Thursday, April 16, 2026 11:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଧନ୍ୟରେ ପୁଅ, ଧନ୍ୟ ରାଜନୀତି

by Our Correspondent
03 Jan, 2016- 08:07 AM
in Politics
1 min read
0
ଧନ୍ୟରେ ପୁଅ, ଧନ୍ୟ ରାଜନୀତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ କି ଓଡ଼ିଆ ମାଟିର  ସନ୍ତାନ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ସମ୍ମାନ ରଖିଦେଲେ । ମହତାବଙ୍କ ଭଳି ବରପୁତ୍ରଙ୍କୁ ସରକାରୀ ପୋର୍ଟାଲରେ ଜାଗା ଦେବାକୁ ନବୀନ ସରକାରଙ୍କ ମନ ଯାଉ ନ ଥିଲା । ବିଜୁବାବୁ, ନନ୍ଦିନୀ ଶତପଥୀ କି ନୀଳମଣି ରାଉତରାୟଙ୍କଠାରୁ ହୀନ ହୋଇଥିଲେ ମହତାବ । ଆମ ପାଇଁ ଦୁର୍ଭାଗ୍ୟର କଥା ଯେ ମହତାବଙ୍କୁ ଏଇ ଟିକକ ସମ୍ମାନ ଦେବାକୁ ସରକାରଙ୍କ ପାଖରେ ବାରମ୍ବାର ଦାବି କରିବାକୁ ପଡ଼ିଲା । ଆଉ ଏହି ଦାବିକୁ ଅଣଦେଖା କରି ଆସୁଥିବା ନବୀନ ସରକାରଙ୍କୁ ଶେଷରେ ଧର୍ମେନ୍ଦ୍ରଙ୍କ ମୈଲମ୍‍ କାମ କଲା । ମହତାବଙ୍କ ୱାଜିବ୍‍ ହକ୍‍ ପାଇଁ କାକୁତୀମିନତୀ ହେବାକୁ ପଡ଼ିଲା ।

ବିଜୁ ଜନତା ଦଳ ଓ ଏହାର ନେତା ନବୀନ ପଟ୍ଟନାୟକ ଓଡ଼ିଆ ପ୍ରୀତିରେ ଉବୁଟୁବୁ ହେଉଛନ୍ତି । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ପାଳନକୁ ୨୦ ବର୍ଷ ଥିଲେ ବି ଏବେଠାରୁ ପ୍ରସ୍ତୁତିରେ ଲାଗିପଡ଼ିଲେଣି । ଓଡ଼ିଆ ଜାତିର ସ୍ୱାଭିମାନକୁ ସେମାନେ ସମୃଦ୍ଧ କରିବେ । ଓଡ଼ିଆ ବରପୁତ୍ରମାନଙ୍କୁ ଖୋଜି ଖୋଜି ବାହାର କରିବେ ଏବଂ ଲୋକଙ୍କ ପାଖରେ ସେମାନଙ୍କ ସ୍ମୃତି ଉଜ୍ଜୀବିତ କରାଇବେ । ଗତ ଡିସେମ୍ବର ୨୬ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଅବଶ୍ୟ ଚଳିତବର୍ଷ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପଡୁଥିବାରୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ପାଳନକୁ ରାଜନୈତିକ ଚାଲ୍‍ ରେ ଯୋଡାଯାଇଛି । ତେବେ ସେ ଯାହା ହେଉ, ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ବିଜେଡ଼ି ଓ ସରକାରଙ୍କ ପକ୍ଷରୁ ଧୂମ୍‍ଧାମ୍‍ ପ୍ରସ୍ତୁତି ଚାଲିଥିବା ବେଳେ ସାମାନ୍ୟ ସରକାରୀ ପୋର୍ଟାଲ୍‍ରେ ମହତାବଙ୍କୁ ସ୍ଥାନ ଦେବାକୁ ଉଚିତ୍‍ ମଣି ନ ଥିଲେ ବିଜେଡ଼ି ସରକାର ।

ବିଜୁବାବୁ ଓଡ଼ିଶାର ମହାନ୍‍ ବରପୁତ୍ର ତାହା କେହି ଅସ୍ୱୀକାର କରିବେନି । ତା ବୋଲି ମହତାବ ତାଙ୍କଠାରୁ ସରକାରୀ ପୋର୍ଟାଲ୍‍ ରେ ସ୍ଥାନ ପାଇବାକୁ ଅଯୋଗ୍ୟ ତାହା ଭାବିଲେ ମନ ଛୋଟ ହୋଇଯାଉଛି ।  ଦଳମତକୁ ଧରି ମହତାବଙ୍କ କଥା ମନେଇବାକୁ ବିଜେଡ଼ି ସରକାରଙ୍କ ଯଦି ଇଚ୍ଛା ନ ହେଲା ତେବେ ତାଙ୍କ ପୁଅ ଭର୍ତ୍ତୃହରି ବାପାଙ୍କ କଥା ଭୁଲିଗଲେ କେମିତି? ଭର୍ତ୍ତୃହରି ବାବୁ ବିଜେଡ଼ିର ଛୋକାଟିଆ ଲୋକ ନୁହଁ । ପାର୍ଲିଆମେଣ୍ଟରେ ବିଜେଡ଼ିର ନେତା ସିଏ । ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ କଥା ବହୁତ ଗପୁଛନ୍ତି ପାର୍ଲିଆମେଣ୍ଟରେ । ବିଜୁବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଗର୍ଜନ କରୁଛନ୍ତି । ମାତ୍ର ପୁଅ ହିସାବରେ ବାପାଙ୍କ କଥା ଭୁଲିଯିବାକୁ ଛିଛାକର କରୁଛନ୍ତି ଓଡ଼ିଶାବାସୀ ।

ତାଙ୍କ ବାପା ଯେ ଓଡ଼ିଶାର ଜଣେ ସୁଯୋଗ୍ୟ ଓ ମହାନ୍‍ ବରପୁତ୍ର ସେକଥା ଭର୍ତ୍ତୃହରି ଜାଣିଥିଲେ ତାଙ୍କ ବିବେକର ସ୍ୱର ଚପିଯାଇ ନ ଥାଆନ୍ତା । ସ୍ୱର୍ଗତ୍‍ ମହାନ୍‍ ପିତାଙ୍କ ପାଇଁ ସୁନାର ହାତୀ ଘୋଡା ଦେଉ ନ ଥିଲେ ଭର୍ତ୍ତୃହରି । କେବଳ ବାପାଙ୍କୁ ସରକାରୀ ପୋର୍ଟାଲ୍‍ ରେ ଜାଗା ଟିକେ ଦେବାକୁ ଗୁହାରି କରିପାରିଥାଆନ୍ତେ । ମାତ୍ର କ୍ଷମତାର ମୋହ ଆଗରେ ବାପାଙ୍କ ସମ୍ମାନକୁ ବନ୍ଧା ପକାଇବାକୁ ସାହାସ କରିପାରିଲେ ଭର୍ତ୍ତୃହରି । ହୁଏତ୍‍ ନେତା ନବୀନଙ୍କଠାରୁ ବାପାଙ୍କ ହକ୍‍ ଆଣିପାରିଥିଲେ ଭର୍ତ୍ତୃହରି ନିଜର ସମ୍ମାନ ବଢ଼ାଇ ପାରିଥାଆନ୍ତେ । ଆଉ ବାପାଙ୍କ ସ୍ୱର୍ଗତ୍‍ ଆତ୍ମାକୁ ଶାନ୍ତି ଦେଇପାରିଥାଆନ୍ତେ । ସେହି କାମ ଧର୍ମେନ୍ଦ୍ର ପ୍ରଧାନ କରିଥିବାରୁ ଭର୍ତ୍ତୃହରି ତାଙ୍କ ପାଖରେ ଋଣୀ ହେବା ଦରକାର । ଆଉ ବାପାଙ୍କ ସ୍ମୃତିକୁ କିଭଳି ସମ୍ମାନ ଦିଆଯାଇପାରେ ତାହା ନେତା ନବୀନ ପଟ୍ଟନାୟକଙ୍କ ପାଖରୁ ଶିକ୍ଷା ଲାଭ କଲେ ଭର୍ତ୍ତୃହରିଙ୍କ ଜୀବନ ସାର୍ଥକ ହୋଇପାରନ୍ତା ।

Previous Post

ପ୍ରସାଦଙ୍କ ନାଁକୁ ବି ଡର

Next Post

ସିଦ୍ଧାର୍ଥ ପଳେଇଲେ, ବିଜେଡ଼ି ଗୁରୁତ୍ୱ ଦେଲାନି

Next Post
ସିଦ୍ଧାର୍ଥ ପଳେଇଲେ, ବିଜେଡ଼ି ଗୁରୁତ୍ୱ ଦେଲାନି

ସିଦ୍ଧାର୍ଥ ପଳେଇଲେ, ବିଜେଡ଼ି ଗୁରୁତ୍ୱ ଦେଲାନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA