Sunday, May 31, 2026 03:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନମ୍ବର ଟୁ ମନ୍ତ୍ରୀଙ୍କ ନମ୍ବର ୱାନ୍ ଅହଂକାର !

by Our Correspondent
19 Jul, 2019- 01:21 AM
in Latest News, News, Politics
1 min read
0
ନମ୍ବର ଟୁ ମନ୍ତ୍ରୀଙ୍କ ନମ୍ବର ୱାନ୍ ଅହଂକାର !
Spread the love
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରରେ ସେ ହୋଇଛନ୍ତି ନମ୍ବର ଟୁ ମନ୍ତ୍ରୀ । ହାତରେ ଅର୍ଥ ଓ ଅବକାରୀ ବିଭାଗର ଦାୟିତ୍ୱ । ଗତ ଦୁଇ ପାଳିରେ ଶିଳ୍ପ ଓ ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିଥିଲେ । ସୋନପୁରରୁ ପଞ୍ଚମ ଥର ପାଇଁ ବିଧାନସଭାକୁ ଆସିଥିବା ଏହି ନେତାଙ୍କ ନାଁ ନିରଞ୍ଜନ ପୂଜାରୀ । ବିଡ଼ମ୍ବନା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାରମ୍ବାର ପୁରସ୍କୃତ ହେଉଥିବା ଏହି ମହାଶୟଙ୍କ ଆଚରଣ ମୁଖ୍ୟମନ୍ତ୍ରୀଙ୍କର କହିବାର ଠିକ୍ ଓଲଟା । କ୍ଷମତାର ଅହଂକାର ଏତେ ଯେ ଅନ୍ୟମାନେ ବୋଧହୁଏ ତାଙ୍କୁ ପୋକ ମାଛି ଭଳି ଦିଶନ୍ତି । ତାଙ୍କର କାର୍ଯ୍ୟଦକ୍ଷତା କ’ଣ ତାହା କେବଳ ମୁଖ୍ୟମନ୍ତ୍ରୀଙ୍କୁ ଜଣା । ଓକିଲ ବୃତ୍ତିରୁ ଆସିଥିବାରୁ ତାଙ୍କର ଜ୍ଞାନ ଗାରିମା ବହୁତ ବୋଲି ସମସ୍ତଙ୍କ ଧାରଣା ଥିଲା । ମାତ୍ର ତାହା ବି ଭୁଲ୍ ବୋଲି ନିଜେ ପ୍ରମାଣିତ କରିଛନ୍ତି ନିରଞ୍ଜନ ପୂଜାରୀ ।
ଗତ ବୁଧବାର ଦିନ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଶାସକ ଦଳର ବରିଷ୍ଠ ସଭ୍ୟ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ଯେ ଆମ ରାଜ୍ୟରେ କେତେ ବହୁମୁଖୀ ଶୀତଳଭଣ୍ଡାର ଅଛି? ବର୍ତ୍ତମାନ ସେଥିରୁ କେତୋଟି ଚାଲୁନି? ଆଳୁ ମିସନ୍ କୁ ଅଧିକ ତ୍ୱରାନ୍ୱିତ କରିବା ଦରକାର ନୁହେଁ କି? ପାଟକୁରା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଯୋଗାଣମନ୍ତ୍ରୀଙ୍କ ଅନୁପସ୍ଥିତିରେ କା’ ମନ୍ତ୍ରୀ ଭାବେ ଏହାର ଉତ୍ତର ଦେଇଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଉତ୍ତର ତ ଦେଲେନି ବରଂ ମହାରଥୀଙ୍କୁ ଛିଗୁଲେଇଲେ । ପଚାରିଲେ, ଆପଣ(ମହାରଥୀ) କୃଷିମନ୍ତ୍ରୀ ଥିବା ବେଳେ ଆଳୁ ମିସନ୍ ଆରମ୍ଭ କରିଥିଲେ ଏବଂ ଆପଣଙ୍କ ସମୟରେ ହିଁ ମିସନ୍ ର ଅବଧି ସରିଗଲା । ଆପଣଙ୍କ ସମୟରେ ୮୦ଟି ଶୀତଳଭଣ୍ଡାର ଅଚଳ ହୋଇଯାଇଛି । ସରକାର ଏବେ ସେସବୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରୁଛନ୍ତି ।
ନିଜର ଅହଂକାରୀ ସ୍ୱଭାବ ଯୋଗୁଁ ପୂଜାରୀ ବାବୁ ମହାରଥୀଙ୍କୁ ଛିଗୁଲେଇବା ବା ଅପମାନିତ କରିବାରେ କିଛି ଅସ୍ୱାଭାବିକତା ନଥିଲା । ହେଲେ ସେ ବୋଧହୁଏ ଭୁଲିଗଲେ ଯେ ମହାରଥୀ ଥିଲେ ନବୀନ ପଟ୍ଟନାୟକଙ୍କ ସରକାରର ଜଣେ ମନ୍ତ୍ରୀ । ଯେଉଁ ସରକାରରେ ସେ ବି ମନ୍ତ୍ରୀ ଥିଲେ । ଆଳୁ ମିସନର ବିଫଳତା ହେଉ କି ଶୀତଳଭଣ୍ଡାର ଅଚଳ ହୋଇପଡ଼ିବାର ଉତ୍ତରଦାୟିତ୍ୱ ମହାରଥୀଙ୍କର ନୁହେଁ, ସାମଗ୍ରିକ ଭାବେ ନବୀନ ସରକାରଙ୍କର । ସୁତରାଂ ନବୀନ ସରକାରଙ୍କ ଅପାରଗତା ଯୋଗୁଁ ଏହି କାର୍ଯ୍ୟକ୍ରମ ଫେଲ୍ ହୋଇଛି ବୋଲି ସେ ବିଧାନସଭାରେ ଜଣେଇଦେଲେ । ମହାରଥୀଙ୍କୁ ଜୋକର୍ ବନାଇବାକୁ ଯାଇ ସେ ନିଜ ସରକାର ଓ ମୁଖିଆଙ୍କୁ ଯେ ଚାପୁଡ଼ା ମାରୁଛନ୍ତି ତାହା ବୋଧହୁଏ ଭୁଲିଗଲେ । ଅଭିଜ୍ଞ ସମ୍ପନ୍ନ ଏତେବଡ଼ ମନ୍ତ୍ରୀଙ୍କର ଯେ ଉତ୍ତରଦାୟିତ୍ୱ ଜ୍ଞାନର ଘୋର ଅଭାବ ରହିଛି ତାହା ସରକାରୀ କଳର ତଳୁ ଉପର ସମସ୍ତଙ୍କର ଅନୁଭବ ହେଲା ।
ଖାଲି ସେତିକି ନୁହେଁ, ଗୁରୁବାର ବିଧାନସଭାରେ ବି ତାଙ୍କର ଅହଂକାରୀ ସ୍ୱଭାବର ଆଉ ଏକ ଝଲକ ଦେଖିବାକୁ ମିଳିଲା । କଂଗ୍ରେସ ଦଳର ବରିଷ୍ଠ ସଦସ୍ୟ ସନ୍ତୋଷ ସିଂ ସାଲୁଜା ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ସମ୍ପର୍କରେ ଏକ ସାଧାରଣ ପ୍ରଶ୍ନ ପଚାରିଥିଲେ । କା’ ମନ୍ତ୍ରୀ ଭାବେ ଉତ୍ତର ଦେଉଥିବା ପୂଜାରୀ ମହାଶୟ ଉତ୍ତରକୁ ଏଡ଼େଇ ସାଲୁଜାଙ୍କ ପ୍ରଶ୍ନ କରିବା ଶୈଳୀକୁ ଆଡ଼ନଜର ପକେଇଥିଲେ । ବିରୋଧୀ ଦଳର ଜଣେ ସାମାନ୍ୟ ବିଧାୟକ ତାଙ୍କ ଭଳି ପାୱାରଫୁଲ୍ ମନ୍ତ୍ରୀଙ୍କୁ ଏଭଳି ଢ଼ଙ୍ଗରେ ପ୍ରଶ୍ନ କରିବା ତାଙ୍କୁ ଭୀଷଣ ବାଧିଲା । ସାଲୁଜାଙ୍କୁ ତାତ୍ସଲ୍ୟ ଓ ତାଗିଦ୍ କଲେ । କହିଲେ, ମାଇଣ୍ଡ୍ ୟୋର୍ ବଡ଼ି ଲାଙ୍ଗୁଏଜ୍ । ସାଲୁଜାଙ୍କ ବଡ଼ି ଲାଙ୍ଗୁଏଜ୍ ରେ କ’ଣ ଭୁଲ ଭଟକା ରହିଲା ତାହା ପୂଜାରୀଙ୍କ ଛଡ଼ା ଗୃହରେ ଅନ୍ୟ କାହାରିକୁ ବୁଝାପଡ଼ିଲାନି । ନିଜ ପାଇଁ ଉଦ୍ଦିଷ୍ଟ ବାକ୍ୟକୁ ସେ ସାଲୁଜାଙ୍କୁ କହିଦେଲେ ବୋଲି କିଛି ବିଧାୟକ କଟାକ୍ଷ କରିଛନ୍ତି ।
ଖାଲି ବିଧାନସଭାରେ ବିଧାୟକଙ୍କୁ ନୁହେଁ, ବାହାରେ ସାମ୍ବାଦିକମାନଙ୍କୁ ବି ପୂଜାରୀ ତିଳେମାତ୍ର ପାସଙ୍ଗକୁ ନିଅନ୍ତିନି । ପୂଜାରୀଙ୍କ କଟାକ୍ଷରେ ମହାରଥୀ ବିଧାନସଭାରେ ନିଜର ଅସନ୍ତୋଷ ଢ଼ାଳି ନିଜର ସ୍ପଷ୍ଟୀକରଣ ଦେବା ପରେ ସାମ୍ବାଦିକମାନେ ପୂଜାରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ । ପୂଜାରୀଙ୍କ ମୁହଁରେ ବୁମ୍ ଲଗାଇ ପଛରେ ଗୋଡ଼େଇ ଥିଲେ ମଧ୍ୟ ସେ ଘଉଡାଇ ଚାଲିଗଲେ । ତାଙ୍କର ମନ୍ତ୍ରୀତ୍ୱ କାଳରେ ସେ ସଚିବାଳୟରେ ହେଉ କି ବିଧାନସଭାରେ, ସାମ୍ବାଦିକମାନଙ୍କୁ ନିଜ ବିଭାଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଅନ୍ତିନି । ପ୍ରତିକ୍ରିୟା ପାଇଁ ଗଲେ ନାକ ଟେକନ୍ତି । ସତେ ଯେମିତି ସାମ୍ବାଦିକମାନେ ତାଙ୍କୁ ଗନ୍ଧାନ୍ତି ।
ତାଙ୍କ ଦପ୍ତରରେ କାମ କରିବାକୁ ଅଫିସର ଓ କର୍ମଚାରୀମାନେ ପସନ୍ଦ କରନ୍ତିନି ବୋଲି ଚର୍ଚ୍ଚା ହୁଏ । ତାଙ୍କ ଟେବୁଲ୍ ଉପରକୁ ଫାଇଲ୍ ଆସିଲେ ଖଲାସ ହେବାକୁ କୁଆଡ଼େ ଦିନ ଗଣିବାକୁ ପଡ଼େ । ପୂଜାରୀ ସାର୍ ଙ୍କର କାମ କମ, କମାଣ୍ଡ ବେଶୀ ବୋଲି ତାଙ୍କ ବିଭାଗର ଜଣେ କର୍ମଚାରୀ କହିଛନ୍ତି । ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ସହ ତାଙ୍କର ସୁସମ୍ପର୍କ ନଥାଇ ମଧ୍ୟ ନବୀନ ପଟ୍ଟନାୟକଙ୍କ ନାଁ ଓ ଶଙ୍ଖ ଚିହ୍ନରେ ସେ ସବୁ ନିର୍ବାଚନ ପାର୍ ହୁଅନ୍ତି ବୋଲି ସୋନପୁର ଅଞ୍ଚଳରେ କଟାକ୍ଷ କରାଯାଏ ।
ତେବେ କାହାରି ଟୀକା ଟିପ୍ପଣୀ ପ୍ରତି ପୂଜାରୀଙ୍କର ଖାତିର ନାହିଁ । କାରଣ ମୁଖ୍ୟମନ୍ତ୍ରୀଙ୍କର ସେ ପ୍ରିୟପାତ୍ର । ତାଙ୍କ ଉପରେ ବିଶ୍ୱାସ ରଖି ମୁଖ୍ୟମନ୍ତ୍ରୀ ତାଙ୍କୁ ଗୁରୁ ଦାୟିତ୍ୱ ସହ ଜନସେବାରେ ବ୍ରତୀ କରାଇଛନ୍ତି । ପୂଜାରୀ ବାବୁ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭରସା ଦେଇଛନ୍ତି ।
Previous Post

ସାମ୍ବାଦିକଙ୍କ ଉପରକୁ ଚିହିଁକି ଗଲେ, ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସପି

Next Post

ଶୀଲା ଦୀକ୍ଷିତଙ୍କ ପରଲୋକ

Next Post
ଶୀଲା ଦୀକ୍ଷିତଙ୍କ ପରଲୋକ

ଶୀଲା ଦୀକ୍ଷିତଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA