Thursday, May 21, 2026 04:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଖେଇ ଆସୁଛି ‘ଫନି’; କାଲିଠୁ ପ୍ରଭାବ, ଶୁକ୍ରବାର ତାଣ୍ଡବ

by Our Correspondent
01 May, 2019- 11:24 PM
in Latest News, News
1 min read
0
ପାଖେଇ ଆସୁଛି ‘ଫନି’; କାଲିଠୁ ପ୍ରଭାବ, ଶୁକ୍ରବାର ତାଣ୍ଡବ

ଭୁବନେଶ୍ୱର: ସମୁଦ୍ରରୁ ଅଧିକରୁ ଅଧିକ ବଳ ଗୋଟାଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି ‘ଫନିି’ । ଆଜି ସଂଧ୍ୟାରେ ଏହା ପୁରୀ ଉପକୂଳର ୫୫୦ କିଲୋମିଟର ଦୂର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ଥିଲା । ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଉତ୍ତର ଦିଗରେ ଆଗକୁ ମାଡୁଛି । ରାଡାର ରେଞ୍ଜ ଭିତରକୁ ଆସିଛି ‘ଫନିି’ । ଉତ୍ତର-ପୂର୍ବ ମୁହାଁ ହୋଇ ଆସନ୍ତା ୩ ତାରିଖ ଅପରାହ୍ନ ସାଢ଼େ ୫ଟାରେ ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଥିବା ପାଣିପାଗ ବିଭାଗର ଆକଳନ କହୁଛି । ପୁରୀରେ ସ୍ଥଳଭାଗ ଛୁଇଁଲା ପରେ ଏହା ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଯିବ । ଲ୍ୟାଣ୍ଡଫଲ୍ ବା ସ୍ଥଳଭାଗ ଛୁଇଁଲା ବେଳକୁ ଝଡ଼ର ବେଗ ୧୭୦ରୁ ୧୮୦ କିମି ହେବ । ୨୦୦ କିଲୋମିଟର ବି ଟପିଯାଇପାରେ । ଅତି ଭୟଙ୍କର ଝଡ଼ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ବି କାଚିବ । ଆସନ୍ତାକାଲି ସକାଳୁ ‘ଫନିି’ର ପ୍ରଭାବ ଅନୁଭୂତ ହୋଇଯିବ । ୩ ତାରିଖ ଓ ୪ ତାରିଖରେ ଏହା ଅତି କମ୍ ରେ ୯ଟି ଜିଲ୍ଲାରେ ତାଣ୍ଡବ ରଚିବ । ଫାଇଲିନ୍ ଓ ତିତିଲିଠାରୁ ‘ଫନିି’ ଆହୁରି ଭୟଙ୍କର ରୂପ ନେଇ ଆସୁଥିବାରୁ ଜନସାଧାରଣରେ ଆତଙ୍କ ଖେଳିଯାଇଛି ।

ଆସନ୍ତାକାଲି ସକାଳୁ ‘ଫନିି’ର ପ୍ରଭାବ ଅନୁଭୂତ ହୋଇଯିବ । ୩ ତାରିଖ ଓ ୪ ତାରିଖରେ ଏହା ଅତି କମ୍ ରେ ୯ଟି ଜିଲ୍ଲାରେ ତାଣ୍ଡବ ରଚିବ । ଫାଇଲିନ୍ ଓ ତିତିଲିଠାରୁ ‘ଫନିି’ ଆହୁରି ଭୟଙ୍କର ରୂପ ନେଇ ଆସୁଥିବାରୁ ଜନସାଧାରଣରେ ଆତଙ୍କ ଖେଳିଯାଇଛି ।
‘ଫନି’ ୯ଟି ଜିଲ୍ଲାରେ ତାଣ୍ଡବ ରଚାଇ ମୋଟ ୧୪ଟି ଜିଲ୍ଲାକୁ ପ୍ରଭାବିତ କରିବ । ଏହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, କଟକ, ଗଜପତି, ମୟୁରଭଞ୍ଜ, ଢ଼େଙ୍କାନାଳ ଏବଂ କେନ୍ଦୁଝର ।
ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ସବୁ ପ୍ରକାର ପ୍ରଶାସନିକ ସତର୍କତା ଯୁଦ୍ଧକାଳୀନ ଭିତ୍ତିରେ ସରିଯାଇଛି । ୮୭୯ ଟି ବାତ୍ୟା ଆଶ୍ରୟସ୍ଥଳ ଓ ବିଭିନ୍ନ ସ୍କୁଲ କଲେଜରେ ସ୍ଥାନାନ୍ତରିତ ଲୋକଙ୍କୁ ରଖିବା ସହିତ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି । ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ୧୭ ଟି ଓଡ୍ରାଫ୍ ଟିମ୍ ଏବଂ ୨୫ଟି ଏନଡିଆରଏଫ୍ ମୁତୟନ ହୋଇସାରିଛନ୍ତି । ଅଗ୍ନିଶମ ସେବାକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ କେନ୍ଦ୍ରଠାରୁ ଦୁଇଟି ହେଲିକପ୍ଟର ମଗାଯାଇଛି । କାଲି ସକାଳୁ ଉପକୂଳ ଅଞ୍ଚଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସମ୍ଭାବ୍ୟ ସ୍ଥିତିର ଅନୁଧ୍ୟାନ କରି ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ସମସ୍ତ ଅଞ୍ଚଳର ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ କଲେଜ ଓ ଅନ୍ୟାନ୍ୟ ନିରାପଦ ସ୍ଥାନରେ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୁରକ୍ଷା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଛନ୍ତି । ସ୍ଥାନାନ୍ତରିତ ଲୋକଙ୍କୁ ଆସନ୍ତାକାଲିଠାରୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ ସରବରାହ, ପାନୀୟ ଜଳଯୋଗାଣ, ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ଠିକଠାକ୍ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ଓ ସଚିବମାନଙ୍କୁ ସତର୍କ କରାଇଛନ୍ତି । ଜନସାଧାରଣ ଭୟଭୀତ ନ ହୋଇ ଯଥେଷ୍ଟ ସତର୍କ ରହିବାକୁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ରାଜ୍ୟ ସରକାର ୧୧ ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ବାତ୍ୟା ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେମାନେ ହେଉଛନ୍ତି ସୁରେଶ ମହାପାତ୍ର- ପୁରୀ, ସୁଦର୍ଶନ ପାଲ ଠାକୁର- ଭଦ୍ରକ, ପ୍ରଦୀପ କୁମାର ଜେନା- କେନ୍ଦ୍ରାପଡ଼ା, ସଞ୍ଜୀବ ଚୋପ୍ରା- କଟକ, ଶାଶ୍ୱତ ମିଶ୍ର- ଜଗତସିଂହପୁର, ଡ. କ୍ରିଷାନ୍ କୁମାର- ଖୋର୍ଦ୍ଧା, ଅନୀଲ କୁମାର ସାମଲ-ଯାଜପୁର, ହେମନ୍ତ କୁମାର ପାଢ଼ୀ- କେନ୍ଦ୍ରାପଡ଼ା, ସଂଗ୍ରାମଜିତ୍ ନାୟକ- କଟକ ମହାନଗର ନିଗମ, ପ୍ରେମଚନ୍ଦ୍ର ଚୌଧୁରୀ ଓ ମହମ୍ମଦ ଅଖତାର- ବାଲେଶ୍ୱର । ଶ୍ରୀମତୀ ମୋନିଷା ବାନାର୍ଜୀଙ୍କୁ ଏସଆରସି ଅଫିସରେ ଦାୟିତ୍ୱ ଦିଆଯାଇଛି ।
Previous Post

‘ଫନି’ ପାଇଁ ୧୧ ଜିଲ୍ଲାରୁ ଉଠିଲା ନିର୍ବାଚନ ଆଚରଣ ବିଧି

Next Post

ସକାଳେ ପୁରୀରେ ଲ୍ୟାଣ୍ଡଫଲ୍, ୪ ଘଣ୍ଟା ଧରି ତାଣ୍ଡବ କରିବ ‘ଫନି’

Next Post
ସକାଳେ ପୁରୀରେ ଲ୍ୟାଣ୍ଡଫଲ୍, ୪ ଘଣ୍ଟା ଧରି ତାଣ୍ଡବ କରିବ ‘ଫନି’

ସକାଳେ ପୁରୀରେ ଲ୍ୟାଣ୍ଡଫଲ୍, ୪ ଘଣ୍ଟା ଧରି ତାଣ୍ଡବ କରିବ ‘ଫନି’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA