Thursday, May 21, 2026 03:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୋଷ୍ୟଗ୍ରାମକୁ ଚାହିଁଲେନି ଧର୍ମେନ୍ଦ୍ର, ଗ୍ରାମବାସୀ କହିଲେ ପ୍ରତାରକ

by Our Correspondent
12 Oct, 2018- 04:27 PM
in Latest News, News
1 min read
0
ପୋଷ୍ୟଗ୍ରାମକୁ ଚାହିଁଲେନି ଧର୍ମେନ୍ଦ୍ର, ଗ୍ରାମବାସୀ କହିଲେ ପ୍ରତାରକ
ନୂଆଦିଲ୍ଲୀ: ବିିହାର ଦାନପୁରର ଲାଖନି ବିଘା ଗାଁ । ରାଜଧାନୀ ପାଟଣାଠାରୁ ଗାଁ ର ଦୂରତା ୧୦ କିମି । ଗାଁର ଲୋକ ସଂଖ୍ୟା ୫୦୦୦ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୪ ମସିହାରେ ଏହି ଗାଁକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ସେତେବେଳେ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବାରୁ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଲାଖନି ବିଘା ଗାଁ କୁ ସେ ପୋଷ୍ୟଗ୍ରାମ ଭାବେ ଆଦରି ନେଇଥିଲେ । ଇତିମଧ୍ୟରେ ଚାରି ବର୍ଷ ବିତିଗଲାଣି । ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇ ଧର୍ମେନ୍ଦ୍ର ପ୍ରଧାନ ଅଧିକରୁ ଅଧିକ ପାୱାରଫୁଲ୍ ହୋଇଛନ୍ତି । କିନ୍ତୁ ଅବହେଳିତ ଲାଖନି ବିଘା ଗାଁକୁ କିଛି ଫରକ୍ ପଡ଼ିନି । ମୋଦୀ ସରକାରଙ୍କ ଅଚ୍ଛେ ଦିନ ସେୟାଡିକି ପାଦ ପକାଇନି । ଧର୍ମେନ୍ଦ୍ର ପ୍ରଧାନ ଆଡ଼ ଆଖିରେ ବି ଚାହିଁନାହାନ୍ତି ନିଜର ଏହି ପୋଷ୍ୟଗ୍ରାମକୁ ।
ଗ୍ରାମବାସୀଙ୍କ ମତରେ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ପ୍ରତାରିତ କରିଛନ୍ତି । ତାଙ୍କ ଗାଁକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କଲା ପରେ ସେ ଅନେକ ଗୁଡ଼ାଏ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଗୋଟିଏ ହେଲେ ବି ପ୍ରତିଶ୍ରୁତି ପାଳନ କରିନାହାନ୍ତି । ତାଙ୍କୁ ଭେଟି ପଦେ କଥା ହେବାକୁ ବହୁବାର ଉଦ୍ୟମ କରିଛୁ । ଫୋନ୍ ଯୋଗେ ଦୁଃଖ ଜଣାଇବାକୁ ଚେଷ୍ଟା କରିଛୁ । ମାତ୍ର ସେ କେବେ ଭେଟ ଦେଇନାହାନ୍ତି କି ଫୋନ୍ ଉଠାଇନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।
ଶିକ୍ଷା,ସ୍ୱାସ୍ଥ୍ୟ, ବିଜୁଳି, ପରିମଳ ସବୁକ୍ଷେତ୍ରରେ ଏହି ଗାଁଟି ପଛୁଆ । ଭଲ ସରକାରୀ ସ୍କୁଲଟିଏ ଆଜି ବି ସେଠାରେ ସ୍ୱପ୍ନ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବସ୍ଥା ଆହୁରି ଦହନୀୟ । ଗୋଟେ ହସ୍ପିଟାଲ୍ ନାହିଁ । ରାସ୍ତାଘାଟ, ବିଜୁଳି ବ୍ୟବସ୍ଥା ବି ଠିକ୍ ନାହିଁ । କିଛି ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ବିଜୁଳି ଅପହଞ୍ଚ ହୋଇରହିଛି । ସ୍ୱଚ୍ଛ ଭାରତ ଅଭିଯାନ ଏହି ଗାଁରେ ପହଞ୍ଚିପାରିନି । ସବୁ ଲୋକଙ୍କ ଘରେ ପାଇଖାନା ନାହିଁ । ଗାଁର ଅଧିକାଂଶ ମହିଳା ଖୋଲା ପଡ଼ିଆରେ ଝାଡ଼ା ଫେରୁଛନ୍ତି ।
୨୦୧୪ ମସିହାରେ ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ନାଁରେ ଏହି ଗାଁଟିକୁ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କଲା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ମନ ଆକାଶକୁ ଛୁଇଁଥିଲା । ଦୁଇ ଚାରି ବର୍ଷରେ ଗାଁ ର ମାନଚିତ୍ର ବଦଳି ଅନ୍ୟମାନଙ୍କ ପାଇଁ ଆଦର୍ଶ ଗାଁ ପାଲଟିବ ବୋଲି ସେମାନେ ସ୍ୱପ୍ନ ଦେଖିଥିଲେ । ମାତ୍ର ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ଭଣ୍ଡେଇ ଦେଇଛନ୍ତି ବୋଲି ‘ ଦି କ୍ୱିଣ୍ଟ୍’ କୁ କହିଛନ୍ତି ଗ୍ରାମବାସୀ । ଧର୍ମେନ୍ଦ୍ରଙ୍କ ପକ୍ଷରୁ ଗାଁରେ ଉନ୍ନୟନ କାର୍ଯ୍ୟର ରୂପାୟନ ଓ ତଦାରଖ ପାଇଁ ନିଯୁକ୍ତି ହୋଇଥିବା ଜଣେ ଆରଏସଏସ କର୍ମୀ ନିଜକୁ ଧିକାର କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଆମକୁ ଧୋକ୍କା ଦେଇଥିବା ସେ କହିଛନ୍ତି । ସେ ମତେ କେବେ ବି ଯୋଗାଯୋଗ କରିନାହାନ୍ତି । ମୁଁ ବହୁ ଥର ଚେଷ୍ଟା କରିଛି ହେଲେ ତାଙ୍କୁ ପାଇନାହିଁ । ଏଥିଯୋଗୁଁ ଗାଁ ଲୋକଙ୍କ ଶରବ୍ୟର ଶିକାର ହୋଇଥିବା ସେ କହିଛନ୍ତି ।
ଗ୍ରାମର ଦେବେନ୍ଦ୍ର ସିଂ ଡାଙ୍ଗି ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ଆମେ ଗାଁର ଆବଶ୍ୟକତାକୁ ଚାହିଁ କେନ୍ଦ୍ରମନ୍ତ୍ରୀଙ୍କୁ ଉନ୍ନୟନ କାର୍ଯ୍ୟର ତାଲିକା ଦେଇଥିଲୁ । ମାତ୍ର ସେ ଶୁଣିଲେ ନାହିଁ । ତାଙ୍କର ଏଲପିଜି ସିଲିଣ୍ଡର ପ୍ଲାନ୍ ଆମ ଗାଁରୁ କରିବାକୁ ପ୍ରସ୍ତାବ ଦେଇଥିଲୁ । ମାତ୍ର ସେ ଆମକୁ ବିଦ୍ରୁପ କରି କହିଥିଲେ ଯେ ମୁଁ ଏହି ଗାଁକୁ ପୋଷ୍ୟ କରିନି । ଗାଁ ଲୋକେ ମତେ ପୋଷ୍ୟ କରିଛନ୍ତି ।
୨୦୧୪ ରେ ମୋଦୀ ସରକାର କ୍ଷମତାକୁ ଆସିଲା ପରେ ଭାରତବାସୀଙ୍କ ପାଇଁ ଅଛେ ଦିନ ର ପ୍ରତିଶ୍ରୁତି ଦେଇଥିଲେ । ୨୦୧୪ ଅକ୍ଟୋବର ୧୧ ରେ ସାଂସଦ ଆଦର୍ଶ ଗ୍ରାମ ଯୋଜନା ଆରମ୍ଭ କରିଥିଲେ । ଦଳମତ ନିର୍ବିଶେଷରେ ସାଂସଦମାନେ ୫ ବର୍ଷରେ ନିଜ ନିଜ ନିର୍ବାଚନମଣ୍ଡଳୀର ପର୍ଯ୍ୟାୟକ୍ରମେ ତିନିଟି ଗାଁକୁ ଆଦର୍ଶ ଗ୍ରାମରେ ପରିଣତ କରିବେ ବୋଲି ଲକ୍ଷ୍ୟ ରଖାଯାଇଥିଲା । ସାଂସଦମାନେ ଗାଁକୁ ଏମିତି ଉଠାଇ ଦେବେ ଯେ ତାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବ । ମାତ୍ର ଯୋଜନାର ୪ ବର୍ଷ ପରେ ଆଜି ନୈରାଶ୍ୟର ଚିତ୍ର ସାମନାକୁ ଆସୁଛି ।
Previous Post

ବିଜେଡ଼ି ମୁଖପାତ୍ର ଟିମ୍: ଗଲେ ୨, ଆସିଲେ ୪

Next Post

ନିର୍ଦ୍ଦେଶ ମାନିଲେନି: ପୂଜାମଉଜ ପାଇଁ ସଚିବାଳୟ କର୍ମଚାରୀଙ୍କ ମହୀଶୂର ଯାତ୍ରା

Next Post
ନିର୍ଦ୍ଦେଶ ମାନିଲେନି: ପୂଜାମଉଜ ପାଇଁ ସଚିବାଳୟ କର୍ମଚାରୀଙ୍କ ମହୀଶୂର ଯାତ୍ରା

ନିର୍ଦ୍ଦେଶ ମାନିଲେନି: ପୂଜାମଉଜ ପାଇଁ ସଚିବାଳୟ କର୍ମଚାରୀଙ୍କ ମହୀଶୂର ଯାତ୍ରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA