ମୁମ୍ବାଇ: ଲଗାତର ତୃତୀୟ ଦିନର ଜେରାରେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ନାରକୋଟିକସ୍ କଣ୍ଟ୍ରୋଲ୍ ବୋର୍ଡ(ଏନସିବି) । ଡ୍ରଗ୍ କାରବାରରେ ତାଙ୍କର ସଂପୃକ୍ତିକୁ ସେ ସ୍ୱୀକାର କରିଛନ୍ତି । ତେବେ ନିଜ ପାଇଁ ନୁହେଁ, ବୟଫ୍ରେଣ୍ଡ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ ଆଣୁଥିବା କହିଛନ୍ତି । ଗିରଫ ପରେ ରିୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସଂଧ୍ୟା ସାଢ଼େ ୭ଟାରେ ତାଙ୍କୁ ଭର୍ଚୁଆଲ୍ କୋର୍ଟରେ ହାଜର କରାଯିବ ।
ଡ୍ରଗ୍ ପେଡଲର୍ ଙ୍କ ସହ ସମ୍ପର୍କକୁ ନେଇ ଗତ ୪ ତାରିଖରେ ରିୟାଙ୍କ ଭାଇ ସୌଭିକ୍ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ୍ ମିରଣ୍ଡାଙ୍କୁ ଗିରଫ କରିଥିଲା ଏନସିବି । ପରେ ସୁଶାନ୍ତଙ୍କ ପୂର୍ବତନ ସହାୟକ ଦୀପେଶ ସାୱନ୍ତ ବି ଗିରଫ ହୋଇଥିଲେ । ଏଭଳି ଭାବେ ଡ୍ରଗ୍ ଲିଙ୍କ୍ ରେ ୯ ଜଣଙ୍କୁ ପଳର୍ବରୁ ଗିରଫ କରିଥିଲା ଏନସିବି ।
ତେବେ ରିୟାଙ୍କ ଗିରଫକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଓକିଲ ସତୀଶ ମାନସିନେ୍ଦ । ଜଣେ ଯୁବତୀଙ୍କ ପଛରେ ତିନି ତିନୋଟି କେନ୍ଦ୍ରୀୟ ସଂସ୍ଥା ଲାଗିପଡ଼ିଛନ୍ତି । କାରଣ ତାଙ୍କର ଦୋଷ ହେଉଛି ସେ ଜଣେ ଡ୍ରଗ୍ ଆଡିକ୍ଟ ଓ ମାନସିକ ରୋଗାକ୍ରାନ୍ତଙ୍କୁ ଭଲ ପାଉଥିଲେ ।
କେବଳ ରିୟା ନୁହଁନ୍ତି ଡ୍ରଗ୍ କାରବାରରେ ସଂପୃକ୍ତ ବଲିଉଡ୍ ର ୨୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି ଏନସିବି । ଖୁବ୍ ଶୀଘ୍ର ସେମାନଙ୍କୁ ଜେରା କରାଯାଇପାରେ ବୋଲି ଜଣାପଡ଼ିଛି ।