Tuesday, May 26, 2026 10:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଷ୍ଣୋଦେବୀଙ୍କ ଶରଣରେ ଗୁରୁ-ଶିଷ୍ୟ

by Our Correspondent
15 Apr, 2016- 02:30 PM
in News
1 min read
0
ବୈଷ୍ଣୋଦେବୀଙ୍କ ଶରଣରେ ଗୁରୁ-ଶିଷ୍ୟ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଛାତ୍ର ବିଜେଡ଼ି ସଭାପତି ବିଧାୟକ ବ୍ୟୋମକେଶ ରାୟ ଓରଫ୍‌ ବାପି ବୈଷ୍ଣୋଦେବୀଙ୍କ ଶରଣ ପଶିଛନ୍ତି । ଧଳସାମନ୍ତ ବ୍ରଦର୍ସ ଲିଙ୍କ୍‌ରେ ନାଁ ଉଠିବା ପରେ ବିଚଳିତ ବାପି ତାଙ୍କ ଗୁରୁ ମନ୍ତ୍ରୀ ଅରୁଣ ସାହୁଙ୍କ ପରାମର୍ଶ ଲୋଡିଥିଲେ । ଗୁରୁ ତାଙ୍କୁ ବୈଷ୍ଣୋଦେବୀଙ୍କ ଶରଣର ବାଟ ବତାଇଥିଲେ । ତେବେ ବିଚଳିତ ବାପିଙ୍କୁ ସେ ଏକା ନ ଛାଡ଼ି ସାଙ୍ଗରେ ନେଇ ଯାଇଥିଲେ । ମନ୍ତ୍ରୀଙ୍କ ହୃଦୟ ନୈକାର ନାଉରି ହୋଇଥିବା ସ୍ମାର୍ଟ ଟିମ୍‌ ଏହି ଟ୍ରିପ୍‌ ରେ ସାମିଲ ହୋଇଥିଲେ । ବୈଷ୍ଣୋଦେବୀଙ୍କ ପାଖରେ ବାପିଙ୍କ ପାଇଁ ସମସ୍ତେ ଅଧିଆ ପଡ଼ିଥିଲେ ।

ଧଳସାମନ୍ତ ବ୍ରଦର୍ସ ଲିଙ୍କ୍‌ ଅଭିଯୁକ୍ତ କଟକ ଡେପୁଟୀ ମେୟର ଅଜୟ ବାରିକଙ୍କ ସହ ବାପିଙ୍କ ନିବିଡ଼ ସମ୍ପର୍କର ଖୁଲାସା କରିଛି ଓଡ଼ି ଏଫ୍‌-୦୦୦୧ ସ୍କର୍ପିଓ । ବିଧାୟକ ହେଲା ବେଳକୁ ହିରୋ ହୁଣ୍ଡା ପାସନ୍‌ ଚଢ଼ୁଥିବା ବାପି ବିଧାୟକ ହେବା ପରେ ଏକାଥରକେ ତିନି ତିନିଟି ଚାରି ଚକିଆ ଯାନ ଚଢ଼ିଲେ କେମିତି? ଅଜୁ ବାରିକଙ୍କ ନାଁରେ କଟକ ଆରଟିଓ ଅଫିସ୍‌ ରେ ରେଜିଷ୍ଟ୍ରି ହୋଇଥିବା ଓଡି ଏଫ୍‌-୦୦୦୧ ସ୍କର୍ପିଓଟିକୁ ସେ ନିଜେ ଓ ତାଙ୍କ ପରିବାର ଚଲାଉନାହାନ୍ତି କି? ଏହାକୁ ବାପି ଫାଙ୍କି ପାରିବେ ତ? ତେବେ ଅଜୁ ବାରିକଙ୍କର କି ମହାନତା ଅଛି ଯେ ସେ ଷ୍ଟେଟବ୍ୟାଙ୍କରୁ ଲୋନ୍‌ ରେ ଗାଡ଼ି କିଣି ତାକୁ ବାପି ରାୟଙ୍କ ଭଳି ଜଣେ ନବାଗତ ବିଧାୟକଙ୍କୁ ଚଢ଼ିବାକୁ ଦେଉଥିଲେ । ସେଥିରେ ତାଙ୍କର ସ୍ୱାର୍ଥ ନ ଥିବା ବାପି ଛାତିରେ ହାତ ରଖି କହିପାରିବେ ତ? ଅଭିଯୋଗ କହୁଛି, ଛାତ୍ର ସଭାପତି ହେବା ପରେ ବାପି ରାୟ କଟକରେ କଲେଜ ଛାତ୍ର ସଂସଦଗୁଡ଼ିକୁ ହାତେଇବା ପାଇଁ ଧଳସାମନ୍ତଙ୍କ ଫୁଲ୍‌ ସହଯୋଗ ନେଇଥିଲେ । କଲେଜ ନିର୍ବାଚନରେ ଲଢ଼ାଇବା ପାଇଁ ଧଳସାମନ୍ତ ଟଙ୍କା ପଇସାର ଅଭାବ କରି ନ ଥିଲା । ଦୀର୍ଘ ବର୍ଷ ଧରି ବାପିଙ୍କର ଧଳସାମନ୍ତ ଲିଙ୍କ୍‌ ସମ୍ପର୍କରେ ଦଳର ଅନେକ ବରିଷ୍ଠ ଯୁବ ଓ ଛାତ୍ରନେତା ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯୋଜନା କରିଛନ୍ତି । ବାପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟ ଆନ୍ଦୋଳନ କରିଛି ।

ଆଉ ଏଭଳି ସମୟରେ ମନ୍ତ୍ରୀ ଅରୁଣ ସାହୁଙ୍କ ସାନ୍ନିଧ୍ୟ ବାପିଙ୍କୁ ନୈତିକ ସମର୍ଥ ଦେଇଛି । ବେଷ୍ଣୈାଦେବୀଙ୍କ ପାଖକୁ ଶରଣରେ ଯାଉଥିବା ବାପି ଗଲାବେଳକୁ ବିଷର୍ଣ୍ଣ ଦେଖାଯାଉଥିଲେ ମଧ୍ୟ ଫେରିଲା ବେଳକୁ ବେଶ୍‌ ତେଜ୍‌ ଲାଗୁଥିଲେ । ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସୁ୍ୟ ମିଡିଆରୁ ଥମି  ନ ଥିବାରୁ ସେ ବେଶ୍‌ ଖୁସି ଥାଇ ନଖ ଘଷୁଥିଲେ । ସଞ୍ଜୟ ଇସ୍ୟୁ ନ ଥିଲେ ମିଡ଼ିଆ ତାଙ୍କୁ ଫୋକସ୍‌ ରେ ରଖିଥାଆନ୍ତା ଏବଂ ଆହୁରି କେତେକଣ ଖୋଳତାଡ଼ ହୋଇଥାଆନ୍ତା । ଅବଶ୍ୟ ବିପଦ ବେଳେ ଶିଷ୍ୟ ବାପିଙ୍କୁ ମାଆ ବୈଷ୍ଣୋଦେବୀଙ୍କ ଶରଣକୁ ନେଇ ଅରୁଣ ନିଜ ମହାନତା ଦେଖାଇଛନ୍ତି ।

Previous Post

ମ୍ୟାନେଜ୍‌ ଧମାକା, ଚପିଗଲା ଓରଟେଲ୍‌ ଖବର

Next Post

ଆଳୁ ଖୋଳୁ ଖୋଳୁ ମହାଦେବ

Next Post
ଆଳୁ ଖୋଳୁ ଖୋଳୁ ମହାଦେବ

ଆଳୁ ଖୋଳୁ ଖୋଳୁ ମହାଦେବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA