Tuesday, May 26, 2026 01:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ମାୟା: ଜୁନିୟର୍‌ ବନାମ ସିନିୟର୍‌

by Our Correspondent
08 May, 2016- 12:18 PM
in News
1 min read
0
ନବୀନ ମାୟା: ଜୁନିୟର୍‌ ବନାମ ସିନିୟର୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନରସିଂହ ମିଶ୍ରଙ୍କୁ କାଉଣ୍ଟର ପାଇଁ ବିଜେଡ଼ି ଯେଉଁ ଆଭିମୁଖ୍ୟ ନେଲା ତାହା ପୁଣି ଛିଡ଼ା କରାଇଛି ଜୁନିୟର୍‌– ସିନିୟର୍‌ ଲଢ଼େଇ । ବିଧାନସଭା ଭିତରେ ଓ ବାହାରେ ବିଜେଡ଼ି ଜୁନିୟର୍‌ଙ୍କ ପାଟିରେ ବିରୋଧୀ ଦଳ ନେତାଙ୍କୁ ବୁଢ଼ା, ମତିଭ୍ରମ, ମିଛୁଆ ଭଳି କଟୁ ଶବ୍ଦର ପ୍ରୟୋଗକୁ ସିନିୟର୍‌ ଗୋଷ୍ଠୀ ଗ୍ରହଣ କରିନାହାନ୍ତି । ବିଧାନସଭାରେ ଆଇନମନ୍ତ୍ରୀ ଅରୁଣ ସାହୁ ଯେଉଁ ଢ଼ଙ୍ଗରେ ନରସିଂହଙ୍କୁ ମନଇଚ୍ଛା ବକିଲେ, ତାହାକୁ ଦାମ ରାଉତ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ସିନିୟର୍‌ ନେତା ଖୋଲାଖୋଲି ବିରୋଧ କରି ନିଜର ଅସନ୍ତୋଷ ପ୍ରକଟ କରିଛନ୍ତି । ସେହିଭଳି ନବୀନଙ୍କ ଡରରେ ଅଧିକାଂଶ ସିନିୟର୍‌ ପାଟି ଚୁପ୍‌ ରଖିଥିଲେ ମଧ୍ୟ ସାମ୍ବାଦିକମାନଙ୍କ ଆଗରେ ସେମାନଙ୍କ ଅସନ୍ତୋଷ ଜାହିର କରିଛନ୍ତି ।

ବିଧାନସଭା ବାଚସ୍ପତିଙ୍କ ନିୟନ୍ତ୍ରଣରେ ନାହିଁ । ତୃତୀୟ ମହଲା ନିର୍ଦେଶ ଓ ନିୟନ୍ତ୍ରଣରେ ଚାଲିଛି ବିଧାନସଭା । ପୂର୍ବରୁ ବିରୋଧୀ ସଭ୍ୟମାନେ ଏହି ଅଭିଯୋଗ କରି ଆସୁଥିଲା ବେଳେ ଏବେ ଶାସକ ଦଳର ଅଧିକାଂଶ ବରିଷ୍ଠ ସଭ୍ୟଙ୍କ ମୁହଁରେ ଏହି ସ୍ୱର । ବିରୋଧୀ ଦଳ ନେତାଙ୍କୁ କାଉଣ୍ଟର ପାଇଁ ବିଜେଡ଼ି ସବୁ ଶିଷ୍ଟାଚାର, ଆଦର୍ଶ, ନୀତି, ନିୟମକୁ ଜଳାଞ୍ଜଳି ଦେଇଥିବା ସେମାନଙ୍କ ହୃଦବୋଧ ହୋଇଛି । ଶାଳୀନତା ବାହାରକୁ ଯାଇ ବିରୋଧୀ ଦଳ ନେତାଙ୍କୁ ବାର୍ଦ୍ଧକ୍ୟଜନିତ ମତିଭ୍ରମ ଓ ମିଛୁଆ ଭଳି ଶବ୍ଦ କହିବା ଓ ବିଧାନସଭାରେ ବିରୋଧୀ ଦଳ ନେତାଙ୍କୁ କୁହାଇ ନ ଦେବାର ଗେମ୍‌ ପ୍ଲାନ୍‌କୁ ସେମାନେ ବୁଝିପାରୁନାହାନ୍ତି । ସମଗ୍ର ଦେଶରେ ବିଧାନସଭା ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି ବିରୋଧୀ ଦଳର ଅଭିଯୋଗକୁ ସେମାନେ ବି ଗ୍ରହଣ କରିଛନ୍ତି । ମାତ୍ର ନିଜର ଅସନ୍ତୋଷ ଓ ଅସହାୟତାକୁ ନେଇ ସେମାନେ ନାଚାର । ମୁଖ୍ୟମନ୍ତ୍ରୀଙ୍କ ଡରରେ ପାଟି ଚୁପ୍‌ ।

ସେପଟେ ୪ ଦିନ ଧରି ବିଧାନସଭା ଅଚଳ ହୋଇଥିଲେ ମଧ୍ୟ ସମାଧାନର ବାଟ ଫିଟି ନ ପାରିବା ପଛରେ ବିଜେଡ଼ିର ଭୁଲ୍‌ ରଣନୀତିକୁ ଦାମ ରାଉତଙ୍କ ଭଳି ବରିଷ୍ଠ ମନ୍ତ୍ରୀ ଇସାରା କରିବାକୁ ପଛାଇ ନାହାନ୍ତି । ଦୁଇଦିନ ହେଲା ସର୍ବଦଳୀୟ ବୈଠକ ବସୁଛି । ମାତ୍ର ସମାଧାନର ସୂତ୍ର ମିଳୁନି । ଏ କ୍ଷେତ୍ରରେ ବିଜେଡ଼ି ପ୍ରତିନିଧିମାନଙ୍କୁ ପରୋକ୍ଷରେ ଗାଳି କରିବା ସହ ଦାମ ବାଚସ୍ପତିଙ୍କ ପାରିବାପଣିଆକୁ ବି ଅଙ୍ଗୁଳି ଉଠାଇଛନ୍ତି । ଦାମ କହୁଛନ୍ତି, ସର୍ବଦଳୀୟ ବୈଠକ ଆହୂତରେ ବିଜେଡ଼ିର ସିନିୟର୍‌ ନେତାମାନଙ୍କୁ ଉପେକ୍ଷା କରାଯାଇଛି । ସେମାନଙ୍କ ଅଭିଜ୍ଞତାକୁ ଦଳ କାମରେ ଲଗାଇପାରୁନି । ମୋଟାମୋଟି ଭାବେ ସେ ଥାଉ ଥାଉ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମାଙ୍କ ଭଳି ଜୁନିୟର୍‌(!)ଙ୍କୁ ଏହି ବୈଠକରେ ସାମିଲ କରାଯିବା ଦାମଙ୍କୁ କ୍ଷୁବ୍ଧ କରିଛି । ବୈଠକରେ ବିଜେଡ଼ିର ପ୍ରତିନିଧି ତାଲିକା ବାଚସ୍ପତିଙ୍କ ଦ୍ୱାରା ନୁହେଁ, ବରଂ ତୃତୀୟ ମହଲାରେ ପ୍ରସ୍ତୁତ ହୋଇଥିବା ଦାମ ସନ୍ଦେଶ ଦେବାକୁ ଚେଷ୍ଟା କରିଛନ୍ତି ।

ତେବେ ଦାମଙ୍କ ଏଭଳି ଜୁନିୟର୍‌ ବିଦ୍ୱେଶ ଆଜିକାର ଘଟଣାରେ ଖାଲି ନୁହେଁ । ସଞ୍ଜୟ ଦାସବର୍ମାଙ୍କ ମାମଲାରେ ଦାମଙ୍କ ସମେତ ଦଳର ସିନିୟର୍‌ ମାନେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନାପସନ୍ଦ କରି ବିବୃତି ଦେଇ ଦଳକୁ ଅଡୁଆରେ ଛନ୍ଦିଥିଲେ । ନିଜେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ପରେ ବିଦ୍ରୋହୀଙ୍କ ପାଟି ଚୁପ୍‌ ପଡ଼ିଥିବା ବେଳେ ବିଧାନସଭାରେ ନରସିଂହ ଉପାଖ୍ୟାନ ସିନିୟର୍‌ଙ୍କ ମନରେ ପୁଣି ଅସନ୍ତୋଷର ବୀଜ ବୁଣିଛି । ତେବେ ଏହି ବୀଜ ତୁରନ୍ତ ଦଳକୁ କ୍ଷତି କରି ନ ପାରେ । ମାତ୍ର ସିନିୟର୍‌ -ଜୁନିୟର୍‌ ବିବାଦକୁ ହାଲକା ଭାବେ ନେବା ନବୀନଙ୍କ ପାଇଁ ବୁମେରାଂ ହୋଇପାରେ । ଉଭୟ ଗୋଷ୍ଠୀକୁ ମନାଇ ଏକାଠି ଚଲାଇ ନ ପାରିଲେ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ସଂଖ୍ୟାବଳ ଓ ଲୋକପ୍ରିୟତାର ଅହଂକାର ଛାଡ଼ି ନବୀନ ଏକଥା ବୁଝିବା ଦରକାର ।

Previous Post

ଲୋକଙ୍କ ବରବାଦିରେ ବିଧାନସଭା ଫାର୍ସ

Next Post

ଡରରେ ବାଉଳା ବିଜେଡ଼ି

Next Post
ଡରରେ ବାଉଳା ବିଜେଡ଼ି

ଡରରେ ବାଉଳା ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA