Sunday, May 10, 2026 08:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କୁ ଧକ୍କା! ସଙ୍ଗୀନ ହେଲାଣି ବିଜେପି ସ୍ଥିତି

by Our Correspondent
04 Nov, 2018- 04:41 PM
in Latest News, Politics
1 min read
3
ଧର୍ମେନ୍ଦ୍ରଙ୍କୁ ଧକ୍କା! ସଙ୍ଗୀନ ହେଲାଣି ବିଜେପି ସ୍ଥିତି
ଭୁବନେଶ୍ୱର: ନୀଳଗିରିରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ ଦେଇ ପ୍ରତାପ ଷଡ଼ଙ୍ଗୀଙ୍କୁ ବାଲେଶ୍ୱର ଲୋକସଭା ଆସନରେ ଛିଡ଼ା କରାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଲ୍ ରଖିଛନ୍ତି । ସେଠି ପ୍ରତାପ ଷଡ଼ଙ୍ଗୀଙ୍କୁ ଜିତାଇ ଆଣିବାର ଲକ୍ଷ୍ୟ ନାହିଁ । ବରଂ କିଭଳି ଅପମାନଜନକ ଭାବେ ହାରିବେ ତାହାର ଯୋଜନା ହେଉଛି । ବରଗଡ଼ରେ ସୁବାସ ଚୌହାନଙ୍କୁ ପ୍ରାର୍ଥୀ କରାଇ ନ ଦେବା ପାଇଁ ମଧ୍ୟ ଅନୁରୂପ ଜାଲ୍ ବିଛାଯାଉଛି । ଗତଥର ତାଙ୍କ ପ୍ରାର୍ଥୀତ୍ୱକୁ ରୋକିବା ପାଇଁ ଧର୍ମେନ୍ଦ୍ର ଚାଲ୍ ଖେଳିଥିଲେ । ମାତ୍ର ଶେଷ ମୁହୁର୍ତ୍ତରେ ନାଗପୁରରେ ବସି ସୁବାସ ଟିକେଟ ନେଇ ଆସିଥିଲେ ।
ରାଜ୍ୟରେ ଦଳର ସ୍ଥିତି ଉପରେ ମତ ଦେବାକୁ ଯାଇ ବିଜେପିର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଏହି ଗୁମର ଖୋଲିଛନ୍ତି । ସେ କହିଛନ୍ତି, ଉପରକୁ ଆମେ ଯେତେ ଫୁଟାଣି ମାରିଲେ ବି ଆମ ସ୍ଥିତି ସଙ୍ଗୀନ ଅବସ୍ଥାକୁ ଆସିଲାଣି । ଦଳ ସଜାଡ଼ି ହେବା ପରିବର୍ତ୍ତେ ଦିନକୁ ଦିନ ବିଗିଡ଼ି ଚାଲିଛି । ଖାଲି ଟିଭି ଓ ଖବରକାଗଜରେ ବିଜେପି ଅଛି । ଲୋକଙ୍କ ପାଖରେ ନାହିଁ । ବର୍ଷ ବର୍ଷ ଧରି ଦଳ ପାଇଁ ଯେଉଁମାନଙ୍କର ନିଷ୍ଠା ଅଛି, ଦଳ ପାଇଁ ଯେଉଁମାନେ ଦରକାରୀ ଧର୍ମେନ୍ଦ୍ର ସେମାନଙ୍କୁ ଖତମ୍ କରିଦେଲେଣି । କିଛି ‘ୟେସ୍ ବସ୍’ ଧାରୀ ଅପାଂକ୍ତେୟ, ଅଯୋଗ୍ୟଙ୍କୁ ଧରି ରାଜନୀତି କରୁଛନ୍ତି । ଆମଦାନୀ ନେତାଙ୍କୁ ଗୁରୁତ୍ୱ ଦେଉଛନ୍ତି । ଦଳରେ ପଡ଼ି ରହିଥିବା ତୃଣମୂଳସ୍ତରର ନେତା ଓ କର୍ମୀମାନେ ଧର୍ମେନ୍ଦ୍ର ରାଜ୍ ରେ ପେଶି ହୋଇଗଲେଣି । ନିର୍ବାଚନ ବେଳକୁ ଏହା ଭୀଷଣ ବିଦ୍ରୋହର ରୂପ ନେବ ବୋଲି ସେହି ବରିଷ୍ଠ ନେତାଜଣଙ୍କ ଆଶଙ୍କା ପ୍ରକାଶ କରିଛନ୍ତି ।
ଅପରପକ୍ଷେ, ଦଳର ସ୍ଥିତି ଦେଖି ନିକଟ ଅତୀତରେ ବିଜେଡ଼ି କି କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ଅଧିକାଂଶ ନେତା ଏବେ ଘରବାହୁଡ଼ା ପାଇଁ ଆଗ୍ରହ ଦେଖାଇଛନ୍ତି । ବିଜେପିରେ ସେମାନଙ୍କ ମନ ଛିଣ୍ଡିଗଲାଣି । ବିଜେପି ତୃଣମୂସ୍ତରର କର୍ମୀଙ୍କଠାରୁ ସେମାନେ ସହଯୋଗ ପାଉନାହାନ୍ତି । ସଂଗଠନର ହାଲ୍ ଦେଖି ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଦଳୀୟ ସଂଗଠନ ଉପରେ ଛିଡ଼ା ହେବାର ଶକ୍ତି ସେମାନେ ପାଉନାହାନ୍ତି । ସଂଗଠନକୁ ସବଳ କରିବାର ସାମର୍ଥ ସେମାନଙ୍କ ପାଖରେ ନାହିଁ । ପ୍ରଚାରରେ ଚହଟ ଚିକ୍କଣ ଦେଖାଯାଉଥିବା ଏହି ଦଳରେ ରହି ଭବିଷ୍ୟତ ଗଢ଼ିବା ସମ୍ଭବ ନୁହେଁ ବୋଲି ଅବିଭକ୍ତ କଟକ ଜିଲ୍ଲାର ଜଣେ ନେତା କହିଛନ୍ତି । ଆମେ ଆମର ପୁରୁଣା ଦଳକୁ ଫେରିବା ସୁଯୋଗକୁ ଅନାଇଛୁ ଏବଂ ସେଥିପାଇଁ କଥାବାର୍ତ୍ତା କରୁଛୁ ବୋଲି ସେ ସ୍ୱୀକାର କରିଛନ୍ତି ।ସୂଚନାଯୋଗ୍ୟ, ଇତିମଧ୍ୟରେ ଏଭଳି କିଛି ନେତା ବିଜେପି ଛାଡ଼ିବାକୁ ଆରମ୍ଭ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଧର୍ମେନ୍ଦ୍ରଙ୍କ ମାମଲତକାରକୁ ସଂଘ ପରିବାର ଆଦୌ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି । ବସନ୍ତ ପଣ୍ଡାଙ୍କ ବଦଳରେ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ସଭାପତି ଭାବରେ ବସାଇବାର ଉଦ୍ୟମ ଫେଲ୍ ହେବା ପରେ ସଂଘ ପରିବାରର ଅଧିକାଂଶ ସଦସ୍ୟଙ୍କ ରାଗ ବଢ଼ିଯାଇଥିବା ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ରଙ୍କ ଚାଲ୍ ର ପ୍ରତିଶୋଧ ନେବାକୁ ସେମାନେ ସୁଯୋଗ ଉଣ୍ଡିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ସମର୍ଥକମାନେ ଧର୍ମେନ୍ଦ୍ରଙ୍କ ଉପରେ ରକ୍ତ ଚାଉଳ ଚୋବାଉଥିବା ଏହି ସୂତ୍ରରୁ ପ୍ରକାଶ ।
ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେପି ଯେତେ ହାୱା କରୁଛି ବାସ୍ତବରେ ତାହାର କାଣିଚାଏ ଦମ୍ ନାହିଁ । ସଂଗଠନକୁ ବଢ଼ାଇ ସଶକ୍ତ କରିବାରେ ମୁଖ୍ୟମନ୍ତ୍ରୀ ଦାବିଦାର ଧର୍ମେନ୍ଦ୍ର ପ୍ରଧାନ ଏ ଯାଏଁ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବରିଷ୍ଠ ନେତାମାନଙ୍କୁ ସେ ସାଙ୍ଗରେ ନେଇ ଚାଲିବା ପରିବର୍ତ୍ତେ ସେମାନଙ୍କୁ କୋଣଠେସା କରିଛନ୍ତି । ସଚ୍ଚା ନେତା ଓ କର୍ମୀଙ୍କୁ ଗୁରୁତ୍ୱ ନ ଦେଇ ଆମଦାନୀ ନେତା ଓ କର୍ମୀଙ୍କୁ ଗୁରୁତ୍ୱ ଦେଉଥିବାରୁ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ମଣ୍ଡଳୀରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଦଳୀୟ ମତଭେଦ ସାଂଘାତିକ ହୋଇଛି । ବର୍ଷ ବର୍ଷ ଧରି ଟିକେଟ ଆଶାରେ ପଡ଼ି ରହିଥିବା ନେତାମାନେ ନିରୁତ୍ସାହିତ ହୋଇପଡ଼ିଛନ୍ତି । ବୋଧହୁଏ ଧର୍ମେନ୍ଦ୍ର ନିଜ ଦଳର ଶକ୍ତି ନ ଥିବା ଅନୁଭବ କରି ଅନ୍ୟ ଦଳର ଶକ୍ତି ଆହରଣ କରିବାକୁ ଚାହିଁ ବସିଛନ୍ତି । ପ୍ରବଳ ଅର୍ଥ ବଳରେ ସେ ଅସମ୍ଭବକୁ ସମ୍ଭବ କରିବେ ବୋଲି ଯଦି ଭାବୁଥାଆନ୍ତି ତେବେ ତାହା ମରିଚିକା ସଦୃଶ ବୋଲି ଧରିନେବାକୁ ହେବ ।
Previous Post

ସତ୍ୟପାଠ ଦାଖଲ କଲେ ଅଭିଜିତ୍ ଆୟାର

Next Post

ଚାଷୀଙ୍କ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠିତ

Next Post
ଚାଷୀଙ୍କ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠିତ

ଚାଷୀଙ୍କ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠିତ

Comments 3

  1. Lokanath Puhan says:
    8 years ago

    Realy its happened in Bjp. When u neglected Bijay Mohapatra.Dillip Ray. Ramkrushna Patnayak etc then Bjp never comes to power.
    Those leaders are nt know how to behave senior n old person they never comes to power. If they waiting for miracles then okay.

    Reply
  2. Sangram Kishore swain says:
    8 years ago

    Party must respect and keep relation with the old and senior karyakartas so that party will able to fight in coming election. If Dharmendra babu would doing groupism it will destroy the organisation in Odisha. In next side if centre will decide to do CM or leader someone excluding Mr pdn then we all will have obey the central decission. It is no bodies parental organisation.

    Reply
  3. ରାଜେନ୍ଦ୍ର କୁମାର ପାତ୍ର says:
    8 years ago

    ନିରାଟ ସତ୍ୟ। ଧର୍ମେନ୍ଦ୍ର ଅତି ଗର୍ବେ ହତଃ ଲଙ୍କେଶ ଭଳି ସ୍ଥିତି ରେ ପହଞ୍ଚିଗଲେଣି।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA