Thursday, May 21, 2026 04:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜଳ ସଙ୍କଟ ଭୁଲି ବିଦେଶରେ ଛୁଆ ଚିନ୍ତା କରିବେ ହାକିମ

by Our Correspondent
26 Apr, 2016- 02:28 PM
in News
1 min read
0
ଜଳ ସଙ୍କଟ ଭୁଲି ବିଦେଶରେ ଛୁଆ ଚିନ୍ତା କରିବେ ହାକିମ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟରେ ପ୍ରବଳ ଖରା ଓ ତାତି । ଟିଟିଲାଗଡ଼ରେ ପାରଦ ୪୮ ଟପିଥିବା ବେଳେ ଅଧିକାଂଶ ଜାଗାରେ ପାରଦ ୪୦ ଉପରେ । ଚଳିତବର୍ଷର ତାତି ସବୁ ରେକର୍ଡ ଭାଙ୍ଗିଦେଇଛି । ଖରା ଓ ତାତିର ଦାଉ ମଣିଷକୁ ସିଝୋଉ ଥିବା ବେଳେ ପାଣି ପାଇଁ ହାହାକାର ପଡ଼ିଛି ସାରା ରାଜ୍ୟରେ । ବନ୍ୟା ଓ ମରୁଡ଼ିଠାରୁ ଭୟଙ୍କର ହୋଇଛି ଜଳସଙ୍କଟ । ଟୋପେ ପାଣି ପାଇଁ ମହିଳାମାନେ ମୁଣ୍ଡଫଟା ଖରାରେ ଗରା, ମାଠିଆ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମାନ ସ୍ଥିତି ।
ଠିକ୍‌ ଏତିକିବେଳେ ଆମେରିକା ଭ୍ରମଣରେ ବାହାରିଛନ୍ତି ରାଜ୍ୟବାସୀଙ୍କ ଜଳ ସମସ୍ୟା ସହ ଉଣା ଅଧିକେ ଜଡ଼ିତ ୪ ବରିଷ୍ଠ ଆଇଏଏସ୍‌ । ସେମାନେ ହେଲେ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ବିଶାଳ ଦେବ, ବିଡ଼ିଏ ଉପାଧ୍ୟକ୍ଷ ଡାକ୍ତର କ୍ରିଷ୍ଣନ କୁମାର ଏବଂ ସାମାଜିକ କଲ୍ୟାଣ ନିର୍ଦେଶକ ରବୀନ୍ଦ୍ର ପ୍ରତାପ ସିଂ । ସାଧାରଣ ଓ ପ୍ରଶାସନ ବିଭାଗର ଚିଠି ନମ୍ବର ୮୨୯୭ରେ ମଂଜୁର ହୋଇଛି ସେମାନଙ୍କ ବିଦେଶ ଗସ୍ତ । କାର୍ଯ୍ୟସୂଚୀ ଅନୁଯାୟୀ, ଏପ୍ରିଲ୍‌ ୩୦ରେ ସେମାନେ ଭୁବନେଶ୍ୱର ଛାଡ଼ି ୯ ତାରିଖକୁ ଫେରିବେ । ଆମେରିକାର ହାର୍ଭାଡା କେନେଡ଼ି ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବୁମାନେ ଯୋଗଦେବେ । କାର୍ଯ୍ୟକ୍ରମଟି ମେ ୨ ତାରିଖରୁ ୬ ତାରିଖ ଯାଏଁ ଚାଲିବ ।
ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି “ସ୍କେଲିଂ ଆର୍ଲି ଚାଇଲଡ୍‌ହୁଡ୍‌ ଇନସେଟିଭ୍‌’’ । ଛୋଟ ଛୁଆଙ୍କ ବିକାଶ ନିମିତ୍ତ ଜ୍ଞାନ ଆହରଣ କାର୍ଯ୍ୟକ୍ରମଟିକୁ ଗୁରୁତ୍ୱହୀନ କେହି କହୁନାହାନ୍ତି । ମାତ୍ର ସଚିବସ୍ତରର ଏହି ଆଇଏଏସ୍‌ମାନେ ସେଠୁଁ କ’ଣ ଜ୍ଞାନ ଆଣିବେ ଓ ତାକୁ ଆଣି କେଉଁଠି ଉପଯୋଗ କରିବେ ତାହା ବୁଝାପଡୁନାହିଁ । ରାଜ୍ୟର ଜଳସଙ୍କଟ ସମସ୍ୟା ପ୍ରସଙ୍ଗ ଅଧିକ ଗୁରୁତ୍ୱପୂର୍ଣ୍ଣ ନା ବିଦେଶରେ ଛୁଆ ଜ୍ଞାନ ଆହରଣ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହାର ଜବାବ ସରକାର ହିଁ ଦେଇପାରିବେ । ଏମିତିରେ ବି ଏବେ ଗୁରୁତ୍ୱପୂର୍ଣ୍ଣ ବଜେଟ୍‌ ଅଧିବେସନର ବେଳ । ଏଭଳି ମୁହୁର୍ତ୍ତରେ ସରକାର ସେମାନଙ୍କୁ ବିଦେଶ ଭ୍ରମଣର ଅନୁମତି ଦେବା ଆଶ୍ଚର୍ଯ୍ୟଜନକ । ମଳିମୁଣ୍ଡିଆ ଓଡ଼ିଶାବାସୀଙ୍କ ପାଇଁ ତାହାର ଉତ୍ତର ଦୁର୍ବୋଧ୍ୟ ।

Previous Post

ନାୟିକାର ନାଁ ସୋନିଆ

Next Post

ଇତିଶ୍ରୀ ଜଜ୍‌ଙ୍କ ପଲ୍‌ଟିକାଲ୍‌ ଲିଙ୍କ୍‌ !

Next Post
ଇତିଶ୍ରୀ ଜଜ୍‌ଙ୍କ ପଲ୍‌ଟିକାଲ୍‌ ଲିଙ୍କ୍‌ !

ଇତିଶ୍ରୀ ଜଜ୍‌ଙ୍କ ପଲ୍‌ଟିକାଲ୍‌ ଲିଙ୍କ୍‌ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA