Monday, May 25, 2026 03:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୋଇଡ଼ାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ‘ମୋ ପରିବାର’

by Our Correspondent
10 Feb, 2020- 06:56 PM
in Latest News, News
1 min read
0
ନୋଇଡ଼ାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ‘ମୋ ପରିବାର’
ଭୁବନେଶ୍ୱର: ‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଅଣାଯାଇଛି ।
ଗଜପତି ଜିଲ୍ଲା ଘୋରଣୀ ଅନ୍ତର୍ଗତ ଲାଲୁସାହିର ଅଭିମନ୍ୟୁ ଦୋରା(୨୦) ନାମକ ଜଣେ ଯୁବକ ସୁଦୂର ନୋଇଡ଼ାର ଏକ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶନିବାର ଦିନ ହଠାତ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ଖବର ପାଇ ଅଭିମନ୍ୟୁଙ୍କ ଗରିବ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡ଼ି ଅସହାୟ ହୋଇଯାଇଥିଲେ । ସେଠାରୁ ଗାଁକୁ ଶବ ଆଣିବା ସେମାନଙ୍କ ପକ୍ଷେ ଆଦୌ ସମ୍ଭବ ନ ଥିଲା । ନିରୁପାୟ ହୋଇ ଭଗବାନଙ୍କ ଭରସାରେ ପଡ଼ିଥିବା ବେଳେ ଏହି ଖବର ‘ଓଡ଼ିଶା-ମୋ ପରିବାର’ ନଜରକୁ ଆସିଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଅବଗତ ହେଲା ପରେ ତତ୍ପରତା ପ୍ରକାଶ ପାଇଥିଲା । ତୁରନ୍ତ ନୋଇଡ଼ା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ଶବ ଫେରାଇ ଆଣିବାର ବନ୍ଦୋବସ୍ତ କରାଯାଇଥିଲା । ଦିଲ୍ଲୀରେ ରହୁଥିବା କିଛି ଓଡ଼ିଆ ଯୁବକ ଏବଂ ଭଦ୍ରବ୍ୟକ୍ତି ମଧ୍ୟ ଏଥିରେ ସହଯୋଗ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ‘ଓଡ଼ିଶା-ମୋ ପରିବାର’ ର ଆବାହକ ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା ଭୁବନେଶ୍ୱର । ‘ଓଡ଼ିଶା-ମୋ ପରିବାର’ ର ଉପଦେଷ୍ଟା ବିବେକ ପଟ୍ଟନାୟକ, ସଭ୍ୟ ତଥା ବିଧାୟକ ସୁଶାନ୍ତ ରାଉତ, ସଭ୍ୟ ଭାରତୀ ସିଂ ଙ୍କ ସମେତ ଅନ୍ୟମାନେ ମୃତ ଶରୀରକୁ ବିମାନବନ୍ଦରରୁ ପାଛୋଟି ଆଣି ଆମ୍ବୁଲାନସ୍ ଯୋଗେ ତାଙ୍କ ଜନ୍ମମାଟିକୁ ପଠାଇଥିଲେ ।
Previous Post

ଆକର୍ଷଣୀୟ ରୂପ ନେବ ତଳସରି, ଉଦୟପୁର

Next Post

ବିଜେପିକୁ ଧୂଳି ଚଟେଇଲା ଆପ୍

Next Post
ବିଜେପିକୁ ଧୂଳି ଚଟେଇଲା ଆପ୍

ବିଜେପିକୁ ଧୂଳି ଚଟେଇଲା ଆପ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA