Monday, May 25, 2026 07:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଫଣ୍ଡା: ସିମ୍ପଲ୍ ଲିଭିଂ ହାଇ ଥିଙ୍କିଂ

by Our Correspondent
26 Dec, 2017- 02:13 PM
in Latest News, Politics
1 min read
0
ନବୀନଙ୍କ ଫଣ୍ଡା: ସିମ୍ପଲ୍ ଲିଭିଂ ହାଇ ଥିଙ୍କିଂ
ପୁରୀ: ବିଜୁ ଜନତା ଦଳର ୨୦ ବର୍ଷ ପୂର୍ତ୍ତି ସମାଗମରେ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜନୀତି ଭାଷା ଛାଡ଼ି ଓଡ଼ିଆରେ ନିଜ ହୃଦୟର କଥା କହିଛନ୍ତି । ଦଳର କର୍ମୀମାନଙ୍କୁ ‘ସିମ୍ପଲ୍ ଲିଭିଂ ଓ ହାଇ ଥିଙ୍କିଂ’ର ମନ୍ତ୍ର ଦେଇଛନ୍ତି । ନେତା ଓ କର୍ମୀମାନେ କ୍ଷମତା ଲାଳସାରୁ ଦୂରେଇ ରହି ଲୋକଙ୍କ ସେବାରେ ମନ ଲଗାନ୍ତୁ, ପ୍ରତିଶ୍ରୁତି ପାଳନ କରନ୍ତୁ । ସରଳ ଜୀବନ ଯାପନ କରି ଲୋକଙ୍କ ସୁଖଦୁଃଖରେ ସମ୍ବେଦଳଶୀଳ ରହନ୍ତୁ । ‘ସିମ୍ପଲିସିଟି ହାଜ୍ ଇଟସ୍ ଓନ୍ ପାୱାର’ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିବା ସହ ଡକ୍ଟର ଅବଦୁଲ୍ଲ କାଲମଙ୍କ ପକ୍ତିଂର ଉଦାହରଣ ଦେଇଥିଲେ । ସରଳ ଜୀବନଯାପନ ଓ ଉଚ୍ଚ ଚିନ୍ତା ଆମ ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ୍ ବୋଲି ସେ କହିଥିଲେ । ଲୋକଙ୍କ ସେବା କରି ସେମାନଙ୍କ ହୃଦୟ ଜିତନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀଙ୍କୁ ଭାବବିହ୍ୱଳ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରେଷ୍ଟିଜ୍ ଏବଂ ପ୍ରପର୍ଟିର କିଛି ମୂଲ୍ୟ ନାହିଁ । ଲୋକଙ୍କ ସେବା ଓ ଭଲ ପାଇବା ହିଁ ଜୀବନର ବଡ଼ ଲପଲବ୍ଧି । ସରଳ ଜୀବନ ଓ ସେବା ମନୋବୃତ୍ତି ପାଇଁ ମହାତ୍ମା ଗାନ୍ଧୀ ଅମର ହୋଇଛନ୍ତି । ଲୋକଙ୍କ ପାଇଁ ମହନୀୟ ହୋଇରହିଛନ୍ତି ।
ଜଗତର ନାଥ ମହାପ୍ରଭୁଙ୍କ ଆର୍ଶିବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜୁ ଜନତା ଦଳ ଆଜି ସଫଳତାର ୨୦ ବର୍ଷରେ ପହଞ୍ଚିଛି । ଓଡ଼ିଶାବାସୀ ଏହି ସୁଯୋଗ ଦେଇଥିବାରୁ ସେମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସେବା ଓ ଆଦର୍ଶ ଆମ ପାଇଁ ପ୍ରେରଣା ବୋଲି କହିଥିଲେ । ନିଜ ପିତା ସ୍ୱର୍ଗତ ବିଜୁବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ବାବୁ ଗରିବଙ୍କ ବନ୍ଧୁ ଥିଲେ । ତାଙ୍କ ପାଖରୁ କେହି କେବେ ଖାଲି ହାତରେ ଫେରୁ ନ ଥିଲେ । ଆମମାନଙ୍କ ପାଇଁ ସେ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଲୋକଙ୍କ ଭଲ ପାଇବା ତାଙ୍କ ପାଇଁ ବଡ଼ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ମା, ମାଟି ମଣିଷର ସେବା ଓ ସ୍ୱାଭିମାନ ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରି ବିଶ୍ୱଦରବାରରେ ଓଡ଼ିଆ ଜାତିକୁ ଶ୍ରେଷ୍ଠ କରିବାକୁ ଆସନ୍ତୁ ସଂକଳ୍ପ ନେବା ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ।
ତାଳବଣିଆଠାରେ ଆୟୋଜିତ ଭବ୍ୟ ସମାରୋହରେ ଦଳର ନେତୃବୃନ୍ଦ ଭାଷଣ ଦେଇ ବିଜେଡ଼ିର ୨୦ ବର୍ଷ ସଫଳତାର ଯାତ୍ରା କହିଥିଲେ । ସମାବେଶରେ ସାରା ରାଜ୍ୟରୁ ବିଜେଡ଼ିର ୩୦ ହଜାରରୁ ଅଧିକ ଜନପ୍ରତିନିଧି ଯୋଗଦେଇଥିଲେ ।
Previous Post

ବିଜେଡ଼ି : ଆଂଚଳିକ ଦଳର ଶକ୍ତିିିଶାଳୀ ରୂପ

Next Post

ବିଜେଡ଼ି ଦେଲା ମିଡ଼ିଆ ଟକ୍କର

Next Post
ବିଜେଡ଼ି ଦେଲା ମିଡ଼ିଆ ଟକ୍କର

ବିଜେଡ଼ି ଦେଲା ମିଡ଼ିଆ ଟକ୍କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA