Thursday, May 21, 2026 07:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କଠାରୁ ଶିଖନ୍ତୁ…

by Our Correspondent
31 Oct, 2017- 11:25 AM
in Latest News, Politics
1 min read
2
ନବୀନଙ୍କଠାରୁ ଶିଖନ୍ତୁ…
ଭୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ବିଭତ୍ସ ମର୍ଡର ଷଡ଼ଯନ୍ତ୍ରର ମୁଖ୍ୟ ଅଭିଯୁକ୍ତକାରୀ କୃଷ୍ଣ ନାୟକଙ୍କ ସହ ଗୋଲକ ମହାପାତ୍ରଙ୍କ ସମ୍ପର୍କ ଜଣେ ଜିଲ୍ଲା ସମ୍ପାଦକ ଓ ଜିଲ୍ଲା ପ୍ରଭାରୀ ମଧ୍ୟରେ ସୀମିତ ନାହିଁ । ମର୍ଡର ପୂର୍ବଦିନ, ମର୍ଡର ଦିନ ଓ ମର୍ଡର ପରେ ଫେରାର ହୋଇଯାଇଥିବା କୃଷ୍ଣ ସହ ସେ ସମ୍ପର୍କରେ ଥିଲେ । ନିଜେ କୃଷ୍ଣ ଏକଥା କହିଛନ୍ତି । ଗୋଲକ ଏକଥାକୁ ଅସ୍ୱୀକାର ନ କରି ଯୁକ୍ତି କରୁଛନ୍ତି..ହଁ.. କଥା ହେବାରେ ଅସୁବିଧା କେଉଁଠି ? ଜିଲ୍ଲା ପ୍ରଭାରୀ ଭାବେ ମତେ ବହୁତ ଲୋକ ଫୋନ୍ କରନ୍ତି । ସେ କରିଥିବେ ।
ଏଠି ପ୍ରଶ୍ନ.. ହତ୍ୟାକାଣ୍ଡର ୧୦ ଦିନ ପର୍ଯ୍ୟନ୍ତ ଗୋଲକ ହୁଏତ କୃଷ୍ଣଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଜାଣି ନ ଥିଲେ । ମାତ୍ର ଦଶମ ଦିନରେ ପୁଲିସ ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରିବା ସହ କୃଷ୍ଣ ଓ ଦୁର୍ଯୋଧନଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଖୋଦ୍ ଏସପି ପ୍ରେସ୍ ମିଟ୍ ରେ ଜଣାଇଥିଲେ । ହେଲେ ଗୋଲକ ତାପରେ ବି କୃଷ୍ଣ ସହ କେମିତି ସମ୍ପର୍କରେ ରହିଲେ ? କଟକରୁ କୋଲକତା ଏବଂ ସେଠାରୁ ଉତ୍ତରଖଣ୍ଡ ଯାଇ ଗେଷ୍ଟ ହାଉସ୍ ରେ ଲୁଚିବା ଗୋଲକଙ୍କ ଅଜାଣତରେ ହୋଇଥିଲା କି ? ଯଦି ଗୋଲକ ସ୍ୱଚ୍ଛ ତେବେ ଜଣେ ଫେରାର ଆସାମୀ ତାଙ୍କୁ ବାରମ୍ବାର ଫୋନ୍ କରୁଥିବା ବେଳେ ସେ ପୁଲିସକୁ ଜଣାଇଲେ ନାହିଁ କାହିଁକି ? ସବୁ ପରେ ବି କଥା ଧରାପଡ଼ିବା ପରେ ଏତେ ଦମ୍ଭ କାହିଁକି ? ଏତେ ପ୍ରତିକ୍ରିୟାଶୀଳ କାହିଁକି ? ଏସପି ପୁଲିସ ବର୍ଦ୍ଦି ଓହ୍ଲାଇ ରାଜନୀତି କରନ୍ତୁ ବୋଲି ଆହ୍ୱାନ ଦେଇ ତାଙ୍କୁ ଜବରଦସ୍ତ ବିବାଦୀୟ କରିବା ପଛର କାରଣ କ’ଣ ? ପ୍ରତିଦିନ ଗୋଲକ ପ୍ରେସ୍ ମିଟ୍ କରି ଦମ୍ଭ ମାରିବା, ଟିଭି ବିତର୍କରେ ବସି ମୁହଁତୋଡ଼ ଦେଖାଇଲେ ଅପରାଧ ଲୁଚିଯାଏନି । ଆଇନକୁ ତା ବାଟରେ ଯିବାକୁ ନ ଦେଇ ବଡ଼ପାଟିରେ ବକବାସ୍ କଲେ ଲୋକେ ସମବେଦନା ଦେବେନି ବରଂ ଛିଛାକର କରିବେ ।
ଗୋଲକଙ୍କୁ ସୁରକ୍ଷା ଦେବାକୁ ତାଙ୍କର ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଅଣ୍ଟା ଭିଡ଼ିଛନ୍ତି । ଗୋଟିଏ ସମ୍ବେଦନଶୀଳ ମର୍ଡର ଉପରେ ଆବଶ୍ୟକତାଠାରୁ ଅଧିକ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଟାଣ ଦେଖାଇଛନ୍ତି.. ହଁ କୃଷ୍ଣ ଆମ ଦଳର କର୍ମୀ । ପ୍ରଭାରୀ ଭାବେ ଗୋଲକବାବୁ ତାଙ୍କ ସହ କଥା ହେଇଥିବେ । ସେଥିରେ ଲୁଚାଇବାର କ’ଣ ଅଛି ? ସେଥିରେ ଅସୁବିଧା କ’ଣ ହେଲା ? ତଦନ୍ତ କର । ପୁଲିସ ଏଠିକା ସରକାରଙ୍କର ନା… । ଗୋଲକ ସିନା ପ୍ରତିକ୍ରିୟାଶୀଳ ହେଲେ ଧର୍ମେନ୍ଦ୍ର… । ଭାରତ ସରକାରଙ୍କର ସେ ଖାଲି ଜଣେ ଦାୟିତ୍ୱବାନ କ୍ୟାବିନେଟ୍ ମନ୍ତ୍ରୀ ନୁହଁନ୍ତି । ଓଡ଼ିଶାର ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ । ତାଙ୍କଠାରୁ ଏଭଳି ଭାଷାକୁ ଲୋକେ ଗ୍ରହଣ କରିବେ ତ ?
ଧର୍ମେନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ତାଙ୍କ ଅନୁଗତ ମଧ୍ୟ ସମାନ ସ୍ୱରରେ ପ୍ରତିକ୍ରିୟା ଦେଉଛନ୍ତି । ଟିଭିରେ ବସି ମୁହଁଟାଣ ଦେଖାଉଛନ୍ତି । ଦଳର ମୁଖପାତ୍ର ସଜ୍ଜନ ଶର୍ମା ହୁଅନ୍ତୁ କି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ହୁଅନ୍ତୁ ଔଦ୍ଧତ୍ୟର ସୀମା ଟପିଯାଉଛନ୍ତି । ରାଜନୈତିକ ପ୍ରତିପକ୍ଷଙ୍କୁ ମନଇଚ୍ଛା ଗର୍ଜୁଛନ୍ତି । ଗଂଜାମ ଏସପିଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରୁଛନ୍ତି । ଏହା କି ପ୍ରକାର ଶାଳୀନତା ? ଲୋକେ ଏହାକୁ ପସନ୍ଦ କରୁଛନ୍ତି ତ ? ନିଜର ବଡ଼ି ଲାଙ୍ଗୁଏଜ୍ ଓ ଭାଷାକୁ ସେମାନେ ପଛରେ ନିରୀକ୍ଷଣ କରିଛନ୍ତି ତ ? ରାଜନୈତିକ ଲୋକ ରାଜନୀତି କରିବାରେ ମନା ନାହିଁ । କିନ୍ତୁ ଏକ ସମ୍ବେଦନଶୀଳ ମର୍ଡରର ପୁଲିସ ତଦନ୍ତକୁ ଅପେକ୍ଷା ନ କରି ମୁଖ୍ୟ ଅଭିଯୁକ୍ତଙ୍କ ପାଇଁ ଝାଳନାଳ ଦେଇ ଲଢ଼ିବା, ରାଜନୈତିକ ରଙ୍ଗ ଦେଇ ପୁଲିସକୁ ବକରା ବନାଇବାର ଚେଷ୍ଟା କରିବା ଆଦି କ’ଣ ବୁଝାଉଛି ? ଏକ ଗଣତନ୍ତ୍ର ରାଷ୍ଟ୍ରରେ ଆଇନକାନୁନକୁ ଏଭଳି ଢ଼ଙ୍ଗରେ ନଚାଯାଇପାରିବ କି ? ଆଇନର ଲମ୍ବା ହାତରୁ ଦୋଷୀକୁ ଖସାଇପାରିବେ କି ? ଜନସାଧାରଣଙ୍କ ଅନୁକମ୍ପା ପାଇପାରିବେ କି ?
ଭୋଟ ରାଜନୀତିରେ ଲୋକଙ୍କ ପରସେପସନ୍(ବିଚାର)ସବୁଠାରୁ ଅଧିକ ମାନେ ରଖେ । ଟିଭି ଆଗରେ ଉଚ୍ଚ ସ୍ୱରରେ ୟା ତା ବିରୋଧରେ ଗପିଲେ କି ବିରୋଧୀଙ୍କୁ କୁହାଇ ନ ଦେଲେ ଲୋକଙ୍କ ପରସେପସନ୍ ଜିଣିହୁଏନି । ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପି ଟିମ୍ ଏହାକୁ କିନ୍ତୁ ଆଧାର କରି ୧୨୦ ପ୍ଲସ୍ ସିଟ୍ ଜିତିବାକୁ ପଣ କରିଛି । ହେଲେ ଜନମାନସରେ ସେମାନଙ୍କର ଗ୍ରହଣୀୟତାକୁ ସେମାନେ ଅନୁଶୀଳନ କଲେଣି କି ? ମୁଖ୍ୟ ପ୍ରତିଦ୍ୱନ୍ଦୀ ନବୀନ ପଟ୍ଟନାୟକଙ୍କୁ ସେମାନେ ଧରାଶାୟୀ କରିବେ ତ ? ରାଜନୈତିକ ସମୀକ୍ଷକଙ୍କ ମତରେ, କ୍ଷମତା ଆଶାୟୀ ବିଜେପି ନେତା ବୁଝିବା ଦରକାର ଜନସାଧାରଣଙ୍କ ପରସେପସନ୍ ଉପରେ ଛିଡ଼ା ହୋଇଛି ନବୀନଙ୍କ ଲୋକପ୍ରିୟତା । ଯାହାର ଆଧାର ହେଉଛି, ନବୀନଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ, ନମ୍ରତା ଓ ଶାଳୀନତା । ଯେତେବଡ଼ ଘଟଣା ହେଉ ନା କାହିଁକି ବିରୋଧୀଙ୍କ ବିରୋଧରେ ବ୍ୟକ୍ତିଗତସ୍ତରକୁ ଯାଇ ସମାଲୋଚନା କରିବା କିମ୍ବା ରୁଚିହୀନ ମନ୍ତବ୍ୟ ଦେବା ନବୀନଙ୍କଠାରେ ଓଡ଼ିଶାବାସୀ ଦେଖିନାହାନ୍ତି । ଦୁଇଦିନ ତଳେ ଭୁବନେଶ୍ୱରରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ର ଲିଟରେଚର୍ ଫେଷ୍ଟିଭାଲ୍ ରେ ପ୍ରଭୁ ଚାୱାଲ୍ ଙ୍କ ସବୁ ପ୍ରଶ୍ନର ଉତ୍ତର କିଭଳି ଧୀରସ୍ଥିର ଭାବରେ ଦେଉଥିଲେ ସେଥିରୁ ତାଙ୍କର ବିରୋଧୀ ପକ୍ଷ ଶିଖିବା ଦରକାର । ଏଥିରେ ରାଜନୀତିର କଥା ନାହିଁ । କଥା ରହିଛି ଆଚ୍ଚରଣ ଓ ଉଚ୍ଚାରଣର । ବ୍ୟକ୍ତିତ୍ୱ, ନମ୍ରତା ଓ ଶାଳୀନତାର । ଲୋକଙ୍କ ହୃଦୟ ଜିଣିବା ପାଇଁ ଏହାଠାରୁ ବଡ଼ ଅସ୍ତ୍ର କିଛି ହୋଇ ନ ପାରେ ।
Previous Post

ଗୋଲକଙ୍କ ଉପରକୁ ମାଡ଼ିଆସୁଛି ବିପଦ

Next Post

୧୭ ଆଇପିଏସ୍ ଙ୍କ ବଦଳି, ବିଜୟ ଶର୍ମା ଅଗ୍ନିଶମ ଡିଜି

Next Post
୧୭ ଆଇପିଏସ୍ ଙ୍କ ବଦଳି, ବିଜୟ ଶର୍ମା ଅଗ୍ନିଶମ ଡିଜି

୧୭ ଆଇପିଏସ୍ ଙ୍କ ବଦଳି, ବିଜୟ ଶର୍ମା ଅଗ୍ନିଶମ ଡିଜି

Comments 2

  1. Bikash Bindhani says:
    9 years ago

    Right

    Reply
  2. S.K. Samal says:
    9 years ago

    As. You sow so shall you reap. As regards the comments on any political matter, it is pertinent to mention here that our CM is unique. No one can stand against him. His behaviour, words used in the comments is above all criticism. His Image and working style is praiseworthy. He is very gentle , dedicated to work and very good administrator. All politicians should follow him to make corrections in their behavior. He is incomparable in political field.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA