Tuesday, May 19, 2026 06:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ବିବାଦରେ ବୁନୁ: ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା

by Our Correspondent
22 May, 2020- 01:03 AM
in Latest News, News
1 min read
0
ପୁଣି ବିବାଦରେ ବୁନୁ: ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା
ଭୁୁବନେଶ୍ୱର: ଅତୀତରେ ଏକ ବ୍ଲୁ ସିଡି ବିବାଦରେ ଫସିଥିବା ତତ୍କାଳୀନ ଭୁବନେଶ୍ୱର ମେୟର ତଥା ଏବେକାର ବିଧାୟକ ଅନନ୍ତ ନାରାୟଣ(ବୁନୁ) ଜେନା ପୁଣି ବିବାଦ ଘେରକୁ ଆସିଛନ୍ତି । ଜଣେ ମହିଳାଙ୍କୁ ଅସଦାଚରଣ କରିଥିବାର ସଙ୍ଗୀନ ଅଭିଯୋଗରେ ପଡ଼ିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଘରେ ନ ଥିବା ବେଳେ ବିଧାୟକ ତାଙ୍କ ସହଯୋଗୀମାନଙ୍କ ସହ ବଳପୂର୍ବକ ଘରେ ପଶି ଗାଳିଗୁଲଜ କରିଥିଲେ । ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାର ଧମକାଇଥିଲେ ।
ଅଭିଯୋଗକାରିଣୀ ମହିଳାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଞ୍ଚଳରେ । ବିଧାୟକଙ୍କ ବିରୋଧରେ ସେ ବାଘମାରୀ ଥାନାରେ ଦେଇଥିବା ଏତଲାକୁ ପୁଲିସ ଗ୍ରହଣ କରିଛି ।
ମହିଳା ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଗତ ୧୯ ତାରିଖ ରାତି ସାଢ଼େ ୧୦ଟାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ସହଯୋଗୀଙ୍କ ମାନଙ୍କୁ ଧରି ତାଙ୍କ ଘରେ ବଳପୂର୍ବକ ପଶିଥିଲେ । ସେମାନଙ୍କ ହାତରେ ବନ୍ଧୁକ, ଖଣ୍ଡା ତଲୱାର ଥିଲା । ସେତେବେଳକୁ ତାଙ୍କ ଘରେ କେହି ପୁରୁଷ ଲୋକ ନ ଥିଲେ । ବିଧାୟକ ଓ ତାଙ୍କ ସହଯୋଗୀମାନେ ତାଙ୍କ ସ୍ୱାମୀଙ୍କ ନାଁରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଚୁଟି ଘୋଷାରି ଟଣାଓଟରା କରିଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚିବାରୁ ଜୀବନରୁ ମାରିଦେବାର ଧମକ ଦେଇ ପଳାଇ ଯାଇଥିଲେ ।
୨୦ ତାରିଖରେ ମହିଳାଙ୍କ ଏତଲାକୁ ବାଘମାରୀ ଥାନା ଆଇଆଇସି ଗ୍ରହଣ କରି ଆଇପିସିର ଧାରା ୪୪୮(ଜବରଦସ୍ତ ଘରେ ପଶିବା), ୨୯୪(ଗାଳିଗୁଲଜ କରିବା), ୩୫୪(ବି)(ମହିଳାଙ୍କ ଚୁଟି ଧରି ଟାଣିବା), ୫୦୬(ହତ୍ୟା ଧମକ, ୨୫ ଆର୍ମସ୍ ଆକ୍ଟ ଏବଂ ୩୪ ରେ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ।

ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ ବୁନୁ ଜେନାଙ୍କ ସମ୍ପର୍କୀୟଙ୍କ ନାଁରେ ସାରୁଅ ଅଞ୍ଚଳରେ ଏକ ଫାର୍ମ ହାଉସ୍ ଅଛି । ସେଠାରେ ଏକ ପୋଖରୀ ଖୋଳାରୁ ବିବାଦ ଆରମ୍ଭ ହୋଇ ମାମଲା ଜଟିଳ ମୋଡ଼ ନେଇଛି ।
ବିଧାୟକଙ୍କ ସମର୍ଥକମାନଙ୍କ କହିବା ଅନୁଯାୟୀ, ଅଭିଯୋଗକାରିଣୀଙ୍କ ସ୍ୱାମୀ ପୋଖରୀ ଖୋଳାଯିବାକୁ ନେଇ ସେଠାରେ ଗଣ୍ଡଗୋଳ ଓ ମାରପିଟ୍ କରିଥିଲେ । ଖବର ପାଇ ବିଧାୟକ ସେଠାରେ ପହଞ୍ଚିଥିଲେ । ବିଧାୟକଙ୍କ ସହ ମଧ୍ୟ ତାଙ୍କର ପାଟିତୁଣ୍ଡ ହୋଇଥିଲା । ବିଧାୟକଙ୍କୁ ଫସାଇବାକୁ ତାଙ୍କ ପତ୍ନୀ ମିଛ ଅଭିଯୋଗ ଆଣିଥିବା ସେମାନେ କହିଛନ୍ତି ।
ତେବେ ଏ ସମ୍ପର୍କରେ ବିଧାୟକଙ୍କର ପ୍ରତିକ୍ରିୟା ମିଳିନାହିଁ ।
Previous Post

‘ସାଇକ୍ଲୋନ ମ୍ୟାନ୍’ଙ୍କ ସମ୍ପର୍କରେ..

Next Post

ଓଡ଼ିଶାରେ ସାଢ଼େ ତିନି ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ

Next Post
ଓଡ଼ିଶାରେ ସାଢ଼େ ତିନି ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ସାଢ଼େ ତିନି ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA