Sunday, May 10, 2026 07:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାହାରେ ଫସିଛନ୍ତି ଦେଢ଼ଲକ୍ଷ ଓଡ଼ିଆ

by Our Correspondent
31 Mar, 2020- 03:56 PM
in Latest News, News
1 min read
0
ବାହାରେ ଫସିଛନ୍ତି ଦେଢ଼ଲକ୍ଷ ଓଡ଼ିଆ
ଭୁବନେଶ୍ୱର: ତେଲେଙ୍ଗାନା ଜିଲ୍ଲା ଆସିଫାବାଦ ଜିଲ୍ଲାର ଖଇରିଗୁଡ଼ା ମାଇନସ୍ ରେ କାମ କରୁଥିବା ୨୨ ଜଣ ଓଡ଼ିଆ ଶ୍ରମିକ ଲକ୍ ଡାଉନ୍ ରେ ଫସି ରହିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଦୁଇଓଳି ଖାଇବାକୁ ଦେଉଥିଲେ ମଧ୍ୟ ଯେ କୌଣସି ମୁହୁର୍ତ୍ତରେ ତାହା ବନ୍ଦ ହୋଇଯିବାର ଆଶଙ୍କା କରୁଛନ୍ତି । ଖାଲି ଆସିଫାବାଦ ନୁହେଁ, ମଂଚିରାଲ୍ ଜିଲ୍ଲାରେ ମଧ୍ୟ ୫୦ରୁ ଅଧିକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି ।
ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପହଞ୍ଚି ନ ଥିବାରୁ ସେମାନଙ୍କର ଭାଳେଣି ପଡ଼ିଛି । ପାଖରେ ଟଙ୍କାଟିଏ ନାହିଁ । ତେଣୁ କମ୍ପାନୀବାଲା ଖାଇବାକୁ ଦେବା ବନ୍ଦ କରିଦେଲେ କ’ଣ କରିବେ ସେହି ଚିନ୍ତାରେ ପଡ଼ିଛନ୍ତି । ଓଡ଼ିଶା ସରକାର ଜାରି କରିଥିବା ହେଲପ୍ ଲାଇନ୍ ରେ କଲ୍ କରୁଥିଲେ ମଧ୍ୟ ବିଜି ଦେଖାଉଥିବାରୁ ଯୋଗାଯୋଗ ସମ୍ଭବ ହେଉ ନ ଥିବା ସେମାନେ ଜଣାଇଛନ୍ତି ।
ତେଲେଙ୍ଗାନା ଭଳି ଦିଲ୍ଲୀ, ଗୁଜୁରାଟ, ମୁମ୍ବାଇ ପ୍ରଭୃତି ଜାଗାରେ ବେଶୀ ଓଡ଼ିଆ ଫସି ରହିଛନ୍ତି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ସମୀକ୍ଷା କରାଯାଇଛି । ବିଭିନ୍ନ ରାଜ୍ୟରେ ଦେଢ଼ଲକ୍ଷ ଓଡ଼ିଆ ଲକ୍ ଡାଉନ୍ ରେ ଫସି ରହିଥିବା ଗୃହ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କଣ୍ଟ୍ରୋଲ୍ ରୁମ୍ କୁ ୫,୨୦୦ ଫୋନ୍ କଲ ଆସିଛି । ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡାଲ୍ ଅଫିସର ସମନ୍ୱୟ ରକ୍ଷା କରି ସେମାନଙ୍କ ସୁବିଧା ବ୍ୟବସ୍ଥା କରୁଛନ୍ତି । ଏ ପର୍ଯ୍ୟନ୍ତ ୪୦ ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ସାରିଛି । ୧୦୦ରୁ ଅଧିକ ଲୋକ ଏକାଠି ଥିବା ୨୩୦ଟି ଓଡ଼ିଆ ଗ୍ରୁପ୍ ଚିହ୍ନଟ କରାଯାଇଛି । ସମସ୍ୟା ସମାଧାନ ନ ହେବା ଯାଏଁ ପ୍ରଶାସନ କାର୍ଯ୍ୟ ଜାରି ରହିବ ବୋଲି ଗୃହ ସଚିବ କହିଛନ୍ତି ।
ଏସସିବିରେ କରୋନା ପରୀକ୍ଷା: କଟକ ଏସସିବି ମେଡ଼ିକାଲ୍ କଲେଜରେ କରୋନା(କୋଭିଡ୍-୧୯) ପରୀକ୍ଷା ହେବ । ଏଥିପାଇର୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ଦେଇଛି । ଏବେ ଭୁବନେଶ୍ୱରର ଆରଏମଆରସି ଓ ଏମସ୍ ରେ କରୋନା ପରୀକ୍ଷା ହେଉଛି । ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲ୍ ରେ କରୋନା ପରୀକ୍ଷା ପାଇଁ ଅନୁମତି ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।
ଗାଡ଼ି ପରମିଟ୍, ଡିଏଲ୍ ଅବଧି ବଢ଼ିଲା: ଫେବୃଆରୀ ୧ରୁ ସରୁଥିବା ଗାଡ଼ି କାଗଜପତ୍ରକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୈଧ କରାଯାଇଛି । ଗାଡ଼ି ପରମିଟ୍, ଡ୍ରାଇଭିଂ ଲାଇସେନସ୍, ରେଜିଷ୍ଟ୍ରେସନ୍, ଫିଟନେସ୍ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ କୋହଳ କରାଯାଇଛି । ଦେଶରେ ଲକ୍ ଡାଉନ୍ ଦୃଷ୍ଟିରୁ କାଗଜପତ୍ର ନବୀକରଣ ସମ୍ଭବ ହେଉ ନ ଥିବାରୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରର ନିର୍ଦ୍ଦେଶ ପାଇବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହାକୁ ପାଳନ କରିବା ସହ ଲର୍ଣ୍ଣିଂ ଲାଇସେନସ୍ ଓ ପଲ୍ୟୁସନ ସାର୍ଟିଫିକେଟ ଅବଧି ମଧ୍ୟ ବଢ଼ାଇଛନ୍ତି । ଜୁନ୍ ୩୦ ପର୍ଯ୍ୟନ୍ତ ଲର୍ଣ୍ଣିଂ ଲାଇସେନସ୍ ଓ ପଲ୍ୟୁସନ୍ ସାର୍ଟିଫିକେଟ୍ ବୈଧ ଘୋଷଣା କରିଛନ୍ତି ।
Previous Post

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁଃଖ ବୁଝିବାକୁ ସୁରଟ୍ ଯିବେ ଅରୂପ ପଟ୍ଟନାୟକ

Next Post

ସାନ ମାନୁଛନ୍ତି, ବଡ଼ ଅମାନିଆ

Next Post
ସାନ ମାନୁଛନ୍ତି, ବଡ଼ ଅମାନିଆ

ସାନ ମାନୁଛନ୍ତି, ବଡ଼ ଅମାନିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA