Thursday, May 21, 2026 11:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାପାଙ୍କ ଇଚ୍ଛା ଆଗରେ ହାରିଗଲେ ପ୍ରୀତିନନ୍ଦା

by Our Correspondent
16 Mar, 2019- 08:10 PM
in Latest News, News, Politics
1 min read
0
ବାପାଙ୍କ ଇଚ୍ଛା ଆଗରେ ହାରିଗଲେ ପ୍ରୀତିନନ୍ଦା
ଭୁବନେଶ୍ୱର: ନିଜ ବାପାଙ୍କୁ ନିଜର ଆଦର୍ଶ ମାନୁଥିବା ପ୍ରୀତିନନ୍ଦା ରାଉତରାୟ ଶେଷରେ ବାପାଙ୍କ ଇଚ୍ଛାକୁ ସ୍ୱୀକାର କରିଛନ୍ତି । ତେବେ ସେଥିପାଇଁ ତାଙ୍କୁ କଷ୍ଟ ଓ ଲମ୍ବା ସମୟ ଲାଗିଯାଇଛି । ଗତବର୍ଷ ସେପ୍ଟେମ୍ବର ୧୨ ତାରିଖରେ ବାପା ତାଙ୍କର ବିଜେଡ଼ିରୁ ତଡ଼ା ଖାଇଲା ପରଠୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ । ନବୀନଙ୍କୁ କ୍ଷମତାଗାଦିରୁ ହଟାଇବାକୁ ଲୋକଙ୍କୁ ମନାଉଥିଲେ । ହେଲେ ବିଜେଡ଼ିରେ ଥିବା ପୁଅ ସମ୍ବିତ ଓ ଝିଅ ପ୍ରୀତିନନ୍ଦାଙ୍କୁ ମନାଇ ପାରି ନ ଥିଲେ । ଏବେ ସେ ବିଜେପିରେ ଯୋଗଦେଲା ପରେ ତାଙ୍କର ଚାପ/ଆବେଗ ଆଗରେ ପୁଅ ସିନା ନଇଁନାହାନ୍ତି ହେଲେ ଝିଅ ନଇଁ ଯାଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡ଼ିରୁ ଆଜି ସେ ଇସ୍ତଫା ଦେଇଛନ୍ତି ।
ପ୍ରୀତିନନ୍ଦା ଜଣେ ଉଚ୍ଚଶିକ୍ଷିତା ମହିଳା । ଓଡ଼ିଶାର ଜଣେ ସୁପରିଚିତ କଣ୍ଠଶିଳ୍ପୀ । ୬ ବର୍ଷ ତଳେ ବାପାଙ୍କ ପଦାଙ୍କ ଅନୁସରଣ କରି ସେ ରାଜନୀତିକୁ ଆସି ବିଜେଡ଼ିରେ ଯୋଗ ଦେଇଥିଲେ । ଭୁବନେଶ୍ୱର ମହାନଗର ନିଗମରୁ ବିଜେଡ଼ି ଟିକେଟରେ ଜିତି କର୍ପୋରେଟର ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ତାଙ୍କୁ ଆଗାମୀ ମେୟର ଭାବେ ବି ଗଣମାଧ୍ୟମରେ ଉପସ୍ଥାପିତ କରାଯାଉଥିଲା । ସବୁଠାରୁ ବଡ଼କଥା ହେଉଛି, ବାପା ବିଜେଡ଼ିରୁ ଗଲା ପରେ ବିଜେଡ଼ି ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ମଧ୍ୟ ପ୍ରୀତିନନ୍ଦାଙ୍କୁ ତାହା ପ୍ରଭାବିତ କରିପାରି ନ ଥିଲା । ନବୀନ ପଟ୍ଟନାୟକ ଓ ତାଙ୍କ ନେତୃତ୍ୱର ପ୍ରଶଂସାରୁ ବିଚୁ୍ୟତ ହୋଇ ନ ଥିଲେ ପ୍ରୀତିନନ୍ଦା ।
ମାତ୍ର ଗତ ୧୪ ତାରିଖରେ ଦାମବାବୁ ଦିଲ୍ଲୀ ଯାଇ ବିଜେପିରେ ଯୋଗଦେଇ ଫେରିବା ପରେ ପ୍ରୀତିନନ୍ଦାଙ୍କ ଉପରେ ପ୍ରବଳ ଚାପ ଆସିଥିଲା । ବିଜେଡ଼ିର ସମ୍ପାଦକ ପଦବୀରେ ଥିବା ପୁଅ ସମ୍ବିତ ବି ଚାପ ପାଇଥିଲେ । ମାତ୍ର ଚାପକୁ ଖାତିର ନ କରି ନିଜକୁ ବିଜେଡ଼ିର ଜଣେ ଶୃଙ୍ଖଳିତ ସଦସ୍ୟ ବୋଲି କହିଥିଲେ ଏବଂ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ଆନୁଗତ୍ୟ ରହିଛି ବୋଲି ସ୍ପଷ୍ଟ କରିଥିଲେ । ଏପରିକି ବାପାଙ୍କ ଆସନ ପାରାଦ୍ୱୀପରୁ ନିର୍ବାଚନ ଲଢ଼ିବା ପାଇଁ ସୁପ୍ରିମୋଙ୍କୁ ଜଣାଇ ଦେଇଛନ୍ତି ସମ୍ବିତ । ତେବେ ପ୍ରୀତିନନ୍ଦା କିନ୍ତୁ ନିଜ ଇଚ୍ଛା ଆଗରେ ହାର୍ ମାନିଛନ୍ତି । ବିଜେଡ଼ିରେ ରହିବାକୁ ତାଙ୍କ ବିବେକ ମନା କଲା ବୋଲି କହିଛନ୍ତି । ବିଜେଡ଼ି ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ ବୋଲି ବି ଜଣାଇଛନ୍ତି ।
ପ୍ରୀତିନନ୍ଦା ବାପାଙ୍କ ଆଦର୍ଶରେ ଯାଇ ବିଜେପିରେ ମିଶିବେ ନା ରାଜନୀତି ଛାଡ଼ିଦେବେ ତାହାକୁ ନେଇ ଚର୍ଚ୍ଚା ହେଲାଣି । ତେବେ ଯାହା କଲେ ବି ପ୍ରୀତିନନ୍ଦାଙ୍କୁ କଠିନ ସମୟର ସାମନା କରିବାକୁ ପଡ଼ିବ । ନବୀନ ପଟ୍ଟନାୟକଙ୍କୁ ହଟାଇବାକୁ ସଂକଳ୍ପ ନେଇଥିବା ନିଜର ପ୍ରିୟ ବାପାଙ୍କ ସାଙ୍ଗରେ ରହିବେ ନା ନବୀନ ପଟ୍ଟନାୟକଙ୍କ ଜିନ୍ଦାବାଦ କରୁଥିବା ଭାଇ ସମ୍ବିତଙ୍କ ସାଙ୍ଗରେ ରହିବେ?
ସୂଚନାଯୋଗ୍ୟ, କିଛି ମାସ ତଳେ ସମ୍ବିତ ଏକ ଟିଭି ସାକ୍ଷାତକାରରେ ବାପାଙ୍କୁ ନେଇ ତାଙ୍କ ମନରେ ଥିବା କ୍ଷୋଭକୁ ଇଙ୍ଗିତ କରିଥିଲେ । ୪୪ ବର୍ଷର ରାଜନୈତିକ ଜୀବନ କାଟିସାରିଥିବା ଦାମୋଦର ରାଉତ ସଫଳତାର ଶୀର୍ଷରେ ପହଞ୍ଚିସାରିଛନ୍ତି । ମାତ୍ର ପୁଅ ସମ୍ବିତ ରାଜନୀତିକୁ ଆସିଥିଲେ ମଧ୍ୟ ଦାମବାବୁ ବାପା ହିସାବରେ ତାଙ୍କୁ ଆଗକୁ ଯିବାକୁ ଦେଇନାହାନ୍ତି । ୨୦୦୯ ମସିହାରେ ବିଧାନସଭା ଲଢ଼ିବା ପାଇଁ ସମ୍ବିତଙ୍କର ଟିକେଟ ଚୂଡ଼ାନ୍ତ ହୋଇଥିଲା । ମାତ୍ର ଦାମବାବୁ ସେଥିରେ ପ୍ରତିବନ୍ଧକ ସାଜିଥିଲେ । ଏଥର ଟିକେଟ ପାଇବାକୁ ସମ୍ବିତ ବହୁ ପୂର୍ବରୁ ଆଶା ବାନ୍ଧି ବସିଥିଲା ବେଳେ ବାପା ସେଥିରେ କଣ୍ଟା ହୋଇଛନ୍ତି । ଝିଅ ପ୍ରୀତିନନ୍ଦାଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା ନ ହୋଇଛି କିଏ କହିବ? ରାଜନୀତିରେ ଥିବା ଦାମବାବୁଙ୍କ ବନ୍ଧୁମାନେ ସେମାନଙ୍କ ସନ୍ତାନମାନଙ୍କୁ ରାଜନୀତିରେ ପ୍ରତିଷ୍ଠା କରିସାରିଥିବା ବେଳେ ଦାମବାବୁଙ୍କ ଏହି ଭିନ୍ନ ଚରିତ୍ର ସମସ୍ତଙ୍କୁ ବିସ୍ମିତ କରିଛି । ୭୮ ବର୍ଷ ବୟସରେ ବି କ୍ଷମତାମାୟାରେ ସେ ବାୟା ।
Previous Post

ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ଛକାଛକି

Next Post

ନବୀନ ନିବାସରେ ଦିଲ୍ଲୀପ ରାୟ

Next Post
ନବୀନ ନିବାସରେ ଦିଲ୍ଲୀପ ରାୟ

ନବୀନ ନିବାସରେ ଦିଲ୍ଲୀପ ରାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA