Tuesday, May 13, 2025 03:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ରଙ୍କୁ ପାନେ ଦେଲେ ସାମ୍ବାଦିକ

by Our Correspondent
23 Apr, 2017- 07:59 PM
in Latest News, Politics
0
ଧର୍ମେନ୍ଦ୍ରଙ୍କୁ ପାନେ ଦେଲେ ସାମ୍ବାଦିକ

ବାରିପଦା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ସାମ୍ବାଦିକମାନେ ବାରିପଦାରେ ଭଲ କରି ପାନେ ଦେଇଛନ୍ତି । ଧର୍ମେନ୍ଦ୍ର ଡାକିଥିବା ସାମ୍ବାଦିକ ସମ୍ମିଳନୀକୁ ସାମ୍ବାଦିକମାନେ ବର୍ଜନ କରି ବିଜେପିର ଫୁଟାଣି ଭାଙ୍ଗିଛନ୍ତି । କ୍ଷମତା ଓ ଟଙ୍କା ସବୁଠି କାମ ଦିଏନି ଅନ୍ତତଃ ଏହି ବାର୍ତ୍ତା ସ୍ଥାନୀୟ ସାମ୍ବାଦିକମାନେ ଧର୍ମେନ୍ଦ୍ର ଓ ତାଙ୍କ ବିଜେପି ନେତାମାନଙ୍କୁ ଦେଇଛନ୍ତି ।

ବାରିପଦାରେ ଅନୁଷ୍ଠିତ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀର ଆଜି ଥିଲା ଶେଷ ଦିନ । ଆଜି ବୈଠକରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନ ଗୋଟାଏରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ସହିଦ ସ୍ମୃତି ଭବନସ୍ଥିତ କାର୍ଯ୍ୟକାରିଣୀ ବୈଠକ ଜାଗାରେ ଏହି ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ପ୍ରବଳ ଖରା ସତ୍ତ୍ୱେ ସ୍ଥାନୀୟ ସାମ୍ବାଦିକମାନେ ନିର୍ଦ୍ଧାରିତ ସମୟରେ ସେଠାରେ ଉପସ୍ଥିତ ହୋଇଥିଲେ । ତେବେ ଗୋଟାଏ ଯାଇ ଦିଟା ଓ ତିନିଟା ହେଲା ପଛେ ଧର୍ମେନ୍ଦ୍ରଙ୍କୁ ସେଠାରେ ଦେଖିବାକୁ ମିଳିଲା ନାହିଁ । ଆମନ୍ତ୍ରିତ ସାମ୍ବାଦିକମାନଙ୍କୁ ବିଳମ୍ବ ସମ୍ପର୍କରେ କୌଣସି ସୂଚନା ଦିଆଗଲା ନାହିଁ । ଓଲଟି ସାମ୍ବାଦିକମାନେ ଜାଣିବାକୁ ଚାହିଁବାରୁ ବିଜେପିର କିଛି ନେତା ସେମାନଙ୍କୁ ସତେ ଯେମିତି ତାଙ୍କ ଘରର ଚାକର ଭଳି ବ୍ୟବହାର କରିଥିଲେ । ଏଥିରେ ସାମ୍ବାଦିକମାନେ ଉତକ୍ଷିପ୍ତ ହୋଇ ସେଠାରୁ ଚାଲିଯାଇଥିଲେ । ଧର୍ମେନ୍ଦ୍ର ସେ ଜାଗା ଆସିବା ବେଳକୁ ଆଉ କେଉଁ ସାମ୍ବାଦିକ ନ ଥିଲେ । ବିଚାରା ଧର୍ମେନ୍ଦ୍ର ଏଥିରେ ପ୍ରବଳ ଅପମାନିତ ହେଲେ । ଅନୋନ୍ୟପାୟ ହୋଇ ଯାହା କହିବା କଥା ଟ୍ୱିଟ୍ କରି ଜଣାଇଦେଲେ ।

ସମନ୍ୱୟର ଅଭାବ ଯୋଗୁଁ ଏଭଳି ଘଟିଲା ବୋଲି ବିଜେପି ପକ୍ଷରୁ ସଫେଇ ଦିଆଯାଇଛି । ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ଅନିବାର୍ଯ୍ୟ କାରଣଯୋଗୁଁ କାର୍ଯ୍ୟକାରିଣୀ ବୈଠକ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିଲା ନାହିଁ । ଭୁଲ୍ ବୁଝାମଣା ହୋଇ ଏଭଳି ଘଟଣା ଘଟିଲା ବୋଲି କହି ଦଳ ଆଡୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି । ତେବେ ଖାଲି ବାରିପଦା ନୁହେଁ, ଭୁବନେଶ୍ୱରରେ ବିଜେପିର ସଂକଳ୍ପ ସମାବେଶଠାରୁ ଆରମ୍ଭ କରି ବିଭିନ୍ନ ସମାବେଶରେ ସାମ୍ବାଦିକମାନଙ୍କୁ ଦଳର ନେତାଙ୍କ ର୍ଦୁବ୍ୟବହାର ମାମୁଲି ହୋଇଯାଇଛି । ତଥାକଥିିତ ଉତଥାନରେ ଅହଂକାର ହୋଇ ଗଣମାଧ୍ୟମକୁ ସେମାନଙ୍କ ଚାମଚା ବୋଲି ଭାବୁଛନ୍ତି । କ୍ଷମତା ନ ପାଉଣୁ ନେତାଙ୍କ ଆଚାର ବ୍ୟବହାର ଇନ୍ଦ୍ର ଚନ୍ଦ୍ର ଭଳି ହୋଇଛି । ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଏହି ଟ୍ରେଣ୍ଡ ଆରମ୍ଭ କରିଥିବା କୁହାଯାଉଛି ।

Previous Post

ବଦଳିଲେ ୯ ଜିଲ୍ଲାପାଳ

Next Post

ଆଗେ ଦିଲ୍ଲୀପ, ପଛେ ବିଜୟ !

Next Post
ଆଗେ ଦିଲ୍ଲୀପ, ପଛେ ବିଜୟ !

ଆଗେ ଦିଲ୍ଲୀପ, ପଛେ ବିଜୟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA