Tuesday, May 12, 2026 12:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜଟଣୀ: ରାସ୍ତାରୁ ଟେକିନେଇ ଶିକ୍ଷୟିତ୍ରୀଙ୍କୁ ରେପ୍

by Our Correspondent
08 Jan, 2018- 03:20 PM
in Latest News, News
1 min read
0
ଜଟଣୀ: ରାସ୍ତାରୁ ଟେକିନେଇ ଶିକ୍ଷୟିତ୍ରୀଙ୍କୁ ରେପ୍
ଭୁବନେଶ୍ୱର: ଜଟଣୀ ବାଛରାରେ ଜଣେ ଆଦିବାସୀ ଶିକ୍ଷୟିତ୍ରୀଙ୍କୁ ରେପ୍ ହୋଇଛି । ଶିକ୍ଷୟିତ୍ରୀ ଜଣଙ୍କ ସଂଧ୍ୟାରେ ବଜାରରୁ ସଉଦା ସାରି ଘରକୁ ଫେରୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ରାସ୍ତାରୁ ବଳପୂର୍ବକ ଟେକିନେଇ ପାଖ ପଡ଼ିଆରେ ରେପ୍ କରିଥିଲା । କାହାରିକୁ ଜଣାଇଲେ ତାଙ୍କୁ ମାରିଦେବାର ଧମକ ଦେଇଥିଲା । ଭୟରେ ଶିକ୍ଷୟିତ୍ରୀ ଜଣଙ୍କ ସ୍କୁଲରୁ ଛୁଟି ନେଇ ଘରେ ୪ ମାସ ରହିବା ପରେ ଏବେ ମୁହଁ ଖୋଲିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଘଟଣାକୁ ଲିଖିତ ଭାବେ ଜଣାଇ ନ୍ୟାୟଭିକ୍ଷା କରିଛନ୍ତି । ସେପଟେ ଶିକ୍ଷୟିତ୍ରୀଙ୍କ ଆଦିବାସୀ ସମ୍ପ୍ରଦାୟରେ ଘଟଣାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି ।
ରେପ୍ ର ଶିକାର ଏହି ଶିକ୍ଷୟିତ୍ରୀଜଣଙ୍କ ହେଉଛନ୍ତି ଜୟନ୍ତୀ(ଛଦ୍ମନାମ) ସେଠୀ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ତଥା ପାଡୁଆ ଥାନା ଅନ୍ତର୍ଗତ କୁଲାରସିଂରେ ତାଙ୍କ ଘର । ଘରେ ସ୍ୱାମୀ ଓ ୮ ବର୍ଷର ପୁଅ ଅଛନ୍ତି । ଜଟଣୀ ଅନ୍ତର୍ଗତ ବାଛରା ସୁଶୀଳା ଦେବୀ ପ୍ରଗତି ବିଦ୍ୟାପୀଠରେ ସେ ପିଇଟି ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଗତ ୧୫.୦୬.୨୦୧୫ ରେ ତାଙ୍କୁ ସେଠାରେ ଠିକା ନିଯୁକ୍ତି ମିଳିଥିଲା । ସ୍କୁଲ ପାଖରେ ଭଡ଼ା ଘର ନେଇ ରହୁଛନ୍ତି । ଗତ ଅଗଷ୍ଟ ୧୫ ତାରିଖ ସଂଧ୍ୟା ପ୍ରାୟ ସାଢ଼େ ୭ ଟା ସମୟରେ ସେ ବଜାରରୁ ସଉଦା ସାରି ଭଡ଼ାଘରକୁ ଫେରୁଥିଲେ । ସେହି ସମୟରେ ରାସ୍ତାର ଏକ ନିକାଞ୍ଚନ ଜାଗାରେ ଜଣେ ଅପରିଚିତ ଦୁର୍ବୃତ୍ତ ହଠାତ ତାଙ୍କ ମୁହଁରେ କଳା କପଡ଼ା ଘୋଡ଼ାଇ ତାଙ୍କୁ ଟେକି ନେଇଥିଲା । ସେ ଚିତ୍କାର୍ କରୁଥିଲେ ମଧ୍ୟ ଦୁର୍ବୃତ୍ତ ତାଙ୍କୁ ନିକଟରେ ଥିବା ଏକ ପଡ଼ିଆକୁ ଟେକିନେଇ ରେପ୍ କରିଥିଲା । ସେ ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଘଟଣା ସମ୍ପର୍କରେ କାହାରିକୁ ନ କହିବା ପାଇଁ ଧମକେଇ ସେଠାରୁ ଚମ୍ପଟ ମାରିଥିଲା । ପରଦିନ ସେହି ଦୁର୍ବୃତ୍ତ ତାଙ୍କୁ ଫୋନ୍ କରି ପୁନର୍ବାର ତାଗିଦ କରିଥିଲା । ୯୬୫୮୩୮୫୪୬୪ ଏବଂ ୯୪୩୮୪୬୬୭୯୬ ଏହି ଦୁଇଟି ନମ୍ବରରୁ ସେ ବାରମ୍ବାର ଫୋନ୍ କରିଥିଲା ।
ଘଟଣା ସମ୍ପର୍କରେ ଜୟନ୍ତୀ ପରଦିନ ସ୍କୁଲରେ ପ୍ରଧାନ ଶିକ୍ଷକ ଓ ସହଯୋଗୀଙ୍କୁ ଜଣାଇଥିଲେ । ପ୍ରଧାନଶିକ୍ଷକ ଭୟଭୀତ ହୋଇ ତାଙ୍କୁ ମେଡ଼ିକାଲ୍ ଲିଭ୍ ରେ ନିଜ ଘରକୁ ପଳାଇବାକୁ ପରାମର୍ଶ ଦେଲେ । ନିରୁପାୟ ହୋଇ ସେ ନିଜ ଗାଁକୁ ପଳାଇଥିଲେ ମଧ୍ୟ ଏ ସମ୍ପର୍କରେ ନିଜ ସ୍ୱାମୀ କିମ୍ବା ପରିବାରବର୍ଗଙ୍କୁ ଜଣାଇବାକୁ ସାହାସ କରିପାରିଲେନି । ପରିବାର କି ଗାଁରେ ଜଣାଇଲେ ତାଙ୍କୁ ବାସନ୍ଦ କରାଯିବାର ଭୟ ଥିଲା । ଏଥିସହ ଗାଁରେ ରହିବା ଭିତରେ ତାଙ୍କ ବାପାଙ୍କ ମୃତ୍ୟୁ ଏବଂ ପୁଅର ଗୋଡ଼ ଭାଙ୍ଗିବାର ଅଘଟଣ ଭିତରେ ସେ ଉପାୟଶୂନ୍ୟ ହୋଇ ନିଜ ବେଦନା ନିଜ ଭିତରେ ଚାପି ଦେଇଥିବା କହିଛନ୍ତି ।
ତେବେ ଏତେଦିନ ଛୁଟି ରହିବାର ରହସ୍ୟ ଖୋଜୁଥିବା ସ୍ୱାମୀଙ୍କୁ ଶେଷରେ ନିଜ ଯନ୍ତ୍ରଣା ସମ୍ପର୍କରେ ମୁହଁ ଖୋଲିଥିଲେ । ସ୍ୱାମୀ ଓ ଗାଁ ଲୋକ ତାଙ୍କୁ ସାହାସ ଦେବା ପରେ ସେ ଭୁବନେଶ୍ୱର ଆସି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ପିଟିସନ୍ ଜରିଆରେ ନ୍ୟାୟଭିକ୍ଷା କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ବି ଏହାର ନକଲ ଦେଇଛନ୍ତି । ଦୋଷୀକୁ ଖୋଜି ବାହାର କରି ଉପଯୁକ୍ତ ଦଣ୍ଡ ଦେବା ସହ ଉକ୍ତ ସ୍କୁଲରୁ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଘଟଣା ସମ୍ପର୍କରେ ଥାନାରେ ଏତଲା ଦିଆଯିବ ବୋଲି ତାଙ୍କ ପରିବାରବର୍ଗ ଜଣାଇଛନ୍ତି ।
Previous Post

ଚାପରେ ସୌମ୍ୟ, ମନ୍ତ୍ରୀ ନିର୍ବିକାର

Next Post

ଏଭଳି ପୁଲିସଙ୍କୁ ବଦଳି ଦଣ୍ଡ ଯଥେଷ୍ଟ କି ?

Next Post
ଏଭଳି ପୁଲିସଙ୍କୁ ବଦଳି ଦଣ୍ଡ ଯଥେଷ୍ଟ କି ?

ଏଭଳି ପୁଲିସଙ୍କୁ ବଦଳି ଦଣ୍ଡ ଯଥେଷ୍ଟ କି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA