Sunday, May 10, 2026 07:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରସାଦ ହଟିଲେ, ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

by Our Correspondent
19 Apr, 2018- 05:08 PM
in Latest News, Politics
1 min read
0
ପ୍ରସାଦ ହଟିଲେ, ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି
ଭୁବନେଶ୍ୱର: ସବୁ ପ୍ରତୀକ୍ଷା, କଳ୍ପନାଜଳ୍ପନାର ଅବସାନ ଘଟିଛି । ନିରଞ୍ଜନ ପଟ୍ଟନାୟକଙ୍କୁ ଆଜି ପିସିସି ସଭାପତି ଘୋଷଣା କରାଯାଇଛି । ବିଧାୟକ ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ହୋଇଥିବା ବେଳେ ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି । ଏମାନଙ୍କୁ ମିଶାଇ ୫ଟି କମିଟିର ସମୁଦାୟ ୧୨ ଜଣିଆ ଶକ୍ତିଶାଳୀ ଟିମ୍ ଧରିବେ କଂଗ୍ରେସ ମଙ୍ଗ । ଆଜି ଦିଲ୍ଲୀଠାରେ ରାହୁଲ ଗାନ୍ଧୀ ବିଭିନ୍ନ ନେତାଙ୍କ ସହ ତିନି ପର୍ଯ୍ୟାୟ ଆଲୋଚନା କଲା ପରେ ଏଆଇସିସି ପକ୍ଷରୁ ଏହି ନାଁ ଘୋଷଣା କରାଯାଇଛି ।
ନୂଆ ଟିମ୍ ରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କୋଅର୍ଡିନେସନ୍ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଜଗନ୍ନାଥ ପଟ୍ଟନାୟକ ଏହି କମିଟିର ଆବାହକ ହୋଇଛନ୍ତି । କୋର୍ କମିଟି ଅଧ୍ୟକ୍ଷ ଜୟଦେବ ଜେନା ହୋଇଥିବା ବେଳେ ଆବାହକ ହୋଇଛନ୍ତି ଶରତ ପଟ୍ଟନାୟକ । ହେମାନନ୍ଦ ବିଶ୍ୱାଳ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହୋଇଥିବା ବେଳେ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ କରାଯାଇଛି । ଶରତ ରାଉତଙ୍କୁ ଇସ୍ତାହାର କମିଟିର ଆବାହକ ନିଯୁକ୍ତି ଦିଆଯାଇଛି ।
ଓଡ଼ିଶାରରେ ପିସିସିର ନବକେଳବର ପାଇଁ ଏଥର ରାହୁଲ ଗାନ୍ଧୀ ବ୍ୟାପକ ବିଚାର ବିମର୍ଷ କରିଥିଲେ । ଦଳର ସବୁବର୍ଗର ନେତାଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କ ସହ ଆଜି ପ୍ରଥମେ ରାହୁଲ ଆଲୋଚନା କଲା ପରେ ନିରଞ୍ଜନ ପଟ୍ଟନାୟକଙ୍କ ସହ ପୃଥକ୍ ଆଲୋଚନା କରିଥିଲେ । ଶେଷରେ ସବୁ ନେତାଙ୍କୁ ଏକାଠି କରି ରାହୁଲ ଆଲୋଚନା କରିଥିଲେ । ଏହା ପରେ ନିରଞ୍ଜନ ପଟ୍ଟନାୟକଙ୍କ ନାଁରେ ମୋହର ମାରିଥିଲେ ରାହୁଲ ।
ପୂର୍ବରୁ ୨୦୧୧ ମସିହାରେ ନିରଞ୍ଜନ ପିସିସି ସଭାପତି ଦାୟିତ୍ୱ ନେଇଥିଲେ । ମାତ୍ର ୨୦୧୩ ପଣା ସଂକ୍ରାନ୍ତିରେ ହଠାତ୍ ତାଙ୍କୁ ହଟାଇ ଦିଆଯାଇଥିଲା । ନିରଞ୍ଜନଙ୍କ ସଭାପତିତ୍ୱ କାଳରେ କଂଗ୍ରେସ ବେଶ୍ ସକ୍ରିୟ ଓ ସଂଗଠିତ ହୋଇ ଆସୁଥିଲା । କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା । ମାତ୍ର ତାଙ୍କର ବିଦାୟ ପରଠୁ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହୋଇଯାଇଛି । ପିସିସି ସଭାପତି ଭାବେ ପ୍ରସାଦ ହରିଚନ୍ଦନ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି । ତେବେ ନିରଞ୍ଜନ ଦ୍ୱିତୀୟ ଥର ସଭାପତି ଦାୟିତ୍ୱ ପାଇଥିବାରୁ କଂଗ୍ରେସ ମହଲରେ ପୁନର୍ବାର ଉତ୍ସାହ ସୃଷ୍ଟି ହୋଇଛି । ସବୁ ବର୍ଗର ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ନେଇ ନୂଆ ଟିମ୍ କରାଯାଇଥିବାରୁ ଓଡ଼ିଶାରେ କଂଗ୍ରେସ ପୁର୍ନଜୀବନ ପାଇଥିବା କୁହାଯାଉଛି ।
Previous Post

ବିଜେଡ଼ିରେ ଅରୂପ ପଟ୍ଟନାୟକ

Next Post

କଲବଲ ହେଇଗଲେ ସଲିମ୍

Next Post
କଲବଲ ହେଇଗଲେ ସଲିମ୍

କଲବଲ ହେଇଗଲେ ସଲିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA