କଡ଼ାକଡ଼ି କରିଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଜଣେ ଥାନା ବାବୁଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ଆଇଆଇସି ଦୀପକ ଜେନା ରବିବାର ସଂଧ୍ୟାରେ ନିଜ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଧରି ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ତାହା ପୁଣି ଲକ୍ ଡାଉନ୍ ଏବଂ ଶ୍ରୀମନ୍ଦିର ପ୍ରବେଶ କଟକଣା ଭାଙ୍ଗି । ତେବେ ଧରାପଡ଼ି ତୁରନ୍ତ ଚାକିରିରୁ ସସପେଣ୍ଡ ହୋଇଥିଲେ ମଧ୍ୟ ହଳିଦିଆ ବତୀ ଲଗାଇ ପୁରୀ ନେଇଥିବା ସ୍ପର୍ପିଓଟି ଚୋରା ଗାଡ଼ି ବୋଲି ଚାଞ୍ଚଲ୍ୟକର ତଥ୍ୟ ଆସିଛି ।

ଆଇଆଇସି ଶ୍ରୀ ଜେନା ଏକ ଧଳାରଙ୍ଗର ସ୍କର୍ପିଓ ନଂ ଓଆର-୦୫-ଏଏଫ୍ ୦୫୦୦ ରେ ପରିବାରକୁ ଧରି ପୁରୀ ବୁଲେଇ ନେଇଥିଲେ । ଗାଡ଼ି ଉପରେ ହଳଦିଆ ବତୀ ବି ଲଗାଇଥିଲେ । ତେବେ ଏହି ଗାଡ଼ିଟି ପୁଲିସର ନୁହେଁ କି ତାଙ୍କ ନିଜର ନୁହଁ । ଚୋରି ହୋଇଥିବା ଏକ ସିଜ୍ ଗାଡ଼ି କୁ ସେ ନିଜ ଭ୍ରମଣ ପାଇଁ ବ୍ୟବହାର କରିଥିବା ଜଣାପଡ଼ିଛି ।
କଟକର ଜଣେ ଠିକାଦାର ସୁକାନ୍ତ ଦଳେଇଙ୍କର ଏହି ଗାଡ଼ିଟିକୁ ଗତମାସ ୨୦ ତାରିଖରେ ବଡ଼ଚଣା ଅଞ୍ଚଳରୁ ଦୁବୃର୍ତ୍ତ ଛଡ଼ାଇ ନେଇଥିଲେ । ଦାଦାବଟି ନ ଦେବାରୁ ଏଭଳି କାଣ୍ଡ କରିଥିଲେ । ଶ୍ରୀ ଦଳେଇ ମାର୍ଚ୍ଚ ୨୧ ତାରିଖରେ ବଡ଼ଚଣା ଥାନାରେ ଗାଡ଼ି ଚୋରି ସମ୍ପର୍କରେ ଏତଲା ଦେଇଥିଲେ । ଗାଡ଼ି ଚୋରି କରିଥିବା ଦୁବୃର୍ତ୍ତ ଆଇଆଇସିଙ୍କର ଖାସ୍ ଲୋକ ବୋଲି ବି ଜାଣିବାକୁ ପାଇଥିଲେ ।
ଇତିମଧ୍ୟରେ ଗାଡ଼ିଟିକୁ ଥାନାରେ ଦେଖିଥିଲେ ଶ୍ରୀ ଦଳାଇ । ଗାଡ଼ିଟିକୁ ଫେରାଇ ଦେବା ପାଇଁ ଆଇଆଇସିଙ୍କୁ ଅନୁରୋଧ କରିଥିଲେ । ମାତ୍ର ଗାଡ଼ିଟିକୁ ଲକ୍ ଡାଉନ୍ ପରେ ଫେରାଯିବ ବୋଲି ଆଇଆଇସି ଶ୍ରୀ ଜେନା କହିଥିଲେ । ମାତ୍ର ଏହି ସିଜ୍ ଗାଡ଼ିଟିକୁ ଆଇଆଇସି ନିଜର କରି ଭ୍ରମଣ ପାଇଁ ବ୍ୟବହାର କରୁଥିବା ଏବେ ଅଭିଯୋଗ ହୋଇଛି ।
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ୱାର ମାସେ ହେଲା ବନ୍ଦ ରହିଛି । ଘରୁ କେହି ନ ବାହାରିବା ପାଇଁ ଲକ୍ ଡାଉନ୍ କଟକଣା ବି ଲାଗିଛି । ମାତ୍ର ଏଭଳି ସମୟରେ ଥାନାବାବୁ ଡ୍ୟୁଟି ଛାଡ଼ି ପ୍ରାୟ ୧୨୦ କିମି ଦୂର ପୁରୀକୁ ପରିବାର ସହ ବୁଲି ଆସିଥିଲେ । ଶ୍ରୀମନ୍ଦିର ବାହାରେ ପୁଲିସର କଡ଼ା ପ୍ରହରା ସତ୍ତ୍ୱେ ଦକ୍ଷିଣଦ୍ୱାର ବାଟେ ଭିତରକୁ ପ୍ରବେଶ କରିଥିଲେ । କିଛି ସେବାୟତ ମଧ୍ୟ ସପରିବାରେ ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ । ତେବେ ଖବର ପ୍ରଘଟ ହୋଇଯିବାରୁ ଡ୍ୟୁଟିରେ ଥିବା ହାବିଲଦାର ସିଂହଦ୍ୱାର ଥାନାକୁ ଜଣାଇଥିଲେ । ଆଉ ସିଂହଦ୍ୱାର ପୁଲିସ ସେମାନଙ୍କୁ ଥାନାକୁ ନେଇ ମାମଲା ରୁଜୁ କରିଥିଲା ।
ଏହି ଘଟଣାରେ ପୁଲିସ ଡିଜି ଶ୍ରୀ ଅଭୟ ତୁରନ୍ତ ଶ୍ରୀ ଜେନାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି । ତେବେ ଆଜି ଚୋରି ଗାଡ଼ି ବ୍ୟବହାର କରିଥିବାର ନୂଆ ତଥ୍ୟ ସାମନାକୁ ଆସିବା ପରେ ମାମଲା ଆହୁରି ସଙ୍ଗୀନ ହୋଇଛି । ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ଶ୍ରୀ ଜେନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଆଇଆଇସିଙ୍କୁ ଶ୍ରୀମନ୍ଦିର ଦର୍ଶନ କରାଇଥିବା ଜଣେ ସେବାୟତଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।
Previous Post

୭ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରର ୨ ବର୍ଷର ଶିଶୁ

Next Post

ପୁଣି ଯାଜପୁରରୁ ୫ , ସୁନ୍ଦରଗଡ଼ରୁ ୧; ଆକ୍ରାନ୍ତଙ୍କ ସଂଖ୍ୟା ୭୪

Next Post
ପୁଣି ଯାଜପୁରରୁ ୫ , ସୁନ୍ଦରଗଡ଼ରୁ ୧; ଆକ୍ରାନ୍ତଙ୍କ ସଂଖ୍ୟା ୭୪

ପୁଣି ଯାଜପୁରରୁ ୫ , ସୁନ୍ଦରଗଡ଼ରୁ ୧; ଆକ୍ରାନ୍ତଙ୍କ ସଂଖ୍ୟା ୭୪

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA