Sunday, May 31, 2026 07:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁର୍ନୀତି ଖଣ୍ଡା: ଆଉ ୧୬ ଜଣଙ୍କ ଚାକିରି ନେଲେ ମୁଖ୍ୟମନ୍ତ୍ରୀ

by Our Correspondent
13 Sep, 2019- 07:44 PM
in Latest News, News
1 min read
0
ଦୁର୍ନୀତି ଖଣ୍ଡା: ଆଉ ୧୬ ଜଣଙ୍କ ଚାକିରି ନେଲେ ମୁଖ୍ୟମନ୍ତ୍ରୀ
Spread the love
ଭୁବନେଶ୍ୱର: ଗତ ମାସ ୧୭ ତାରିଖରେ ୧୫ ଜଣ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଥିଲେ । ୩୧ ତାରିଖରେ ବିଦା ହେଲେ ୬ ଜଣ । ତାଲିକାରେ ଏବେ ଯୋଡି ହୋଇଛନ୍ତି ଆଉ ୧୬ ଜଣ । ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଂଜିନିୟର, ୨ ଆରଆଇ, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ଜଣେ ପଞ୍ଚାୟତ ଅଫିସର ଏବଂ ୨ ଜଣ କିରାଣୀଙ୍କୁ ଆଜି ଚାକିରିରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିପରି ଭାବେ ମାସକ ଭିତରେ ୩୭ ଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀ ବରଖାସ୍ତ ହୋଇଥିବା ବେଳେ ୬ ଜଣଙ୍କ ପେନସନ ବନ୍ଦ କରାଯାଇଛି । ଦୁର୍ନୀତି ଅଭିଯୋଗରେ ଭିଜିଲାନସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ଏହି କର୍ମଚାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କଠୋର ହୋଇଛନ୍ତି ।
ଆଜି ତୃତୀୟ ପର୍ଯ୍ୟାୟରେ ବରଖାସ୍ତ ହୋଇଥିବା ଏହି ସରକାରୀ କର୍ମଚାରୀମାନେ ହେଲେ (୧) ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୧ର ଡେପୁଟି ଏକଜ୍ୟୁଜିଟିଭ୍ ଇଂଜିନିୟର ଜିବେଶ ଚନ୍ଦ୍ର ରଥ (୨) ଦଶପଲ୍ଲା ରୁରାଲ୍ ୱାର୍କସ୍ ର ଆସିଷ୍ଟାଣ୍ଟ ଇଂଜିନିୟର ତିରୁପତି ଭେଙ୍କଟେଶ୍ୱର ପାଣି (୩) କାମାକ୍ଷାନଗର ବ୍ଲକ୍ ର ଜୁନିୟର ଇଂଜିନିୟର ବସନ୍ତ କୁମାର ପାତ୍ର (୪) ଯାଜପୁର ମାଇନର ଇରିଗେସନ୍ ଡିଭିଜନ୍ ର ଜେଇ ପ୍ରକାଶ ଚନ୍ଦ୍ର ସିଂ (୫) ବଳରାମ ଜଗତସିଂହପୁରର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ବିଶ୍ୱାଳ (୬) ମାଥିଲି ବ୍ଲକ୍ ର ସାରଙ୍ଗପଲି ପ୍ରାଥମିକ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ନାୟକ (୭) ନବବରଙ୍ଗପୁର ପାପଡ଼ାହାଣ୍ଡିର ପୁପ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାତ୍ର (୮) ତୋମ ସ୍କୁଲ ପାପଡ଼ାହାଣ୍ଡିର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ହରିଜନ (୯) କନ୍ଧମାଳର କୋଟଗଡ଼ ବ୍ଲକ୍ ଏସଇସି ଅଦାରି ନୂଆ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁଚରଣ ଡିଗଲ (୧୦) କୋଦଳା ତହସିଲ ଅଫିସର ଆରଆଇ ମଙ୍ଗୁଳୁ ନାଏକ (୧୧) ଶାଳପଡ଼ା ସ୍ପେଶାଲ ଲ୍ୟାଣ୍ଡ ଆକ୍ୟୁସିସନ୍ ଅଫିସ ର ଆରଆଇ ନରହରି ଓଝା (୧୨) କେନ୍ଦୁଝର ବାସୁଦେବପୁରର ପିଡ଼ି(ଆର ଆଣ୍ଡ ଆର) ଅମିନ ଶରତ ଚନ୍ଦ୍ର ସେଠୀ (୧୩) ବୌଦ ପୁରୁଣା କଟକ ସିଏଚସିର ପୂର୍ବତନ ଫାର୍ମାସିଷ୍ଟ ସନ୍ତୋଷ କୁମାର ପଣ୍ଡା (୧୪) ଇଚ୍ଛାପୁର ହାଇସ୍କୁଲର କନିଷ୍ଠ କିରାଣୀ ନକୁଳ କୁମାର ଖମାରୀ (୧୫) ବୌଦ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିରେନ୍ଦ୍ର କୁମାର ପଣ୍ଡା ଏବଂ(୧୬) କୋରାପୁଟ ନନ୍ଦପୁର ବ୍ଲକ୍ ର ପଞ୍ଚାୟତ ଏକଜ୍ୟୁଜିଟିଭ୍ ଅଫିସର ପ୍ରଶାନ୍ତ କୁମାର ନାୟକ ।
ସୂଚନାଯୋଗ୍ୟ, ୧୯ ବର୍ଷ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ଏଭଳି କଠୋର ହେବା ସମ୍ଭବତଃ ପ୍ରଥମ ଘଟଣା ବୋଲି କୁହାଯାଉଛି । ଦୁର୍ନୀତି ବିକାଶର ବଡ଼ ପ୍ରତିବନ୍ଧକ ବୋଲି ମୁଖ୍ୟମନ୍ତ୍ରୀ ବୁଝିପାରି ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି । ତେବେ କେବଳ ତଳତଳିଆ କି ମଝିମଝିଆ କାହିଁକି? ଦୁର୍ନୀତିରେ ବୁଡ଼ିଥିବା ବଡ଼ବଡ଼ିଆ ଅଫିସର ଓ ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କେବେ କଠୋର ହେଉଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।
Previous Post

ପୁରୀ ପ୍ରକଳ୍ପ ଦାୟିତ୍ୱରେ ୫ ଯୁବ ଆଇଏଏସ୍

Next Post

ଅମାନିଆ ପୁଲିସ ଉପରେ କଠୋର ହେଲେ ମୁଖ୍ୟମନ୍ତ୍ରୀ

Next Post
ଅମାନିଆ ପୁଲିସ ଉପରେ କଠୋର ହେଲେ ମୁଖ୍ୟମନ୍ତ୍ରୀ

ଅମାନିଆ ପୁଲିସ ଉପରେ କଠୋର ହେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA