Sunday, May 10, 2026 07:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଟକୁରାର ବାସ୍ତବ ଚିତ୍ର

by Our Correspondent
10 Jul, 2019- 12:27 AM
in Latest News, News, Politics
1 min read
0
ପାଟକୁରାର ବାସ୍ତବ ଚିତ୍ର
ଭୁୁବନେଶ୍ୱର: ପାଟକୁରାରେ ବିଜୟ ମହାପାତ୍ର ଲଢ଼ୁଛନ୍ତି ନବୀନ ପଟ୍ଟନାୟକଙ୍କ ସହ । ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ନାମକୁ ମାତ୍ର । ବସ୍ ଙ୍କ ସମ୍ମାନ ରଖିବା ପାଇଁ ବିଜେଡ଼ି ନେତାମାନେ ପ୍ରବଳ ଖଟୁଛନ୍ତି । ପରଷ୍ପର ଭିତରେ ସେମାନଙ୍କ ସାଂଘାତିକ ମନୋମାଳିନ୍ୟ, ଗୋଷ୍ଠୀକନ୍ଦଳ । ହେଲେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ନ ଆଣିଲେ ମୁଣ୍ଡକାଟର ଭୟ ରହିଛି । ସେପଟେ ବିଜୟ ମହାପାତ୍ରଙ୍କ ପାଇଁ ମାଳ ମାଳ ବିଜେପି ନେତା ପାଟକୁରା ବୁଲୁଛନ୍ତି ସତ ହେଲେ ବସ୍ ଙ୍କ ଆଡୁ ତାଗିଦ୍ ନାହିଁ କି କାହାରି ମୁଣ୍ଡକାଟର ଭୟ ନାହିଁ । ସୁତରାଂ ବିଜୟ ନିଜ ପାଇଁ ନିଜେ ଲଢ଼ୁଥିବା କହିଲେ ଠିକ୍ ହେବ । ପାଟକୁରାବାସୀଙ୍କ ସହାନୁଭୂତି ହିଁ ତାଙ୍କର ପୁଞ୍ଜି ।
ପାଟକୁରାରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ୍ ଙ୍କର ସେଭଳି କୌଣସି କରିସ୍ମା ନାହିଁ । ସ୍ୱାମୀ ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ମୃତ୍ୟୁର ସହାନୁଭୂତି ବି ତାଙ୍କ ପଛରେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆସନଟି ଇଜ୍ଜତର ପ୍ରଶ୍ନ । ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ଦେବେନି । ନବୀନଙ୍କ ଏହି ଭାବ ହିଁ ଦଳୀୟ ନେତାଙ୍କ ହୋସ୍ ଉଡ଼ାଇଛି । ତେଣୁ ନବୀନଙ୍କ ଇଚ୍ଛାକୁ ସାକାର କରିବାର ତାଗିଦା ପାଇ ନେତାମାନେ ଡହଳ ହୋଇପଡ଼ିଛନ୍ତି । ବିଜୟ ମହାପାତ୍ରଙ୍କ ପ୍ରତି କିଛି ବିଜେଡ଼ି ନେତାଙ୍କ ପୁରୁଣା ଦୁର୍ବଳତା ଥିଲେ ବି ବାଧ୍ୟବାଧକତାରେ ମୁହଁ ମୋଡୁଛନ୍ତି ।
ତେବେ ନବୀନଙ୍କ ନିର୍ଦ୍ଦେଶରେ ପାଟକୁରା ବ୍ଲୁ ପ୍ରିଣ୍ଟ ତିଆରି ହୋଇଛି । ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସ ମୁଖ୍ୟ ଅପରେଟର ଭୂମିକା ନିଭାଉଛନ୍ତି । ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ ଓ ଅନ୍ୟ ହିସାବ ନିକାଶ ତାଙ୍କ ହାତରେ । ବିଜୟଙ୍କ ଆଡକୁ ଭୋଟ ନ ଖସିବା ପାଇଁ ଅଧ ଡର୍ଜନ ମନ୍ତ୍ରୀ ଓ ଦୁଇ ଡର୍ଜନ ବିଧାୟକ ବହୁ ଆଗରୁ ପଞ୍ଚାୟତରେ ଡେରା ପକାଇଛନ୍ତି । ଏବେ ଅଧିକ ବିଧାୟକ, ନେତା ଯାଇଛନ୍ତି । ଦଳର ଟାଣୁଆ ନେତା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ପାଣିଗ୍ରାହୀ,ପ୍ରତାପ ଦେବ ଏବଂ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡ଼ି ନେତାମାନେ ସମଗ୍ର ପାଟକୁରାରେ ଛାଇ ହୋଇଯାଇଛନ୍ତି । ଗରଦପୁର, ମାର୍ଶାଘାଇ ଓ ଡେରାବିଶ ବ୍ଲକ୍ ର ପ୍ରତି ପଞ୍ଚାୟତକୁ ଜଗିଛନ୍ତି ଦଳର ବିଧାୟକ ଓ ନେତା । ଅନୁ୍ୟନ ୪୦ ହଜାର ଭୋଟରେ ବିଜୟ ମହାପାତ୍ରଙ୍କୁ ହରାଇବାର ଟାର୍ଗେଟ୍ ଧରିଛନ୍ତି ।
ସେପଟେ ବିଜୟ ମହାପାତ୍ରଙ୍କ ପାଇଁ ଏଇ ତିନି ଦିନ ତଳେ ବିଜେପି ଶିବିରରୁ ବଳ ଯାଇଛି । କନକ ବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ ଓ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଅଭିଯାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ସେଠାକୁ ଷ୍ଟାର ପ୍ରଚାରକ ହୋଇଯିବେ । ସାଧାରଣ ନିର୍ବାଚନ ଶେଷ ହେବା ପରେ କେନ୍ଦ୍ରାପଡ଼ା ମାଟି ମାଡ଼ି ନ ଥିବା ଧର୍ମେନ୍ଦ୍ର କହିଛନ୍ତି, ବିଜୟ ନିଶ୍ଚିତ ଜିଣିବେ । ପାଖାପାଖି ମାସେ ତଳେ ଅପରାଜିତା ଷଡ଼ଙ୍ଗୀଙ୍କୁ ଧରି ବିଜୟ ଦିନଟିଏ ରୋଡ୍ ସୋ କରିଥିଲେ । ମାତ୍ର ଆଉ ଅପରାଜିତାଙ୍କର ଦେଖା ମିଳିନାହିଁ । ଏବେ ଯିବେ । ସବୁଠାରୁ ବଡ଼ କଥା ହେଉଛି, ପାଟକୁରା ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ବେଳେ ବୈଜୟନ୍ତ ପଣ୍ଡାଙ୍କ କାଟତି ଶୂନ ହୋଇଯାଇଛି । ତାଙ୍କ ନାଁ ବି ଶୁଣିବାକୁ ମିଳୁନି । ପରାଜିତ ହେବା ପରେ କେନ୍ଦ୍ରାପଡ଼ା ମାଟି ଚାହିଁବାକୁ ତାଙ୍କ ମନ ଯାଉନି ବୋଲି ସମର୍ଥକମାନେ ବିଶ୍ୱାସ କରୁଛନ୍ତି । ତେବେ ଦଳର ପ୍ରଚାର ଟିମ୍ ରେ ତାଙ୍କ ନାଁ ଥିବାରୁ ପାଟକୁରା ଯିବେ । ହାଜିରା ପକାଇବାକୁ ଯିବେ ବୋଲି ଅନେକ ଥଟ୍ଟା କରୁଛନ୍ତି ।
ବିଜେପି ବଡ଼ବଡ଼ିଆଙ୍କ ମତିଗତି ଓ ଅନ୍ତରକଥା ବିଜୟ ମହାପାତ୍ରଙ୍କୁ ଭଲ ଭାବେ ଜଣା । ସେ ବିଧାନସଭା ଆସନ୍ତୁନୁ ବୋଲି ତାଙ୍କର କିଛି ଦଳୀୟ ସାଥୀ ଚାହୁଁଥିବା ବିଜୟଙ୍କୁ ଅଜଣା ନାହିଁ । ସେହି ସାଥୀମାନେ ନବୀନଙ୍କଠାରୁ ବି ଅଧିକ ଭୟଙ୍କର ବୋଲି ସେ ଭଲ ଭାବେ ଜାଣିଛନ୍ତି । ହେଲେ ନିଜ କର୍ମୀ ଓ ଭୋଟରଙ୍କୁ ସେକଥା କହିପାରିବେନି । ବରଂ ଟିଭିରେ ସେଇ ନେତାଙ୍କ କଅଁଳିଆ ବାଇଟ୍ କୁ କର୍ମୀଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ମନୋବଳ ବଢ଼ାଉଛନ୍ତି । ଏହି ନିର୍ବାଚନ ତାଙ୍କ ଜୀବନର ଶେଷ ଅଗ୍ନି ପରୀକ୍ଷା । ଜିତିଲେ ଆଗକୁ କ’ଣ କ’ଣ ହେବ କହିହେବନି । ହେଲେ ହାରିଲେ ବିଜୟଙ୍କ ପାଇଁ ସବୁ ସରିଗଲା ଜାଣ । ତେଣୁ ସ୍ୱାଭିମାନର ନାରା ଦେଇ ଭୋଟରଙ୍କ ସହାନୁଭୂତି ଗୋଟାଇବାକୁ ସେ ପ୍ରାଣମୂର୍ଚ୍ଛା ଲାଗିଛନ୍ତି ।
କଂଗ୍ରେସରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ହେଲେ ପ୍ରତିଯୋଗିତାକୁ ଏ ଯାଏଁ ଆସିପାରିନାହାନ୍ତି । ପାଟକୁରା ପାଇଁ କଂଗ୍ରେସ ରଣନୀତି ଆଦୌ ନାହିଁ କହିଲେ ଚଳେ । ଦଳର ସ୍ଥିତି ଜାଣି ନେତୃତ୍ୱ ସମ୍ଭତବଃ ସରେଣ୍ଡର କରିଯାଇଛନ୍ତି । ଭୁବନେଶ୍ୱରରେ ନେତାମାନେ ବିଜେଡ଼ି- ବିଜେପି ଉପରେ ଟୀକା ଟିପ୍ପଣୀ ଦେଇ ଓଲଟି ଖୁସି ହେଉଛନ୍ତି ।
ମଜ୍ଜା କଥା, ପାଟକୁରା ନିର୍ବାଚନ ପ୍ରଚାରରେ ଅକଥନୀୟ ସମସ୍ୟା ଭୋଗୁଛନ୍ତି ନେତା ଓ କର୍ମୀମାନେ । ବିଜେଡ଼ିବାଲା ମୋଦୀ କି ଅମିତ୍ ଶାହାଙ୍କ ବିରୋଧରେ କହିପାରୁନାହାନ୍ତି କି ବିଜେପି ବାଲା ନବୀନ ପଟ୍ଟନାୟକଙ୍କ ବିରୋଧରେ ଟାଣ କଥା କହିପାରୁନାହାନ୍ତି । ଗତ ନିର୍ବାଚନରେ ଉଭୟ ପକ୍ଷଙ୍କଠାରେ ଥିବା ମତୁଆଲା ମିଳେଇ ଯାଇଛି । ଦୁଇ ଦଳ ଉପରେ ମିଳାମିଶା ହୋଇ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇଥିବାରୁ ତଳିଆମାନଙ୍କ ପାଟି ଚୁପ୍ । ବିରୋଧୀ ପକ୍ଷ ନେତାଙ୍କୁ ଗାଳି ଦେଲେ ମୁଣ୍ଡକାଟର ସମ୍ଭାବନା ଥିବାରୁ ପାଟି ଚୁପ୍ ।
ତେବେ ବିଜେଡ଼ି ନେତାଙ୍କ ପାଇଁ ଏହା ସହଜ ହୋଇଥିବା ବେଳେ ବିଜେପି ନେତାଙ୍କ ପାଇଁ ନୁହେଁ । ବିଜେଡ଼ି ନେତାମାନେ ମୋଦି କି ଶାହାଙ୍କ ଆଡ଼େ ହୁଡ଼ିବାର ଆଦୌ ଦରକାର ପଡୁନି । ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଏକା ଏକା ଟାର୍ଗେଟ୍ କରିବା କାଫି ହେଉଛି । ହେଲେ ନବୀନ ପଟ୍ଟନାୟକଙ୍କୁ ଗାଳି ଦେବାର ସାମର୍ଥ ହରାଇଥିବା ବିଜେପି ନେତାମାନେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ଙ୍କୁ ବି ଗାଳି ଦେବାର ସୁଯୋଗ ନାହିଁ । କାରଣ ସ୍ୱାମୀଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି ।
Previous Post

ବଜେଟ୍ ରେ ମାଡ଼: ମହଙ୍ଗା ହେଲା ପେଟ୍ରୋଲ୍, ଡିଜେଲ୍, ସୁନା

Next Post

ଆଉ ଅୟସ କରିବେନି ମନ୍ତ୍ରୀ !

Next Post
ଆଉ ଅୟସ କରିବେନି ମନ୍ତ୍ରୀ !

ଆଉ ଅୟସ କରିବେନି ମନ୍ତ୍ରୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA