Tuesday, May 13, 2025 11:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଦାମଙ୍କୁ ତାଗିଦ୍‌ କଲେ ସୁପ୍ରିମୋ

by Our Correspondent
16 Jun, 2016- 05:48 PM
in Politics
1 min read
0
ଦାମଙ୍କୁ ତାଗିଦ୍‌ କଲେ ସୁପ୍ରିମୋ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ଆଜି ତାଗିଦ୍‌ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଦାମଙ୍କୁ ଡାକି ଦେଢ଼ ମିନିଟିଆ ତାଗିଦ୍‌ ଶୁଣାଇଛନ୍ତି । ଗଣମାଧ୍ୟମରେ ଦଳୀୟ ନେତାଙ୍କ ବିରୋଧରେ ବିଷୋଦଗାରରୁ ନିବୃତ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ସତର୍କ କରାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଦାମ ମୁହଁ ଖୋଲି ନ ଥିଲେ ମଧ୍ୟ ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଛନ୍ତି । ଆଜି ସେ ନିଜର ପାଟି ଚୁପ୍‌ ରଖି ଓଲଟି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବର୍ଷିଛନ୍ତି । ଗଣମାଧ୍ୟମ ଏଥିକ୍ସ ଭୁଲି ଶସ୍ତା ଲୋକପ୍ରିୟତା ପଛରେ ଗୋଡାଇଛନ୍ତି । ତେବେ ତାଙ୍କୁ କ୍ଷତ ବିକ୍ଷତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଗଣମାଧ୍ୟମର ଉଦେ୍ଦଶ୍ୟ ସାଧନ ହେବ ନାହିଁ ବୋଲି ଦାମ ସତର୍କ କରାଇଛନ୍ତି । ତେବେ କିଛି ଦିନ ଚୁପ୍‌ ରହି ପୁଣି ମିଡ଼ିଆ ଆଗକୁ ଆସିବେ ବୋଲି ପ୍ରତିଶ୍ରୁତି ଦେବାକୁ ଭୁଲିନାହାନ୍ତି ଦାମ ।

ଗୁରୁବାର ସକାଳେ ସଚିବାଳୟରେ ପୃଥକ୍‌ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡାକିଥିଲେ ନା ସେମାନେ ନିଜ ଆଡୁ ଭେଟିଥିଲେ ତାହାର ଖୁଲାସା ହୋଇନାହିଁ । ତେବେ ଦୁଇ ଦିନ ତଳେ ଏହି ତିନିଙ୍କୁ ବିଜେଡ଼ିର ମୂଷା ଦର୍ଶାଇ ଦାମବାବୁ ଭୀଷଣ ବର୍ଷିଥିବା ପରିପ୍ରେକ୍ଷୀରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବାରୁ ରାଜନୈତିକ ମହଲରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ହୁଏତ ଦାମଙ୍କ ବିରୋଧରେ କଟକ ଜିଲ୍ଲାର ଏହି ତିନି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥାଇପାରନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ତିନି ବିଧାୟକଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ହଠାତ୍‌ ଦାମଙ୍କୁ ଡାକରା ଆସିଥିଲା । ଦାମ ତରବରରେ ମୁଖ୍ୟମନ୍ତ୍ରୀଙ୍କୁ ଯାଇ ଭେଟିଥିଲେ ଏବଂ ଦେଢ଼ ମିନିଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଫେରି ଆସିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ କ”ଣ କହିଲେ ତାହା ଜଣାପଡ଼ି ନ ଥିଲେ ମଧ୍ୟ ଦାମଙ୍କ ମୁହଁରୁ ହସ ଲିଭିଯାଇଥିଲା ଏବଂ ତୁଣ୍ଡ ବନ୍ଦ ହୋଇଯାଇଥିଲା । ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କଠାରୁ ପ୍ରତିକ୍ରିୟା ପାଇଁ ଯିବାରୁ ଚିହିଁକି ଉଠିଥିଲେ ଦାମ । ମନଇଚ୍ଛା ଗାଳି କଲେ । କହିଥିଲେ, ତମେମାନେ ଯାହା ଇଚ୍ଛା ତାହା ଦେଖୋଉଛ । ମୋତେ ଉଖାରି କଥା ଆଦାୟ କରୁଛ ଏବଂ ତାହାକୁ ରେକର୍ଡ କରି ବଜୋଉଛ । ଏବେ ମୁଁ କିଛି କହିବିନି । ପରିସ୍ଥିତି ଭଲ ନାହିଁ । ଯାଉ କିଛି ଦିନ ଯାଉ ଯାହା କହିବା କଥା କହିବି ।
ତୁଣ୍ଡ ବିଶାରଦ ଦାମଙ୍କ ଏଭଳି ବୟାନ ପଛରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ଯେ ରହିଛି ତାହା ସ୍ପଷ୍ଟ ଜଣାପଡୁଥିଲା । ଖାଲି ସେତିକି ନୁହେଁ ବ୍ୟସ୍ତ ବିବ୍ରତ ଦାମ ଏହା ମଧ୍ୟ କହିବାକୁ ଭୁଲି ନ ଥିଲେ ଯେ ସେ କୌଣସି କଥାରେ ଅନୁତପ୍ତ ନୁହଁନ୍ତି । ଯାହା କହୁଛନ୍ତି ଦଳର ହିତ ପାଇଁ କହୁଛନ୍ତି । ଏହାଦ୍ୱାରା ଲୋକଙ୍କଠାରୁ ସେ ବହୁତ ପ୍ରଂଶସା ପାଉଛନ୍ତି । ସେପଟେ ଦାମଙ୍କ ତୁଣ୍ଡକୁ ନେଇ ଦଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଦାମଙ୍କୁ ଲଗାମ୍‌ ନ ଦେଲେ ବିଜେଡ଼ି ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେବ ଏବଂ ସାଧାରଣରେ ଦଳ ନିନ୍ଦିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବାର୍ତ୍ତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ଠିକଣା ସମୟରେ ଠିକ୍‌ ପଦକ୍ଷେପ ନେବେ ବୋଲି ଯୁବଗୋଷ୍ଠୀ ପକ୍ଷରୁ ପ୍ରଚାର କରାଯାଉଛି । ଦଳର ଯୁବ ମୁଖପାତ୍ରମାନେ ମଧ୍ୟ ସେହି ଢ଼ଙ୍ଗରେ ନିଜର ପ୍ରତିକ୍ରିୟା ରଖୁଛନ୍ତି ।

ଗୋଟେ ପଟେ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ସମସ୍ତଙ୍କ ନଜର ଏବେ ଦାମଙ୍କ ଉପରେ । ମୁଖ୍ୟମନ୍ତ୍ରୀ ତାଙ୍କୁ ବଳି ପକାଇବେ ନା ନାହିଁ ତାହା ଏବେ ସମସ୍ତଙ୍କ ପାଇଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଇତିମଧ୍ୟରେ କଟକ ରାଜନୀତିକୁ ନେଇ ଦାମଙ୍କ ବୟାନ ଦଳକୁ କ୍ଷତି ପହଞ୍ଚାଇଛି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି । ଦାମଙ୍କୁ ନ ହଟାଇଲେ ଆଗକୁ ଅଧିକ କ୍ଷତି ହେବ ବୋଲି ସେଥିରେ କୁହାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଏହା ଉପରେ କି ବିଚାର ରଖୁଛନ୍ତି ତାହା କେହି ଠଉରେଇ ପାରିନାହାନ୍ତି । ଦାମଙ୍କୁ ବଳି ପକାଇଲେ ଅବସ୍ଥା ଅଧିକ ଖରାପ ହେବ ବୋଲି ବିଜେଡ଼ିର କିଛି ତୁଙ୍ଗ ନେତା ମତ ଦେଉଥିବା ବେଳେ ଦାମ ଦଳର କିଛି ବି ବଙ୍କା କରିପାରିବେ ନାହିଁ ବୋଲି ପ୍ରଭାବଶାଳୀ ଯୁବଗୋଷ୍ଠୀ ହାଇକମାଣ୍ଡଙ୍କୁ ବାର୍ତ୍ତା ଦେବା ଆରମ୍ଭ କରିଛନ୍ତି । ବରଂ ଦାମଙ୍କର ପ୍ରଫୁଲ୍ଲ ଘଡ଼ାଇଙ୍କ ଅବସ୍ଥା ହେବ ବୋଲି ସେମାନେ ଦୃଢ଼ ବିଶ୍ୱାସ ରଖିଛନ୍ତି ।

ବିଜେଡ଼ି ଘରେ ଏଭଳି ମୁହାଁମୁହିଁ ଅବସ୍ଥାକୁ ସୁପ୍ରିମୋ ନବୀନ ପଟ୍ଟନାୟକ କିଭଳି ହାଣ୍ଡଲ୍‌ କରୁଛନ୍ତି ତାହାକୁ ଏବେ ସମସ୍ତଙ୍କ ଅପେକ୍ଷା ରହିଛି । ତେବେ ଦାମଙ୍କର ଏଭଳି ବୟାନବାଜି କେବଳ ବିଜେଡ଼ି ଘରେ ନିଆଁ ଲଗାଇନାହିଁ । ଦାମଙ୍କ ନିଜ ପରିବାରରେ ମଧ୍ୟ ନିଆଁ ଲଗାଇଛି । ଗଣମାଧ୍ୟମରେ ଏଭଳି ବିବୃତିକୁ ତାଙ୍କ ପୁଅ ବି ପସନ୍ଦ କରିନାହାନ୍ତି । ତୁଣ୍ଡ ଚୁପ୍‌ ରଖିବାକୁ ପୁଅ ତାଙ୍କୁ ସାବଧାନ କରାଇଛନ୍ତି ।

Previous Post

ଠକ ଚିଟ୍‌ଫଣ୍ଡ ସଂସ୍ଥା ଠାରୁ ବି କମ୍‌ ନୁହେଁ

Next Post

ତାଗିଦ୍‌ ପରେ ପୁରସ୍କାର

Next Post
ତାଗିଦ୍‌ ପରେ ପୁରସ୍କାର

ତାଗିଦ୍‌ ପରେ ପୁରସ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA