Tuesday, May 13, 2025 05:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ତାଗିଦ୍‌ ପରେ ପୁରସ୍କାର

by Our Correspondent
17 Jun, 2016- 02:32 PM
in Politics
1 min read
0
ତାଗିଦ୍‌ ପରେ ପୁରସ୍କାର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦାମ ରାଉତଙ୍କ ଉପରୁ ମୁଖ୍ୟମନ୍ତ୍ରୀ ଆସ୍ଥା ହରାଇନାହାନ୍ତି । ଦଳୀୟ ନେତାଙ୍କ ବିରୋଧରେ ତାଙ୍କର ଖୋଲାଖୋଲି ମନ୍ତବ୍ୟ ଅଡୁଆ ସୃଷ୍ଟି କରୁଥିଲେ ମଧ୍ୟ ଦାମଙ୍କ ବୟସ, ଅଭିଜ୍ଞତା ଓ ପାରଦର୍ଶିତା ମୁଖ୍ୟମନ୍ତ୍ରୀଙ୍କୁ ଆକୃଷ୍ଟ କରି ରଖିଛି । କଟକର ବିଧାୟକମାନଙ୍କ ଉପରେ ଦାମଙ୍କ ଟିପ୍ପଣୀ ବିଜେଡ଼ି ଗୋଷ୍ଠୀ କନ୍ଦଳକୁ ତୀବ୍ର କରିଥିଲା ବେଳେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦାମଙ୍କୁ ପୁରସ୍କୃତ କରିଛନ୍ତି । ଜିଲ୍ଲାପାଳମାନଙ୍କ ଦକ୍ଷତା ମାପିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଧରାଇଛନ୍ତି ଦାମଙ୍କ ହାତରେ । ଜିଲ୍ଲାପାଳମାନଙ୍କ ଦକ୍ଷତା ମାପିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ କମିଟି ଘୋଷଣା କରିଛନ୍ତି । ଜିଲ୍ଲାପାଳ ସମ୍ମିଳନୀରେ ଘୋଷିତ ଏହି କମିଟିରେ ଦାମଙ୍କ ସମେତ ଦେବୀ ମିଶ୍ର, ଉଷା ଦେବୀଙ୍କ ଭଳି ବରିଷ୍ଠ ମନ୍ତ୍ରୀଙ୍କୁ ନିଆଯାଇଛି । ସେହିଭଳି ୩ ବରିଷ୍ଠ ଆଇଏଏସ୍‌ ଆର.ବାଲକ୍ରିଷ୍ଣନ୍‌, ସୁରେଶ ମହାପାତ୍ର ଓ ଆରତୀ ଆହୁଜାଙ୍କୁ କମିଟିରେ ରଖାଯାଇଛି । ଏହି ୬ ଜଣିଆ କମିଟି ଜିଲ୍ଲାପାଳମାନଙ୍କର କାର୍ଯ୍ୟଦକ୍ଷତା ମାପିବେ ଏବଂ ସରକାର ପ୍ରଥମ ୩ ଜିଲ୍ଲାପାଳଙ୍କୁ ପୁରସ୍କୃତ କରିବେ । ପରୋକ୍ଷରେ ଏହି କମିଟିର ନେତୃତ୍ୱ ଦାମ ରାଉତଙ୍କ ହାତରେ ନ୍ୟସ୍ତ କରାଯାଇଛି ।

ନବୀନଙ୍କ ଶାସନରେ ନିଜକୁ ହୀନିମାନିଆ ଭାବୁଥିବା ଦାମବାବୁଙ୍କ ଗୁରୁତ୍ୱକୁ ମୁଖ୍ୟମନ୍ତ୍ରୀ ଅଣଦେଖା କରିନାହାନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ଗଣମାଧ୍ୟମରେ ଦଳୀୟ ନେତାଙ୍କ ବିରୋଧରେ ଯେତେ ଯାହା ବୟାନବାଜି କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦାମଙ୍କ ଉପରେ କ୍ଷୁବ୍ଧ ନ ଥିବା ଏଥିରୁ ସ୍ୱଷ୍ଟ ହୋଇଛି । କେବଳ ଦାମଙ୍କ ଆକ୍ରୋଶ ଶିକାରରେ ପଡ଼ିଥିବା ଦଳୀୟ ବିଧାୟକଙ୍କୁ ସନ୍ତୁଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ତାଗିଦ୍‌ କରିଥିବା ବି ପ୍ରମାଣିତ ହୋଇଛି । ଗଣମାଧ୍ୟମରେ ଦଳକୁ କ୍ଷତି ପହଞ୍ଚାଇଲା ଭଳି ବିବୃତି ନ ଦେବାକୁ ପୁଣିଥରେ କୁଆଡେ ଦାମଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ତଥାକଥିତ ଏଭଳି ତାଗିଦ୍‌ର ୨୪ ଘଣ୍ଟା ନ ପୂରୁଣୁ ଦାମଙ୍କୁ ତାଙ୍କର ବରିଷ୍ଠତା ଓ ଅଭିଜ୍ଞତାର ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳମାନଙ୍କ ଦକ୍ଷତା ମାପିଲା ଭଳି ଗୁରୁତ୍ୱପୂର୍ଣ୍ଣ କମିଟିରେ ଦାମଙ୍କୁ ରଖିବାକୁ ନିଷ୍ପତ୍ତି ନେଇ ବିରୋଧୀଙ୍କ ପାଟି ଚୁପ୍‌ କରିଦେଇଛନ୍ତି ।

ଦାମଙ୍କୁ ପୁରସ୍କୃତ କରି ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସୁତରାଂ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଦାମ ବଳି ପଡୁଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଭୁଲ୍‌ ବୋଲି ଇଙ୍ଗିତ ଆସିଛି । ମୁଖ୍ୟମନ୍ତ୍ରୀ ସେମିତି ଯୋଜନା କରିଥିଲେ ଦାମଙ୍କୁ ବୋଧହୁଏ ଏହି ଗୁରୁ ଦାୟିତ୍ୱ ଦେଇ ନ ଥାଆନ୍ତେ । ଦଳର ଉପସଭାପତି ତଥା ସରକାରରେ ବରିଷ୍ଠ ମନ୍ତ୍ରୀ ଥାଇ ଦାମ ରାଉତ ଯେଉଁ ବୟାନ ଦେଉଛନ୍ତି ସେଥିରେ ଦଳ କେତେ କ୍ଷତି ସହୁଛି ତାହା ମୁଖ୍ୟମନ୍ତ୍ରୀ ଆକଳନ କରିବାର ଆବଶ୍ୟକ ମଣିନାହାନ୍ତି । ତାଙ୍କୁ ଅସନ୍ତୁଷ୍ଟ କରି ପୁଣି ଏକ ଚାଲେଞ୍ଜରେ ପଶିବାକୁ ଚାହୁଁ ନାହାନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାମ ଯେ ନିଜର କାଟ୍‌ତି ଜାହିର ରଖିଛନ୍ତି ତାହା ଏହି ଘଟଣା ସ୍ପଷ୍ଟ କରିଛି ।

Previous Post

ଦାମଙ୍କୁ ତାଗିଦ୍‌ କଲେ ସୁପ୍ରିମୋ

Next Post

ମାଡ଼ି ଆସୁଛି ମୋତିଲାଲ କୀଳା

Next Post
ମାଡ଼ି ଆସୁଛି ମୋତିଲାଲ କୀଳା

ମାଡ଼ି ଆସୁଛି ମୋତିଲାଲ କୀଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA