Monday, May 11, 2026 11:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମ ଖୋଲିଦେଲେ ବୈଜୟନ୍ତଙ୍କ ଗୁମର

by Our Correspondent
12 Nov, 2018- 06:59 AM
in Latest News, Politics
1 min read
0
ଦାମ ଖୋଲିଦେଲେ ବୈଜୟନ୍ତଙ୍କ ଗୁମର

ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ୍

ଭୁବନେଶ୍ୱର: ଡାକ୍ତର ଦାମୋଦର ରାଉତ ବିଜେଡ଼ିରୁ ବହିଷ୍କୃତ ହେଲା ପରେ ତାଙ୍କ ଘରକୁ ଯାଇ ପ୍ରଥମେ ସଙ୍ଖୋଳିଥିଲେ ବୈଜୟନ୍ତ ପଣ୍ଡା । ମିଡ଼ିଆକୁ ଆସି ଦୁହେଁ ଦୁହିଁଙ୍କୁ ସମବେଦନା ଜଣାଇଥିଲେ । ଦାମ ଗଠନ କରୁଥିବା ନୂଆ ଦଳରେ ବୈଜୟନ୍ତଙ୍କୁ ନେବେ ବୋଲି କହି ବୁଲିଲେ । ସିଆଡେ ଦାମଙ୍କୁ ଓଡ଼ିଶା ବୁଲାଇବା ପାଇଁ ‘ଦାମ ରଥ‘ ତିଆରି କଲେ ବୈଜୟନ୍ତ । ତେବେ ଏତେ ସମ୍ପର୍କ ଭିତରେ ବି ବୈଜୟନ୍ତଙ୍କ ଅସଲ ଚେହେରା କ’ଣ ତାହା ମନଖୋଲି କହିଛନ୍ତି ଦାମ । ଏକ ନ୍ୟୁଜ୍ ପୋର୍ଟାଲ୍ ରେ ଭାଇରାଲ୍ ହୋଇଥିବା ଭିଡ଼ିଓରେ ବୈଜୟନ୍ତଙ୍କ ସମ୍ପର୍କରେ ବହୁ ଗୁମର ଖୋଲିଛନ୍ତି ସେ ।
ଦାମ କହିଛନ୍ତି, ବୈଜୟନ୍ତ ଜଣେ ବେପାରୀ । ବେପାରୀ ହେଲେ ଯାହା ଅବସ୍ଥା ହୁଏ । ତାଙ୍କର ପଲିଟିକାଲ୍ ଏଜେଣ୍ଡା ନାହିଁ ।
ସେ ବିଭିନ୍ନ ଜାଗାକୁ ପଇସା ଓ ଲୋକ ପଠାଇ ଚା ଖଟି କରୁଛନ୍ତି । ତାଙ୍କ ଚା ଖଟି ନେଇ ଆଗୁଆ ପ୍ରଚାର କରୁଥିବାରୁ ବିଜେପି ବାଲା ବି ଲୋକ ପଠାଉଛନ୍ତି । ତେବେ ତାହାର ପଲିଟିକାଲ୍ ଭାଲ୍ୟୁ କ’ଣ ବୋଲି ଦାମ ପ୍ରଶ୍ନ କରିଛନ୍ତି । ବୈଜୟନ୍ତଙ୍କ ଚା ଖଟି ଚାଲ୍ କୁ ତାଳଚେରରେ ବିଜେଡ଼ି ଟୋକା ଭଣ୍ଡୁର କରି ତାଙ୍କୁ ବେଜିତ୍ କଲେ । ବୈଜୟନ୍ତ ବୁଝିପାରୁନାହାନ୍ତି ।
ବାରିପଦା ସଭା ଉପରେ ଦାମ କହିଛନ୍ତି, ‘ବୈଜୟନ୍ତ ଓ ମୁଁ ବାଲେଶ୍ୱରରୁ ଏକାଠି ବାହାରିବାକୁ ସ୍ଥିର କରିଥିଲୁ । ତା ପୂର୍ବଦିନ ମୁଁ ବାଲେଶ୍ୱରରେ ରହିଲି । ବୈଜୟନ୍ତ ଦେବଗଡ଼ରୁ ବାଲେଶ୍ୱର ଆସି ଅନ୍ୟ ଏକ ହୋଟେଲରେ ରହିଲେ । ସକାଳୁ ଏକାଠି ବାହାରିବାକୁ ଥିଲେ ବି ସେ ଡେରି କଲେ । ମୁଁ ଆଗୁଆ ବାହାରିଗଲି । ବେତନଟୀରେ ପ୍ରାୟ ୪୫ ମିନିଟ୍ କାଳ ଅପେକ୍ଷା କଲା ପରେ ବି ବୈଜୟନ୍ତଙ୍କ ଦେଖା ମିଳିଲାନି । ତାଙ୍କ ସାଙ୍ଗରେ ଯାଇଥିବା ନବୀନ ନନ୍ଦଙ୍କୁ ଫୋନ୍ କଲାରୁ ସେ କହିଲେ, ବୈଜୟନ୍ତଙ୍କର ପେଟ ଖରାପ ଅଛି । ବାଲେଶ୍ୱରରୁ ୧୨ କିମି ଆସିଲା ପରେ ତାଙ୍କୁ ଝାଡା ଲାଗିବାରୁ ସେ ପୁଣି ଫେରିଯାଇଛନ୍ତି । ଝାଡା ସାରି ଆସୁଛନ୍ତି । ତେବେ ବାରିପଦା ପୂର୍ବରୁ ବି ତାଙ୍କୁ କିଛି ସମୟ ଅପେକ୍ଷା କଲୁ । ମାତ୍ର ସେ ଆସିଲେନି । ବୁଝୁ ବୁଝୁ ଜାଣିଲି ଯେ କୁଆଡ଼େ ନବୀନ ନନ୍ଦ ବାରିପଦାରେ ଡେରା ପକାଇ ତାଙ୍କ ପାଇଁ ଗୁଇନ୍ଦା ଗିରି କରୁଥିଲେ । ଅରୁଣ ସାହୁ ବାରିପଦାରେ ଦୁଇ ଦିନ ରହି ଟୋକା ସେଟ୍ କରିଛନ୍ତି । ସେମାନେ ମଞ୍ଚରେ ବୈଜୟନ୍ତଙ୍କୁ ତାଙ୍କର ୮୦୦ କୋଟି ଟଙ୍କା ବକେୟା ବିଜୁଳି ବିଲ୍ ର ହିସାବ ମାଗିବେ । ନବୀନ ନନ୍ଦଙ୍କଠାରୁ ଏ ସୂଚନା ପାଇ ବୈଜୟନ୍ତ ଡରିଗଲେ । ବାରିପଦା ଆସିଲେନି ।’
‘ଏମିତି ହେଲେ କେମିତି ହେବ । ଲୋକଙ୍କୁ ନିଜେ ସାମନା କଲେ ହେବ ନା!!’
ଦାମ କହିଛନ୍ତି, ମୁଁ ବୈଜୟନ୍ତଙ୍କ ସାଙ୍ଗରେ କେବେ କଥା ହୁଏନି । କାରଣ ସେ ସହଜରେ ଫୋନ୍ ରେ ମିଳନ୍ତିନି । ତାଙ୍କୁ ଟେଲିଫୋନ୍ ରେ କେହି ପାଆନ୍ତିନି । ଥରେ ବୈଜୟନ୍ତ କହୁଥିଲେ ଯେ ମୋଦୀଙ୍କ ସହ ନବୀନଙ୍କର ବୁଝାମଣା ହୋଇଛି ତାଙ୍କୁ ବିଜେପିରେ ନ ମିଶାଇ ଦେବାକୁ । ତେଣୁ ତାଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ । ଇଆଡ଼େ ବୈଜୟନ୍ତ ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ରିବେଟ୍ ନେଇଛନ୍ତି । ଆଉ ୪୦୦ କୋଟି ରିବେଟ୍ ପାଇବେ ବୋଲି ଆଶା ବାନ୍ଧିଛନ୍ତି । ସେତିକି ହାସଲ କରିବା ପାଇଁ ନଙ୍ଗ ପଙ୍ଗ ହେଉଛନ୍ତି । କ’ଣ କରାଯିବ? ସେ ବେପାରୀ ନା..
ବୈଜୟନ୍ତଙ୍କ ଉପରେ କଟୁକ୍ତି କରି ଦାମ ଏୟା ବି କହିଛନ୍ତି ଯେ.. ମୁଁ ଖଣ୍ଡାୟତ । ସେଥିପାଇଁ ନବୀନଙ୍କୁ ଆଟାକ୍ କରୁଛି । ହେଲେ ବୈଜୟନ୍ତ ପରା ବ୍ରାହ୍ମଣ ।
Previous Post

ବୈଜୟନ୍ତ ପଣ୍ଡା; ୟେ ପୁଣି ଦୁର୍ନୀତି ବିରୋଧରେ!!

Next Post

ଶିଳ୍ପପତିଙ୍କୁ ଗ୍ୟାରେଣ୍ଟି ଦେଲେ ନବୀନ

Next Post
ଶିଳ୍ପପତିଙ୍କୁ ଗ୍ୟାରେଣ୍ଟି ଦେଲେ ନବୀନ

ଶିଳ୍ପପତିଙ୍କୁ ଗ୍ୟାରେଣ୍ଟି ଦେଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA