Thursday, May 21, 2026 10:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜିଲ୍ଲାପାଳ ଝାରପଡ଼ା ଯିବେନି କାହିଁକି ?

by Our Correspondent
21 Oct, 2016- 06:10 AM
in News
1 min read
0
ଜିଲ୍ଲାପାଳ ଝାରପଡ଼ା ଯିବେନି କାହିଁକି ?

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ହସ୍ପିଟାଲ୍ ରେ ଫାୟାର ସେଫ୍ଟି ବ୍ୟବସ୍ଥା ନ ଥିଲା । ଏକଥା ସ୍ୱାସ୍ଥ୍ୟ ବିଭାଗ ଜାଣିଥିଲା । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜେ ଦାୟିତ୍ୱ ନ ନେଇ ଜିଲ୍ଲାପାଳଙ୍କ ଉପରକୁ ଛାଡ଼ିଦେଇଥିଲେ । ଜିଲ୍ଲାପାଳ ନିରଞ୍ଜନ ସାହୁ ଏହି ସୁଯୋଗକୁ ହାତଛଡ଼ା କରି ନ ଥିଲେ । ଶହ ଶହ କୋଟି ଟଙ୍କାର ମାଲିକ ମନୋଜ ନାୟକଙ୍କ ଶୁଭ ଦୃଷ୍ଟିରେ ରହିବାକୁ ତାଙ୍କ ମନ ହାକୁ ହାକୁ ହେଲା । ଯାହାର ଫଳ ୨୧ ଟି ନିରୀହ ଜୀବନକୁ ନେଇଗଲା । ଆଜି ଜିଲ୍ଲାପାଳ ନିଜକୁ ବଞ୍ଚାଇବା ପାଇଁ ପ୍ରତିଷ୍ଠିତ ସମ୍ ହସ୍ପିଟାଲ୍ ରେ ତାଲା ଝୁଲାଇବାକୁ ପ୍ରସ୍ତୁତି ଆରମ୍ଭ କରି ନିଜ ଅପରାଧକୁ ଦ୍ୱିଗୁଣିତ କରିବାକୁ ଯାଉଛନ୍ତି । ମନୋଜ ନାୟକଙ୍କ ପରେ ଜିଲ୍ଲାପାଳଙ୍କୁ ବାନ୍ଧି ଜେଲ୍ ପଠାଇଦେଲେ ୨୧ ଟି ଆତ୍ମାକୁ ଶାନ୍ତି ମିଳିଯାଆନ୍ତା ବୋଲି ବିଭିନ୍ନ ମହଲରେ ଦାବି ଉଠିଲାଣି ।

ସମ୍ ହସ୍ପିଟାଲ୍ ର କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ରେଜିଷ୍ଟ୍ରେସନ୍ କୁ ଏହି ଜିଲ୍ଲାପାଳ ମହୋଦୟ ଜୁଲାଇ ମାସରେ ରିନ୍ୟୁଆଲ୍ କରିଥିଲେ । ହସ୍ପିଟାଲ୍ ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ତ୍ରୁଟିବିଚ୍ୟୁତି ଥିଲେ ମଧ୍ୟ ଏନଓସି ଦେଇଥିଲେ । ପ୍ରଶ୍ନ ଉଠୁଛି, ଜିଲ୍ଲାପାଳଙ୍କୁ ଏହି ଅଧିକାର ଦେଲା କିଏ ? ଏହାର ଉତ୍ତର ହେଉଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ । ଖାଲି ଖୋର୍ଦ୍ଧା ଜିଲ୍ଲାପାଳ ନୁହଁନ୍ତି ରାଜ୍ୟର ୩୦ଟି ଯାକ ଜିଲ୍ଲାର ଜିଲ୍ଲାପାଳଙ୍କୁ ସେମାନଙ୍କ ଜିଲ୍ଲାରେ ଥିବା ହସ୍ପିଟାଲ୍ ଗୁଡ଼ିକୁ ତଦାରଖ କରି ଏନଓସି ଓ ରେଜିଷ୍ଟ୍ରସନ୍ ରିନ୍ୟୁଆଲ୍ ର କ୍ଷମତା ଦେଇଥିଲା ବିଭାଗ । ଜିଲ୍ଲାପାଳ ଏକ ତଦାରଖ କମିଟି କରି ଦାୟିତ୍ୱ ତୁଲାଇବାକୁ ଗତ ମେ ମାସରେ ସ୍ୱାସ୍ଥ୍ୟ ବିଭାଗରୁ ନିର୍ଦ୍ଦେଶନାମା ଦିଆଯାଇଥିଲା । ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କ ହାତରେ ଏହି ଦାୟିତ୍ୱ ଛାଡି ଦିଆଯାଇଥିଲା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି । ତେବେ ଏହି ଅଖଣ୍ଡ କ୍ଷମତାର ଭରପୁର ଫାଇଦା ଉଠାଇବାକୁ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାପାଳଙ୍କୁ ସୁଯୋଗ ମିଳିଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ ଏହି କାଟାଗୋରିର ଶୀର୍ଷରେ ଥିଲେ । ଭୁବନେଶ୍ୱର ଭଳି ସହରର ହସ୍ପିଟାଲ୍ ଗୁଡ଼ିକର ରିନ୍ୟୁଆଲ୍ ଚାବିକାଠି ପାଇ ଉତ୍ସାହିତ ହୋଇପଡ଼ିଥିଲେ । କଟକ ଜିଲ୍ଲାପାଳ ଏହି କ୍ଷମତାବଳରେ ୮ ଟି ଘରୋଇ ହସ୍ପିଟାଲ୍ କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ସାହୁ ବାବୁ ଜିଲ୍ଲାପାଳଙ୍କ କ୍ଷମତାକୁ ନିଜସ୍ୱ ସ୍ୱାର୍ଥରେ ଲଗାଇ ଦେଇଥିଲେ । ସମ୍ ହସ୍ପିଟାଲ୍ ଭଳି ଏକ ଡିଫଲ୍ଟର ସଂସ୍ଥାକୁ କାରଣ ଦର୍ଶଆ ନୋଟିସ୍ ଜାରି କରିବା ପରବର୍ତ୍ତେ ଆଖିକାନ ବୁଜି ଗତ ଜୁଲାଇ ମାସରେ ନୋ ଅବଜେକ୍ସନ୍ ସାର୍ଟିଫିକେଟ ଦେଇଥିଲେ । ସବୁଠାରୁ ସାଂଘାତିକ କଥା ହେଉଛି, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା କଡ଼ାକଡ଼ି ପାଳନ କରିବାକୁ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଆରତୀ ଆହୁଜା ତିନି ତିନି ଥର ଚିଠି ଲେଖିଥିଲେ । ଶେଷ ଥର ପାଇଁ ଗତ ସେପ୍ଟେମ୍ବର ୧୫ ତାରିଖରେ ସ୍ୱାସ୍ଥ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ତାଗିଦ୍ କରିଥିଲେ । ମାତ୍ର ନିରଞ୍ଜନ ସାହୁଙ୍କ ଭଳି ଜିଲ୍ଲାପାଳ ତାହାକୁ ଖାତିର କରି ନ ଥିଲେ ।

ହସ୍ପିଟାଲ୍ ରେ ଏହି ପ୍ରଶାସନିକକୃତ ଅଗ୍ନିକାଣ୍ଡ ଘଟିଲା ପରେ ଜିଲ୍ଲାପାଳଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଯେଉଁ କଥାକୁ ୫ ମାସ ତଳୁ ଯାଞ୍ଚ କରିବା କଥା ଏବେ ୨୧ ଟି ଜୀବନ ଗଲା ପରେ ତାହାକୁ ଅନୁପାଳନ କରୁଛନ୍ତି । ହସ୍ପିଟାଲ୍ ସିଲ୍ ପାଇଁ ପ୍ରସ୍ତୁତିସ୍ୱରୂପ କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଚୋର ଗଲା ପରେ ଜିଲ୍ଲାପାଳଙ୍କର ବୁଦ୍ଧି ପଶିନି । ପ୍ରବଳ ଚାପରେ ନିଜର ଦାୟିତ୍ୱ ହେଜିଛନ୍ତି ଜିଲ୍ଲାପାଳ । ଏବେ ସମ୍ ହସ୍ପିଟାଲ୍ ର ଭବିଷ୍ୟତ କ’ଣ ହେବ ତାହା ତ ଜଳ ଜଳ ଦିଶିଲାଣି । ହେଲେ ହସ୍ପିଟାଲ୍ ସିଲ୍ ପୂର୍ବରୁ ମୁଖ୍ୟ ଧର୍ତ୍ତବ୍ୟ ଅପରାଧୀ ଜିଲ୍ଲାପାଳ ସାହୁ ମହାଶୟଙ୍କ ବିରୋଧରେ ଫୌଜଦାରି ମାମଲାରେ ଜେଲ୍ ପଠାଇ ସରକାର ନିଜ ପାପର ପ୍ରାୟଶ୍ଚିତ କରିବା କଥା । ନହେଲେ ସରକାରଙ୍କୁ କେହି କ୍ଷମା କରିପାରିବେ ନାହିଁ । ନିଜ ଉପରୁ ଦୋଷ ନ ହଟାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଗୁରୁଦାୟିତ୍ୱ ନେବାର ବେଳ ଆସିଛି । ଯଦି ଏହା ନ ପାରୁଛନ୍ତି ତେବେ ଇସ୍ତଫା ଦେଇଦେବା ଉଚିତ୍ ।

Previous Post

ମନୋଜ ନାୟକ ବରବାଦ ଷଡ଼ଯନ୍ତ୍ରରେ ଅଚ୍ୟୁତ ସାମନ୍ତ !

Next Post

ଅତନୁ ବିଦା, ଖୁସି ମନାଇଲେ ବିରୋଧୀ

Next Post
ଅତନୁ ବିଦା, ଖୁସି ମନାଇଲେ ବିରୋଧୀ

ଅତନୁ ବିଦା, ଖୁସି ମନାଇଲେ ବିରୋଧୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA