Sunday, May 31, 2026 09:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫସିଗଲେ ଇଷ୍ଟକୋଷ୍ଟ୍ ରେଳ କର୍ତ୍ତୃପକ୍ଷ !

by Our Correspondent
02 Aug, 2020- 10:10 PM
in Latest News, News
1 min read
0
Spread the love

ଭୁବନେଶ୍ୱର: ରେଳ ମାନଚିତ୍ରରେ ଯୋଡି ହେବାକୁ କେନ୍ଦ୍ରାପଡ଼ାବାସୀ କେବେଠୁଁ ଚାତକ ଭଳି ଚାହିଁ ବସିଛନ୍ତି । ହରିଦାସପୁର-ପାରାଦ୍ୱୀପ ରେଳପଥରେ ତିନି ଥର ଟ୍ରାଏଲ୍ ଟ୍ରେନ୍ ଗଡ଼ାଇ ଏହା ଠିକ୍ ଥିବା କର୍ତ୍ତୃପକ୍ଷ ସାର୍ଟିଫିକେଟ୍ ଦେଇ ସାରିଛନ୍ତି । ଏହି ବହୁ ପ୍ରତୀକ୍ଷିତ ରେଳପଥରେ ପାସେଞ୍ଜର ଟ୍ରେନ୍ ଚଳାଚଳକୁ ଅପେକ୍ଷା କରିଥିବା ଜିଲ୍ଲାବାସୀଙ୍କୁ କିନ୍ତୁ ମାଲବାହୀ ଟ୍ରେନ୍ ଦେଖାଇ ଏବେ ଫସିଛନ୍ତି ଇଷ୍ଟ୍ କୋଷ୍ଟ୍ ରେଳ କର୍ତ୍ତୃପକ୍ଷ । ପାସେଞ୍ଜର୍ ଟ୍ରେନ୍ ବଦଳରେ ମାଲବାହୀ ଟ୍ରେନ୍ ଚଳାଚଳକୁ ସେମାନେ ବିରୋଧ କରୁଥିବା ବେଳେ ରାଜନୈତିକ ମଇଦାନରେ ଉଷ୍ଣତା ଖେଳାଇଛି । ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡ଼ି ।

ଗମ୍ଭୀର ବିଷୟ ହେଉଛି, କେନ୍ଦ୍ରାପଡ଼ାବାସୀଙ୍କ ଆଶା, ଆକାଂକ୍ଷା, ଆକ୍ରୋଶକୁ ରାଜନୈତିକ ହତିଆରା କରିବାକୁ ଚାହିଁ ବସିଥିବା ନେତାଙ୍କ ପଛର ଖଳନାୟକ ଆଉ କେହି ନୁହଁନ୍ତି ଖୋଦ୍ ଇଷ୍ଟକୋଷ୍ଟ୍ ରେଲୱେ କର୍ତ୍ତୃପକ୍ଷ । ହରିଦାସପୁର-ପାରାଦ୍ୱୀପ ରେଳପଥରେ ବିବାଦର ମଞ୍ଜି ନିଜେ ଇଷ୍ଟକୋଷ୍ଟ୍ ରେଳୱେ କର୍ତ୍ତୃପକ୍ଷ ବୁଣିଛନ୍ତି । ଯାହାର ଲମ୍ବା ପ୍ରମାଣ ରହିଛି ।
ପ୍ରଥମତଃ, ଏହି ରେଳପଥରେ ମାଲବାହୀ ଟ୍ରେନ୍ ଟ୍ରାଏଲ୍ ରନ୍ ନାଁରେ ବିଧିବଦ୍ଧ ଶୁଭାରମ୍ଭ(କମିସନିଂ) କରାଯାଇଛି । ଯାହାର ପ୍ରଥମ ପ୍ରମାଣ ହେଉଛି, ଟ୍ରେନ୍ ଆଗରେ ଲାଗିଥିବା ବ୍ୟାନର୍ । ହରିଦାସପୁର-ପାରାଦ୍ୱୀପ ନୂଆ ରେଳପଥର କମିଶନିଂ କରାଯାଉଥିବା ବ୍ୟାନର୍ ରେ ସ୍ପଷ୍ଟ ଲେଖା ଅଛି ।
ଦ୍ୱିତୀୟ ପ୍ରମାଣ ହେଉଛି, ହରିଦାସପୁର-ପାରାଦ୍ୱୀପ ରେଲ୍ କର୍ପୋରେସନ୍ (ଏସପିଭି)ର ବଡ଼ ଅଂଶୀଦାର ଥିବା ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ୍ ଅଧ୍ୟକ୍ଷକଙ୍କ ଚିଠି । ଅଧ୍ୟକ୍ଷ ରିଙ୍କେଶ ରାୟ ଗତ ୨୯ ତାରିଖରେ ରେଲୱେ ବୋର୍ଡ ସଚିବଙ୍କୁ ଲେଖିଥିବା ଚିଠିରେ ହରିଦାସପୁର- ପାରାଦ୍ୱୀପ ରେଳପଥରେ ମାଲବାହୀ ଟ୍ରେନ୍ ର ଫ୍ଲାଗଡ୍ ଅଫ୍ ହେଉଥିବା ଦର୍ଶାଇଛନ୍ତି । ଚିଠିରେ ଏହା ବି ଲେଖିଛନ୍ତି ଯେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଜୁଲାଇ ୨୮ ତାରିଖରେ ଏହି ରେଳପଥର ଅଗ୍ରଗତି ସମୀକ୍ଷା କଲା ବେଳେ ପ୍ରକଳ୍ପର ଗୁରୁତ୍ୱ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କୁ ଏହାର ଶୁଭାରମ୍ଭ ଉତ୍ସବକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ରାୟ ରେଲୱେ ବୋର୍ଡ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ରେଳପଥରେ ଟ୍ରେନ୍ ଚଳାଚଳ ପାଇଁ ଇଷ୍ଟକୋଷ୍ଟ୍ ରେଲୱେ ପକ୍ଷରୁ ସ୍ପିଡ୍ ଅଥରାଇଜେସନ୍ ସାର୍ଟିଫିକେଟ୍ ଜୁଲାଇ ୩୦ ତାରିଖରେ ମିଳିସାରିଛି । ନିୟମ କହୁଛି, ଏହି ସାର୍ଟିଫିକେଟ୍ ମିଳିଲା ପରେ ଆଉ ଟ୍ରାଏଲ୍ ରନ୍ ହୁଏ ନାହିଁ । ସୁତରାଂ ୩୧ ତାରିଖରେ ଉକ୍ତ ନୂଆ ରେଳପଥରେ ମାଲବାହୀ ଗାଡ଼ିର ଟ୍ରାଏଲ୍ ରନ୍ ନ ଥିଲା ବୋଲି ସ୍ପଷ୍ଟ ।

ଏତେ ବଡ଼ ପ୍ରକଳ୍ପର ଶୁଭାରମ୍ଭ ଉତ୍ସବ ଲୁଚାଛପା ହୋଇ ତରତରିଆ କରାଇବା ଏବଂ ଟ୍ରାଏଲ୍ ରନ୍ ନାଁରେ ଲୋକଙ୍କୁ ଭୂଆଁ ବୁଲାଇବା ପଛର ରହସ୍ୟ କେହି ବୁଝି ପାରୁନାହାନ୍ତି । ମାଲବାହୀ ଟ୍ରେନ୍ ସହ ପାସେଞ୍ଜର ଟ୍ରେନ୍ ଚାଲିବ ବୋଲି କେନ୍ଦ୍ରାପଡ଼ାବାସୀ ଆଶା କରିଥିଲେ । ମାତ୍ର ଇଷ୍ଟକୋଷ୍ଟ୍ ରେଳ କର୍ତ୍ତୃପକ୍ଷଙ୍କ ଏହା ଯେ ପ୍ରତାରଣା ତାହା ଅନେକଙ୍କର ହୃଦବୋଧ ହୋଇଛି । ପାସେଞ୍ଜର୍ ଟ୍ରେନ୍ ଚଳାଚଳକୁ ଅପେକ୍ଷା କରିଥିବା ସ୍ଥାନୀୟ ବାସିନ୍ଦା ଧୈର୍ଯ୍ୟହରା ହୋଇଛନ୍ତି ।
ସୂଚନାଥାଉକି, ହରିଦାସପୁର-ପାରାଦ୍ୱୀପ ରେଳପଥରେ ପାସେଞ୍ଜର୍ ଟ୍ରେନ୍ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । କେନ୍ଦ୍ରାପଡ଼ାବାସୀଙ୍କ ଭାବାବେଗ ଓ ତ୍ୟାଗ ଜଡ଼ିତ ଥିବା ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ । ସେହିଭଳି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାସେଞ୍ଜର୍ ଟ୍ରେନ୍ ଚଳାଚଳର ଉଦଘାଟନ ନିମନ୍ତେ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଇତିମଧ୍ୟରେ, କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଧାୟକ ଇଷ୍ଟକୋଷ୍ଟ ରେଳବାଇର ଜେନେରାଲ୍ ମ୍ୟାନେଜରଙ୍କୁ ଭେଟି କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଦେଇଥିଲେ । କେନ୍ଦ୍ରାପଡ଼ାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ତୁରନ୍ତ ପାସେଞ୍ଜର୍ ଟ୍ରେନ୍ ଚଳାଇବାକୁ ବିଧାୟକମାନେ ଅନୁରୋଧ କରିଥିଲେ । ତେବେ ଆଲୋଚନାବେଳେ ଏଯାବତ୍ ପାସେଞ୍ଜର୍ ଟ୍ରେନ୍ ଗଡ଼ିବା ପାଇଁ ନିଷ୍ପତ୍ତି ହୋଇ ନ ଥିବା ଇଷ୍ଟକୋଷ୍ଟ ରେଳବାଇ ଜେନେରାଲ୍ ମ୍ୟାନେଜର ସ୍ପଷ୍ଟ କରିଥିବା ବିଧାୟକମାନେ ଗଣମାଧ୍ୟମକୁ ଜଣାଇଥିଲେ ।
ଏବେ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଟ୍ରାଏଲ୍ ରନ୍ ବା ପରୀକ୍ଷାମୂଳକ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ନାଁରେ ତରବରିଆ ଭାବେ ପାରାଦ୍ୱୀପଠାରେ ଏହାର ଫ୍ଲାଗଅପ୍ କରାଇବା କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ମନରେ ଆଶଙ୍କା ଓ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ଏହା ପଛରେ କି ପ୍ରକାର ରାଜନୀତି ଅଛି ତାହା କାହାରିକୁ ଜଣାନାହିଁ ।
ତେବେ ବିଜେଡ଼ି ଇଙ୍ଗିତରେ ଏହାକୁ ବିରୋଧ କରାଯାଉଛି ଏବଂ ଏହା କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱାର୍ଥ ବିରୋଧୀ ବୋଲି ଆଜି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିଧାସଳଖ ଦାୟୀ କରିଛନ୍ତି ବିଜେପି ନେତା ଭୁବନ ମୋହନ ଜେନା ।
ଏପଟେ ଜିଲ୍ଲା ବିଧାୟକମାନେ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କ ସଫେଇ ରଖିଛନ୍ତି । ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଶଶୀଭୂଷଣ ବେହେରା ଏବଂ ଧ୍ରୁବ ସାହୁ କହିଛନ୍ତି, ଏହି ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ଅନେକ ତ୍ୟାଗ ରହିଛି । ଜମି, ପାଣିଠୁ ଆରମ୍ଭ କରି ସମସ୍ତ ପ୍ରକାରର ସହଯୋଗ ମଧ୍ୟ ରହିଛି । ଏହି ରେଳପଥ ନିର୍ମାଣ ବିଜୁବାବୁଙ୍କର ଦୀର୍ଘଦିନର ସ୍ୱପ୍ନ ଥିଲା । ଯାହା ଏବେ ସାକାର ହୋଇଥିବା ବେଳେ ରେଳବାଇ କର୍ତ୍ତୃପକ୍ଷଙ୍କ ତରବରିଆ ନିଷ୍ପତ୍ତ ଜିଲ୍ଲାବାସୀଙ୍କୁ ଦ୍ୱନ୍ଦ ଓ ଆଶଙ୍କାରେ ପକାଇଛି ।
ଆମେ ଗଠନମୂଳକ କାର୍ଯ୍ୟରେ ବିଶ୍ୱାସ କରୁ ଏବଂ ଏଥିପାଇଁ ସମସ୍ତ ପ୍ରକାରର ସହଯୋଗ ଦେବାକୁ ପ୍ରସ୍ତୁତ ଅଛୁ । ଆଗାମୀ ଦିନରେ ଜିଲ୍ଲାର ବିକାଶ ଓ ଗଠନମୂଳକ କାର୍ଯ୍ୟ ନିମନ୍ତେ ଯାହା ଆବଶ୍ୟକ ପଡ଼ିବ, ସହଯୋଗ କରିବୁ ବୋଲି ବିଧାୟକମାନେ କହିଛନ୍ତି ।
Previous Post

ଅଗଷ୍ଟ ୩ ରୁ ଅନଲାଇନ ସାଟ୍ ଆଡ଼ମିସନ ପରୀକ୍ଷା

Next Post

ସତକହି ଫସିଲେ ମହିଳା ପୁଲିସ ଅଫିସର !

Next Post

ସତକହି ଫସିଲେ ମହିଳା ପୁଲିସ ଅଫିସର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA