Sunday, May 31, 2026 12:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲ୍ଲୀରୁ ଭୁବନେଶ୍ୱର: ବୈଜୟନ୍ତଙ୍କୁ ଗୋଡ଼େଇଲା ବାହାମାସ୍ ଭୂତ

by Our Correspondent
07 Mar, 2019- 11:00 PM
in Latest News, News
1 min read
0
ଦିଲ୍ଲୀରୁ ଭୁବନେଶ୍ୱର: ବୈଜୟନ୍ତଙ୍କୁ ଗୋଡ଼େଇଲା ବାହାମାସ୍ ଭୂତ
Spread the love

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ଜାଗୀମଙ୍ଗତ ପଣ୍ଡାଙ୍କ ବାହାମାସ୍ କଳାଧନ କାରବାର ନେଇ ଗତମାସରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଏକ ଖବର ପ୍ରକାଶ କରିଥିଲା । ଆୟକର ବିଭାଗ ଏହା ଉପରେ ନଜର ରଖିଛି ଏବଂ ପଣ୍ଡା ଦମ୍ପତ୍ତିଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ଟିକସ ଫାଙ୍କି ମାମଲା ରୁଜୁ ହୋଇପାରେ ବୋଲି ଖବରରେ ଜଣାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଙ୍ଗୀନ ଅଭିଯୋଗ ଆଣିଥିବା ବ୍ୟକ୍ତି ଆଜି ଭୁବନେଶ୍ୱରରେ ଗଣମାଧ୍ୟମ ସାମନାକୁ ଆସିଛନ୍ତି । ବୈଜୟନ୍ତ ଓ ଜାଗୀଙ୍କ କଳାଧନ କାରବାର ସମ୍ପର୍କିତ ଦସ୍ତାବିଜ୍ ଦେଖାଇ ଗୁମର ଖୋଲିଛନ୍ତି । ତଥ୍ୟଗତ ପ୍ରମାଣ ସହ ଏହି ସଙ୍ଗୀନ ମାମଲାକୁ ଗତ ଜାନୁଆରୀ ମାସରେ  ପ୍ରଧାନମନ୍ତ୍ରୀଙ୍କ ଅଫିସଠାରୁ ଆରମ୍ଭ କରି ସିବିଆଇ, ଇଡି, ଏସଆଇଟି, ମାଗ ଆଦି ତଦନ୍ତକାରୀ ସଂସ୍ଥାକୁ ଜଣାଇଥିଲେ ମଧ୍ୟ କ’ଣ ପାଇଁ ଏହାର ତଦନ୍ତ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅଭିଯୋଗକାରୀ ବ୍ୟକ୍ତିଜଣଙ୍କ ହେଉଛନ୍ତି ଭୂପେନ୍ଦ୍ର ସିଂ ପଟେଲ । ପେଶାରେ ସେ ଜଣେ ସୂଚନା ଅଧିକାର କର୍ମୀ ଏବଂ ଅନୁସନ୍ଧାନୀ ସାମ୍ବାଦିକ । ଦୁର୍ନୀତି ଏବଂ ରାଜନୀତିରେ କଳାଟଙ୍କାର ବ୍ୟବହାର ବିରୋଧରେ ଶ୍ରୀ ପଟେଲ ଏବଂ ତାଙ୍କ ଟିମ୍ ଦେଶବ୍ୟାପୀ ଅଭିଯାନ ଚଳାଇଛନ୍ତି । ତାଙ୍କର ଏହି ଅଭିଯାନ ବେଳେ ବାହାମାସ୍ ଭୂତ କମ୍ପାନୀ ଜରିଆରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗୀଙ୍କ କଳାଧନ କାରବାର ଧରାପଡ଼ିଥିବା ସେ ଆଜିର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ତାଙ୍କର କହିବା କଥା, ଟିକସର ସ୍ୱର୍ଗ ବାହାମାସ୍ ଏପରି ଏକ ଜାଗା ଯେଉଁଠି ଜଣେ ନିଜର ନାଁ ନ ଖୋଲି ଭୂତ କମ୍ପାନୀ ଜରିଆରେ କଳାଟଙ୍କାକୁ ଲୁଚାଇ ରଖିପାରିବେ । ପରବର୍ତ୍ତୀ ସମୟରେ ଏହାକୁ ଧଳା କରି ନିଜ ଦେଶକୁ ଫେରାଇ ଆଣିବେ । ନେତା, ବ୍ୟବସାୟୀ ଏବଂ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କ ମନି ଲଣ୍ଡରିଂ ପାଇଁ ବାହାମାସ୍ ସର୍ବୋକୃଷ୍ଠ ରୁଟ୍ । ଇଣ୍ଟରନ୍ୟାସନାଲ୍ କନସୋର୍ଟିଅମ୍ ଅଫ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟସ୍(ଆଇସିଆଇଜେ) ଏବଂ ଇଣ୍ଡିଆନ୍ ଏକ୍ସପ୍ରେସ୍ ଦୁଇବର୍ଷ ତଳେ ବାହାମାସ୍ ର ୧୩ ଲକ୍ଷ ଭୂତ କମ୍ପାନୀଙ୍କ ନାଁ ଖୁଲାସା କରିଥିଲେ । ଦେଢ଼ବର୍ଷ ଧରି ଏହି ତାଲିକାକୁ ଅନୁସନ୍ଧାନ କାଳରେ ଫିନଲେ, ପିକିକା ଏବଂ ମେସିନା ନାମକ ତିନୋଟି କମ୍ପାନୀ ସହ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ସମ୍ପର୍କ ଜଣାପଡ଼ିଥିଲା ବୋଲି ଶ୍ରୀ ପଟେଲ କହିଛନ୍ତି ।
ବାହାମାସ୍ ର ଏହି ତିନି କମ୍ପାନୀ କେବଳ କାଗଜ କଲମରେ ଚାଲୁଥିଲା । ବାହାମାସ୍ ରେ ସେହି କମ୍ପାନୀର କେହି ମାଲିକ ନ ଥିଲେ । ତିନିଟି ଯାକର ଠିକଣା ବି ସମାନ । ବେହେମାସ୍ ରେ ଏହି କମ୍ପାନୀର ଏଜେଣ୍ଟ ଥିଲା କର୍ପୋରେଟ୍ ସର୍ଭିସେସ୍ ଲିମିଟେଡ଼ । ଏହି ଏଜେଣ୍ଟର କାମ ଥିଲା କ୍ଲାଏଣ୍ଟର କଳାଟଙ୍କାକୁ ଭୂତ କମ୍ପାନୀରେ ଖଟେଇବା । ପଣ୍ଡା ପରିବାରର ଅନ୍ତରଙ୍ଗ ବ୍ୟବସାୟୀ ସହଯୋଗୀ ତଥା ଓଟିଭି ନିର୍ଦ୍ଦେଶିକା ଶ୍ରୀମତୀ ମଞ୍ଜୁଳା ଦେବୀ ଶ୍ରଫ୍ ଫିନଲେ କମ୍ପାନୀର ଆଟର୍ଣ୍ଣିଂ ହୋଲଡର ଥିଲେ । ତାଙ୍କ ଜରିଆରେ ବାହାମାସ୍ ରୁ କୋଟି କୋଟି ଟଙ୍କା ଆସୁଥିଲା । ଏହି ତିନୋଟି ବାହାମାସ୍ କମ୍ପାନୀ ବୈଜୟନ୍ତ ଓ ଜାଗୀଙ୍କ ଓରଟେଲ୍, ମେଟ୍ରୋ ସ୍କାଏନେଟ୍, ଓଟିଭି ଏବଂ ଏମଏସ ଟେଲିକମରେ ଟଙ୍କା ବିନିଯୋଗ କରୁଥିଲେ । କୋଟି କୋଟି ଟଙ୍କା ଋଣ ଦେଇ ସେୟାର କିଣୁଥିଲେ ଏବଂ ପରେ ସେହି ସେୟାରଗୁଡ଼ିକୁ ଅତି ଶସ୍ତାରେ( ବଜାର ମୂଲ୍ୟଠାରୁ ବହୁ କମ୍) ଫେରସ୍ତ କରୁଥିଲେ । ଏଥିରେ କମ୍ପାନୀ ମାଲିକ ବୈଜୟନ୍ତ ଓ ଜାଗୀ ପ୍ରଚୁର ଲାଭ ଉଠାଉଥିଲେ ବୋଲି କହିଛନ୍ତି ଶ୍ରୀ ପଟେଲ ।
ବାହାମାସ୍ କଳା କାରବାର ସମ୍ପର୍କରେ ଆୟକର ବିଭାଗ ଅଧିକାରୀଙ୍କୁ ବହୁ ବର୍ଷ ଆଗରୁ ମାଲୁମ୍ ଅଛି । କୋର୍ଟକୁ ମଧ୍ୟ ଜଣାଇଛନ୍ତି । ତେବେ ତାଙ୍କ ନିଜର ଅନୁସନ୍ଧାନରେ ସେ ସମସ୍ତ ପ୍ରମାଣ ପାଇ ପ୍ରଧାନମନ୍ତ୍ରୀଙ୍କ ଅଫିସ ସମେତ ଦେଶର ସବୁ ତଦନ୍ତକାରୀ ସଂସ୍ଥାକୁ ଜଣାଇଥିଲେ ମଧ୍ୟ ବୈଜୟନ୍ତଙ୍କ ବିରୋଧରେ ତଦନ୍ତ ହେଉନାହିଁ । ତାଙ୍କର ରାଜନୈତିକ ପ୍ରତିପତ୍ତି ଓ ପ୍ରଭାବ ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଜଣାପଡୁଛି ବୋଲି ସେ କହିଛନ୍ତି । ସେ ଚୁପ୍ ବସିବେ ନାହିଁ ଏବଂ ତଦନ୍ତ ହେଲା ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ ବୋଲି ଶ୍ରୀ ପଟେଲ କହିଛନ୍ତି ।

ଓକିଲାତି କଲେ ପୀତାମ୍ବର

ସତ୍ୟ ସଦ୍ୟ ନିଜ ଦଳରେ ପାଇଥିବା ବୈଜୟନ୍ତ ପଣ୍ଡାଙ୍କ ପାଇଁ ଓକିଲାତି କରିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ । ଶ୍ରୀ ପଟେଲଙ୍କ ସାମ୍ବାଦିକ ସମ୍ମିଳନୀ ତାଙ୍କୁ କ୍ଷୁବ୍ଧ କରିଛି । ବୈଜୟନ୍ତ ସଫେଇ ନ ଦେଉଣୁ ସେ ବୈଜୟନ୍ତଙ୍କୁ କ୍ଲିନ୍ ଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି । ମାସେ ତଳେ ଇଣ୍ଡିଆନ୍ ଏକ୍ସପ୍ରେସ୍ ରେ ଖବର ପ୍ରକାଶ ପାଇଲା ପରେ ଲୋକସଭାରେ ଏହା ଚର୍ଚ୍ଚା ହୋଇଥିଲେ ମଧ୍ୟ ରାଜ୍ୟ ବିଜେପି ପାଟି ଚୁପ୍ ରହିଥିଲା । ମାତ୍ର ବୈଜୟନ୍ତ ଦଳରେ ସାମିଲ ହେଉ ହେଉ ମୁଖପାତ୍ର ତାଙ୍କ ସୁରକ୍ଷାରେ ଖାଲି ବାହାରିନାହାନ୍ତି ମାମଲାକୁ ଅନ୍ୟ ମୋଡ଼ ଦେବାକୁ ଚେଷ୍ଟା କରିଛନ୍ତି । ଅଭିଯୋଗକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତକେୟ ପାଣ୍ଡିଆନ୍ ଙ୍କୁ ଯୋଡିଛନ୍ତି ବିଜେପି ମୁଖପାତ୍ର । ପାଣ୍ଡିଆନ୍ ଙ୍କ ଇସାରାରେ ଏହା ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ ବୋଲି ଅଭିଯୋଗ କରିଛନ୍ତି । ତେବେ ତାଙ୍କ ଅଭିଯୋଗର ଆଧାର ଜଣାଇ ପାରିନାହାନ୍ତି ।
Previous Post

ବୁୁନୁଙ୍କ ବିଧାୟକ ଆଶା ମଉଳିଲା

Next Post

ଜୟପୁରରେ ରାହୁଲଙ୍କ ମୋଦି-ନବୀନ ଆଟାକ୍

Next Post
ଜୟପୁରରେ ରାହୁଲଙ୍କ ମୋଦି-ନବୀନ ଆଟାକ୍

ଜୟପୁରରେ ରାହୁଲଙ୍କ ମୋଦି-ନବୀନ ଆଟାକ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA