Tuesday, July 28, 2026 12:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମଙ୍କୁ ମାଷ୍ଟର୍‌ ଷ୍ଟ୍ରୋକ୍‌

by Our Correspondent
27 May, 2016- 08:23 PM
in Politics
1 min read
0
ଦାମଙ୍କୁ ମାଷ୍ଟର୍‌ ଷ୍ଟ୍ରୋକ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସେ ବିଷ୍ଣୁ ଦାସ କିଏ ? ସେ କ’ଣ ମୋ ସମସ୍କନ୍ଦ ? କାଇଁ ମୁଁ ଜାଣିନି ସେ ଜିଲ୍ଲା ସଭାପତି ବୋଲି ? ବାପି ସର୍ଖେଲ ସହ ହାତ ମିଳାଇ ବିଜେଡ଼ିକୁ ବଦନାମ କରୁଛନ୍ତି । ମୁଁ କେମିତି ମାନିବି ସେ ଆମ ଦଳର ବୋଲି ? ଜାଲିଆତି ବଳରେ ପୁଅର ମାଟ୍ରିକ୍‌ ଖାତା ମାର୍କ ବଢ଼ାଇ ମନ୍ତ୍ରୀ ପଦରୁ ତଡ଼ା ଖାଇଥିବା ଲୋକ ସିଏ । ସେମିତି ଲୋକ ନୈତିକତା କ’ଣ ଶୁଣାଇବ ? ଏହି ଚାରି ଛଅ ପଦ କଥା ଦାମ ରାଉତଙ୍କ ତୁଣ୍ଡରେ ରେକର୍ଡ ହୋଇ ରହିଛି । ଯେତେବେଳେ ବି ବିଷ୍ଣୁ ଦାସଙ୍କ କଥା ଆସେ ଦାମ ଏମିତି ହୀନିମାନିଆ କରି ବର୍ଷନ୍ତି ବିଷ୍ଣୁଙ୍କୁ । ଅତୀତରେ ଏକ ସାଧାରଣ ସଭାରେ ବିଷ୍ଣୁଙ୍କୁ ହରିଜନ ଆକ୍ଷେପ କରି ବଡ଼ ଦହଗଞ୍ଜ ହୋଇଥିଲେ ଦାମ । ଅବଶ୍ୟ ଦାମଙ୍କ ତୁଣ୍ଡ ଉପରେ ବି କଡ଼ା ଜବାବ ଦେବାକୁ କେବେ  ଛାଡ଼ିନାହାନ୍ତି ବିଷ୍ଣୁ । ଖାଲି ଜଗତସିଂହପୁର ଜିଲ୍ଲାରେ ନୁହେଁ, ଓଡ଼ିଶା ରାଜନୀତିରେ ଦାମ-ବିଷ୍ଣୁ କଳି ସ୍ୱତନ୍ତ୍ର ଅଧ୍ୟାୟ ହୋଇଯାଇଛି ।

ବରିଷ୍ଠ ମନ୍ତ୍ରୀ ଦାମ ରାଉତଙ୍କ ଏହି ହୀନିମାନିଆ ବିଷ୍ଣୁ ଦାସ ଯେ ଦଳ ସୁପ୍ରିମୋଙ୍କର ଗେହ୍ଲା ଭାଇ ତାହା ଆଜି ପ୍ରମାଣିତ ହୋଇଛି । ଗତ ନିର୍ବାଚନରେ ପରାଜିତ ପରେ ବି ତାଙ୍କ ଉପରୁ ଆସ୍ଥା ନ ହରାଇ ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ମୁକୁଟ ପିନ୍ଧାଇଛନ୍ତି ନବୀନ । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାମ ରାଉତଙ୍କ ଭାବକୁ ଖାତିର କରିନାହାନ୍ତି । କ୍ରମାଗତ ଭାବେ ଜଗତସିଂହପୁର ଜିଲ୍ଲାର ସଂଗଠନ ବିଷ୍ଣୁଙ୍କ ନେତୃତ୍ୱ ଉପରେ ଛାଡ଼ିଛନ୍ତି ସୁପ୍ରିମୋ । ଏବେ ତାଙ୍କୁ ରାଜ୍ୟସଭା ଟିକେଟ ଦେଇ ନବୀନ ତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିବା ସହ ଦାମଙ୍କୁ ଉଚିତ୍‌ ସବକ୍‌ ଶିଖାଇଛନ୍ତି । ବିଷ୍ଣୁଙ୍କୁ ଅତି ନିଜର କରି ମୁଖ୍ୟମନ୍ତ୍ରୀ ଦାମଙ୍କ ତୁଣ୍ଡରେ ତୁଣ୍ଡି ଛାଡ଼ିଦେଇଛନ୍ତି । ବରିଷ୍ଠତା ଦୃଷ୍ଟିରୁ ଦାମଙ୍କୁ ସେ ଦୟାରେ ମନ୍ତ୍ରୀ ପଦ ଦେଇଛନ୍ତି । ମାତ୍ର ଦାମ ତାଙ୍କ ପସନ୍ଦର ନେତା ନୁହେଁ ଏବଂ ଦାମଙ୍କ ଉପରେ ତାଙ୍କର ଆସ୍ଥା ଓ ବିଶ୍ୱାସ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୂଚେଇ ଦେଇଛନ୍ତି ।

ବିଷ୍ଣୁଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ଦାମଙ୍କ ଗାଲରେ ଶକ୍ତ ଚଟକଣା ଭଳି ହୋଇଛି । ଯେଉଁ ବିଷ୍ଣୁଙ୍କୁ ସେ ତାଙ୍କ ପ୍ରତିଦ୍ୱନ୍ଦୀ ଭାବେ ପାସଙ୍ଗରେ ନେଉ ନାହାନ୍ତି ସେ ଆଜି ସୁପ୍ରିମୋଙ୍କ ଫେଭରାଇଟ୍‌ । ଅଜାଗା ଘା ଭଳି ଦାମଙ୍କୁ ଏହା କିଭଳି ବ୍ୟଥିତ ଓ ବିବ୍ରତ କରିଥିବ ତାହା କହିବାର ଆବଶ୍ୟକତା ନାହିଁ । ମାତ୍ର ଏହାକୁ ନେଇ ତୁଣ୍ଡ ଖୋଲିଲେ ଯେ ଭୟଙ୍କର ବିପଦ ମାଡ଼ିଆସିବ ତାହା ତାଙ୍କୁ ଆଉ ବୁଝିବାକୁ ବାକି ନାହିଁ । ଏବେ ସେୟାଡକୁ ମନ ନ ଦେଇ ଦାମ ନିଜ ମନ୍ତ୍ରୀ ପଦର ଆସନ୍ନ ବିପଦ ପ୍ରତି ସଜାଗ ହୋଇଯାଇଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି । ସ୍ୱାଭିମାନ ଓ ନୈତିକତାର କଥା କହୁଥିବା ଦାମ କ୍ଷମତା ନ ଥିଲେ କିଭଳି ଅବସ୍ଥା ଭୋଗ କରିବାକୁ ହୁଏ ଅଙ୍ଗେ ନିଭାଇଛନ୍ତି । ସୁତରାଂ ନିଜ ତୁଣ୍ଡ ଉପରେ ନିୟନ୍ତ୍ରଣ ହରାଇ ଇୟାଡୁ ସିଆଡୁ କହୁଥିଲେ ବି ମନ୍ତ୍ରୀ ପଦ ଚାଲିଯବାର ଭୟରୁ ମୁକ୍ତ ନୁହଁନ୍ତି ଦାମ । ସମ୍ଭାବ୍ୟ ଅଦଳବଦଳରେ ସେ ବଳିପଡ଼ିଯିବା ଭୟରେ ଯଥେଷ୍ଟ ଆକ୍ରାନ୍ତ । ବିଷ୍ଣୁ ଦିଲ୍ଲୀରେ କ୍ଷମତା ଭୋଗ କଲାବେଳକୁ ତାଙ୍କ ହାତରୁ କ୍ଷମତା ଚାଲିଗଲେ ତାଙ୍କର ଅବସ୍ଥା କ’ଣ ହେବ ସେଇ ଛାନିଆ ପଶିଛି ତାଙ୍କଠାରେ । ମୁଖ୍ୟମନ୍ତ୍ରୀଙ୍କ ମନୋଭାବ ଜାଣିବା ପରେ ନିଜେ ଦାମ ନିଜ ଅସ୍ଥିତ୍ୱ ନେଇ ସନ୍ଦିହାନ ହୋଇପଡିଛନ୍ତି । ସମ୍ଭାବ୍ୟ ବିପଦକୁ ଚାହିଁ ଏବେ ତାଙ୍କୁ ସବୁ ନିଜର ପ୍ରିୟ ବନ୍ଧୁ ପ୍ରଫୁଲ୍ଲ ଘଡ଼ାଇଙ୍କ ଛାଇ ଭଳି ଦେଖାଯାଉଥିବ ।

Previous Post

ଭୂପିନ୍ଦରଙ୍କ ଘର ଆଗରେ ନୋଟ୍‌ ବର୍ଷିଲା

Next Post

ମୋଦିପ୍ରେମୀ ଲିଙ୍ଗରାଜଙ୍କ ପାଳି କେବେ ?

Next Post
ମୋଦିପ୍ରେମୀ ଲିଙ୍ଗରାଜଙ୍କ ପାଳି କେବେ ?

ମୋଦିପ୍ରେମୀ ଲିଙ୍ଗରାଜଙ୍କ ପାଳି କେବେ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA