Monday, May 18, 2026 05:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ର ନିରାଶ; ମାନସ ମହାନ୍ତି ସଂଗଠନ ମନ୍ତ୍ରୀ

by Our Correspondent
04 Apr, 2018- 11:05 AM
in Latest News, Politics
1 min read
0
ଧର୍ମେନ୍ଦ୍ର ନିରାଶ; ମାନସ ମହାନ୍ତି ସଂଗଠନ ମନ୍ତ୍ରୀ
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଲୋକ ଶାରଦା ଶତପଥୀଙ୍କୁ ରାଜ୍ୟ ସଂଗଠନ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନ ନେଇଛନ୍ତି ମାନସ ମହାନ୍ତି । ମାନସ କାହା ଲୋକ ନୁହଁନ୍ତି । ବଜରଙ୍ଗ ଦଳ ଓ ଆରଏସଏସ୍ ର ଜଣେ ସଚ୍ଚା କର୍ମୀ ଭାବେ ଏକଦମ୍ ଷ୍ଟ୍ରେଟ୍ ଫରୱାର୍ଡ । ରାଜ୍ୟରେ ବଜରଙ୍ଗ ଦଳ ସଂଯୋଜକ ଏବଂ ଆରଏସଏସ କଟକ ଜିଲ୍ଲା ପ୍ରଚାରକ ଦାୟିତ୍ୱରେ ଥିଲେ । ଓଡ଼ିଶାରେ ବିଜେପିର ଯେଉଁଭଳି ଅବସ୍ଥା ତାକୁ ସମ୍ଭାଳିବା ପାଇଁ ରାଜ୍ୟ ଆରଏସଏସ୍ ଖାଲି ତାଙ୍କୁ ଉପଯୁକ୍ତ ମନେ କରିନି ବରଂ ତାଙ୍କ ପାଇଁ ଅନ୍ୟ ସବୁ ଲବିକୁ ଟାଳି ଦେଇଛି ।
ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶାରଦାଙ୍କୁ ସାଂଗଠନିକ ମନ୍ତ୍ରୀ ଦାୟିତ୍ୱରୁ ହଟାଇବା ପାଇଁ ହାଇକମାଣ୍ଡ ମନସ୍ଥିର କଲା ପରେ ତାଙ୍କ ଜାଗାକୁ ସୁନୀଲ ମହାନ୍ତିଙ୍କୁ ଆଣିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଚାହୁଁଥିଲେ । ଅରୁଣାଚଳ ପ୍ରଦେଶ ସଂଗଠନ ଦାୟିତ୍ୱରେ ଥିବା ସୁନୀଲଙ୍କର ଦକ୍ଷତା ଉପରେ କାହାରି ପ୍ରଶ୍ନ ନ ଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ଲବି ତାଙ୍କ ପାଇଁ କଣ୍ଟା ହେଲା । ଶାରଦାଙ୍କ ଭଳି ନିର୍ଦ୍ଦିଷ୍ଟ ଗୋଷ୍ଠୀ ତୁଷ୍ଟିକରଣ ରାଜନୀତିକୁ ହାଇକମାଣ୍ଡ ଆଉ ପସନ୍ଦ କରି ନ ଥିଲେ । ଓଡ଼ିଶାରେ ଏହା ଦଳ ପାଇଁ ଘାତକ ପ୍ରମାଣିତ ହୋଇଥିବାରୁ ତାହାର ପୁନରାବୃତ୍ତି ନ ହେବା ପାଇଁ ସୁନୀଲ ମହାନ୍ତିଙ୍କ ନାଁକୁ ଏଡ଼ାଇ ଦେଇଥିଲେ ।
ବିଜେପିର ଜଣେ ବରିଷ୍ଠ ନେତାଙ୍କ ମତରେ, ସୁନୀଲଙ୍କ ଭଳି ମାନସଙ୍କର ମଧ୍ୟ ଅନୁରୂପ ଦକ୍ଷତା ରହିଛି । ତାଙ୍କର ବଡ଼ ପ୍ଲସ୍ ପଏଣ୍ଟ ହେଉଛି ସେ ‘ହାଁ ଜି’ କରିବା ଲୋକ ନୁହଁନ୍ତି । ସଂଗଠନ ପାଇଁ ଯାହା ଠିକ୍ ତାହା ସବୁବେଳେ କରିଥାଆନ୍ତି । ତାଙ୍କ ରକ୍ତରେ ସଂଗଠନ ଭରି ରହିଥିବାରୁ ଓଡ଼ିଶା ବିଜେପିକୁ ସେ ନିଶ୍ଚିତ ଶକ୍ତିଶାଳୀ କରିପାରିବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ମାନସଙ୍କ ନିଯୁକ୍ତିକୁ ସାଦରେ ଗ୍ରହଣ କରିପାରୁନାହାନ୍ତି । ମନରେ କଷ୍ଟ ଥିଲେ ମଧ୍ୟ ତାହାକୁ ପ୍ରକାଶ ବି କରିପାରୁନାହାନ୍ତି ।
ସୂଚନାଯୋଗ୍ୟ, ଶାରଦା ପ୍ରସାଦ ଶତପଥୀ ସଂଗଠନ ସମ୍ପାଦକ(ମନ୍ତ୍ରୀ) ଦାୟିତ୍ୱ ନେଲା ପରଠୁ ବିଜେପିକୁ ଶକ୍ତିଶାଳୀ କରିବା ପରିବର୍ତ୍ତେ ଦୁର୍ବଳ କରିଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଗୋଷ୍ଠୀ ଦ୍ୱାରା ସେ ନିଜକୁ ପରିଚାଳିତ କରୁଥିଲେ । ସେମାନଙ୍କ କଥାରେ ବସଉଠ ହେଉଥିଲେ । ନିଜ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ସେ ନିଜକୁ ଗୋଷ୍ଠୀଭୁକ୍ତ କରି ଦଳର ସ୍ୱାର୍ଥକୁ ଆଖି ବୁଜିଦେଇଥିଲେ । ପଞ୍ଚାନନ ରାଉତ ହୁଅନ୍ତୁ କି ପ୍ରସନ୍ନ ମିଶ୍ର ହୁଅନ୍ତୁ ସଂଗଠନ ମନ୍ତ୍ରୀର ଯେଉଁ ଗାରିମା ରଖିଥିଲେ ଶାରଦା ତାହାକୁ ନଷ୍ଟଭ୍ରଷ୍ଟ କରିଦେଲେ । ଫଳ ହେଲା ସଂଗଠନ ଦିନକୁ ଦିନ ଦୁର୍ବଳ ହୋଇଗଲା । ଏକଥା ହାଇକମାଣ୍ଡ ହୃଦୟଙ୍ଗମ କଲା ପରେ ଶାରଦାଙ୍କୁ ବିଦା କରିଛନ୍ତି ।
Previous Post

ବଢ଼ିଲା ଉତ୍କଣ୍ଠା; ଆଜି ଖୋଲିବ ରତ୍ନଭଣ୍ଡାର

Next Post

କି କରିତକର୍ମା! ଆସୁ ଆସୁ ସାଢ଼େ ୬ ଲକ୍ଷ

Next Post
କି କରିତକର୍ମା! ଆସୁ ଆସୁ ସାଢ଼େ ୬ ଲକ୍ଷ

କି କରିତକର୍ମା! ଆସୁ ଆସୁ ସାଢ଼େ ୬ ଲକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA