Tuesday, May 26, 2026 07:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଃରେ ବାଃରେ କାଟଜୁ !

by Our Correspondent
15 Oct, 2016- 09:50 AM
in News
1 min read
0
ବାଃରେ ବାଃରେ କାଟଜୁ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବିକୃତ ମାନସିକତାଧାରୀ ମାର୍କଣ୍ଡେୟ କାଟଜୁ ହାଲକା ଭାବେ ଯେ ଓଡ଼ିଆ ଜାତି ଉପରେ ଅତ୍ୟନ୍ତ ରୁଚିହୀନ ମନ୍ତବ୍ୟ ଦେଇଛନ୍ତି ତାହା ଜମାରୁ ସତ ନୁହେଁ । ଗହନ କଥାଟି ହେଉଛି, ସମସାମୟିକ ନିଜ ଜାତିର ନିର୍ଦ୍ଦିଷ୍ଟ କିଛି ଓଡ଼ିଆଙ୍କ ଉପରେ ରାଗ ସୁଝାଇଛନ୍ତି ସେ । ଓଡ଼ିଆଙ୍କ ନାମରେ ଏତେ ସାଙ୍ଗିଆ ଥିଲା ବେଳେ କେବଳ ପାତ୍ର, ମହାପାତ୍ର ଓ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପଛରେ ଯେ ବଳିଷ୍ଠ ରହସ୍ୟ ଲୁଚି ରହିଛି ତାହା ଅଧିକାଂଶଙ୍କୁ ଅଜଣା । ଦେଶର ନ୍ୟାୟିକ ଇତିହାସରେ ଓଡ଼ିଆ ଜାତିର ଚେହେରା ହୋଇଥିବା ଜଷ୍ଟିସ୍ ଆର.କେ.ପାତ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ ଏବଂ ଅନଙ୍ଗ ପଟ୍ଟନାୟକଙ୍କ ଭଳି ହାତଗଣତି ନ୍ୟାୟମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ହିଁ ସେ ଏଭଳି ଟିପ୍ପଣୀ ଦେଇଥିବା ଆଲୋଚନା ହେଉଛି । ଏହି ଓଡ଼ିଆ ନ୍ୟାୟମୂର୍ତ୍ତମାନେ ପ୍ରବଳ ଦୁର୍ନୀତିଖୋର ବୋଲି କାଟଜୁଙ୍କ ଧାରଣା । ନିଜର କାର୍ଯ୍ୟକାଳ ବେଳୁ ସେ ଏହି ନିର୍ଦ୍ଦିଷ୍ଟ ଓଡ଼ିଆ ବିଚାରପତିଙ୍କୁ ନୀଚ୍ଚ ଦୃଷ୍ଟିରେ ଦେଖୁଥିଲେ । ଆଉ ଅନ୍ତରରେ ରହିଯାଇଥିବା ସେହି ଘୃଣ୍ୟ ଓ ହୀନମନ୍ୟତାକୁ ସେ ଫେସ୍ ବୁକ ମାଧ୍ୟମରେ ହିଁ ପରିପ୍ରକାଶ କରିଛନ୍ତି । ସେମାନଙ୍କ ସାଙ୍ଗିଆ ନେଇ ସମଗ୍ର ଓଡ଼ିଆ ଜାତିକୁ ହୀନ କରିଦେଇଛନ୍ତି ।

ଆଲୋଚନା ସତ ହୋଇଥିଲେ ସାଂଘାତିକ । ନିଜର ବ୍ୟକ୍ତିଗତ ରାଗ ସୁଝାଇବାକୁ ଯାଇ ମାର୍କଣ୍ଡେୟ କାଟଜୁ ସମଗ୍ର ଓଡ଼ିଆ ଜାତିକୁ ହୀନ କରିଦେବା ତାଙ୍କର ବାୟାମି ଏବଂ ବାତୁଳତା ଛଡ଼ା କିଛି ନୁହେଁ । ଟ୍ୱିଟରରେ କିଛି ଭଦ୍ରବ୍ୟକ୍ତି ତାଙ୍କୁ ରାଞ୍ଚି କିମ୍ବା ଅନ୍ୟ କୌଣସି ମାନସିକ ରୋଗ ଡାକ୍ତରଖାନାରେ ଆଡ଼ମିଟ୍ କରାଇବାକୁ ପରାମର୍ଶ ଦେଇଛନ୍ତି । ହୋଇପାରେ ଆଇନ ଉପରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟତା ତାଙ୍କୁ ବାଉଳାଚାଉଳା କରୁଛି । କାରଣ ଅତୀତରେ ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଗୋଧ୍ରା ଗଣହତ୍ୟା ଏବଂ ବିହାରୀଙ୍କ ଉପରେ କଦର୍ଯ୍ୟ ଟିପ୍ପଣୀ ରଖି ସେ ତାଙ୍କ ବିକୃତ ମାନସିକତାର ପରିଚୟ ଦେଇଥିଲେ । ଦେଶର ଅଧା ସାଂସଦଙ୍କୁ ବି କ୍ରମିନାଲ୍ ର ଆଖ୍ୟା ଦେଇଥିଲେ । ଏବେ ଓଡ଼ିଆଙ୍କୁ କଟାକ୍ଷ କରି ତାଙ୍କର ସେହି ରୁଗ୍ମଣ ମାନସିକତାକୁ ପରିପ୍ରକାଶ କରିଛନ୍ତି ।

ଗୋଇଠା ମାରି ବିଷ୍ଣୁ କହିଲା ଭଳି ଓଡ଼ିଆଙ୍କ ମାନ ଇଜ୍ଜତକୁ ମାଟିରେ ମିଶାଇଲା ପରେ ଏବେ କ୍ଷମା ମାଗୁଛନ୍ତି । ଓଡ଼ିଶାକୁ କେବେ ଆସିବେନି ବୋଲି ଅଭିମାନ ଦେଖାଇଛନ୍ତି । ସତେ ଯେମିତି ଓଡ଼ିଆମାନେ ତାଙ୍କୁ ଫୁଲତୋଡ଼ା ଧରି ଅନେଇ ବସିଛନ୍ତି ଜଗନ୍ନାଥ ଧାମକୁ । ଆମେ ଜାଣୁ କାଟଜୁ ମହାଶୟ ଜଣେ ବିଚକ୍ଷଣ ଜ୍ଞାନୀ ଲୋକ । ବିଭିନ୍ନ ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତି ରହିବା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ୨୦୧୧ ମସିହାରେ ଅବସର ନେଇଛନ୍ତି । ବାପା ତାଙ୍କର ଜଣେ ବିଚାରପତି । ଜେଜେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଜେଜେ ଯେଉଁ ରାଜ୍ୟର ରାଜ୍ୟପାଳ ଥିଲେ ସେହି ଓଡ଼ିଆ ଜାତିକୁ ଗରିବ ଓଡ଼ିଆ କହି ଥଟ୍ଟା ମଜ୍ଜା କରିଛନ୍ତି । ଜଗତର ନାଥ ଜଗନ୍ନାଥଙ୍କୁ ବି ଛାଡ଼ିନାହାନ୍ତି ଏହି ତଥାକଥିତ ଭଦ୍ରବ୍ୟକ୍ତି । ଶାଳୀନତା ଓ ଶିଷ୍ଟାଚାର ଅଭାବୀ କାଟଜୁଙ୍କୁ ଲାଜ ଲାଗିବା କଥା କି ଓଡ଼ିଆ ଜାତି ତାଙ୍କର ଶାଳୀ ନୁହଁନ୍ତି ଯେ ଫେସ୍ ବୁକରେ ଗମାତ୍ କରୁଥିଲେ । ଓଡ଼ିଆଙ୍କ ଉପରେ ତାଙ୍କୁ ଲେଖିବା ପାଇଁ କହିବାରୁ ସେ ଏମିତି ଥଟ୍ଟା ତାମସା କରିଥିଲେ ବୋଲି କହିଛନ୍ତି । ଏ ଭଦ୍ରବ୍ୟକ୍ତି ୨୦ ବର୍ଷ ଧରି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଓ ମୁଖ୍ୟ ବିଚାରପତି ଆସନରେ ବସି ଲୋକଙ୍କୁ ନ୍ୟାୟ ଦେଉଥିଲେ । ସନ୍ଦେହ ହେଲାଣି ନ୍ୟାୟ ଦେବା ଆଳରେ ଥଟ୍ଟା ମଜ୍ଜାରେ ରାୟ ଶୁଣାଉ ନ ଥିଲେ ତ ? ଏହାର ତଦନ୍ତ କାହିଁକି ନ ହେବ? ଲୋକଙ୍କୁ ଯେ ପ୍ରକୃତ ନ୍ୟାୟ ଦେଇଥିବେ ଏହା ତ ଜମାରୁ ବିଶ୍ୱାସ ହେଉନାହିଁ ।

କାଟଜୁଙ୍କ ଏହି ଅଭିପ୍ରାୟ ପଛର କାହାଣୀ ଯାହା ହେଉ ନା କାହିଁକି ସମଗ୍ର ଓଡ଼ିଆ ଜାତି ପ୍ରତି ତାଙ୍କର ହୀନମନ୍ୟତା ଓ ଟିପ୍ପଣୀକୁ ନେଇ ଓଡ଼ିଆ ଜାତି ଯେଭଳି ପ୍ରତିକ୍ରିୟା ପ୍ରକାଶ କଲେ ତାହା ଓଡ଼ିଆ ମାଟିର ହଜିଲା ସ୍ୱାଭିମାନର ଟେକ ରଖିଛି । ଖୁସି ହେବା କଥା ସ୍ୱାଭିମାନ ଭୁଲିଯାଇଥିବା ଓଡ଼ିଆ ଲୋକକୁ ସ୍ୱାଭିମାନୀ ହେବା ପାଇଁ ଏହା ସଂଗଠିତ କରିଛି । ସେଥିପାଇଁ କାଟଜୁକୁ ଗାଳି ନ କରି ଧନ୍ୟବାଦ ଦେବା କଥା ବୋଲି ଅନେକ ବି ମତ ଦେଉଛନ୍ତି । କାଟଜୁଙ୍କ ମନ୍ତବ୍ୟ ପରେ ଆଜି ଓଡ଼ିଆ ଲୋକ ଓ ରାଜନେତାମାନେ ନିଜ ଜାତିର ସ୍ୱାଭିମାନ କଥା କହୁଛନ୍ତି । ଓଡ଼ିଶାର ଗୌରବମୟ ଇତିହାସ ମନେ ପକାଉଛନ୍ତି । ହେଲେ ଲାଜ ଲାଗିବା କଥା, ଆମେ ଯେଉଁମାନେ ଓଡ଼ିଆ ଜାତିର ଟେକ ଓ ସ୍ୱାଭିମାନ କଥା ଗପୁଛୁ ସତରେ ତାହା ରଖିଛୁ ତ ?
ନିଜ ମାତୃଭାଷାକୁ ସରକାରୀ ଭାଷାର ମାନ୍ୟତା ଆଣିବାକୁ ୪୦ ବର୍ଷରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ବି ତାକୁ ସହିଛୁ । ଚାରି ଚାରି ଥର ରାଜ୍ୟ ଶାସନର ଡୋରି ଧରେଇଥିବା ଲୋକ ନିଜ ଜାତିର ଭାଷା ଓଡ଼ିଆ କହି, ପଢ଼ି ପାରୁ ନ ଥିଲେ ବି ତାକୁ ସମ୍ଭାଳିଛୁ । ଶାସନମୁଖ୍ୟଙ୍କ ମୁହଁରୁ ଚଣ୍ଡିଖୋଲକୁ ଚଢ଼ିଖୋଲ କିମ୍ବା ବାରିପଦାକୁ ବାଡିପଡ଼ା ଶୁଣୁଥିଲେ ବି ବେଲଜ୍ଜିଆ ହୋଇ ତାଳି ମାରୁଛୁ । ନିଜ ଜାତିର ଶାସନକର୍ତାଙ୍କ ହାତରେ ଥିବା ଲେଖା କାଗଜରୁ ନିଜ ମାଟିର ଦି ଧାଡି ଭାଷାକୁ ଖଣ୍ଡି ଓ ବିକୃତ ଭାବେ ଶୁଣି ବି ଗର୍ବରେ ଫାଟିପଡୁଛୁ । ତାଳି ମାରି ସ୍ୱାଗତ କରୁଛୁ । ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅବମାନନା କରୁଥିବା ଶାସକ ଦଳର ପଝାଂଏ ଉଶୃଙ୍ଖଳିତ ବିଧାୟକଙ୍କୁ ବି ସହ୍ୟ କରିଛି ଓଡ଼ିଆ ଜାତି । ନିଜକୁ ଗରିବ ଚିତ୍ରଣ କରି ଦିଲ୍ଲୀରେ ଯାଇ ଭିକ ମାଗୁଛୁ । ଗରିବୀ ରାଜ୍ୟର ମାନ୍ୟତା ଦାବି କରୁଛୁ । ସେତେବେଳେ ଓଡ଼ିଆଙ୍କ ସ୍ୱାଭିମାନ ଯାଉଛି କୁଆଡେ ?

କାଟଜୁ ଓଡ଼ିଆଙ୍କ ଉପରେ ଯାହା ମନ୍ତବ୍ୟ ଦେଇଛନ୍ତି ତାହା ଆମକୁ ରୁଚିହୀନ ଓ ଅଭଦ୍ରାମୀ ଲାଗୁଛି ଓ ଲାଗିବା ସ୍ୱାଭାବିକ ମଧ୍ୟ । ମାତ୍ର ଜାତିର ସ୍ୱାଭିମାନ କଥା କହି ଆମେ ଯେଭଳି କାଟଜୁଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛୁ, ଓଡ଼ିଆ ଜାତିର ସମ୍ମାନ ପାଇଁ ଛାତି ଫଟାଉଛୁ ତାହା ଯଦି ରାଜନୈତିକ ଉଦ୍ଧ୍ୱର୍କୁ ଯାଇ ସବୁ କ୍ଷେତ୍ରରେ ଦେଖାଦିଅନ୍ତା ତେବେ ଓଡ଼ିଆ ଜାତି ନିଜ ଗୌରବମୟ ଇତିହାସର ପ୍ରକୃତ ଦାୟାଦ ହୋଇପାରନ୍ତା । ସ୍ୱାଭିମାନୀ ଓଡ଼ିଆଙ୍କୁ କାଟଜୁଙ୍କ ଭଳି ତଥାକଥିତ ଜ୍ଞାନୀ ଭଦ୍ରବ୍ୟକ୍ତିମାନେ ରୁଚିହୀନ ମନ୍ତବ୍ୟ ଦେବାକୁ ସାହାସ କରନ୍ତେନି । ହେଲେ ଆମେ କହିବା କାହାକୁ । ଆମଠାରେ ସେଭଳି ସ୍ୱାଭିମାନ ବଞ୍ଚିଥିଲେ ତ ?

Previous Post

ପାଣ୍ଡିଆନ୍-ଟୁ

Next Post

ଶିଶୁ ମଡ଼କ ଉପରେ କୁମ୍ଭୀର କାନ୍ଦଣା, ଦାୟୀ କିଏ ?

Next Post
ଶିଶୁ ମଡ଼କ ଉପରେ କୁମ୍ଭୀର କାନ୍ଦଣା, ଦାୟୀ କିଏ ?

ଶିଶୁ ମଡ଼କ ଉପରେ କୁମ୍ଭୀର କାନ୍ଦଣା, ଦାୟୀ କିଏ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA